spot_img
Home Blog Page 1172

ବିଶିଷ୍ଟ ଅଧିବକ୍ତା ସ୍ବର୍ଗତ ନବୀନ କୃଷ୍ଣ ଚାନ୍ଦଙ୍କ ପୁସ୍ତକ ଲୋକାର୍ପଣ ଉତ୍ସବ

ଭଦ୍ରକ: ରବିବାର ଅପରାହ୍ଣ ୪ ଘଟିକା ସମୟରେ ମହେନ୍ଦ୍ର ଭବନ ପରିସରରେ ‘ନବୀନକୃଷ୍ଣଙ୍କ ଗ୍ରନ୍ଥାବଳୀ’ ଲୋକାର୍ପଣ ଭବ୍ୟ ସମାରୋହରେ ସମାପନ ହୋଇଯାଇଛି । ଏହି ସଭାରେ ପୌରହିତ୍ୟ କରିଥିଲେ ବିଶିଷ୍ଟ ସାହିତ୍ୟିକ ତଥା ଅବସରପ୍ରାପ୍ତ ପ୍ରଶାସକ ଡକ୍ଟର ରବିନାରାୟଣ ସେନାପତି । ଅଧ୍ୟାପିକା ଉଷାରାଣୀ ଜେନା ଏହାକୁ ସଞ୍ଚାଳନ କରିଥିଲେ । ଗ୍ରନ୍ଥାବଳୀର ଅନ୍ୟତମ ସମ୍ପାଦିକା ତଥା ବିଶିଷ୍ଟ ସାହିତ୍ୟିକ ଶୈଳବାଳା ମହିଳା କଲେଜର ଓ ଡ଼ିଆ ବିଭାଗର ମୁଖ୍ୟା ଡକ୍ଟର ସଞ୍ଜିତା ଥିଲେ ମୁଖ୍ୟବକ୍ତା । ବିଗତ ଦିନର ଭଦ୍ରକର ଅନ୍ୟତମ ବଳିଷ୍ଠ ସାରସ୍ୱତ ସାଧକ, ସଫଳ ଆଇନଜୀବୀ, ଭଦ୍ରକ ଏନ.ଏ.ସି ର ପ୍ରଥମ ଚେୟାରମ୍ୟାନ (୧୯୬୪-୯୮) ନିଷ୍ଠାପର ସମାଜସେବୀ, ଭାରତ – ସୋଭିଏତ୍ ମୈତ୍ରୀ ସଂଗଠନ ବଳିଷ୍ଠ ପ୍ରବକ୍ତା ସ୍ବର୍ଗତ ନବୀନକୃଷ୍ଣ ଚାନ୍ଦଙ୍କ ସାମଗ୍ରିକ ସାହିତ୍ୟକୃତିର ଏକ ପୂର୍ଣ୍ଣାଙ୍ଗ ପରିପ୍ରକାଶ ଲୋକାର୍ପଣ ହୋଇଥିଲା । ‘ନବୀନକୃଷ୍ଣ ଗ୍ରନ୍ଥାବଳୀ’ କଟକର ସ୍ୱନାମ ଧନ୍ୟ ଫ୍ରେଣ୍ଡସ ପବ୍ଲିଶରଙ୍କ ଦ୍ୱାରା ପ୍ରକାଶିତ ଏହି ଗ୍ରନ୍ଥାବଳୀର ସମ୍ପାଦନା କରିଛନ୍ତି ଡକ୍ଟର ସୋମା ଚାନ୍ଦ ଓ ଡକ୍ଟର ସଞ୍ଜିତା ମିଶ୍ର । ଉପନ୍ୟାସ, ପ୍ରବନ୍ଧ, ଗଳ୍ପ, ସନ୍ଦର୍ଭ, ସୁବର ସମାବେଶରେ ସ୍ୱାଧୀନୋତ୍ତର ଓଡ଼ିଆ ସାହିତ୍ୟର ଏକ ବଳିଷ୍ଠ ଚିତ୍ରରେ ସମୃଦ୍ଧ ଗ୍ରନ୍ଥାବଳୀର କଳେବର ।

ଏହି ଅବସରରେ ଶ୍ରୀ ଚାନ୍ଦଙ୍କ ସେରସ୍ତା ସହିତ ସଂପୃକ୍ତ ଥିବା କନିଷ୍ଠ ସହଯୋଗୀ ଆଡଭୋକେଟ୍ ଶେଖ୍ ଅବବୁ ସୁଫିୟାନ, ଆଡଭୋକେଟ ପ୍ରଫୁଲ୍ଲ କୁମାର ରାଉତ , ଆଡଭୋକେଟ୍ ନାରାୟଣ ଚନ୍ଦ୍ର ନାୟକ ଓ ଆଡଭୋକେଟ୍ ଅରୁନ କୁମାର ଚାନ୍ଦଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଦୁଃଶାସନ ମହାନ୍ତିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ ଡକ୍ଟର ସୋମାଚାନ୍ଦ । ମୁଖ୍ୟବକ୍ତା ତାଙ୍କ ଅଭିଭାଷଣରେ ସୂଚାଇ ଦିଅନ୍ତି ଯେ ଆଧୁନିକ ଓଡ଼ିଆ ସାହିତ୍ୟକୁ ଶ୍ରୀ ଚାନ୍ଦଙ୍କ ଅବଦାନ ଅତ୍ୟନ୍ତ ଉଚ୍ଚକୋଟୀର, ଯାହା ଗ୍ରନ୍ଥାବଳୀ ମାଧ୍ୟମରେ ପ୍ରକାଶିତ ହୋଇନଥିଲେ ହୁଏତ ଲୋକଲୋଚନକୁ ଆସିପାରିନଥାନ୍ତା । ସେହି ଦୃଷ୍ଟିରୁ ଏହା ସାରସ୍ୱତ ଭଣ୍ଡାର ଅନ୍ୟତମ ମାଇଲଖୁଣ୍ଟ ସଦୃଶ । ସଭାପତି କହନ୍ତି ଯେ ଏ ପ୍ରକାର ଗ୍ରନ୍ଥ ପ୍ରକାଶନ ନିଶ୍ଚିତ ଭାବରେ ଏକ ସ୍ମରଣୀୟ ପଦକ୍ଷେପ ଯାହା ଆଧୁନିକ ସାହିତ୍ୟର ବିବର୍ତ୍ତନର ଆଦ୍ୟ ପର୍ଯ୍ୟାୟରେ ଯଥେଷ୍ଟ ଗୁରୁତ୍ୱ ରଖେ । ଏହି ସମାରୋହରେ ପ୍ରାକ୍ତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ଝରଣା ପଟ୍ଟନାୟକ, ଡ଼ ନିତ୍ୟାନନ୍ଦ ପ୍ରଧାନ, ଡ. ରାଧାରାଣୀ ମହାପାତ୍ର, ସେକ ଫାରୁକ, ସୃଜନ ଦାସ, ନିତ୍ୟାନନ୍ଦ ଦାସ, ବିଜୟ କୁମାର ସାହୁ, ଦିବ୍ୟସିଂହ ନାୟକ, ସରୋଜ କୁମାର ଦାସ, ସ୍ବରାଜ କୁମାର ଦେ, ଡ଼ ଗୋଲକ ବିହାରୀ ସାହୁ, ବିଜୟ କୁମାର ବହଳୀ, ମନୋରଞ୍ଜନ ଦାସ ଓ ଅନ୍ୟମାନେ ଯୋଗ ଦେଇଥିଲେ । ଶେଷରେ ଅମରେଶ ଚାନ୍ଦ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।

ଅଭାବନୀୟ ଘଟଣା: ଟଙ୍କା ପାଇଁ ସ୍ତ୍ରୀକୁ ଟାଙ୍ଗିଆରେ ହାଣିଲା ସ୍ଵାମୀ

ସୁନ୍ଦରଗଡ଼: ଟଙ୍କା ପାଇଁ ସ୍ତ୍ରୀକୁ ଟାଙ୍ଗିଆରେ ହାଣିଲା ସ୍ଵାମୀ । ଏଭଳି ଅଭାବନୀୟ ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା ବଣାଇଁ ଥାନା ଅନ୍ତର୍ଗତ ତଳିତା ନିକଟସ୍ଥ କଟାସାହିରେ । ଗୁରୁତର ସ୍ତ୍ରୀ ଭାମା ପାତ୍ରଙ୍କ ବେକ ଓ ମୁଣ୍ଡରେ ଗଭୀର ଆଘାତ ଲାଗିଛି । ତାଙ୍କୁ ରାଉରକେଲା ସ୍ଥାନାନ୍ତର କରାଯାଇଛି  । ସ୍ୱାମୀ ଶଙ୍କର ପାତ୍ର ସ୍ତ୍ରୀ ଭାମାଙ୍କୁ କିଛି ଟଙ୍କା ମାଗିଥିଲେ । ମାତ୍ର ସ୍ତ୍ରୀ ଭାମା ପାତ୍ର ଟଙ୍କା ଦେବାକୁ ମନା କରିବାରୁ ପାଖରେ ଥିବା ଏକ ଟାଙ୍ଗିଆରେ ଶଙ୍କର ପ୍ରଥମେ ଭାମାଙ୍କ ମୁଣ୍ଡକୁ ଓ ପରେ ବେକକୁ ହାଣି ପକାଇଥିଲେ । ଗୁରୁତର ଅବସ୍ଥାରେ  ପଡ଼ୋଶୀ ଭାମାଙ୍କୁ ବଣାଇଁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ଭାମାଙ୍କୁ ରାଉରକେଲା ସ୍ଥାନାନ୍ତର କରାଯାଇଛି । ଅଭିଯୁକ୍ତ ସ୍ୱାମୀକୁ ଅଟକ ରଖି ପଚରାଉଚୁରା କରୁଛି ପୋଲିସ ।

ପୁଣି ରାଜ୍ୟରେ ଚାଷୀ ମୃତ୍ୟୁ: ଫସଲ କ୍ଷତି ନେଲା ଆଉ ଜଣେ ଚାଷୀଙ୍କ ଜୀବନ

ଗଞ୍ଜାମ: ଫସଲ କ୍ଷତି ନେଲା ଆଉ ଜଣେ ଚାଷୀଙ୍କ ଜୀବନ । ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ କତୁରୁ ଗାଁରେ ଧାନ କ୍ଷେତରେ ଟଳିପଡ଼ିଲେ ଆଉ ଜଣେ ଚାଷୀ । ମୃତ ଚାଷୀ ବିପୁଳିଙ୍ଗି ପଞ୍ଚାୟତ କତୁରୁ ଗାଁର ୭୧ ବର୍ଷୀୟ ପି. ଇଶ୍ୱର ରେଡ୍ଡୀ । ଦୁଇଥର ଲଗାଣ ବର୍ଷାରେ ଚାଷୀଙ୍କ ବ୍ୟାପକ ଧାନ ଫସଲ ନଷ୍ଟ ହୋଇଥିଲା । ଆଶାଠାରୁ କମ୍‌ ଧାନ ଅମଳ ହେବା ଦେଖି ଇଶ୍ବର ଜମିରେ ହିଁ ଟଳିପଡ଼ିଥିଲେ । ତାଙ୍କୁ ଉଦ୍ଧାର କରି ପ୍ରଥମେ ବ୍ରହ୍ମପୁର ଓ ପରେ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଥିଲା । ଭୁବନେଶ୍ଵରରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି । ଫସଲ ନଷ୍ଟ ଯୋଗୁଁ ସେ ଗତ କିଛି ଦିନ ହେଲା ଚିନ୍ତାରେ ରହୁଥିଲେ । ଜମିରେ ଫସଲ ଅମଳ କାମ ଚାଲୁଥିଲା ବେଳେ ଚାଷୀ ଜଣଙ୍କ ଭଲ ଧାନ ଅମଳ ଆଶା ରଖିଥିଲେ । ଇଶ୍ୱର ନିଜର ୩ ଏକର ଓ ଅନ୍ୟର ୨ ଏକର ସହିତ ମୋଟ ୫ ଏକର ଜମିରେ ଧାନ ଚାଷ କରିଥିଲେ ।

ଇଶ୍ବର ଚାଷ କାର୍ଯ୍ୟ ପାଇଁ ବିପୁଳିଙ୍ଗି ବ୍ୟାଙ୍କ ଅଫ ଇଣ୍ଡିଆରୁ ୭୦ ହଜାର, ସମବାୟ ବ୍ୟାଙ୍କରୁ ୯୫ ହଜାର ଓ ୧ ଲକ୍ଷ ଟଙ୍କା ଋଣ କରି କରି ଧାନ ଚାଷ କରିଥିଲେ । କିପରି ଏହି ଋଣ ସୁଝିବେ ସେ ନେଇ ଚିନ୍ତାରେ ରହୁଥିଲେ । ମୃତକ ପି.ଇଶ୍ୱର ରେଡ୍ଡି ଧାନ ସୋସାଇଟରେ ଧାନ ବିକ୍ରି ପାଇଁ ୬ ତାରିଖରେ ଟୋକନ ପାଇଥିଲେ । ସମସ୍ତ ଋଣ ଛାଡ଼ ସମେତ ପରିବାରକୁ କ୍ଷତିପୁରଣ ଦାବି କରିଛନ୍ତି ପରିବାର ସଦସ୍ୟ । ଖବର ପାଇ ମୃତ ଚାଷୀଙ୍କ ଘରେ ଛତ୍ରପୁର ବ୍ଲକ ପ୍ରଶାସନିକ ଅଧିକାରୀ ପହଞ୍ଚି ତଦନ୍ତ କରିଛନ୍ତି । ପୂର୍ବରୁ ୧୫ ଦିନ ତଳେ ଫସଲହାନୀ ନେଇ ଡିସେମ୍ବର ୨୬ରେ ଛତ୍ରପୁର ବ୍ଲକ ବରଙ୍ଗ ଗାଁରେ ବନମାଳୀ ପେଣ୍ଠେଇ ନାମକ ଜଣେ ଭାଗଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଥିଲା ।

IPL ୨୦୨୫ର ତାରିଖ ଘୋଷଣା: ମାର୍ଚ୍ଚ ୨୩ରୁ ଆରମ୍ଭ ହେବ ମୁକାବିଲା

ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) ୨୦୨୫ ସିଜିନର ତାରିଖ ଘୋଷଣା କରାଯାଇଛି । ମାର୍ଚ୍ଚ ୨୩ ତାରିଖରୁ ଏହି ମୁକାବିଲା ଆରମ୍ଭ ହେବ । ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI)ର ବାର୍ଷିକ ସାଧାରଣ ବୈଠକ (AGM)ରେ ଏନେଇ ବଡ଼ ନିଷ୍ପତ୍ତି ନିଆଯାଇଛି । ବିସିସିଆଇ ଉପାଧ୍ୟକ୍ଷ ରାଜୀବ ଶୁକ୍ଲା ଏ ବାବଦରେର ଆଜି ଖୁଲାସା କରିଛନ୍ତି । ଏଥିସହିତ ବୈଠକରେ ଆହୁରି କିଛି ନିଷ୍ପତ୍ତି ମଧ୍ୟ ଗ୍ରହଣ କରାଯାଇଛି । କୋଷାଧ୍ୟକ୍ଷ ଓ ସଚିବ ଚୟନ କରିବା ମିଟିଂର ଏକ ବଡ଼ ପ୍ରସଙ୍ଗ ଥିଲା । ମହିଳା ପ୍ରିମିୟର ଲିଗ (WPL)ର ଭେନ୍ୟୁ ମଧ୍ୟ ସ୍ପଷ୍ଟ ହୋଇଛି । ଆଇପିଏଲ କମିଶନରଙ୍କ ନିଯୁକ୍ତି ୧ ବର୍ଷ ପାଇଁ କରାଯାଇଛି ବୋଲି ଶ୍ରୀ ଶୁକ୍ଲା କହିଛନ୍ତ ।

ଦେବଜିତ ସୌକିୟା ବିସିସିଆଇର ନୂଆ ସଚିବ ଭାବେ ନିଯୁକ୍ତି ପାଇଛନ୍ତି । ସେହିପରି ପ୍ରଭତେଜ ସିଂହ ଭାଟିୟା କୋଷାଧ୍ୟକ୍ଷ ଭାବେ ନିଯୁକ୍ତି ପାଇଛନ୍ତି । ଏହି ଦୁହିଁଙ୍କ ନିଯୁକ୍ତି ନିର୍ବିରୋଧରେ ହୋଇଥିଲା । ଜୟ ଶାହ ଗତବର୍ଷ ଡିସେମ୍ବର ୧ ତାରିଖରେ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି)ର ଅଧ୍ୟକ୍ଷ ପଦ ସମ୍ଭାଳିବା ପରେ ସୌକିୟା ବିସିସିଆଇର ଅନ୍ତରୀଣ ସଚିବ ଭାବେ କାମ କରୁଥିଲେ । ଏବେ ସୌକିୟା ପୂର୍ଣ୍ଣକାଳୀନ ଦାୟିତ୍ବ ସମ୍ଭାଳିବେ ।

ମେଲବର୍ଣ୍ଣ ଟେଷ୍ଟ ପରେ ସନ୍ନ୍ୟାସ ନେବାକୁ ଚାହୁଁଥିଲେ ରୋହିତ! ଏହି କାରଣରୁ ବଦଳାଇଥିଲେ ମନ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ଭାରତକୁ ୩-୧ରେ ପରାଜୟର ସାମ୍ନା କରିବାକୁ ପଡ଼ିଥିଲା । ଏହାଫଳରେ ଦୀର୍ଘ ୧୦ ବର୍ଷ ପରେ ଟିମ୍ ଇଣ୍ଡିଆ ବର୍ଡର-ଗାଭାସ୍କର ଟ୍ରଫିକୁ ହାତଛଡ଼ା କରିବାକୁ ବାଧ୍ୟ ହୋଇଥିଲା । ଏଥିସହିତ ଓ୍ବାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ (WTC) ଫାଇନାଲ ରେସରୁ ଭାରତ ବାଦ୍ ପଡ଼ିଥିଲା । ଆସନ୍ତା ଜୁନ୍ ମାସ ୧୧-୧୫ରେ ମକ୍କା ଲର୍ଡସରେ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଫାଇନାଲ ମୁକାବିଲା ଖେଳାଯିବ । ଖରାପ ଫର୍ମ କାରଣରୁ ସିଡନୀ ଟେଷ୍ଟ ନ ଖେଳିବାକୁ ରୋହିତ ନିଷ୍ପତ୍ତି ନେଇଥିଲେ । ସେ ପ୍ଲେଇ-୧୧ରୁ ବାହାରେ ରହିବା ପରେ ବି ଭାରତକୁ ଉକ୍ତ ଟେଷ୍ଟରେ ପରାଜୟର ସାମ୍ନା କରିବାକୁ ପଡ଼ିଥିଲା । ତେବେ ମେଲବର୍ଣ୍ଣ ଟେଷ୍ଟ ପରେ ରୋହିତ ଅବସର ନେବାକୁ ଚାହୁଁଥିଲେ ବୋଲି ଏକ ରିପୋର୍ଟରେ ଦାବି କରାଯାଇଛି ।

ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜରେ ଅଧିନାୟକ ରୋହିତଙ୍କ ପ୍ରଦର୍ଶନ ସେପରି ଖାସ୍ ନଥିଲା । ସେ ୫ଟି ପାଳିରେ ୬.୨୦ ହାରରେ ମାତ୍ର ୩୧ ରନ୍ ସଂଗ୍ରହ କରିଥିଲେ । ଖରାପ ଫର୍ମ କାରଣରୁ ରୋହିତ ସିଡନୀ ଟେଷ୍ଟରୁ ବାହାରେ ରହିବାକୁ ନିଷ୍ପତ୍ତି ନେଇଥିଲେ । ତାଙ୍କର ଅନୁପସ୍ଥିତିରେ ଯଶପ୍ରୀତ ବୁମ୍ରା ଅଧିନାୟକ ଦାୟିତ୍ବ ସମ୍ଭାଳିଥିଲେ । ତେବେ ସେ ବାହାରେ ରହିବା ପରେ ବି ଭାରତ ସିଡନୀ ଟେଷ୍ଟକୁ ହାତଛଡ଼ା କରିଥିଲା । ଏବେ ଏକ ବଡ଼ ରିପୋର୍ଟ ସାମ୍ନାକୁ ଆସିଛି । ସେଥିରେ କୁହାଯାଇଛି, ମେଲବର୍ଣ୍ଣ ଟେଷ୍ଟ ପରେ ରୋହିତ ସନ୍ନ୍ୟାସ ନେବାକୁ ଚାହୁଁଥିଲେ, ମାତ୍ର ଶୁଭ ଚିନ୍ତକମାନେ ତାଙ୍କୁ ମନାଇଥିଲେ । ଏହାପରେ ସେ ସନ୍ନ୍ୟାସ ନେବାର ନିଷ୍ପତ୍ତି ବଦଳାଇଥିଲେ । ଏକ ସୂତ୍ର ମୁତାବକ, ଏମସିଜି ଟେଷ୍ଟ ପରେ ରୋହିତ ସନ୍ନ୍ୟାସ ନେବାର ମନ ବଦଳାଇଥିଲେ । ଯଦି ଶୁଭ ଚିନ୍ତକମାନେ ତାଙ୍କୁ ଅବସର ନେବାକୁ ରୋକିନଥାନ୍ତ, ତେବେ ଅଷ୍ଟ୍ରେଲିଆରେ ଆଉ ଜଣେ ଭାରତୀୟ ଖେଳାଳି ଅବସର ଘୋଷଣା କରିଥାନ୍ତେ ।

୫ଟି ପାଳିରେ ମାତ୍ର ୩୧ ରନ୍ କରିବା ଓ ଗତ ୬ଟି ଟେଷ୍ଟରେ ୬ ହାରରେ ରନ୍ ସଂଗ୍ରହ କରିବା କାରଣରୁ ରୋହିତ ସନ୍ନ୍ୟାସ ନେବାକୁ ସ୍ଥିର କରିଥିଲେ । ମାତ୍ର ନୂଆବର୍ଷରେ ସିଡନୀ ଟେଷ୍ଟ ପୂର୍ବରେ ତାଙ୍କ ମନ ବଦଳି ଯାଇଥିଲା । ରୋହିତଙ୍କ ସନ୍ନ୍ୟାସ ନେବା ନେଇ ମନ ପରିବର୍ତ୍ତନ ହେବା ପରେ ଟିମ୍ ଇଣ୍ଡିଆର ମୁଖ୍ୟ କୋଚ ଗୌତମ ଗମ୍ଭୀର ନାରାଜ ହୋଇଥିଲେ ବୋଲି ରିପୋର୍ଟରେ କୁହାଯାଇଛି । ଏସବୁ ମଧ୍ୟରେ ସିଡନୀ ଟେଷ୍ଟ ଅବସରରେ ରୋହିତ ବ୍ରଡକାଷ୍ଟର୍ସଙ୍କ ସହ ଆଲୋଚନା କରିଥିଲେ । ସେ ଅବସର ନେଉନାହାନ୍ତି ବୋଲି ସେହି ଅବସରରେ ରୋହିତ ସ୍ପଷ୍ଟ କରିଥିଲେ ।

ଲସ୍ ଏଞ୍ଜେଲସ୍ ନିଆଁ ନେଲାଣି ୧୬ ଜୀବନ: ପାଉଁଶ ହୋଇଗଲାଣି ୧୨ ହଜାରରୁ ଅଧିକ ଘର

ଲସ୍ ଏଞ୍ଜେଲସ୍: ଲସ୍ ଏଞ୍ଜେଲସ୍ ନିଆଁ ଲିଭିନାର ନାଁ ଧରୁନାହିଁ । ଏହି ନିଆଁରେ ୧୬ ଜଣଙ୍କ ଜୀବନ ଯିବା ସହ ୧୨ ହଜାରରୁ ଅଧିକ ଘର ଜଳି ପୋଡି ପାଉଁଶ ହୋଇଗଲାଣି। ଜଙ୍ଗଲ ନିଆଁ ଆଁରେ ପଶିଗଲାଣି ଜନବସତି। ଏହା ଥମିବାର ନାଁ ଧରୁନାହିଁ। ନିଆଁ ସହ ଚାରିଆଡେ ବ୍ୟାପିବାରେ ଲାଗିଛି ଧୂଆଁ। ଲସ୍ ଏଞ୍ଜେଲସରେ ଲାଗିଥିବା ନିଆଁ ବିକରାଳ ରୂପ ଧାରଣ କରି ଜନବସତି ଆଡକୁ ବଢ଼ି ଚାଲିଛି। ବର୍ତ୍ତମାନ ସୁଦ୍ଧା ଏହି ନିଆଁରେ ପୋଡି ୧୬ ଜଣଙ୍କ ଜୀବନ ଗଲାଣି। ସେହିପରି ୧୨ ହଜାରରୁ ଅଧିକ ଘର ଜଳି ପୋଡି ପାଉଁଶ ହୋଇଗଲାଣି।

ନିଆଁ ଲିଭାଇବା ପାଇଁ ସରକାର ଲାଗି ପଡିଛନ୍ତି। ତଥାପି ନିଆଁ ଆୟତ୍ତ ହେଉନାହିଁ। ଅଗ୍ନିଶମ ବାହିନୀ ନିଆଁ ଲିଭାଇବା ପାଇଁ ଝାଳ ବୁହା ପରିଶ୍ରମ ମଧ୍ୟ କରୁଛି। କିନ୍ତୁ ପ୍ରବଳ ପବନ ଯୋଗୁ ଏହା ଲିଭିବା ବଦଳରେ ବଢ଼ି ଚାଲିଛି। ପାଣିପାଗ ବିଭାଗର କହିବା ମୁତାବକ, ଆଜି ରାତି ଓ ସୋମବାର ଦିନ ଆହୁରି ଅଧିକ ପବନ ବହିବା ସମ୍ଭାବନା ରହିଛି। ତେଣୁ ନିଆଁ ଆହୁରି ବଢ଼ିବ ବୋଲି ଅଶଙ୍କା କରାଯାଇଛି। ଲସ୍ ଏଞ୍ଜେଲସ୍‌ କାଉଣ୍ଟିର ଚାରି ଅଞ୍ଚଳରେ ନିଆଁ ବ୍ୟାପି ତାଣ୍ଡବ ରଚିଛି। ଏଥିରେ ପେସିଫିକ୍‌ ପେଲିସେଡସ୍‌ ଅଞ୍ଚଳ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି। ଏଠାରେ ପ୍ରାୟ ୧୦୦୦ ଏକର ଯାଏଁ ନିଆଁ ବ୍ୟାପିଛି, ଯେଉଁଥିରେ ହଜାର ହଜର ଘର ଜଳି ପୋଡି ପାଉଁଶ ହୋଇଯାଇଛି। ଫଳରେ ଏଠାର ଲୋକ ଘର ଛାଡି ସୁରକ୍ଷିତ ସ୍ଥାନକୁ ଯିବାକୁ ବାଧ୍ୟ ହୋଇଛନ୍ତି।

ଇଟନ୍‌ ଓ ଅନ୍ୟ ଅଞ୍ଚଳର ମଧ୍ୟ ନିଆଁର ପ୍ରକୋପ ଜାରି ରହିଛି। ଲସ୍ ଏଞ୍ଜେଲସ କାଉଣ୍ଟିରେ ୧୦୦,୦୦୦ରୁ ଅଧିକ ବାସିନ୍ଦା ବିସ୍ଥାପିତ ହୋଇଯାଇଛନ୍ତି। ସେହିପରି ନିଆଁ ଲାଗି ଅନେକ ହଲିଉଡ ଷ୍ଟାର୍‌ ମଧ୍ୟ ପ୍ରଭାବିତ ହୋଇଛନ୍ତି। ସେମାନଙ୍କ ବେଶ୍‌ ଦାମୀ ଘରଗୁଡିକ ମଧ୍ୟ ପୋଡି ପାଉଁଶ ହୋଇଯାଇଛି। ଲସ୍ ଏଞ୍ଜେଲସ କାଉଣ୍ଟି ପୁଲିସ ବିଭାଗ କହିଛି ବର୍ତ୍ତମାନ ସୁଦ୍ଧା ନିଆଁରେ ପୋଡି ୧୬ ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ୧୩ ଜଣ ଏବେବି ନିଖୋଜ ଅଛନ୍ତି। ପୀଡିତଙ୍କୁ ଉଦ୍ଧାର କରିବା ପାଇଁ ସନ୍ଦାନୀ କୁକୁର ସ୍କ୍ୱାଡ୍‌ ସହାୟତାରେ ଅଗ୍ନି ପ୍ରଭାବିତ ଅଞ୍ଚଳରେ ଥିବା ଘର ଏବଂ ଅନ୍ୟାନ୍ୟ ଅଟ୍ଟାଳିକାରେ ସର୍ଚ୍ଚ ଅପରେସନ ଚାଲିଛି। ସୂଚନା ମୁତାବକ, କାଲିଫର୍ଣ୍ଣିଆ ଜଙ୍ଗଲରେ ନିଆଁ ଜାନୁଆରୀ ୭ ତାରିଖରେ ଲାଗିଥିଲା, ଯାହା ଏକ ସପ୍ତାହ ପରେ ମଧ୍ୟ ଥମିବାର ନାଁ ଧରୁନି। ନିଆଁ ଲିଭାଇବା ପାଇଁ ଆକାଶ ମାର୍ଗରୁ ପାଣି ସିଞ୍ଜନ ଚାଲିଛି, ତଥାପି ନିଆଁ ଆୟତ୍ତ ହେଉନାହିଁ।

HMPV ନେଇ କିଛି ଗାଇଡଲାଇନ୍ ଆସିନାହିଁ: ସ୍ବାସ୍ଥ୍ୟ ବିଭାଗ ସ୍ବତନ୍ତ୍ର ସଚିବ

ନନ୍ଦିଘୋଷ ବ୍ୟୁରୋ: HMPV ନେଇ କିଛି ଗାଇଡଲାଇନ ଏଯାଏଁ ଆସିନାହିଁ । କେନ୍ଦ୍ର ଓ NCDCର ବୈଷୟିକ ପରାମର୍ଶଦାତା କମିଟିର ନିର୍ଦ୍ଦେଶକୁ ଅପେକ୍ଷା କରାଯାଇଛି । ଥଣ୍ଡା, ଜ୍ୱର, କାଶରୁ ନିମୋନିଆ ହେବ । କୋଭିଡ୍ ସମୟରୁ ସବୁ ସ୍ୱାସ୍ଥ୍ୟ କେନ୍ଦ୍ରରେ ବ୍ୟବସ୍ଥା ଅଛି । ଆମେ ପ୍ରସ୍ତୁତ ଅଛୁ । IDSP ଅନୁସାରେ ସର୍ଭେଲାନ୍ସ ଚାଲିଛି । ଏହାର ଏତେ ଭୟଭୟତା ନାହିଁ । ଜିଲ୍ଲା ଗୁଡ଼ିକୁ ସର୍ଭେଲାନ୍ସ ନିର୍ଦ୍ଦେଶ ଦିଆଯାଇଛି । ରୋଗୀ ବାହାରିଲେ ସମୀକ୍ଷା ହେଉଛି । ILIS ସାରି ସର୍ଭେଲାନ୍ସ ହେଉଛି । ଶିଶୁ ମାନଙ୍କ ଉପରେ ଅଧିକ ଧ୍ୟାନ ଦିଆଯାଉଛି । ସଂକ୍ରମଣ ସମୟରେ ଔଷଧ ଓ ଆକ୍ସିଜେନ ମହାଜୁଦ ରଖିବାକୁ ହସ୍ପିଟାଲ ଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି ସ୍ୱାସ୍ଥ୍ୟ ବିଭାଗର ସ୍ୱତନ୍ତ୍ର ସଚିବ ଡାକ୍ତର ବିଜୟ ମହାପାତ୍ର ।

ଅତ୍ୟାଧୁନିକ ବସରେ ୪ ସହରରୁ ଅଯୋଧ୍ୟା ଗଲେ ତୀର୍ଥଯାତ୍ରୀ

ଅଯୋଧ୍ୟା: ଉତ୍ତରପ୍ରଦେଶର ପ୍ରୟାଗରାଜରେ ହେବାକୁ ଥିବା ମହାକୁମ୍ଭ ମେଳା ପାଇଁ ୪ଟି ସହରରୁ ଅଯୋଧ୍ୟାକୁ ଯାତ୍ରା କରିଛି ଅତ୍ୟାଧୁନିକ ବସ୍ । ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ ପକ୍ଷରୁ ଏହି ବସ ସେବା ଯୋଗାଇ ଦିଆଯାଇଛି । ପୁରୀ ସହିତ ସମ୍ବଲପୁର, ଭବାନୀପାଟଣା ଓ ବ୍ରହ୍ମପୁର ସହରରୁ ୨ଟି ଲେଖାଁଏ ବସ ପର୍ଯ୍ୟାୟ କ୍ରମେ ଅଯୋଧ୍ୟା ଅଭିମୁଖେ ଯାତ୍ରା କରିଛି । ଏଥିରେ ମହିଳା ଯାତ୍ରୀଙ୍କ ପାଇଁ ୫୦ ପ୍ରତିଶତ ରିହାତି ରହିଛି ।

ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୪ଟି ସହରରୁ ୮ଟି ବସ୍ ଅଯୋଧ୍ୟା ଅଭିମୁଖେ ଯାତ୍ରା କରିଛି । ଟିକେଟ ମୂଲ୍ୟ ୬, ୮୪୬ ଟଙ୍କା ରହିଥିବାବେଳେ ସର୍ବନିମ୍ନ ୫, ୮୯୬ଟଙ୍କା ରହିଛି । ଯାତ୍ରୀମାନଙ୍କ ରହିବା ଖାଇବାର ବ୍ୟବସ୍ଥା ଓଏସଆରଟିସି ପକ୍ଷରୁ କରାଯାଇଛି ।

ଆଜି ପୁରୀ ମାଳତୀପାଟପୁରଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭିଡିଓ କନଫେନ୍ସ ମାଧ୍ୟମରେ ଏହି ବସ୍ ସେବାକୁ ଉଦଘାଟନ କରିଥିଲେ । ପରେ ପୁରୀ ସାଂସଦ ସମ୍ବିତ ପାତ୍ର ସବୁଜ ପତାକା ଦେଖାଇ ବସ ଚଳାଚଳକୁ ଶୁଭାରମ୍ଭ କରିଥିଲେ । ଏହି ଅତ୍ୟାଧୁନିକ ବସରେ ୧୩ ଜଣ ଯାତ୍ରୀ ଅଯୋଧ୍ୟା ଅଭିମୁଖେ ଯାତ୍ରା କରିଛନ୍ତି । ପୁରୀରୁ ଯାଇଥିବା ବସ୍ ଭୁବନେଶ୍ୱର, କଟକ, ବାରିପଦା, ଜାମସେଦପୁର, ରାଞ୍ଚି, ଔରାଙ୍ଗବାଦ, ବାରଣାସୀ ଓ ପ୍ରୟାଗରାଜ ଦେଇ ଅଯୋଧ୍ୟାରେ ପହଞ୍ଚିବ ।

ଜଳଖିଆ ଦୋକାନକୁ ମାଡ଼ିଗଲା କାର୍, ଜଣେ ମୃତ

କଟକ: ଭଦ୍ରେଶ୍ୱର ଥାନା ଓସ୍ତପୁର ନାଲିଆପଡ଼ିଆ ବଜାରରେ ମର୍ମନ୍ତୁଦ ଦୁର୍ଘଟଣା । ଜଳଖିଆ ଦୋକାନ ଉପରକୁ ମାଡ଼ିଗଲା କାର୍ । ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଆଡତ ହୋଇଛନ୍ତି । ଆହତମାନଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଖବର ଅନୁସାରେ, କାର୍ ଚାଳକ ଦ୍ରୁତଗାମୀ ଗାଡ଼ି ଆଣି ଦୋକାନ ଭିତରେ ପୂରାଇ ଦେଇଥିଲେ । ଫଳରେ ଦୋକାନରେ ବସିଥିବା ୪ ଜଣ ଗୁରୁତର ଆହତ ହୋଇଥିଲେ । ସେମାନଙ୍କୁ ଉଦ୍ଧାର କରାଯାଇ ତୁରନ୍ତ କଟକ ପଠାଯାଇଥିଲା । ସେଠାର ଡାକ୍ତର ଜଣଙ୍କୁ ମୃତ ଘୋଷଣା କରିଥିଲେ । ମୃତକ ଜଣକ ହେଲେ ଓସ୍ତପୁର ଗାଁର ପରମାନନ୍ଦ ସାହୁ । ଅନ୍ୟ ୩ ଜଣ ଗୁରୁତର ଅବସ୍ଥାରେ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି ।

ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ କାରକୁ ଜବତ କରିଛି । ଏହାସହ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।

ଝାରସୁଗୁଡ଼ାରେ ବିଜେଡି ଫ୍ୟାକ୍ଟ ଫାଇଣ୍ଡିଂ କମିଟି

ଝାରସୁଗୁଡ଼ା: ଝାରସୁଗୁଡ଼ାରେ ପହଞ୍ଚିଲେ ବିଜେଡିର ଫ୍ଯାକ୍ଟ ଫାଇଣ୍ଡିଙ୍ଗ କମିଟି । କିର୍ମିରା ବ୍ଲକ ଅଧ୍ୟକ୍ଷ୍ୟାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଭୋଟକୁ ନେଇ ସୃଷ୍ଟି ହୋଇଥିବା ବିବାଦର ଅନୁଧ୍ଯାନ କରିବ କମିଟି । ଓଡ଼ିଶା ସରକାର ଓ ଛତିଶଗଡ଼ ସରକାର ଚକ୍ରାନ୍ତ କରି କିର୍ମିରାର ୯ ଜଣ ସମିତି ସଭ୍ୟ, ସରପଞ୍ଚ ଧ ନବ ଦାସଙ୍କ ପୁଅ ବିଶାଳ ଦାସଙ୍କୁ ଅଟକ ରଖିଥିଲେ । ଛତିଶଗଡ଼ର ସରେଇପାଲି ଥାନାରେ ସେମାନଙ୍କୁ ଅଟକ ରଖାଯାଇଥିଲା । ଅନାସ୍ଥା ଭୋଟ କରାଇ ନ ଦେବା ପାଇଁ ଏପରି କରାଯାଇଥିଲା । ସେମାନଙ୍କୁ ବହୁତ ସମୟ ଧରି ଛତିଶଗଡ଼ ପୋଲିସ ଅଟକ ରଖିବାରୁ ଅନାସ୍ଥା ଭୋଟ ହୋଇପାରି ନଥିଲା ।

ଏହି ଘଟଣାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିବା ପରେ ମୁକୁଳିଥିଲେ ପିଆରଆଇ ମେମ୍ବର ଓ ବିଶାଳ ଦାସ । ପୂରା ଘଟଣାର ଅନୁଧ୍ଯାନ କରିବାକୁ ଝାରସୁଗୁଡ଼ାରେ ପହଞ୍ଚିଛନ୍ତି ବିଜେଡିର ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ।