spot_img
Home Blog Page 1143

ସିସିଟିଭରେ ଲାଗିଥିଲା କଳା ଟେପ୍, ପଣ୍ଡିତଙ୍କ ପାଖରେ କିପ୍ୟାଡ ଫୋନ : ନୀରଜଙ୍କ ବିବାହ ସମୟରେ କାହିଁକି କରାଗଲା ଏମିତି ?

ନନ୍ଦିଘୋଷ ବ୍ୟୁରୋ: ଗୋଲଡେନ ବୟ ନୀରଜଙ୍କ ବିବାହ ସରିଛି । କିନ୍ତୁ ତାଙ୍କ ବିବାହକୁ ନେଇ ବିଭିନ୍ନ ଚର୍ଚ୍ଚା ସରିନି । ବିବାହ ସମୟରେ ଗୋଟିଏ ପରେ ଗୋଟିଏ ଖବର ସାମ୍ନାକୁ ଆସୁଛି । ଗତ ୧୬ ତାରିଖରେ ଟେନିସ ତାରକା ହିମାନୀଙ୍କ ନୀରଜ ବିବାହ କରିଛନ୍ତି । ଗୁପ୍ତଭାବେ ସେମାନଙ୍କ ବିବାହ ସମ୍ପନ୍ନ ହୋଇଛି । ହିମାଚଳ ପ୍ରଦେଶରେ ସେମାନଙ୍କ ବିବାହ ହୋଇଥିବାବେଳେ ଏବେ ଏହି ଦମ୍ପତ୍ତି ହନିମୁନରେ ଯାଇଛନ୍ତି । ତେବେ ଏମାନଙ୍କ ବିବାହ ଖବର କାହାକୁ ପୂର୍ବରୁ ଜଣାନଥିଲା । କିମ୍ବା ଏନେଇ ଗଣମାଧ୍ୟମରେ ମଧ୍ୟ ଖବର ପ୍ରସାରଣ କରାଯାଇନଥିଲା । ତେବେ ଏମାନେ ଏତେ ଗୁପ୍ତରେ ବିବାହ କରିଛନ୍ତି ତାହା ଧିରେ ଧିରେ ଏବେ ସାମ୍ନାକୁ ଆସିବାରେ ଲାଗିଛି ।

ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି କି, ଯେଉଁ ରିସର୍ଟରେ ସେମାନଙ୍କ ବିବାହ ହେଉଥିଲା ସେଠାରେ ଲାଗିଥିବା ସିସିଟିଭିରେ କଳା ଟେପ୍ ଲଗାଯାଇଥିବାବେଳେ ଅଜ୍ଞାତ କ୍ୟାମେରା ମ୍ୟାନ ଯାଇଥିଲେ । କେବଳ ଏତିକି ନୁହେଁ ଯେଉଁ ପଣ୍ଡିତ ସେମାନଙ୍କ ବିବାହ କରିଥିଲେ ତାଙ୍କୁ ଏକ କିପ୍ୟାଡ଼ ମୋବାଇଲ ମଧ୍ୟ ଦିଆଯାଇଥିଲା । ସାଉଥରୁ କ୍ୟାମେରାମ୍ୟାନ ଆସିଥିଲେ । ଯେଉଁମାନେ ନୀରଜ ଏବଂ ହିମାନୀଙ୍କ ଚିହ୍ନି ନଥିଲେ ।

ପିସିସି ସଭାପତି ନେଇ ଟଣାଓଟରା ଚାଲିଛି: ନିରଞ୍ଜନ ପଟ୍ଟନାୟକ

ନନ୍ଦିଘୋଷ ବ୍ୟୁରୋ: ପିସିସି ସଭାପତି ସସପେନ୍ସ । କଂଗ୍ରେସ ମୁଖିଆ ଘୋଷଣା ନେଇ ବିଳମ୍ବ ହେଉଥିବାବେଳେ ବଡ଼ ବୟାନ ଦେଇଛନ୍ତି ପୂର୍ବତନ ପିସିସି ସଭାପତି ତଥା ଦଳର ବରିଷ୍ଠ ନେତା ନିରଞ୍ଜନ ପଟ୍ଟନାୟକ । କହିଛନ୍ତି, ପିସିସି ସଭାପତି ନେଇ ଟଣାଓଟରା ଚାଲିଛି । କେବେ ହେବ ସେ ଜାଣିନାହାଁନ୍ତି । ମୁଁ କେତେବେଳେ PCC ସଭାପତି ହେଲି ଓ ବାଦି ହେଲି ଜାଣିପାରିଲିନି । କେବଳ ଓଡ଼ିଶା ନୁହେଁ ଅଲଗା ରାଜ୍ଯର ବି ହୋଇନି । ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ଯୋଗଦେଇ ଏପରି ଅସନ୍ତୋଷ ଝାଡିଛନ୍ତି ନିରଞ୍ଜନ । ଏହାର ଜବାବରେ ଜୟଦେବ ଜେନା କହିଛନ୍ତି, ପିସିସି ନେଇ ଆଲୋଚନା ଓ ପର୍ଯ୍ୟାଲୋଚନା ଚାଲିଛି । ଜାନୁଆରୀ ୩୦ ଭିତରେ ପିସିସି ସଭାପତି ଘୋଷଣା ହୋଇପାରେ ବୋଲି ପୂର୍ବାନୁମାନ କରିଛନ୍ତି ଜୟଦେବ ।

୧୦ ପ୍ରସ୍ତାବରେ ବାଜିଲା କ୍ୟାବିନେଟ୍ ମୋହର

ନନ୍ଦିଘୋଷ ବ୍ୟୁରୋ: ୧୦ଟି ପ୍ରସ୍ତାବକୁ ମୋହର ମାରିଛି ରାଜ୍ୟ କ୍ୟାବିନେଟ ବୈଠକ। ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା ଉପରେ ରାଜ୍ୟ କ୍ୟାବିନେଟ ମୋହର ମାରିଛି । ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଏହା କରାଯିବ । ୬୭୯୪ ଗ୍ରାମ ପଞ୍ଚାୟତରେ ଗୋଟିଏ ଗୋଟିଏ ସ୍ମାର୍ଟ ସ୍କୁଲ କରିବେ ସରକାର । ଗୋଟିଏ ବିଦ୍ୟାଳୟ ପିଛା ୪ ରୁ ୫ କୋଟି ଟଙ୍କା ଖର୍ଚ୍ଚ କରାଯିବ। ୪ ବର୍ଷରେ ଏହା ଶେଷ ହେବ। ଚଳିତ ଆର୍ଥିକ ବର୍ଷରୁ ୧୧୪ ପ୍ରାଥମିକ ବିଦ୍ୟାଳୟରୁ ଏହାର ଶୁଭାରମ୍ଭ ହେବ। ଏଥିପାଇଁ ୧୨ ହଜାର କୋଟି ଟଙ୍କା ଖର୍ଚ୍ଚ କରିବେ ରାଜ୍ୟ ସରକାର। ୬୭୯୪ଟି ଆଦର୍ଶ ପ୍ରାଥମିକ ବିଦ୍ୟାଳୟ କାର୍ଯ୍ୟକ୍ଷମ ହେଲେ ଶିକ୍ଷାଗତ ସୁବିଧା ବୃଦ୍ଧି ପାିବା ସାଙ୍ଗକୁ ଗୁଣାତ୍ମକ ଶିକ୍ଷା ଉପଲବ୍ଧ ହେବ। ଏହାସହ ଶିକ୍ଷାକ୍ଷେତ୍ରରେ ବିଦ୍ୟାର୍ଥୀମାନଙ୍କ ସାମଗ୍ରିକ ବିକାଶ ବୃଦ୍ଧି ପାଇବ। ସେମାନଙ୍କ ମଧ୍ୟରେ ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ ଦକ୍ଷତା ବୃଦ୍ଧି ପାଇଁ ଶିକ୍ଷା ଅଧିକାର ଆଇନ ୨୦୦୯, ଜାତୀୟ ଶିକ୍ଷା ନୀତି ୨୦୨୦ ଏବଂ ନିପୂଣ ଓଡ଼ିଶାର ଉଦ୍ଦେଶ୍ୟ ପୂରଣ କରିବାକୁ ମାନକ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା କରାଯିବ।

କୋଲକାତା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା: ଅଭିଯୁକ୍ତକୁ ଫାଶୀ ପାଇଁ ରାଜ୍ୟ ସରକାରଙ୍କ ଦାବି ପରେ ସିବିଆଇର ପ୍ରତିକ୍ରିୟା

ନନ୍ଦିଘୋଷ ବ୍ୟୁରୋ: କୋଲାକାତା ଜୁନିଅର ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟାର ଦୋଷୀ ସଂଜୟ ରାୟକୁ ଫାଶୀ ବଦଳରେ ମୃତ୍ୟୁ ପର୍ଯ୍ୟନ୍ତ ଜେଲ ଦଣ୍ଡକୁ ନେଇ ଅସନ୍ତୋଷ ଜାରି ରହିଛି। ତାକୁ ଫାଶୀ ଦିଆଯାଉ ବୋଲି ଦାବି ହେଉଛି। ଗତକାଲି ଏ ନେଇ ହାଇକୋର୍ଟକୁ ଯାଇଥିଲେ ମମତା ବାନାର୍ଜୀ ସରକାର। ସଂଜୟ ରାୟକୁ ଫାଶୀ ଦିଆଯାଉ ବୋଲି ଦାବି କରିଥିଲେ ପଶ୍ଚିମବଙ୍ଗ ସରକାର। ଆଜି ହାଇକୋର୍ଟରେ ସିବିଆଇ ତରଫରୁ କୁହାଯାଇଛି, ପଶ୍ଚିମବଙ୍ଗ ସରକାର ଏପରି ଦାବି ଆଇନଗତ ଭାବେ ଠିକ ନୁହେଁ। ପଶ୍ଚିମବଙ୍ଗ ସରକାର ନିଜ ତରଫରୁ ଏପରି ଦାବି କରିପାରିବେ ନାହିଁ। କେବଳ କେନ୍ଦ୍ର ସରକାର କିମ୍ବା ତଦନ୍ତକାରୀ ସଂସ୍ଥା ସିବିଆଇ ହିଁ ଏପରି ଦାବି କରିପାରିବେ। ଫାଶୀ ଦାବି କରିବାର ଅଧିକାର ପଶ୍ଚିମବଙ୍ଗ ସରକାରଙ୍କର ନାହିଁ। ଏପରି ଦାବି କେବଳ ତଦନ୍ତକାରୀ ସଂସ୍ଥା ସିବିଆଇ କିମ୍ଵା କେନ୍ଦ୍ର ସରକାର କରିପାରିବେ ବୋଲି ସିବିଆଇ ପକ୍ଷରୁ କୁହାଯାଇଛି। ଆସନ୍ତା ସୋମବାର ମାମଲାର ପରବର୍ତ୍ତୀ ଶୁଣାଣି ହେବ।

କେନ୍ଦ୍ର ସରକାରଙ୍କ ଆଗରେ ୭ଟି ଦାବି ରଖିଲେ କେଜରିୱାଲ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଆଗରେ ୭ଟି ଦାବି ରଖିଲେ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆପ୍ ସୁପ୍ରିମୋ ଅରବିନ୍ଦ କେଜରିୱାଲ । ସେ କହିଛନ୍ତି ଆସନ୍ତା ସାଧାରଣ ବଜେଟ ମଧ୍ୟବିତ୍ତଙ୍କ ପାଇଁ ହେଉ। ସେମାନେ  ପେଶି ହେଉଛନ୍ତି। ଗରିବ ଲୋକଙ୍କ ପରି ସେମାନେ ଭୋଟ୍ ବ୍ୟାଙ୍କ ନୁହନ୍ତି କି ଧନୀ ଲୋକଙ୍କ ପାଇଁ ସେମାନେ ନୋଟ୍ ବ୍ୟାଙ୍କ ନୁହନ୍ତି। ତେଣୁ ଆସନ୍ତା ବଜେଟରେ ମଧ୍ୟବିତ୍ତଙ୍କ ସ୍ଵାର୍ଥକୁ ଗୁରୁତ୍ଵ ଦିଆଯାଉ ବୋଲି ଦାବି କରିଛନ୍ତି କେଜରିୱାଲ।

ଶିକ୍ଷା ବଜେଟକୁ ୨ରୁ ୧୦ ପ୍ରତିଶତ କରାଯାଉ। ଉଚ୍ଚଶିକ୍ଷା ପାଇଁ ସବସିଡି ଓ ସ୍କଲାରସିପ ଦିଆଯାଉ। ସ୍ଵାସ୍ଥ୍ୟ ବଜେଟକୁ ୧୦ ପ୍ରତିଶତ କରାଯାଉ। ସ୍ଵାସ୍ଥ୍ୟ ବୀମାକୁ ଟ୍ୟାକ୍ସ ଛାଡ଼ କରାଯାଉ। ଆୟକର ଛାଡ଼ ସୀମାକୁ ୧୦ ଲକ୍ଷ କରାଯାଉ। ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀରୁ ଜିଏସଟି ଛାଡ଼୍ କରାଯାଉ। ବରିଷ୍ଠ ନାଗରିକଙ୍କ ପାଇଁ କରାଯାଉ ରିଟାୟାରମେଣ୍ଟ ପ୍ଲାନ ଓ ପେନସନ ପ୍ଲାନ। ସମସ୍ତ ସରକାରୀ ଓ ପ୍ରାଇଭେଟ ହସପିଟାଲରେ ବରିଷ୍ଠ ନାଗରିକଙ୍କୁ ମାଗଣା ଚିକିତ୍ସା ଦିଆଯାଉ । ରେଳ ଯାତ୍ରାରେ ବରିଷ୍ଠ ନାଗରିକଙ୍କୁ ୫୦ ପ୍ରତିଶତ ରିହାତି ଦିଆଯାଉ। ବି

ଜେପିକୁ ଟାର୍ଗେଟ କରି କେଜରିୱାଲ କହିଛନ୍ତି, ଏହି ଦଳ ହିଂସା ଓ ଗୁଣ୍ଡାଗର୍ଦ୍ଦି କରୁଛି। ହାରିବାର ଆଶଙ୍କାରେ ବିଜେପି ଏପରି କରୁଥିବା ଅଭିଯୋଗ କରିଛନ୍ତି କେଜରିୱାଲ। ସେ ଭବିଷ୍ୟବାଣୀ କରିଛନ୍ତି, ଏଥର ବିଜେପି ସବୁଠାରୁ ବଡ଼ ପରାଜୟ ଭୋଗିବ।

 

ପୁରୀ ଜିଲ୍ଲା କଣାସରେ ଝାଡ଼ାବାନ୍ତି; ନିୟନ୍ତ୍ରଣକୁ ଆସିପାରିନାହିଁ ଆକ୍ରାନ୍ତଙ୍କ ସଂଖ୍ୟା

ପୁରୀ: ପୁରୀ ଜିଲ୍ଲା କଣାସରେ ଝାଡ଼ାବାନ୍ତି ଘଟଣା। ଏବେ ବି ଆକ୍ରାନ୍ତ ସଂଖ୍ୟା ନିୟନ୍ତ୍ରଣକୁ ଆସିପାରି ନାହିଁ। ଗତ ୧୦ ଦିନ ଭିତରେ ଶତାଧିକ ଆକ୍ରାନ୍ତ ବିଭିନ୍ନ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ କିଛି ଲୋକ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। କେତେକ ଲୋକ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି। ଗତକାଲି ରାଜ୍ୟ ଜନସ୍ଵାସ୍ଥ୍ୟ ବିଭାଗ ଅତିରିକ୍ତ ନିର୍ଦ୍ଦେଶକ, ଜିଲ୍ଲାପାଳ ଓ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ସଂକ୍ରମିତ ଗାଁ କୁ ଯାଇ ସ୍ଥିତି ପରଖିଥିଲେ। ଗ୍ରାମବାସୀ ଓ ଡାକ୍ତରୀ ଦଳ ସହ ସ୍ଵାସ୍ଥ୍ୟାବସ୍ଥା ସଂପର୍କରେ ପଚାରି ବୁଝିଛନ୍ତି। ନୂଆଗାଁ, ଜାଗୁଳାଇପଦର ଗାଁର ସ୍ଥିତି ଦେଖିବା ପରେ କଣାସ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଯାଇ ଆକ୍ରାନ୍ତଙ୍କ ଅବସ୍ଥା ବୁଝିଥିଲେ।

ଗତକାଲି ଜାଗୁଳାଇପଦର, ନୂଆଗାଁ, ନଇକୂଳପାଟଣା, ନୂଆ ଦୋକନ୍ଦା, ପାଇକମରା, ଗୋପୀନାଥପୁର, ୬ଟି ଗାଁ ର ୧୨ଜଣ ଝାଡାବାନ୍ତିରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି। ଝାଡ଼ାବାନ୍ତି ବ୍ୟାପିବାର ମୁଖ୍ୟ କାରଣ ଦୂଷିତ ଜଳ ହୋଇଥିବା ବେଳେ ଏହାର ସ୍ଥାୟୀ ସମାଧାନ ନ କଲେ ସରକାରୀ ଅଧିକାରୀଙ୍କୁ ଅଟକ ରଖିବାକୁ ଗ୍ରାମବାସୀ ଚେତାବନୀ ଦେଇଛନ୍ତି।

ଏସଟିଏଫ ପଞ୍ଝାରେ ଗଞ୍ଜେଇ ମାଫିଆ, ୧ କୁଇଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ

ଖୋର୍ଦ୍ଧା: ଏସଟିଏଫ ପଞ୍ଝାରେ ଗଞ୍ଜେଇ ମାଫିଆ । କନ୍ଧମାଳରୁ ପଶ୍ଚିମବଙ୍ଗ ଚାଲାଣ ବେଳେ ଧରିଲା STF । ଗତକାଲି ସନ୍ଧ୍ୟାରେ ଖୋର୍ଦ୍ଧା ଚନ୍ଦକା ରୋଡ଼ ଲତା ଭୁଆସୁଣୀ ମନ୍ଦିର ନିକଟରେ ଚଢାଉ କରାଯାଇଥିଲା ।

ବିଶେଷ ସୂତ୍ରରୁ ଖବର ପାଇ କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାସ୍କଫୋର୍ସ ଚଢ଼ାଉ କରିଥିଲା। ଏକ କାରରେ ୩ ଜଣ ଯାଉଥିବା ବେଳେ ଚଢ଼ାଉ ହୋଇଥିଲା । ଚଢ଼ାଉ ବେଳେ ୩ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ୧ କୁଇଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ କରାଯାଇଛି । ୩ ଜଣଙ୍କୁ ଏହି ମାମଲାରେ ଗିରଫ କରାଯାଇଛି । ଗିରଫ ୩ ଅଭିଯୁକ୍ତ ହେଲେ ଅକ୍ଷୟ କୁମାର ବିନ୍ଧାଣୀ, ବିକ୍ରମ କୁମାର ବେହେରା ଓ କୁକୁନା ବେହେରା। ନିଶା ଚାଲାଣରେ ବ୍ୟବହୃତ କାରଟିକୁ ମଧ୍ୟ ଜବତ କରାଯାଇଛି । କେସ ନମ୍ବର ୨ , NDPS ଦଫାରେ ୩ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଛି ।

ଦୟା ପ୍ରଦୂଷିତ; ପର୍ଯ୍ୟଟନସ୍ଥଳୀକୁ ନେଇ ଚିନ୍ତା, ପର୍ଯ୍ୟଟନସ୍ଥଳୀର ସ୍ଵଚ୍ଛତାକୁ ଗୁରୁତ୍ଵ: ପ୍ରଭାତୀ ପରିଡ଼ା

ଭୁବନେଶ୍ୱର: ଦୟା ନଦୀର ପ୍ରଦୂଷିତ ଜଳ ବ୍ୟବହାର କରି ଲୋକେ ମୃତ୍ୟୁମୁଖରେ ପଡ଼ିବା ପରେ ରାଜ୍ୟର ବିଭିନ୍ନ ପର୍ଯ୍ୟଟନସ୍ଥଳୀକୁ ନେଇ ଚିନ୍ତା ବଢିଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି, ଜଳ ପ୍ରଦୂଷଣ ରୋକିବା ଜଳସେଚନ ବିଭାଗର କାମ। ତଥାପି ପର୍ଯ୍ୟଟନସ୍ଥଳୀର ସ୍ଵଚ୍ଛତା ଉପରେ ଗୁରୁତ୍ଵ ଦିଆଯାଉଛି । ବର୍ଷ ସାରା ଜଳ ପ୍ରବାହର ସ୍ରୋତକୁ ଧ୍ୟାନ ଦିଆଯାଉଛି। ଏହାକୁ ସ୍ୱାଭାବିକ କରାଇବା ପାଇଁ ଓ ପ୍ରଦୂଷଣ ରୋକିବା ପାଇଁ ଉଦ୍ୟମ କରାଯାଉଛି। ହୀରାକୁଦକୁ ଗୁଜରାଟର ସାବରମତୀ ରିଭରଫ୍ରଣ୍ଟ ଭଳି କରିବାକୁ ଉଦ୍ୟମ ଆରମ୍ଭ ହୋଇଛି।

ସେହିପରି ସାତକୋଶିଆ, ଭିତରକନିକା, ଦେବରୀଗଡ଼, ଶିମିଳିପାଳ, କୋରାପୁଟର କୋଲାବରେ ଫାଉଣ୍ଡେସନ ହେବ। ୨୦୨୫ ଶେଷ କିମ୍ଵା ୨୬ ଆରମ୍ଭରେ ଏସବୁ କାର୍ଯ୍ୟକାରୀ ହେବ ବୋଲି ସେ କହିଛନ୍ତି। ରାଜସ୍ଥାନର ବିଭିନ୍ନ ଐତିହ୍ୟପୂର୍ଣ୍ଣ ସ୍ଥାନରେ କୃତ୍ରିମ ହ୍ରଦ କରାଯାଇଛି। କିନ୍ତୁ ଓଡ଼ିଶାରେ ଜଳର ପ୍ରାକୃତିକ ସ୍ରୋତ ଥିବାରୁ ଏହାର ବିକାଶ ଉପରେ ଧ୍ୟାନ ଦିଆଯାଉଥିବା ସେ କହିଛନ୍ତି।

ନନ୍ଦନକାନନରେ ରେସକ୍ୟୁ ହାତୀ ଶାବକ ମୃତ

ଭୁବନେଶ୍ୱର: କରଞ୍ଜିଆ ବନଖଣ୍ଡରୁ ଚିକିତ୍ସା ପାଇଁ ନନ୍ଦନକାନନ ଆସିଥିବା ହାତୀ ଛୁଆର ମୃତୁ ଘଟିଛି । ହାତୀ ଛୁଆର ବୟସ ୫ରୁ ୬ ବର୍ଷ ହେବ ବୋଲି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

ହାତୀ ଛୁଆର ମେରୁଦଣ୍ଡ ହାଡ଼ ଇନଜୁରୀ ଥିବାବେଳେ ସେ ପାରାଲିସିସ ରୋଗରେ ପୀଡିତ ଥିଲା । ନନ୍ଦନକାନନ ଚିକିତ୍ସାଳୟରେ ଚିକିତ୍ସ ହେଉଥିଲା । ଆଜି ସକାଳୁ ହାତୀ ଛୁଆଟିର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

କଣାସରେ ଝାଡାବାନ୍ତି ବ୍ୟାପିବା ଏବଂ ଲୋକଙ୍କ ମୃତ୍ୟୁକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି ବିଜେଡି

ଭୁବନେଶ୍ୱର: ପୁରୀ ଜିଲ୍ଲା କଣାସ ଅଞ୍ଚଳରେ ଝାଡ଼ାବାନ୍ତି ବ୍ୟାପିବା ଓ ଏଥିରେ ଲୋକଙ୍କ ମୃତ୍ୟୁକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି ବିଜେଡି। ଏକ ସାମ୍ବାଦିକ ସମ୍ମିଳନୀରେ କଡ଼ା ସମାଲୋଚନା କରିଛନ୍ତି ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ସଂଜୟ ଦାସବର୍ମା ଓ ପୂର୍ବତନ ବିଧାୟକ ରୁଦ୍ର ମହାରଥୀ। ସଂଜୟ ଦାସବର୍ମା ଅଭିଯୋଗ କରିଛନ୍ତି, କଣାସ ଅଞ୍ଚଳରେ ଝାଡ଼ାବାନ୍ତି ବ୍ୟାପିଛି। ଗଙ୍ଗୁଆ ନଦୀର ବର୍ଜ୍ୟବସ୍ତୁ ପରିଚାଳନା ଠିକ ଭାବେ ନ ହେବାରୁ ମଇଳା ପାଣି ଦୟା ନଦୀ ଦେଇ ଚିଲିକାକୁ ଯାଉଛି। ଏହା ଦ୍ୱାରା ଦୟା, ରାଜୁଆ, ମକରା, ରତ୍ନାଚିରା, ଲୁଣା ଭାର୍ଗବୀ ନଦୀ ପ୍ରଭାବିତ ହେଉଛି। ଚିଲିକା ବି ପ୍ରଭାବିତ ହୋଇଛି। ଦୂଷିତ ପାଣି ବ୍ୟବହାର କରି ଲୋକେ ମୃତ୍ୟୁ ମୁଖରେ ପଡ଼ିଛନ୍ତି। ୨୫୦ରୁ ଅଧିକ ଲୋକ ପୁରୀ ଓ ଭୁବନେଶ୍ୱରରେ ଚିକିତ୍ସିତ ହେଉଛନ୍ତି। ଏହା ବଡ଼ ବିପର୍ଯ୍ୟୟ। ପ୍ରଶାସନ ବିଫଳ। ବିଳମ୍ବରେ ଗତକାଲି ଜିଲ୍ଲାପାଳ ଗଲେ। ସଂଜୟ ପ୍ରଶ୍ନ କରିଛନ୍ତି, ଏଯାଏ ମୁଖ୍ୟମନ୍ତ୍ରୀ ସମୀକ୍ଷା କଲେଣି କି । ଆଜି ହିଁ ମୁଖ୍ୟ ଶାସନ ସଚିବ ସମୀକ୍ଷା କରନ୍ତୁ ବୋଲି ଦାବି କରିଛନ୍ତି ସଂଜୟ ଦାସବର୍ମା। ସେ ଦାବି କରିଛନ୍ତି, ଦୀର୍ଘ ଓ କ୍ଷୁଦ୍ର ଯୋଜନା ସହ ଲୋକଙ୍କୁ ଚିକିତ୍ସା ଯୋଗାନ୍ତୁ।

ସେପଟେ ପିପିଲିର ପୂର୍ବତନ ବିଧାୟକ ରୁଦ୍ର ମହାରଥୀ କହିଛନ୍ତି, ଦୁଃଖର କଥା, ସାତ ମାସ ପରେ ବି ସରକାର ଲୋକଙ୍କ ସହିତ ନାହାନ୍ତି। କେବଳ ରଙ୍ଗ, ନାଁ ବଦଳାଇବାରେ ଓ ଖାଇବାରେ ବ୍ୟସ୍ତ। ନବୀନ ପଟ୍ଟନାୟକ ୧୦୦ କୋଟି ଟଙ୍କାର ପ୍ରକଳ୍ପ କରିଥିଲେ। ହେଲେ ଏବେ ତାର କାମ ଠପ। ପ୍ରଦୂଷିତ ପାଣି ଯୋଗୁଁ ପିପିଲିର ଲୋକେ କର୍କଟ ରୋଗରେ ପୀଡିତ। ନବୀନ ସରକାର ସ୍ଵେରେଜ ଟ୍ରିଟମେଣ୍ଟ ପାଇଁ ଅନୁମୋଦନ କରିଥିଲେ। ବିଜେପି ସରକାର କେବେ ସୁଦ୍ଧା ଏହି ପ୍ଲାଣ୍ଟ କରିବ ବୋଲି ପ୍ରଶ୍ନ କରିଛନ୍ତି ରୁଦ୍ର ମହାରଥୀ। ସେ କହିଛନ୍ତି, ବିଜେପି ସରକାର ଉପରେ ଲୋକଙ୍କ ଭରସା ଉଠିଗଲାଣି।