spot_img
Home Blog Page 1148

ବ୍ରହ୍ମଗିରିକୁ ପ୍ରାକୃତିକ ବିପର୍ଯ୍ୟୟରେ ସାମିଲ କରିବା ଦାବିରେ ବିଜେଡିର ବିକ୍ଷୋଭ

ପୁରୀ: ବ୍ରହ୍ମଗିରିକୁ ପ୍ରାକୃତିକ ବିପର୍ଯ୍ୟୟରେ ସାମିଲ କର । ଅତିଶୀଘ୍ର ଅଦିନିଆ ବର୍ଷାରେ ଫସଲ କ୍ଷୟକ୍ଷତିର ଆକଳନ କରି ସହାୟତା ଯୋଗାଅ । ଚାଷୀ ହତାଶ ହେବା ପୂର୍ବରୁ ସହଯୋଗର ହାତ ବଢାଉ ପ୍ରଶାସନ । ଏଭଳି ଦାବି ନେଇ ବ୍ରହ୍ମଗିରି ତହସିଲ କାର୍ଯ୍ୟାଳୟ ନିକଟରେ ବିଜେଡି ପକ୍ଷରୁ ଆଜି ଏକ ବିରାଟ ଗଣ ଧାରଣା ଆୟୋଜନ କରାଯାଇଛି ।

ଏଥିରେ ବିଜେଡିର ଶତାଧିକ କର୍ମୀଙ୍କ ସହ  ସ୍ଥାନୀୟ ସରପଞ୍ଚ, ସମିତି ସଭ୍ୟ, ପଞ୍ଚାୟତ ସମିତି ଅଧ୍ୟକ୍ଷଙ୍କ ସହ ପୂର୍ବତନ ମନ୍ତ୍ରୀ ସଞ୍ଜୟ ଦାସ ବର୍ମା ଯୋଗ ଦେଇଥିଲେ । ଧାରଣାରେ ଶତାଧିକ ଚାଷୀ ମଧ୍ୟ ସାମିଲ ହୋଇଛନ୍ତି । ଚାଷୀ ବିପଦରେ ଥିବା ବେଳେ ସରକାର ପ୍ରଚାରରେ ମାତିଥିବା ଅଭିଯୋଗ କରି କଟୁ ସମାଲୋଚନା କରିଛି ବିଜେଡି ।

ପୁରୀ ଜିଲ୍ଲାରେ ୬ଟି ବ୍ଲକ ସରକାରଙ୍କ ବିପର୍ଯ୍ୟୟ ତାଲିକାରେ ଥିବା ବେଳେ ବ୍ରହ୍ମଗିରି ଓ କୃଷ୍ଣପ୍ରସାଦ ବ୍ଲକ କିପରି ତାଲିକାରୁ ବାଦ୍ ପଡ଼ିଲା ବୋଲି ପ୍ରଶ୍ନ କରାଯାଇଛି । ସ୍ଥାନୀୟ  ପ୍ରଶାସନ କିପରି ତ୍ରୁଟିପୂର୍ଣ୍ଣ ରିପୋର୍ଟ ପ୍ରଦାନ କଲା ବୋଲି ମଧ୍ୟ ପ୍ରଶ୍ନ ଉଠିଛି । ଧାନ ମଣ୍ଡିରେ କଟଣି ଛଟଣି କଥା ମଧ୍ୟ ଉଠାଇ ସରକାରଙ୍କୁ ସମାଲୋଚନା କରିଛି ବିଜେଡି । ପରେ ମୁଖ୍ୟମନ୍ତ୍ରୀ ଓ ରାଜସ୍ବ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ତହସିଲଦାରଙ୍କ ମାଧ୍ୟମରେ ପ୍ରଦାନ କରାଯାଇଛି ।

ଧନୁଯାତ୍ରାରେ ଯୁବତୀଙ୍କୁ ଦୁଷ୍କର୍ମ ମାମଲା, ତିନି ଅଭିଯୁକ୍ତ ଗିରଫ

ବରଗଡ଼: ବିଶ୍ବ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ସମୟରେ ଯୁବତୀଙ୍କୁ ଦୁଷ୍କର୍ମ ମାମଲାରେ ତିନି ଅଭିଯୁକ୍ତ ଗିରଫ । ଘଟଣାର ମୁଖ୍ୟ ଅଭିଯୁକ୍ତ ଏବେ ବି ଫେରାର ଅଛି । ବରଗଡ଼ କୁର୍ଲା ଜଙ୍ଗଲରୁ ଗୁରୁତର ଅବସ୍ଥାରେ ଯୁବତୀଙ୍କୁ ଉଦ୍ଧାର କରାଯାଇଥିଲା ।

ଗିରଫ ପରେ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଛି । ମୁଖ୍ୟ ଅଭିଯୁକ୍ତକୁ ଫେରାର କରିବାରେ ଓ ପ୍ରମାଣ ନଷ୍ଟ କରିବାରେ ଏମାନେ ସହଯୋଗ କରିଥିବା ପୋଲିସ କହିଛି । ଗିରଫ ଅଭିଯୁକ୍ତମାନେ ହେଲେ ସର୍ଜନ ଡନସନା, ପ୍ରହଲ୍ଲାଦ ଦାସ ଏବଂ ଜୟକୃଷ୍ଣ ଡନସନା । ସର୍ଜନ ଏବଂ ପ୍ରହଲ୍ଲାଦ ବିଜେପୁର ବ୍ଲକ ପୁଟକା ଗାଁର ହୋଇଥିବା ବେଳେ, ଜୟକୃଷ୍ଣ ଜଗଦଳପୁର ଡୁମାଭଟା ଗାଁର ।

ସୈଫଙ୍କ ଆକ୍ରମଣକାରୀ ବାଂଲାଦେଶୀ ଜାତୀୟ କୁସ୍ତି ଖେଳାଳି

ମୁମ୍ବାଇ: ବଲିଉଡ଼ ଷ୍ଟାର ଅଭିନେତା ସୈଫ୍ ଅଲ୍ଲୀ ଖାନଙ୍କୁ ଆକ୍ରମଣ ଅଭିଯୋଗରେ ଗିରଫ ଅଭିଯୁକ୍ତ ମହମ୍ମଦ ଶରୀଫୁଲ ଇସଲାମ ଶେହଜାଦକୁ ନେଇ ଆସୁଛି ନୂଆ ନୂଆ ତଥ୍ୟ । ପଚରାଉଚରା ବେଳେ ପୋଲିସ ଜାଣିବାକୁ ପାଇଛି ଅଭିଯୁକ୍ତ ଶେହଜାଦ ବାଂଲାଦେଶର ଜଣେ କୁସ୍ତି ଖେଳାଳି । ବାଂଲାଦେଶର ଜାତୀୟ ସ୍ତରର କୁସ୍ତି ପ୍ରତିଯୋଗିତାରେ ମଧ୍ୟ ଭାଗ ନେଇଛି । କମ ଓଜନ ବର୍ଗରେ ସେ ଜିଲ୍ଲା ଓ ଜାତୀୟ ସ୍ତରରେ ଭଲ ପ୍ରଦର୍ଶନ କରୁଥିଲା । ଜଣେ କୁସ୍ତି ଯୋଦ୍ଧା ହୋଇଥିବାରୁ ସୈଫଙ୍କୁ ଆକ୍ରମଣ କରିବାକୁ ସେ ସକ୍ଷମ ହୋଇଥିବା ପଚରାଉଚରା ବେଳେ ପୋଲିସକୁ କହିଛି ।

ଶେହଜାଦଙ୍କୁ ନେଇ ମୁମ୍ବାଇ କ୍ରାଇମବ୍ରାଞ୍ଚ କହିଛି, ସୈଫଙ୍କୁ ଆକ୍ରମଣ କରିବା ପରେ ଅଭିଯୁକ୍ତ ୩ରୁ ୪ ଥର ଡ୍ରେସ୍ ଚେଞ୍ଜ କରିଥିଲା । ଘଟଣା ଭିଆଇବା ପରେ ଅଭିଯୁକ୍ତ ଏଣେ ତେଣେ ବୁଲୁଥିଲା । ପ୍ରଥମେ ସେ ବାନ୍ଦ୍ରା ଷ୍ଟେସନକୁ ଯାଇଥିଲା । ସେଠାରୁ ଦାଦର, ବର୍ଲି, ଆନ୍ଧେରୀ ଓ ପରେ ଠାଣେ ଯାଇଥିଲା । ଗତବର୍ଷ ଡିସେମ୍ବରରେ ଅଭିଯୁକ୍ତ ଶେହଜାଦ ମୁମ୍ବାଇ ଆସିଥିବା କ୍ରାଇମବ୍ରାଞ୍ଚ କହିଛି ।

ଏକାଧିକ ସେଲିବ୍ରିଟିଙ୍କ ଘରର କରିଥିଲା ରେକି

ପଚରାଉଚରାରୁ ଏହା ବି ଜଣାପଡ଼ିଛି ଯେ, ସୈଫଙ୍କ ଘରେ ପଶିବା ପୂର୍ବରୁ ଶେହଜାଦ ଏକାଧିକ ସେଲିବ୍ରିଟିଙ୍କ ଘରର ରେକି କରିଥିଲା । ରିକ୍ସା ଚାଳକଙ୍କ ପାଖରୁ ଅଭିଯୁକ୍ତ ସେଲିବ୍ରିଟିଙ୍କ ଘର ସମ୍ପର୍କରେ ସୂଚନା ଏକାଠି କରୁଥିଲା । ଶାହରୁଖ ଖାନ ଏବଂ ସୈଫଙ୍କ ବ୍ୟତୀତ ଏକାଧିକ ସେଲିବ୍ରିଟିଙ୍କ ଘରର ରେକି କରିଥିଲା ଅଭିଯୁକ୍ତ ।

ରବିବାର ସକାଳେ ଠାଣେ ସହରରୁ ପୋଲିସ ଅଭିଯୁକ୍ତକୁ ଗିରଫ କରିଥିଲା । ଠାଣେର ଏକ ଜଙ୍ଗଲୀ ଅଞ୍ଚଳରେ ଥିବା ଶ୍ରମିକଙ୍କ ଶିବିରରେ ଶେହଜାଦ ଥିବା ପୋଲିସ ସୂଚନା ପାଇଥିଲା । ଏହାପରେ ତାକୁ ଧରିବାକୁ ପୋଲିସ ଯୋଜନା କରିଥିଲା । ପ୍ରାୟ ୭ ଘଣ୍ଟାର ଅଭିଯାନ ପରେ ଶେହଜାଦକୁ ଗିରଫ କରାଯାଇଥିଲା ।

ଆରଜି କର ମେଡିକାଲ କଲେଜ ଡାକ୍ତରୀ ଛାତ୍ରୀଙ୍କ ଦୁଷ୍କର୍ମ ଓ ହତ୍ୟା ମାମଲା; ଅଭିଯୁକ୍ତ ସଞ୍ଜୟକୁ ଯାବଜ୍ଜୀବନ କାରାଦଣ୍ଡାଦେଶ

କୋଲକାତା: ଆରଜି କର ମେଡିକାଲ କଲେଜର ଜୁନିୟର ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଆସିଲା ଗୁରୁତ୍ବପୂର୍ଣ୍ଣ ରାୟ । କୋଲକାତା ସିଆଲଦା କୋର୍ଟ ଦେଲେ ବଡ଼ ରାୟ । ଅଭିଯୁକ୍ତ ସଞ୍ଜୟ ରାୟଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ ଶୁଣାଇଲେ କୋର୍ଟ । ମୃତ୍ୟୁ ପର୍ଯ୍ୟନ୍ତ ଜେଲରେ ରହିବେ ସଞ୍ଜୟ । ଗତବର୍ଷ ଅଗଷ୍ଟ ୯ ତାରିଖରେ ଘଟିଥିଲା ଘଟଣା । ଯାହା ସାରା ଦେଶକୁ ସ୍ତବ୍ଧ କରି ଦେଇଥିଲା । ମୃତ ଛାତ୍ରୀଙ୍କୁ ନ୍ୟାୟ ଦେବା ଦାବିରେ ସାରା ଦେଶରେ ହୋଇଥିଲା ଡାକ୍ତରଙ୍କ ଆନ୍ଦୋଳନ । ୫୭ ଦିନର ଶୁଣାଣି ପରେ ପ୍ରକାଶ ପାଇଛି ରାୟ । ସଞ୍ଜୟଙ୍କ ବିରୋଧରେ ଲାଗିଛି ୬୪, ୬୬, ୧୦୩ ପରି ସଙ୍ଗୀନ ଦଫା । ଏହାସହ ୧୭ ଲକ୍ଷ ଟଙ୍କା ପୀଡ଼ିତାଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।

ଦୁଷ୍କର୍ମ ଓ ହତ୍ୟା ମାମଲାର ଘଟଣା କ୍ରମ

ଗତବର୍ଷ ଅଗଷ୍ଟ ୯ରେ ଘଟିଥିଲା ଏହି ଚାଞ୍ଚଲ୍ଯକର ଘଟଣା । ପରଦିନ ଅଭିଯୁକ୍ତ ସଞ୍ଜୟ ରାୟକୁ ଗିରଫ କରିଥିଲା ପୋଲିସ । ଅଗଷ୍ଟ ୧୨ରେ ଆରଜି କର ମେଡିକାଲର ପ୍ରିନ୍ସିପାଲ ସନ୍ଦୀପ ଘୋଷ ଦେଇଥିଲେ ଇସ୍ତଫା । ଘଟଣାର ୨ ଦିନ ପରେ ଅଗଷ୍ଟ ୧୩ ତାରିଖରେ ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ କଲିକତା ହାଇକୋର୍ଟ । ଘଟଣାକୁ ନେଇ ଅଗଷ୍ଟ ୨୦ରେ ପଶ୍ଚିମବଙ୍ଗ ସରକାର ଓ ପୋଲିସକୁ ସୁପ୍ରିମକୋର୍ଟ ତୀବ୍ର ଭର୍ତ୍ସନା କରିଥିଲେ । ଆର୍ଥିକ ଅନିୟମିତତାର ତଦନ୍ତ ପାଇଁ ସିବିଆଇକୁ ହସ୍ତାନ୍ତର ଲାଗି ଅଗଷ୍ଟ ୨୩ ତାରିଖରେ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ ।

ଘଟଣାର ତ୍ବରିତ ନ୍ୟାୟ ପାଇଁ ଅଗଷ୍ଟ ୨୭ ତାରିଖରେ ପଶ୍ଚିମବଙ୍ଗ ସଚିବାଳୟ ନବନ୍ନା ଘେରାଉ କରାଯାଇଥିଲା । ପଶ୍ଚିମବଙ୍ଗ ସରକାରକୁ ଆକ୍ଷେପ କରି ଅଗଷ୍ଟ ୨୮ରେ ବିଜେପି ପଶ୍ଚିମବଙ୍ଗ ବନ୍ଦ ଆନ୍ଦୋଳନ କରିଥିଲା । ତୀବ୍ର ଆନ୍ଦୋଳନ ପରେ ଅଗଷ୍ଟ ୨୮ ତାରିଖରେ ସନ୍ଦୀପ ଘୋଷଙ୍କୁ ସଦସ୍ଯ ପଦରୁ ସସପେଣ୍ଡ କରିଥିଲା ଆଇଏମଏ । ସସପେଣ୍ଡ ପରେ ସେପ୍ଟମ୍ବର ୨ରେ ମେଡିକାଲ କଲେଜ ଦୁର୍ନୀତି ମାମଲାରେ ସନ୍ଦୀପ ଘୋଷକୁ ଗିରଫ କରିଥିଲା ପୋଲିସ ।ଏହି ଘଟଣାକୁ ନଜରରେ ରଖି ସେପ୍ଟେମ୍ବର ୩ ତାରିଖ ବିଧାନସଭାରେ ଅପରାଜିତା ମହିଳା ଓ ଶିଶୁ ବିଲ-୨୦୨୪ ଆଗତ କରାଯାଇଥିଲା । ସେପ୍ଟେମ୍ବର ୮ରେ ଜଷ୍ଟିସ ଫର ଅଭୟା ଆହ୍ବାନରେ ବିଶ୍ବରେ ହ୍ଯୁମାନ ଚେନ ଗଠନ କରାଯାଇଥିଲା ।

ବହୁ ଦିନର ଛାତ୍ର ଆନ୍ଦୋଳନ ପରେ ସେପ୍ଟେମ୍ବର ୧୪ ତାରିଖରେ ଧାରଣାସ୍ଥଳକୁ ଆସି ଡାକ୍ତରଙ୍କୁ ଭେଟିଥିଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଘଟଣାକୁ ଚପାଇ ଦେବା ଉଦ୍ଦେଶ୍ୟରେ ପ୍ରମାଣ ନଷ୍ଟ ଅଭିଯୋଗରେ ସେପ୍ଟେମ୍ବର ୧୪ ତାରିଖରେ ସନ୍ଦୀପ ଘୋଷକୁ ଗିରଫ କରାଯାଇଥିଲା । ସରକାରଙ୍କ ତରଫରୁ ପ୍ରତିଶ୍ରୁତି ମିଳିବା ପରେ ସେପ୍ଟେମ୍ବର ୧୯ ତାରିଖରେ ଆନ୍ଦୋଳନରୁ ଓହରିଥିଲେ ଡାକ୍ତର । ଏହି ଘଟଣାରେ ନଭେମ୍ବର ୪ରେ ସଞ୍ଜୟ ରାୟ ବିରୋଧରେ ସିବିଆଇର ଚାର୍ଜ ଫ୍ରେମ ଦାଖଲ କରିଥିଲା । ଦୁଷ୍କର୍ମ ଓ ହତ୍ୟା ମାମଲାରେ ନଭେମ୍ବର ୧୧ ତାରିଖରେ ସିଆଲଦା କୋର୍ଟରେ ମାମଲାର ବିଚାର ଆରମ୍ଭ ହୋଇଥିଲା । ସିବିଆଇ ତରଫରୁ ନଭେମ୍ବର ୨୯ ତାରିଖରେ  କଲେଜର ଆର୍ଥିକ ଅନିୟମିତତାକୁ ନେଇ ୧୨୫ ପୃଷ୍ଠା ଚାର୍ଜସିଟ ଦାଖଲ କରାଯାଇଥିଲା ।

ପ୍ରସିଦ୍ଧ କଳାକାର ଯୋଗେଶ ମହାଜନଙ୍କର ହାର୍ଟ ଆଟାକରେ ମୃତ୍ୟୁ

ନନ୍ଦିଘୋଷ ବ୍ୟୁରୋ: ମନୋରଞ୍ଜନ ଦୁନିଆରୁ ଆସିଲା ଏକ ବଡ ଦୁଃଖଦ ଖବର । ହିନ୍ଦି ଟିଭି ସିରିୟଲ ଏବଂ ମରାଠୀ ସିନେମାରେ କାମ କରିଥିବା ପ୍ରସିଦ୍ଧ କଳାକାର ଯୋଗେଶ ମହାଜନଙ୍କର ଗତକାଲି ନିଧନ ହୋଇଯାଇଛି । ଅଭିନେତାଙ୍କ ମୃତ୍ୟୁ ହାର୍ଟ ଆଟାକ କାରଣରୁ ହୋଇଥିବା ପ୍ରାଥମିକ ତଦନ୍ତରୁ ସୂଚନା ମିଳିଛି । ଅଭିନେତାଙ୍କ ମୃତ୍ୟୁ ଖବର ଜାଣିବା ପରେ ଟିଭି ଜଗତରେ ଶୋକର ଛାୟା ଖେଳିଯାଇଛି ।

ଖବର ଅନୁଯାୟୀ, ଅଭିନେତାଙ୍କ ମୃତ୍ୟୁ ତାଙ୍କ ଫ୍ଲାଟରେ ହୋଇଛି । ସେ ସୁଟିଂକୁ ନଆସିବାରୁ କ୍ରିଉ ମେମ୍ବରସ ତାଙ୍କ ଫ୍ଲାଟକୁ ଯାଇଥିଲେ । ସେତେବେଳେ ତାଙ୍କ ଦ୍ବାର ବନ୍ଦ ଥିବାରୁ ଭାଙ୍ଗିକି ଭିତରକୁ ପ୍ରବେଶ କଲାପରେ ସେ ତଳେ ପଡିଥିଲେ । ତୁରନ୍ତୁ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା କିନ୍ତୁ ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା । ଏବଂ ଡାକ୍ତରଙ୍କ ଅନୁଯାୟୀ ହାର୍ଟ ଆଟାକ କାରଣରୁ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଥିଲା ।

ଇଣ୍ଡିଆ ଟୁଡେକୁ ତାଙ୍କ କୋ-ଷ୍ଟାର ଆଂକାକ୍ଷା ରାଓ୍ବତ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ଦେଇଛନ୍ତି । ଯୋଗେଶକୁ ନେଇ ଆଂକାକ୍ଷା କହିଛନ୍ତି  ସେ ଜଣେ ବହୁତ ଭଲ ଲୋକ ଥିଲେ । ତାଙ୍କ ବ୍ୟବହାର ଓ ଆଚରଣ ବହୁତ ଭଲ ଥିଲା । ଆମେ ଏକ ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି କାମ କରୁଥିଲୁ । ତାଙ୍କର ମୃତ୍ୟୁ ଆମକୁ ଗଭୀର ଆଘାତ ଦେଇଛି ।

୧୯୭୬ମସିହା ସେପ୍ଟେମ୍ବରରେ ଯୋଗେଶଙ୍କର ଜନ୍ମ । ନିଜ ବଳରେ ବିନା ଗଡ ଫାଦରରେ ସେ ଟିଭି ପରଦାରେ ନାଁ କମାଇଥିଲେ । ଯୋଗେଶଙ୍କର ୭ବର୍ଷର ପୁଅ ଅଛି । ତାଙ୍କ ମୃତ୍ୟୁ ପରେ ସ୍ତ୍ରୀ ସମେତ ପୁରା ପରିବାରରେ ଶୋକର ଛାୟା ଖେଳିଯାଇଛି । ଆଜି ଦିନ ୧୧ଟାରେ ଯୋଗେଶଙ୍କର ଅନ୍ତିମ ସଂସ୍କାର ସମାପନ ହୋଇଛି । ଯୋଗେଶ ବିଭିନ୍ନ କାମ କରିଛନ୍ତି । ସେଥିିମଧ୍ୟରୁ ଶିବ ଶିକ୍ତ-ତପ, ତ୍ୟାଗ, ତାଣ୍ଡଭ ଭଳି ଉଚ୍ଚକୋଟୀର ସିରିୟଲ ଦେଇସାରିଛନ୍ତି ।

ଟ୍ରମ୍ପଙ୍କ ଶପଥ: କାହାକୁ ନିମନ୍ତ୍ରଣ ? ଶପଥ ଗ୍ରହଣରେ କ’ଣ ରହିଛି ସ୍ବତନ୍ତ୍ରତା ?

ନନ୍ଦିଘୋଷ ବ୍ୟୁରୋ: ଡୋନାଲ୍ଡ ଟ୍ରମ୍ପ ଆଜି ୪୭ତମ ରାଷ୍ଟ୍ରପତି ଭାବେ ଦାୟିତ୍ବ ନେବେ । ବିଶ୍ବର ସର୍ବଶକ୍ତିମାନ ରାଷ୍ଟ୍ରର ଦ୍ବିତୀୟ ଥର ଲାଗି ମୁକୁଟ ପିନ୍ଧିବେ ଟ୍ରମ୍ପ । ଶପଥ ନେବା ପରେ ଉଦବୋଧନ ଦେବେ ଡୋନାଲ୍ଡ ଟ୍ରମ୍ପ । ଏହି ଉତ୍ସବରେ ସାମିଲ ହେବା ପାଇଁ  ବିଶ୍ବର ୨୩ଟି ରାଷ୍ଟ୍ରର ପ୍ରାୟ ୭ ହଜାର ୫୦୦ ଅତିଥି ସାମିଲ ହେବେ । ଉତ୍ସବକୁ ଆହୁରି ରୋମାଞ୍ଚିତ କରିବା ପାଇଁ ପରେଡରେ ଭାଗ ନେବେ ସେନା, ସାମୁଦ୍ରିକ ସେନା, ନୌସେନା, ବାୟୁସେନା ସମେତ ତଟରକ୍ଷୀ ବାହିନୀ ଓ ମର୍ଚ୍ଚାଣ୍ଟ ମାରିନ ଏକାଡେମି । ଶପଥ ଗ୍ରହଣକୁ ଚିତ୍ତାକର୍ଷକ କରିବା ପାଇଁ ବହୁ ବ୍ୟବସ୍ଥା କରାଯାଇଛି । ଟ୍ରମ୍ପଙ୍କ ସମେତ ଜେଡି ବେନ୍ସ ମଧ୍ୟ ଉପରାଷ୍ଟ୍ରପତି ଭାବେ ଶପଥ ନେବେ । ଆମେରିକାର ମୁଖ୍ୟ ବିଚାରପତି ଜଷ୍ଟିସ ଜନ ରବର୍ଟସ ସେମାନଙ୍କୁ ଶପଥ ଗ୍ରହଣ କରାଇବେ । ଆମେରିକାରେ ଏହା ପ୍ରଥମଥର ହେବାକୁ ଯାଉଛି । ରାଷ୍ଟ୍ରପତିଙ୍କ ଶପଥ ଗ୍ରହଣ ସମାରୋହ ଗ୍ରାଣ୍ଡ ଭାବରେ ଆୟୋଜନ କରାଯାଇଛି ।

ସାମିଲ ହେବେ ନାମୀଦାମୀ ବ୍ୟକ୍ତି

ଏହି ଶପଥ ଗ୍ରହଣରେ ସାମିଲ ହେବା ପାଇଁ ଦେଶ ବିଦେଶରୁ ବହୁ ନାମୀଦାମୀ ବ୍ୟକ୍ତି ଆସିଛନ୍ତି । ଭାରତରୁ ବିଦେଶ ମନ୍ତ୍ରୀ ଜୟଶଙ୍କର ସମେତ ଅମ୍ବାନୀ ପରିବାର ଟ୍ରମ୍ପଙ୍କ ଶପଥ ଗ୍ରହଣରେ ସାମିଲ ହେବେ । ଏହାସହିତ ଚୀନର ଉପରାଷ୍ଟ୍ରପତି ହାନ ଝୋଙ୍ଗ ମଧ୍ୟ ସାମିଲ ହେବେ । ଇଟାଲୀର ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନୀ, ଆର୍ଜେଣ୍ଟିନା ରାଷ୍ଟ୍ରପତି ଜେଭିୟର ମେଲେଇ, ଇକ୍ବାଡୋର ରାଷ୍ଟ୍ରପତି ଡେନିଆଲ ନୋବେଆ, ଅଲସଲ୍ବାଡୋର ରାଷ୍ଟ୍ରପତି ନାୟବ ବୁକେଲେ, ବ୍ରାଜିଲର ପୂର୍ବତନ ରାଷ୍ଟ୍ରପତି ଜାୟର ବୋଲ୍ସୋନାରେ, ହଙ୍ଗେରୀ ପ୍ରଧାନମନ୍ତ୍ରୀ ଓ୍ବିକ୍ଟର ଓର୍ବାନ, ପୋଲାଣ୍ଡର ପୂର୍ବ ପ୍ରଧାନମନ୍ତ୍ରୀ ମାଟେଉଜ ମୋରାବିକ ଏବଂ ବ୍ରିଟେନର ନେତା ନାଇଜଲ ଫରାଜ ଇତ୍ୟାଦି ସାମିଲ ହେବେ । ଏହା ସହିତ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜୋ ବାଇଡେନଙ୍କ ସମେତ ବାରାକ ଓବାମା ଏବଂ ଜର୍ଜ ଡବ୍ଲ୍ୟୁ ବୁଶ ଆଦି ସାମିଲ ହେବେ । ମୁକେଶ, ନୀତା ଅମ୍ବାନୀଙ୍କ ସମେତ ଅରବପତି ଏଲନ ମସ୍କ, ଆମାଜନ ସିଇଓ ଜେଫ ବେଜୋସ, ମେଟା ସିଇଓ ଜୁକରବର୍ଗ, ଆପଲର ଟିମ କୁକ, ଓପନଏଆଇର ସ୍ୟାମ ଆଁଲଟନ ଏବଂ ଟିକଟିକର ପ୍ରମୁଖ ଶାଓ ଜୀ ଚ୍ୟୁ ମଧ୍ୟ ଏହି ଗ୍ରାଣ୍ଡ ଶପଥ ଗ୍ରହଣ ଉତ୍ସବର ସାକ୍ଷୀ ହେବେ ।

ଶପଥ ଗ୍ରହଣରେ ହେବ ଗ୍ରାଣ୍ଡ ସମାରୋହ

ବର୍ତ୍ତମାନ ଆମେରିକାରେ ପ୍ରବଳ ଶୀତ ଲହରୀ ଜାରି ଥିବାରୁ ଏହି ଶପଥ ଗ୍ରହଣ ସମାରୋହକୁ କ୍ୟାପିଟାଲ ହିଲ ଭିତର କ୍ୟାପିଟାଲ ରୋଟୁଣ୍ଡାରେ ଅନୁଷ୍ଠିତ ହେବ । ଆମେରିକା ସଂସଦ କ୍ୟାପିଟାଲ ହିଲରେ ପାଖାପାଖି ୭୦୦ଅତିଥିଙ୍କ ଗହଣରେ ଟ୍ରମ୍ପ ଶପଥ ନେବେ । ଆପଣଙ୍କୁ କହିରଖୁଛୁକି, ଟ୍ରମ୍ପଙ୍କ ଶପଥଗ୍ରହଣକୁ ଭବ୍ୟ କରିବା ପାଇଁ ୧୭କୋଟି ଡଲାର ଚାନ୍ଦା ଆଦାୟ କରାଯାଇଛି । ସର୍ବପ୍ରଥମେ ନିୟମାନୁଯାୟୀ ଜେଡି ବେନ୍ସ ପ୍ରଥମେ ଉପରାଷ୍ଟ୍ରପତି ଭାବେ ଶପଥ ନେବେ । ଏହାପରେ ଟ୍ରମ୍ପ ରାଷ୍ଟ୍ରପତି ପଦ ପାଇଁ ଶପଥ ଗ୍ରହଣ କରିବେ । କିନ୍ତୁ ଏହା ପୂର୍ବରୁ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଏହି ଅବସରରେ ପରେଡର ଝଲକ ମଧ୍ୟ ଦେଖିବାକୁ ମିଳିବ ।

୩୫ଶବ୍ଦ ମଧ୍ୟରେ ରହିବ ଟ୍ରମ୍ପଙ୍କ ଶପଥ

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଶପଥ ମାତ୍ର ୩୫ଗୋଟି ଶବ୍ଦ ମଧ୍ୟରେ ରହିବ । ରାଷ୍ଟ୍ରପତି ଶପ୍ଥ ନେବାବେଳେ କହିବେ ଯେ, ମୁଁ ସତ୍ୟନିଷ୍ଠା ସହିତ ଶପଥ ନେଉଛି କି, ମୁଁ ଯୁକ୍ତ ରାଷ୍ଟ୍ର ଆମେରିକାରର ରାଷ୍ଟ୍ରପତି ପଦକୁ ନିଷ୍ଠାପୂର୍ବକ ନିର୍ବାହ କରିବି । ଏବଂ ନିଜର ପୂର୍ଣ୍ଣ କ୍ଷମତା ସହିତ ଯୁକ୍ତରାଷ୍ଟ୍ର ଆମେରିକାର ସମ୍ବିଧାନର ସଂରକ୍ଷଣ, ସୁରକ୍ଷା କରିବି ।

ଦୁଇଟି ବାଇବେଲ ଉପରେ ହାତରଖି ନେବେ ଶପଥ

ସୂଚନା ଅନୁଯାୟୀ ଟ୍ରମ୍ପ ଦୁଇଟି ବାଇବେଲକୁ ହାତରେ ଧରି ରାଷ୍ଟ୍ରପତି ପଦ ପାଇଁ ଶପଥ ନେବେ । ଗୋଟିଏ ବାଇବେଲ ତାଙ୍କ ମା’ ତାଙ୍କଚ ୧୯୫୫ରେ ପ୍ରଦାନ କରିଥିଲେ । ଯାହା ଉପରେ ହାତ ରଖି ସେ ପଦ ପାଇଁ ଶପଥ ନେବେ । ଏବଂ ଦ୍ବିତୀୟ ବାଇବେଲ ଲିଙ୍କନ ବାଇବେଲ ଅଟେ । ଭେଲବେଟ କପଡାରେ ଆଚ୍ଛାଦିତ ଏହି ବାଇବେଲ ଉପରେ ୧୮୬୧ ମସିହାରେ ଆବ୍ରାହମ ଲିଙ୍କନ ରାଷ୍ଟ୍ରପତି ପଦ ପାଇଁ ଶପଥ ନେଇଥିଲେ ।

 

ହମାସ କବଳରୁ ମୁକ୍ତ ହେଲେ ୩ ମହିଳା ଇସ୍ରାଏଲୀ ପଣବନ୍ଦୀ

ନନ୍ଦିଘୋଷ ବ୍ୟୁରୋ: ହମାସ କବଳରୁ ଫେରିଲେ ୩ ଇସ୍ରାଏଲୀ ପଣବନ୍ଦୀ । ଇସ୍ରାଏଲ-ଗାଜା ମଧ୍ୟରେ ଯୁଦ୍ଧବିରତି ଘୋଷଣା ପରେ ଗତକାଲି ୩ ମହିଳା ପଣବନ୍ଦୀଙ୍କୁ ମୁକ୍ତ କରିଛି ଆତଙ୍କୀ ସଂଗଠନ ହମାସ । ଦୀର୍ଘ ୪୭୧ ଦିନ ପରେ ହମାସ କବଳରୁ ଏହି ପଣବନ୍ଦୀ ମୁକ୍ତ ହୋଇଛନ୍ତି। ହମାସର ଆତଙ୍କୀ ୩ ପଣବନ୍ଦୀଙ୍କୁ ରେଡକ୍ରସ କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରିଥିଲେ। ୩ ପଣବନ୍ଦୀ ମୁକ୍ତ ହେବାପରେ ସେମାନଙ୍କ ପରିବାରକୁ ଭେଟି ଭାବବିହ୍ଵଳ ହୋଇପଡିଛନ୍ତି । ଦୀର୍ଘ ୧୫ ମାସର ପଣବନ୍ଦୀ ଜୀବନ କାଟିବା ପରେ ଏମାନେ ଆତଙ୍କୀଙ୍କ କବଳରୁ ମୁକ୍ତ ହୋଇଛନ୍ତି ।

୩ ପଣବନ୍ଦୀ ହେଲେ ରୋମି ଗୋନେନ, ଏମିଲି ଦାମାରି ଏବଂ ଡୋରେନ ଷ୍ଟିନବ୍ରେଚର। ଏହି ୩ ମହିଳା ପଣବନ୍ଦୀ ମୁକ୍ତ ହେବାପରେ ନିଜ ପରିବାର ଲୋକଙ୍କୁ ସାକ୍ଷାତ କରିଛନ୍ତି। ୩ ପଣବନ୍ଦୀଙ୍କ ବଦଳରେ ଇସ୍ରାଏଲ ୯୦ ଦଣ ପାଲେଷ୍ଟିନୀୟ ବନ୍ଦୀଙ୍କୁ ମୁକ୍ତ କରିଛି। ଇସ୍ରାଏଲ-ଗାଜା ମଧ୍ୟରେ ଯୁଦ୍ଧ ବିରାମର ଏହା ପ୍ରଥମ ପର୍ଯ୍ୟାୟ। ଦୀର୍ଘ ୪୨ ଦିନର ହେବ ଏହି ଯୁଦ୍ଧବିରାମ। ଏହି ସମୟରେ ୩୩ ପଣବନ୍ଦୀଙ୍କୁ ମୁକ୍ତ କରିବେ ହମାସ ଆତଙ୍କୀ। ଏହାର ବଦଳରେ ଇସ୍ରାଏଲ ଶତାଧିକ ପାଲେଷ୍ଟିନୀୟ ବନ୍ଦୀଙ୍କୁ ମୁକ୍ତ କରିବ।

ଯୁଦ୍ଧ ବିରାମ ସତ୍ଵେ ଇସ୍ରାଏଲ ସେନା ପକ୍ଷରୁ ବିଭିନ ସ୍ଥାନରେ ସୈନ୍ୟ ଅପରେସନ ଜାରି ରହିଥିଲା। ଯୁଦ୍ଧବିରାମରେ ସାମାନ୍ୟ ବିଳମ୍ବ ଯୋଗୁ ଏହି ସୈନ୍ୟ ଅଭିଯାନରେ ୧୯ ଜଣଙ୍କ ମୃତ୍ୟୁ ଘଟିଥବାବେଳେ ୨୫ ଜଣ ଆହତ ହୋଇଛନ୍ତି। ଯୁଦ୍ଧ ବିରାମ ଲାଗୁ ହେବାପରେ ଗାଜାରେ ଅନେକ ଲୋକ ତମ୍ବୁ, ପୋଷାକ ଏବଂ ନିଜ ନିଜ ଜିନିଷ ନେଇ ଘରକୁ ଫେରୁଥିବା ଦେଖିବାକୁ ମିଳିଥିଲା। ଯୁଦ୍ଧର ଭୟରେ ଅନେକ ବଂକର ତଳେ ଲୁଚି ରହିଥିଲେ। ଘରକୁ ଫେରୁଥିବାରୁ ଲୋକଙ୍କ ମଧ୍ୟରେ ଖୁସି ଦେଖବାକୁ ମିଳିଛି।

ଟ୍ରମ୍ପଙ୍କ ପାର୍ଟୀରେ ଭାରତୀୟ ଶାଢ଼ିର ଚମକ, ଦୃଷ୍ଟି ଆକର୍ଷଣ କରିଥିଲା ନୀତାଙ୍କ କାଞ୍ଚିପୁରମ ସିଲ୍କ ଶାଢ଼ି

ନନ୍ଦିଘୋଷ ବ୍ୟୁରୋ: ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କ ରିସେପସନରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି ଭାରତର ଶାଢ଼ୀ। କାରଣ ଏହି ଶାଢ଼ି ପିନ୍ଧି ରିସେପସନରେ ଯୋଗ ଦେଇଥିଲେ ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନିଙ୍କ ପତ୍ନୀ ନୀତା ଅମ୍ଵାନି। ଆମେରିକାର ରାଷ୍ଟ୍ରପତି ଭାବେ ଟ୍ରମ୍ପ ଆଜି ଶପଥ ନେବା ପୂର୍ବରୁ ଏକ ପ୍ରାଇଭେଟ ରିସେପସନ ଦେଇଥିଲେ। ଏଥିରେ ଯୋଗ ଦେଇଥିଲେ ମୁକେଶ ଅମ୍ଵାନି ଓ ତାଙ୍କ ପତ୍ନୀ ନୀତା ଅମ୍ଵାନି।

ଏଥିର ନୀତା ଏକ ଆକର୍ଷଣୀୟ ଶାଢ଼ି ପିନ୍ଧିଥିଲେ। ଏହା ଏକ କାଂଚିପୁରମ ସିଲ୍କ ଶାଢ଼ି। ଏଥିରେ ପ୍ରାୟ ୧୦୦ଟି ପାରମ୍ପରିକ ମୋତିଫ୍ ରହିଥିଲା। ସେଗୁଡ଼ିକ ମଧ୍ୟରେ କାଂଚିପୁରମର ଆଧ୍ଯାତ୍ମିକ ଓ ଐତିହାସିକ ତଥ୍ଯ ରହି ଛି। ଅଷ୍ଟାଦଶ ଶତାବ୍ଦୀର କାଂଚିପୁରମ ମନ୍ଦିର ବି ରହିଛି ଶାଢ଼ିରେ । ପାରମ୍ପରିକ ଭାରତୀୟ ଡିଜାଇନର ଅଳଙ୍କାର ବି ରହିଛି। ଜାତୀୟ ପୁରସ୍କାରପ୍ରାପ୍ତ ବି. କ୍ରିଷ୍ଣମୂର୍ତ୍ତି ଏହି ଶାଢ଼ି ଡିଜାଇନ କରିଛନ୍ତି। ଶାଢ଼ିରେ ସ୍ଥାନ ପାଇଛି ଭାରତର ପରମ୍ପରା, ଐତିହ୍ୟ ଓ ପୌରାଣିକ କଥାବସ୍ତୁ। ଏହି କାଂଚିପୁରମ ସିଲକ ଶାଢ଼ିକୁ ବେଶ୍ ମାନୁଥିଲା ଭେଲଭେଟ ବ୍ଲାଉଜ୍। ଏହାକୁ ଡିଜାଇନ କରିଛନ୍ତି ମନୀଷ ମଲହୋତ୍ରା ।

ନୀତା ଅମ୍ଵାନି ପିନ୍ଧିଥିବା ସୁନ୍ଦର ପାରମ୍ପରିକ ଅଳଙ୍କାର ମଧ୍ୟ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ଟ୍ରମ୍ପଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବାକୁ ମୁକେଶ ଅମ୍ଵାନି ଓ ନୀତା ଅମ୍ଵାନିଙ୍କୁ ନିମନ୍ତ୍ରଣ ଆସିଛି। ଭାରତ ସରକାରଙ୍କ ତରଫରୁ ବୈଦେଶିକ ବ୍ଯାପାର ମନ୍ତ୍ରୀ ଏସ୍ ଜୟଶଙ୍କର ଏହି ଶପଥ ଗ୍ରହଣ ସମାରୋହରେ ଯୋଗ ଦେବେ।

ଜେହ’କୁ ବନ୍ଧକ ବନାଇ ବାଂଲାଦେଶ ଫେରିବାକୁ ଚାହୁଁଥିଲା ମହମ୍ମଦ ଶରୀଫୁଲ

ମୁମ୍ବାଇ: ସୈଫ ଅଲ୍ଲୀଖାନଙ୍କ ଛୁରାମାଡ ଘଟଣାରେ ପୁଣି ଏକ ନୂଆ ମୋଡ । ପୁଣି ଏକ ଚାଞ୍ଚଲ୍ୟକର ବୟାନ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଅଭିଯୁକ୍ତ ମହମ୍ମଦ ଶରୀଫୁଲ ଇସଲାମ ଶେହଜାଦ ପୁଣି ଏକ ବଡ ଖୁଲାସା କରିଛି । ସୂଚନା ଅନୁଯାୟୀ ଅଭିଯୁକ୍ତ ମହମ୍ମଦ ସରିଫୁଲ କରୀନା-ସୈଫଙ୍କ ପୁଅ ଜହାଙ୍ଗୀର(ଜେହ)ଙ୍କୁ ବନ୍ଧକ ବନେଇ ୧କୋଟି ମାଗିବାର ଯୋଜନା କରିଥିଲା । ଅଭିଯୁକ୍ତର ଉଦ୍ଦେଶ୍ୟ ୧କୋଟି ପଇସା ନେଇ ବାଂଲାଦେଶ ଫେରିଯିବାର ଯୋଜନା ଥିଲା । ଅଭିଯୁକ୍ତକୁ ବାଂଲାଦେଶ ଫେରିଯିବା ପାଇଁ ନକଲି ପାସପୋର୍ଟର ଆବଶ୍ୟକତା ଥିଲା । ଯେଉଁଥିପାଇଁ ତାକୁ ପଇସା ଦରକାର ଥିଲା । ସେଥିପାଇଁ ସେ ଏଭଳି ଯୋଜନା କରିଥିଲା । ଅଭିଯୁକ୍ତଙ୍କୁ ପଚରାଉଚରା କରିବାବେଳେ ଏହି କଥାର ପର୍ଦ୍ଦାଫାଶ ହୋଇଛି ।

ଆକ୍ରମଣକାରୀ ପ୍ରଥମେ ସୈଫଙ୍କ ଘରେ ପଣି ଚାକରୀରଣୀ ଲୀମା ଫିଲିପ୍ସଙ୍କୁ ୧କୋଟି ଟଙ୍କା ମାଗିଥିଲା । କିନ୍ତୁ ସେ ଦେଇନଥିବାରୁ ଲିମା ଏବଂ ଅଭିଯୁକ୍ତଙ୍କ ମଧ୍ୟରେ ଟଣାଓଟରା ହୋଇଥିଲା । ଏହି ସମୟ ମଧ୍ୟରେ ଘରର ବାକି ଲୋକ ଉଠିଯିବାରୁ ସେ ଭୟଭୀତ ହୋଇପଡିଥିଲା । ଚାକରାଣୀ ଏବଂ ତାଙ୍କ ଭିତରେ ଝଗଡା ବଳେ ଅଭିଯୁକ୍ତ ଭୟରେ ସୈଫଙ୍କ ଉପରେ ଆକ୍ରମଣ କରିଥିଲା । ଅଭିଯୁକ୍ତ ପ୍ରଥମେ ଲିମା ଉପରେ ଆକ୍ରମଣ କରିଥିଲା ପରେ ସୈଫ ମଝିରେ ଆସିଯିବାରୁ ତାଙ୍କୁ ଆକ୍ରମଣର ଶିକାର ହେବାକୁ ପଡିଲା । ପ୍ରଥମେ ସୈଫଙ୍କ ବେକକୁ ଆକ୍ରମଣ କରାଯାଇଥିଲା ପରେ ଅଣ୍ଟାକୁ ଆକ୍ରମଣ ହୋଇଥିଲା ।

ଅଭିଯୁକ୍ତ ବାବଦରେ ଆଉ ଏକ ବଡ ଖୁଲାସା ହୋଇଛି । ସେ ବାଂଲାଦେଶରେ ଜଣେ କୁସ୍ତି ଖେଳାଳୀ ଥିଲା । ସେ ଛୋଟବେଳୁ କୁସ୍ତିରେ ମାହିର ଥିଲା  । ଏହି କାରଣ ପାଇଁ ସେ ପୁରା ଫିଟ ଥିଲା । ଯେଉଥିଁପାଇଁ ତାକୁ ଅଟକାଇବା ମୁସ୍କିଲ ହୋଇଥିଲା । ସେ ପଇସା ନେଇ ବାଂଲାଦେଶ ଫେରିଯିବାକୁ ଚାହୁଁଥିଲା ।

ରାଜସ୍ଥାନ କୋଟାରୁ ଫେରିଲା ଓଡ଼ିଆ ଛାତ୍ରଙ୍କ ମୃତଦେହ, ମୁଣ୍ଡ କଚାଡି କାନ୍ଦୁଛି ମାଆ

ଉଦଳା: ରାଜସ୍ଥାନ କୋଟାରେ ଇଞ୍ଜିନିଅରିଂ ପ୍ରସ୍ତୁତି କରୁଥିବା ଛାତ୍ରଙ୍କ ମୃତ୍ୟୁ ଘଟଣା ସନ୍ଦେହ ଘେରରେ ରହିଛି । ଆଜି ସକାଳୁ ତାଙ୍କର ମୃତଦେହ ଘରେ ପହଞ୍ଚିଛି । ମୃତକ ମୟୂରଭଞ୍ଜ ଖୁଣ୍ଟା ଥାନା ଟିଟିଆ ଗାଁର ଅଭିଜିତ ଗିରି । ମୃତଦେହ ପହଞ୍ଚିବା ପରେ ପୂରା ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । କାନ୍ଦ ବୋବାଳିରେ ଫାଟି ପଡୁଛି ପରିବେଶ। ଅଭିଜିତ କୋଟାରେ ରହି JEE କୋଚିଂ ନେଉଥିବାବେଳେ ଆତ୍ମହତ୍ୟା କରିଥିବା ଖବର ମିଳିଥିଲା ।

ଅନ୍ୟପଟେ ପୁଅ ଭଲ ପାଠ ପଢ଼ୁଥିବାରୁ ତାକୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ। ମେସରେ ହତ୍ୟା କରି ଝୁଲାଇ ଦେଇଥିବା କୋଟା ଥାନାରେ ଅଭିଯୋଗ କରିଛନ୍ତି । ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ ଦାବି କରିଛନ୍ତି ପରିବାର ।