ନନ୍ଦିଘୋଷ ବ୍ୟୁରୋ: ଅବସରପ୍ରାପ୍ତ ଆଇପିଏସ ଅଫିସର ପ୍ରକାଶ ମିଶ୍ରଙ୍କ ପୁସ୍ତକକୁ ନେଇ କଡ଼ା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ହିଞ୍ଜିଳି ବିଜେଡି ନେତା ଦେବାନନ୍ଦ ମହାପାତ୍ର । ନବୀନ ପଟ୍ଟନାୟକ ଜଣେ ରାଷ୍ଟ୍ରୀୟ ସ୍ତରର ରାଜନେତା ହୋଇଥିବା ବେଳେ ତାଙ୍କ ବିରୋଧରେ ମନଗଢା ଓ କପୋଳକଳ୍ପିତ ଲେଖା ପ୍ରକାଶ ମିଶ୍ରଙ୍କୁ ଶୋଭାପାଉନାହିଁ । ନବୀନ ପଟ୍ଟନାୟକ ହିଞ୍ଜିଳିର ଘରେ ଘରେ ପରିଚିତ । ସେଥିପାଇଁ ସେ ଲଗାତର ଭାବେ ହିଞ୍ଜିଳିରୁ ଜିତିଆସୁଛନ୍ତି । ଏପିରିକି ନବୀନ ନିବାସ ହିଞ୍ଜିଳିବାସୀଙ୍କ ପାଇଁ ସବୁବେଳେ ଖୋଲା । କେବଳ କ୍ଷମତା ଲୋଭରେ ନବୀନ ପଟ୍ଟନାୟକଙ୍କୁ ବଦନାମ କରିବାକୁ ପ୍ରକାଶ ମିଶ୍ର ଏଭଳି ମିଛ ଲେଖା ଲେଖିଛନ୍ତି ବୋଲି ସେ କହିଛନ୍ତି । ଏହି ବହିକୁ ସମ୍ପୂର୍ଣ୍ଣ ଭାବେ ନିଷିଦ୍ଧ କରାଯାଉ ବୋଲି ସେ ଦାବି କରିଛନ୍ତି । ପୁସ୍ତକ ବିକ୍ରିକୁ ବନ୍ଦ କରାନଗଲେ ପ୍ରକାଶ ମିଶ୍ରଙ୍କ ବହିକୁ ହିଞ୍ଜିଳିବାସୀ ପୋଡିବେ ବୋଲି ସେ ଚେତାବନୀ ଦେଇଛନ୍ତି ।
ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା, ପର୍ଯ୍ୟଟନସ୍ଥଳୀରେ ଆସୁନି ନେଟଓ୍ବର୍କ
ନନ୍ଦିଘୋଷ ବ୍ୟୁରୋ: ପର୍ଯ୍ୟଟନସ୍ଥଳୀର ବିକାଶ ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ଯେମିତି ପର୍ଯ୍ୟଟକ କୈଣସି ସମସ୍ଯାର ସମ୍ମୁଖୀନ ନହେବେ ସେନେଇ ଅନେକ ବ୍ଯବସ୍ଥା ହୋଇଛି। କିନ୍ତୁ ଗଞ୍ଜାମ ଗଜପତି ସୀମାନ୍ତର କିଛି ସ୍ଥାନରେ ମୋବାଇଲ ନେଟୱର୍କ ସାତ ସପନ ପାଲଟିଛି। ବିଏସଏନଏଲ ନେଟୱାର୍କ ନଥିବାରୁ ବୁଲାବୁଲି ସମୟରେ ନାନା ସମସ୍ଯାର ସମ୍ମୁଖୀନ ହେଉଛନ୍ତି ଲୋକେ।
ଗଞ୍ଜାମ ଗଜପତି ସୀମାନ୍ତର ଏ ହେଉଛି ପ୍ରସିଦ୍ଧ ପର୍ଯ୍ଯଟନସ୍ଥଳ ଉଷ୍ମପ୍ରସବଣ ତପ୍ତପାଣି। ପର୍ଯ୍ଯଟନ ମାନଚିତ୍ରରେ ବେଶ ପ୍ରସିଦ୍ଧିଲାଭ କରିଛି ଏହି ସ୍ଥାନ। ପାହାଡ ଜଙ୍ଗଲ ମଧ୍ଯରେ ଥିବା ଏହି ସ୍ଥାନ ବୁଲିବାକୁ ପର୍ଯ୍ୟଟକଙ୍କ ଶୁଅ ଛୁଟିଥାଏ। ହେଲେ ଏଠାରେ ଦୀର୍ଘ ଦିନ ହେଲା BSNL ନେଟୱର୍କ ସେବା ବନ୍ଦ ହୋଇପଡିଛି। ଟାଓ୍ବାର ଅଛି ହେଲେ ଦିନେ ଚାଲିଲେ ୨୯ ଦିନ ଚାଲୁନି। ମା’ କନ୍ଧୁଣିଦେବୀ ମନ୍ଦିର ସହ ଉଷ୍ମପ୍ରସବଣରେ ଗାଧୋଇବା, ବଣଭୋଜି କରିବା, ହରିଣ ପାର୍କ ବୁଲିବା ସହ ଏହି ରାସ୍ତା ଦେଇ ଜିରାଙ୍ଗ ଠାରେ ଥିବା ବୁଦ୍ଧଙ୍କ ମନ୍ଦିର ଯାଇଥାନ୍ତି ହଜାର ହଜାର ପର୍ଯ୍ୟଟକ । ଅନ୍ୟପଟେ ଡିଜିଟାଲ ଯୁଗରେ ପାଠପଢ଼ା ଠାରୁ ଆରମ୍ଭ କରି ପ୍ରାୟ ସମସ୍ତ ପ୍ରକାର କାର୍ଯ୍ୟ ଅନଲାଇନ ମାଧ୍ୟମରେ ଚାଲୁଥିବା ବେଳେ BSNLର ମନମୁଖୀ ସେବାକୁ ନେଇ ତପ୍ତପାଣି ସମେତ ଆଖପାଖର ବହୁଲୋକ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।
ଅନ୍ୟପଟେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏ ହେଉଛି ଘାଟି ଅଞ୍ଚଳ। ରାୟଗଡା, ଗୁଣପୁରର ସମସ୍ତ ବସ ଏହି ରାସ୍ତା ଦେଇ ଯାତାୟତ କରିଥାନ୍ତି। ଅନେକ ସମୟରେ ଏଥିପାଇଁ ବଡ ବଡ ଦୁର୍ଘଟଣା ହୋଇଥାଏ। ଆମ୍ବୁଲାନ୍ସ କିମ୍ବା ପୋଲିସକୁ ଖବର ଦେବାକୁ ହେଲେ ଘାଟି ଠାରୁ ପାଖାପାଖି ୫ କିଲୋମିଟର ଦୂରକୁ ଗଲେ ମୋବାଇଲ ଟାୱାର ମିଳେ। ମୋବାଇଲ ନେଟୱାର୍କ ନଥିବାରୁ ଅନଲାଇନ ପେମେଣ୍ଟ ସମୟରେ ମଧ୍ଯ ନାନା ସମସ୍ଯା ହୋଇଥାଏ।
ରାସନ ଚାଉଳ ଚୋରି କରି ଧରାପଡିଲେ କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶର ମଣ୍ଡଳ ବିଜେପି ସଭାପତି ଅଶ୍ୱିନୀ କୁମାର ପରିଡା
ନନ୍ଦିଘୋଷ ବ୍ୟୁରୋ: ବିଜେପି ନେତାଙ୍କ କଳାକାରନାମା । ରାସନ ଚାଉଳ ଚୋରି କରି ଧରାପଡିଲେ କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶର ମଣ୍ଡଳ ବିଜେପି ସଭାପତି ଅଶ୍ୱିନୀ କୁମାର ପରିଡା । ପଲେଇ ପଞ୍ଚାୟତର କଣିପଡା ସବଳଙ୍ଗର ଡିଲର ପଏଣ୍ଟରେ ଅଶ୍ୱିନୀ କୁମାର ପରିଡା ଡିଲରଙ୍କୁ ନଜଣାଇ ଶତାଧିକ ଚାଉଳ ବସ୍ତାକୁ ଲୁଟ କରିଥିଲେ । ସେଗୁଡିକୁ ନିଜର ସହଯୋଗୀ ସାମଲ ଭେରାଇଟି ଷ୍ଟୋରରେ ଲୁଚାଇ ରଖିଥିଲେ । ଏନେଇ ପଲେଇ ପଞ୍ଚାୟତବାସୀ ଡେରାବିଶ ପୋଲିସକୁ ଜଣାଇଥିଲେ । ଅଶ୍ବିନୀ ପରିଡା ବେଆଇନ ଭାବେ ଚାଉଳ ଗଚ୍ଛିତ ରଖିବା, ସରକାରୀ ଚାଉଳକୁ ଲୁଚାଇ ଭେରାଇଟ ଷ୍ଟୋରରେ ବିକ୍ରି କରିବା ଏବଂ ଆର୍ଥିକ ସ୍ବଚ୍ଛଳ ଥାଇ ମଧ୍ୟ ଦୁଇଟି ରାସନକାର୍ଡ ହାତେଇ ଥିବା ଅଭିଯୋଗ କରିଥିଲେ ଗ୍ରାମବାସୀ । ଅଭିଯୋଗ ପରେ ଡେରାବିଶ ପୋଲିସ ସହ ଡେରାବିଶ ବ୍ଲକ ଯୋଗାଣ ଅଧିକାରୀ ତଦନ୍ତ ଆରମ୍ଭ କରିଥିଲେ । ଉକ୍ତ କୋଠରୀରୁ ଷାଠିଏ କୁଇଣ୍ଟାଲ ଚାଉଳକୁ ଜବତ କରି ତାଲା ପକାଇଛନ୍ତି ଯୋଗାଣ ଅଧିକାରୀ । ପାଟକୁରା ବିଜେପି ନେତା ତେଯେଶ୍ୱର ପରିଡାଙ୍କ ସହଯୋଗୀ ଅଶ୍ୱିନୀ ପରିଡା ଦୁର୍ନୀତି କରିଥିବା ଅଭିଯୋଗ କରି ଘଟଣାସ୍ଥଳରେ ଚାପା ଉତ୍ତେଜନା ସୃଷ୍ଟି ହୋଇଥିଲା ।
ପୁଷ୍ପକ ଏକ୍ସପ୍ରେସରେ ନିଆଁ ଗୁଜବ, ଡେଇଁ ପଡ଼ିଲେ ଯାତ୍ରୀ : ୮ ମୃତ
ନନ୍ଦିଘୋଷ ବ୍ୟୁରୋ: ମହାରାଷ୍ଟ୍ରରୁ ଆସିଛି ଦୁଃଖଦ ଖବର । ପୁଷ୍ପକ ଏକ୍ସପ୍ରେସରେ ନିଆଁ ଗୁଜବ ପରେ ଟ୍ରେନରୁ ଡେଇଁ ପଡ଼ିଲେ ଯାତ୍ରୀ । ଅନ୍ୟ ଟ୍ରାକରେ ଆସୁଥିବା ଏକ ଟ୍ରେନ୍ ଯାତ୍ରୀଙ୍କ ଉପରେ ମାଡ଼ି ଯାଇଥିଲା । ଫଳରେ ୮ ଜଣଙ୍କ ମୃତ୍ୟୁ ହୋଇଛି । ମହାରାଷ୍ଟ୍ରର ଜଲଗାଓଁରୁ ଆସିଛି ଏଭଳି ଖବର । ପରାଣ୍ଡା ଷ୍ଟେସନରେ ପୁଷ୍ପକ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ ହୋଇଛି । ନିଆଁ ଗୁଜବ ପରେ କିଛି ଯାତ୍ରୀ ଟ୍ରେନରୁ ଡେଇଁ ପଡ଼ିଥିଲେ ।
ଆମେରିକାରେ ବାସ କରୁଥିବା ୧୮ ହଜାର ବେଆଇନ ପ୍ରବାସୀ ଭାରତୀୟ ଚିହ୍ନଟ
ନନ୍ଦିଘୋଷ ବ୍ୟୁରୋ: ଆମେରିକାରେ ବେଆଇନ ଭାବେ ବାସ କରୁଥିବା ସମସ୍ତ ଭାରତୀୟ ନାଗରିକଙ୍କୁ ଚିହ୍ନଟ ଏବଂ ଫେରାଇ ଆଣିବା ପାଇଁ ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଶାସନ ସହ ସହଯୋଗ କରିବାକୁ ନୂଆଦିଲ୍ଲୀ ପ୍ରସ୍ତୁତ ବୋଲି ବ୍ଲୁମବର୍ଗ ରିପୋର୍ଟ ମଙ୍ଗଳବାର ଦିନ କହିଛି । ରିପୋର୍ଟରେ କୁହାଯାଇଛି ଯେ ପ୍ରାୟ ୧୮ ହଜାର ବେଆଇନ ପ୍ରବାସୀ ଭାରତୀୟଙ୍କୁ ଚିହ୍ନଟ କରାଯାଇଛି ଯାହା ସେମାନଙ୍କୁ ଫେରାଇ ଅଣାଯିବ ଏବଂ ଏଥିପାଇଁ ଭାରତ ନିର୍ବାସନ ପ୍ରକ୍ରିୟା ଆରମ୍ଭ କରିବ। ସୋମବାର ଶପଥ ଗ୍ରହଣ ସମାରୋହରେ ରାଷ୍ଟ୍ରପତି ଟ୍ରମ୍ପ ଆମେରିକାର ଦକ୍ଷିଣ ସୀମାରେ ଜାତୀୟ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି। ସେ ଘୋଷଣା କରିଛନ୍ତି ଯେ ଦେଶରେ ସମସ୍ତ ବେଆଇନ ପ୍ରବେଶ ତୁରନ୍ତ ବନ୍ଦ ହୋଇଯିବ ଏବଂ ତାଙ୍କ ପ୍ରଶାସନ ଲକ୍ଷ ଲକ୍ଷ “ଅପରାଧୀ ବିଦେଶୀଙ୍କୁ ସେମାନେ ଯେଉଁ ସ୍ଥାନରୁ ଆସିଛନ୍ତି ସେହି ସ୍ଥାନକୁ ଫେରାଇ ନିଆଯିବ। ଏହି ଆଧାରରେ ଆମେ ଯଦି ଦେଖିବା ତାହେଲେ ୧୮ ହଜାର ଭାରତୀୟ ଆମେରିକାରୁ ବିଦା ହେବା ନିଶ୍ଚିତ ହୋଇଛି । ଖାଲି ଏତି ନୁହେଁ ଟ୍ରମ୍ପ ଶାସନର ଡୋର ଧରୁ ଧରୁ ସାରା ବିଶ୍ଵକୁ ନାଲି ଆଖି ଦେଖାଇବା ଆରମ୍ଭ କରିଛନ୍ତି । ସେ ବାର୍ଥ ଟୁରିଜିମ୍ ଶେଷ କରିବା କଥା ହେଉ କି ହୁ ଓ ପ୍ୟାରିସ ଜଳବାୟୁ ଚୁକ୍ତିରୁ ଓହରିବା ହେଉ କି ପାନାମା କେନାଲ ଉପରେ ଅଧିକାର ଜାହିର କରିବାର କଥା ହେଉ ବା ବ୍ରିକ୍ସ ଦେଶ ଗୁଡ଼ିକ ପାଇଁ ଶତପ୍ରତିଶତ ଶୁଳ୍କର କଥା ହେଉ, ଏ ସବୁକୁ ଯଦି ଟ୍ରମ୍ପ କାର୍ଯ୍ୟକାରୀ କରନ୍ତି ତା ହେଲେ ଏହାର ପ୍ରଭାବ ଯେ ଗୁରୁତର ହେବ ଏକଥା ନିଶ୍ଚିତ ।
ପଟ୍ଟା ପାଇଁ ସଂଘର୍ଷ କରୁଛନ୍ତି ବଲାଙ୍ଗୀର ଆଗଲପୁର ବ୍ଲକର ତେନ୍ତୁଳି ଗ୍ରାମବାସୀ..
ନନ୍ଦିଘୋଷ ବ୍ୟୁରୋ: ବନ୍ୟା ବିପନ୍ନ ପରିବାରକୁ ଏପର୍ଯ୍ଯନ୍ତ ମିଳିପାରିନି ପଟ୍ଟା । ୧୯୮୨ ବନ୍ୟାରେ ବାସହରା ହୋଇ ନିଜ ଭିଟା ମାଟି ଛାଡ଼ି ଅନ୍ୟତ୍ର ରହୁଛନ୍ତି । ହେଲେ ଦୀର୍ଘ ୪୨ ବର୍ଷ ପରେ ମଧ୍ୟ ପଟ୍ଟା ପାଇବାରୁ ବଞ୍ଚିତ ଅଛନ୍ତି ତେନ୍ତୁଳି ଗାଁ ଲୋକେ l ପଟ୍ଟା ଖଣ୍ଡିଏ ନ ଥିବାରୁ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ ।
ଦିନ ଥିଲା ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଲକ ଅଙ୍ଗ ନଦୀ କୂଳରେ ବସବାସ କରୁଥିଲେ ତେନ୍ତୁଳି ଗାଁ ଲୋକେ । ହେଲେ ୧୯୮୨ ବନ୍ୟା ତାଙ୍କ ଘର ଦ୍ଵାର ଛାରଖାର କରିଦେଇଥିଲା l ବନ୍ୟା ବିଭୀଷିକାରେ ନିଜ ଘର ଦ୍ଵାର ଛାଡ଼ି ପ୍ରାୟ ୧୫୦ଟି ପରିବାର ଏବେ ଅନ୍ଯତ୍ର ବସବାସ କରୁଛନ୍ତି । ସରକାର ତାଙ୍କୁ ଅନ୍ଯତ୍ର ଥଇଥାନ କରିଛନ୍ତି ହେଲେ ଏପର୍ଯ୍ଯନ୍ତ ତାଙ୍କୁ ମିଳିପାରିନି ଜାଗା ପଟ୍ଟା । ଫଳରେ ନାନା ଅସୁବିଧାରର ସମ୍ମୁଖିନ ହେଉଛନ୍ତି ତେନ୍ତୁଳି ଗାଁ ଲୋକେ । ନିଜର ପଟ୍ଟା ନ ଥିବାରୁ ଆବlସ ଘର ଖଣ୍ଡିଏ ପାଇ ପାରୁନାହାନ୍ତି କି ପିଲାଙ୍କ ପାଠ ପଢା ଠିକ୍ ଭାବରେ କରିପାରୁନାହାଁନ୍ତି । ଆଉ କୌଣସି ଋଣ ବି କରିପାରୁନାହାଁନ୍ତି । ଏହାକୁ ନେଇ ଗ୍ରାମବାସୀ ଆରଆଇ ଠୁ ଆରମ୍ଭ କରି ତହସିଲଦାରଙ୍କ ପାଖକୁ ଦୌଡ଼ି ଦୌଡ଼ି ନୟାନ୍ତ ହୋଇ ଗଲେଣି l ହେଲେ କୌଣସି ସୁଫଳ ମିଳି ପାରିନାହିଁ l
୧୯୮୨ ମସିହା ବନ୍ଯା ଠାରୁ ତେନ୍ତୁଳି ଗ୍ରାମବାସୀ ନିଜ ଗାଁ ଛାଡି ଅନ୍ଯ ଗାଁରେ ରହୁଛନ୍ତି । ହେଲେ ନିଜ ନାଁରେ ପଟ୍ଟା ଖଣ୍ଡିଏ ଏପର୍ଯ୍ଯନ୍ତ ହୋଇପାରିନଥିବାରୁ ଲୋକେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସରକାରଙ୍କ ପକ୍ଷରୁ ପଟ୍ଟା ପରିଚୟ ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି ।
ରାସ୍ତା ନିର୍ମାଣରେ ମହାଘୋଟାଲା, କାମ ନକରି ୧୦ ଲକ୍ଷ ଟଙ୍କା ଚଳୁ
ନନ୍ଦିଘୋଷ ବ୍ୟୁରୋ: ରାସ୍ତା ନିର୍ମାଣରେ ମହାଘୋଟାଲା । କାମ ନକରି ୧୦ ଲକ୍ଷ ଟଙ୍କା ଚଳୁ । ରାସ୍ତା ନିର୍ମାଣ ପାଇଁ ଫଳକ ନ ଲଗାଇ ଆଉ ରାସ୍ତାରେ ଗୋଡିଟିଏ ନ ପକାଇ କନିଷ୍ଠ ଯନ୍ତ୍ରୀ ସମସ୍ତ ଟଙ୍କା ଆତ୍ମସାତ କରିଥିବା ଅଭିଯୋଗ । ଏଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଖୋଦ ଜନ ପ୍ରତିନିଧି ।
ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଟାଙ୍ଗିରୀ ପଞ୍ଚାୟତର ବାରମଞ୍ଚା ଗାଁରେ SFC ଯୋଜନାରେ ଏକ ରାସ୍ତା ନିର୍ମାଣ ପାଇଁ ଅର୍ଥ ଆସିଥିଲା । ବିଜୁ ମାଝୀ ଘରଠାରୁ ଆଉଁଳି ନଦୀ ପର୍ଯ୍ୟନ୍ତ ରାସ୍ତା ପାଇଁ ୧୦ ଲକ୍ଷ ଟଙ୍କା ବ୍ୟୟ ବରାଦ ହୋଇଥିଲା । ଯେଉଁଥିରେ ପ୍ରାୟ ୫୦୦ ମିଟର ପକ୍କା ସଡକ ନିର୍ମାଣ ହେବା କଥା । ହେଲେ ରାସ୍ତା ନିର୍ମାଣ ପାଇଁ ଫଳକ ନ ଲଗାଇ ଆଉ ରାସ୍ତାରେ ଗୋଡିଟିଏ ନ ପକାଇ କନିଷ୍ଠ ଯନ୍ତ୍ରୀ ବିଲ କରି ସମସ୍ତ ଟଙ୍କା ଚଳୁ କରିଦେଇଥିବା ଅଭିଯୋଗ ହୋଇଛି । ଏଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଖୋଦ ପଂଚାୟତର ସମିତିସଭ୍ୟ ଓ ଗ୍ରାମବାସୀ । ଲୋକଙ୍କ ହିତ ଲାଗି ଆସିଥିବା ଟଙ୍କା ଯନ୍ତ୍ରୀ ସମ୍ପୂର୍ଣ୍ଣ ଆତ୍ମସାତ କରି ନେଇଥିବା ସମିତିସଭ୍ୟ ଓ ଗ୍ରାମବାସୀ ମାନେ ଜିଲ୍ଲାପାଳ ଓ ପିଡିଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଘଟଣାରେ ସଠିକ ତଦନ୍ତ ପାଇଁ ଦାବି କରିଛନ୍ତି ।
କାମ ହୋଇ ନାହିଁ , ବିଲ ଉଠାଇ ନେଇଛନ୍ତି । ଏନେଇ ଅଭିଯୋଗ ପାଇବା ପରେ ଯନ୍ତ୍ରୀ ଲୋକ ଲଗାଇ ରାତି ଅଧିଆ କାମ ଆରମ୍ଭ କରିଛନ୍ତି । ତା ପୁଣି କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ଅନୁପସ୍ଥିତିରେ । ତରବରିଆ ଭାବେ ଯେଉଁ କାମ ହେଉଛି ତାହା ଅତ୍ୟନ୍ତ ନିମ୍ନ ମାନର ହେଉଥିବା ଜଣାପଡିଛି । ଏପଟେ ଦୁର୍ନୀତିର ଅଭିଯୋଗ ପାଇବା ପରେ ଜିଲ୍ଲା ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ଓ ବିଡ଼ିଓ ଘଟଣା ସ୍ଥଳକୁ ଆସି ତଦନ୍ତ କରିବା ସହିତ କାମ ବନ୍ଦ ରଖିଛନ୍ତି । ଶୀଘ୍ର ଟେକ୍ନିକାଲ ଟିମ ଆଣି ଅଧିକ ତଦନ୍ତ କରାଯିବ । ଆଉ ଯେଉଁ ମାନେ ଦୁର୍ନୀତିରେ ସଂଶ୍ଲିଷ୍ଟ ଅଛନ୍ତି ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଜିଲ୍ଲା ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ।
‘ଘୁମୁରା’ ଉତ୍ସବରେ କଳାହାଣ୍ଡିର ଯୁବ ପ୍ରତିଭାଙ୍କୁ ସମ୍ବର୍ଦ୍ଧିତ କଲା ବେଦାନ୍ତ
ନନ୍ଦିଘୋଷ ବ୍ୟୁରୋ: ବେଦାନ୍ତ ଆଲୁମିନିୟମର ଭାରତର ଅଗ୍ରଣୀ ସ୍ମେଲଟର ଗ୍ରେଡ୍ଆଲୁମିନା ଉତ୍ପାଦନକାରୀ ତଥା ବେଦାନ୍ତ ଆଲୁମିନିୟମର ସହାୟକ ସଂସ୍ଥା ବେଦା ନ୍ତଲିମିଟେଡ ପକ୍ଷରୁ କଳାହାଣ୍ଡି ଜିଲ୍ଲାର ୯ଜଣ ଯୁବକଙ୍କୁ ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ସମ୍ବର୍ଦ୍ଧିତ କରାଯାଇଛି ବେଦାନ୍ତର ଆଲୁମିନା ବିଜନେସର ସିଇଓ ପ୍ରଣବ କୁମାର ଭଟ୍ଟାଚାର୍ଯ୍ୟଙ୍କ ସମେତ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀମାନେ ଜିଲ୍ଲାର ଯୁବ ପ୍ରତିଭାମାନଙ୍କୁ ସମ୍ମାନଜନକ ଜ୍ଞାନଶ୍ରୀ ପୁରସ୍କାର ପ୍ରଦାନ କରିଥିଲେ।
ବେଦାନ୍ତ ଆଲୁମିନିୟମ ପକ୍ଷରୁ ଆରମ୍ଭ କରାଯାଇଥିବା ଏହି ପୁରସ୍କାର ରାଜ୍ୟ ବୋର୍ଡଟପର୍, ସିବିଏସ୍ଇବୋର୍ଡଟପର୍, ଆଇସିଏସ୍ଇ ବୋର୍ଡଟପର୍ଙ୍କ ସମେତ ବିଭିନ୍ନ ବର୍ଗରେ ଶ୍ରେଷ୍ଠତା ବୃଦ୍ଧି କରିବା ସହଟପର୍ମାନଙ୍କୁ ମାନ୍ୟତା ପ୍ରଦାନ କରିବ। କମ୍ପାନୀ୯ଜଣ ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ପାଠପଢ଼ାରେ ସାହାଯ୍ୟ କରିବା ପାଇଁ ଲାପଟପ୍ ମଧ୍ୟ ଉପହାର ଦେଇଥିଲା।
ଏହା ବ୍ୟତୀତ ବେଦାନ୍ତ ଆର୍ଚରୀ ଇନିସିଏଟିଭ୍ର ଯୁବ ତୀରନ୍ଦାଜମାନଙ୍କୁ ରାଜ୍ୟ ଓ ଜାତୀୟ ପ୍ରତିଯୋଗିତାରେ ଉଲ୍ଲେଖନୀୟ ସଫଳତା ପାଇଁ ଜିଲ୍ଲା ପ୍ରଶାସନପକ୍ଷରୁ ସମ୍ମାନିତ କରାଯାଇଛି।ଏହିକ୍ରୀଡ଼ାବିତମାନେଏହିଅଞ୍ଚଳରପ୍ରଚୁରସାମର୍ଥ୍ୟଏବଂକ୍ରୀଡ଼ାମାଧ୍ୟମରେଯୁବପିଢ଼ିଙ୍କୁପ୍ରୋତ୍ସାହିତକରିବାରେବେଦାନ୍ତରପ୍ରୟାସରପ୍ରଭାବରପ୍ରମାଣପାଲଟିଛନ୍ତି।
ଆଲୁମିନାବ୍ୟବସାୟରସିଇଓପ୍ରଣବକୁମାରଭଟ୍ଟାଚାର୍ଯ୍ୟକହିଛନ୍ତି, ବେଦାନ୍ତରଲାଞ୍ଜିଗଡ଼ଅଭିଯାନରେକଳାହାଣ୍ଡିରଯୁବପିଢ଼ିଙ୍କପ୍ରତିଭାଓସାମର୍ଥ୍ୟକୁପ୍ରୋତ୍ସାହିତକରିବାସହଏହିଅଞ୍ଚଳରସାଂସ୍କୃତିକଐତିହ୍ୟକୁସଂରକ୍ଷିତରଖିବାପାଇଁଆମେଦୃଢ ପ୍ରତିଶ୍ରୁତିବଦ୍ଧ।ଜ୍ଞାନଶ୍ରୀପୁରସ୍କାରଏବଂଆମରତୀରନ୍ଦାଜିକାର୍ଯ୍ୟକ୍ରମଭଳିପଦକ୍ଷେପରଉଦ୍ଦେଶ୍ୟସମ୍ପ୍ରଦାୟକୁଉତ୍କୃଷ୍ଟକରିବାପାଇଁସଶକ୍ତକରିବା।
କଳାହାଣ୍ଡିର ଜୀବନ୍ତ ସଂସ୍କୃତିକୁ ପାଳନ କରିବା ପାଇଁ ଆୟୋଜିତ ବାର୍ଷିକଉତ୍ସ ବଘୁମୁରାରେ କଳା,ପରମ୍ପରା ଓ ଐତିହ୍ୟର ସମନ୍ୱୟ କରାଯାଇ ଏହି ଅଞ୍ଚଳର ସମୃଦ୍ଧ ପରମ୍ପରାକୁ ପ୍ରଦର୍ଶିତ କରାଯାଇଥିଲା। ଏହି ଅବସରରେ ବେଦାନ୍ତ ଆଲୁମିନିୟମ ଏହାର ଷ୍ଟଲରେ ହଜାର ହଜାର ଦର୍ଶକଙ୍କୁ ଆୟୋଜନ କରିଥିଲା। ଏହି ଷ୍ଟଲରେ ବିଜ୍ଞାନ, କଳା ଓ ପ୍ରଯୁକ୍ତି ବିଦ୍ୟାକୁ ଏକାଠି କରି କମ୍ପାନୀର ଉତ୍ପାଦନ ଉତ୍କର୍ଷତାର ଏକ ଜୀବନ୍ତ ପ୍ରଦର୍ଶନ କରାଯାଇଥିଲା।‘ଆଲୁମିନିୟମ୍ଦୁନିଆ‘କୁ ଅନୁଭବ କରିବା ପାଇଁ ରାଜ୍ୟର ବିଶିଷ୍ଟ ବ୍ୟକ୍ତିଙ୍କଠାରୁ ଆରମ୍ଭ କରି ଶିଳ୍ପପତି, କର୍ମଜୀବୀବୃତ୍ତିଜୀବୀ, ଛାତ୍ରଛାତ୍ରୀ, ଗ୍ରାହକ, ବ୍ୟବସାୟୀ ଓ ସାଧାରଣଜନତାଙ୍କ ଭିଡ଼ ଜମିଥିଲା।
କାନ୍ଦିଲେ ସଞ୍ଜୁ ସାମସନଙ୍କ ବାପା, କହିଲେ ପୁଅ ସୁରକ୍ଷିତ ନୁହେଁ
ନନ୍ଦିଘୋଷ ବ୍ୟୁରୋ: ଟିମ ଇଣ୍ଡିଆର ଓ୍ବିକେଟ କିପର ବ୍ୟାଟ୍ସମ୍ୟାନ ସଞ୍ଜୁ ସାମସନ ଏବେ ଇଂଲଣ୍ଡ ବିପକ୍ଷ ଟି-୨୦ ସିରିଜରେ ସ୍ଥାନ ପାଇଛନ୍ତି । କିନ୍ତୁ ତାଙ୍କ ପିତା ଏକ ଗଣମାଧ୍ୟମକୁ ଦେଇଥିବା ଇଣ୍ଟରଭିୟୁ ସମୟରେ କାନନ୍ଦି ପକାଇଥିଲେ । ପୁଅର କ୍ୟାରିୟରକୁ ବରବାଦ କରାଯାଉଥିବା ଏବଂ ସେ ସୁରକ୍ଷିତ ନୁହଁନ୍ତି ବୋଲି କହି କାନ୍ଦିଛନ୍ତି । ସଞ୍ଜୁଙ୍କ କ୍ୟାରିୟରକୁ ବରବାଦ କରିବା ପାଇଁ ଯୋଜନା କରାଯାଉଥିବା ମଧ୍ୟ ସେ କହିଛନ୍ତି । କେରଳ ଟିମରେ ସାମସନ ସ୍ଥାନ ପାଇନଥିବାବେଳେ ତାଙ୍କୁ ବିଜୟ ହଜାରେ ଟ୍ରଫି ଖେଳିବାକୁ ସୁଯୋଗ ଦେଇନଥିଲେ । ଫଳରେ ଚାମ୍ପିୟନ୍ସ ଟ୍ରଫିରୁ ବାଦ ପଡ଼ିଥିବା କହିଛନ୍ତି ବିଶ୍ବାନଥ । ଏହା ସହ ସେ କହିଛନ୍ତି ଯଦି ଅନ୍ୟ କୌଣସି ରାଜ୍ୟ ସଞ୍ଜୁଙ୍କୁ ଦଳରେ ସ୍ଥାନ ଦିଅନ୍ତି ତାହେଲେ ସେ ଘର ଛାଡ଼ି ସେଠାକୁ ଯିବାକୁ ମଧ୍ୟ କହିଛନ୍ତି ।
ଇଣ୍ଟରଭିୟ୍ୟୁ ସମୟରେ କହିଛନ୍ତି କି, ମୋ ପୁଅ କେରଳରେ ସୁରକ୍ଷିତ ନୁହେଁ । ଏହି ଟିମରେ ରହିଲେ ମୋ ପୁଅ ସହ କିଛି ବି ହୋଇପାରେ । ଯଦି ସେ କୌଣସି ଭୁଲ୍ କରିଛି ତାହେଲେ କ୍ଷମା ମାଗିବାକୁ ପ୍ରସ୍ତୁତ । କିନ୍ତୁ ବିଜୟ ହଜାରେ ଟ୍ରଫିରେ ଗୋଟିଏ ବି ମ୍ୟାଚ ଖେଳିବାର ସୁଯୋଗ ଦେଇନଥିଲେ । ଦିନିକିଆରେ ସାମସନଙ୍କ ରେକର୍ଡ ଭଲ ରହିଛି ।
ଏସଟିଏଫ ପଞ୍ଝାରେ ଗଞ୍ଜେଇ ମାଫିଆ
ନନ୍ଦିଘୋଷ ବ୍ୟୁରୋ: ଏସଟିଏଫ ପଞ୍ଝାରେ ଗଞ୍ଜେଇ ମାଫିଆ । କନ୍ଧମାଳରୁ ପଶ୍ଚିମବଙ୍ଗ ଚାଲାଣ ବେଳେ ଧରିଲା STF । ଗତକାଲି ସନ୍ଧ୍ୟାରେ ଖୋର୍ଦ୍ଧା ଚନ୍ଦକା ରୋଡ଼ ଲତା ଭୁଆସୁଣୀ ମନ୍ଦିର ନିକଟରେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଚଢ଼ାଉ କରିଥିଲା କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାସ୍କଫୋର୍ସ। ଏକ କାରରେ ୩ ଜଣ ଯାଉଥିବା ବେଳେ ହୋଇଥିଲା ଚଢ଼ାଉ । ଚଢ଼ାଉ ବେଳେ ୩ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ୧ କୁଇଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ କରାଯାଇଛି । ୩ ଜଣଙ୍କୁ ଏହି ମାମଲାରେ ଗିରଫ କରାଯାଇଛି । ଗିରଫ ୩ ଅଭିଯୁକ୍ତ ହେଲେ ଅକ୍ଷୟ କୁମାର ବିନ୍ଧାଣୀ, ବିକ୍ରମ କୁମାର ବେହେରା ଓ କୁକୁନା ବେହେରା। ନିଶା ଚାଲାଣରେ ବ୍ୟବହୃତ କାରଟିକୁ ମଧ୍ୟ ଜବତ କରାଯାଇଛି । କେସ ନମ୍ବର ୨ , NDPS ଦଫାରେ ୩ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଛି ।

