spot_img
Home Blog Page 1141

ଟ୍ରକ ଡ୍ରାଇଭରଙ୍କୁ ରାସ୍ତା ଉପରେ ମାଡ଼ର ଭିଡିଓ ଭାଇରାଲ

ନନ୍ଦିଘୋଷ ବ୍ୟୁରୋ: ଟ୍ରକ ଡ୍ରାଇଭରଙ୍କୁ ରାସ୍ତା ଉପରେ ମାଡ଼ର ଭିଡିଓ ଭାଇରାଲ । କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଥାନା ଅଞ୍ଚଳରୁ ଆସିଛି ଏହି ଅମାନବିକ କାଣ୍ଡର ଦୃଶ୍ୟ । ପାଟକୁରା ଡେରାବିଶ ଅରତାମୂଳ ଗାଁର ଟ୍ରକ ଡ୍ରାଇଭରଙ୍କୁ ରାସ୍ତା ଉପରେ ମାଡ଼ ମାରୁଥିବା ଭିଡିଓ ଭାଇରାଲ ହୋଇଛି । ଜାତୀୟ ରାଜପଥରେ ଜଣେ ଟ୍ରକ ଡ୍ରାଇଭରକୁ ଗାମୁଛାରେ ବାନ୍ଧି ରାସ୍ତାରେ ଘୋଷାଡ଼ିବା, ଜୀବନରୁ ମାରି ଦେବାକୁ ଡ୍ରାଇଭର ବେକ ଉପରେ ଛିଡ଼ା ହେଉଥିବା ଓ ମୋବାଇଲ୍ ଫୋନ୍ ଛଡ଼େଇ ନିଆଯାଉଥିବା ଭିଡିଓରେ ଶୁଣିବାକୁ ମିଳୁଛି । ମାର୍ଶାଘାଇ ପୋଲିସ ନିଜଆଡୁ ମାମଲା ରୁଜୁ କରିନଥିବା ବେଳେ ଆକ୍ରମଣର ଶିକାର ହୋଇଥିବା ଟ୍ରକ ଟ୍ରାଇଭର ମନୋଜ ମଲ୍ଲିକ ମାର୍ଶାଘାଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।

ଲାଲବାହିନୀର ବନ୍ଧୁକ କାରଖାନା ଠାବ

ନନ୍ଦିଘୋଷ ବ୍ୟୁରୋ: ଲାଲବାହିନୀର ବନ୍ଧୁକ କାରଖାନା ଠାବ। ବନ୍ଧୁକ ତିଆରି ସାମଗ୍ରୀ ସହିତ ବହୁତ ବିସ୍ଫୋରକ, ଆଇଇଡି ଓ ବୋମା ଜବତ କରିଛନ୍ତି ସୁରକ୍ଷାକର୍ମୀ। ଛତିଶଗଡ଼ ସୁକମା ଜିଲ୍ଲାର ମେଟାଗୁଡ଼େମ୍ ଓ ଦୁଲେର ଗାଁ ନିକଟର ଠାବ ହୋଇଛି ଏହି ବନ୍ଧୁକ ତିଆରି କାରଖାନା। ସିଆରପିଏଫ୍ ଓ କୋବ୍ରା ବାଟାଲିୟନର କମ୍ଵିଂ ବେଳେ ସୁରକ୍ଷାକର୍ମୀ ଏହି ବନ୍ଧୁକ ତିଆରି କାରଖାନା ଓ ଅସ୍ତ୍ରାଗାରର ସନ୍ଧାନ ପାଇଥିଲେ। ୨୧ଟି ଆଇଇଡି ମିଳିଛି, ସାବୁନ କେସ୍ ରେ ଏହାକୁ ରଖାଯାଇଥିଲା। ଏହା ସହିତ ମଲଟି ବ୍ୟାରେଲ ଗ୍ରେନେଡ ଲଞ୍ଚର, ବୋମା, ଜେନେରେଟର, ବନ୍ଧୁକ ତିଆରି ସାମଗ୍ରୀ, ମେଡିକାଲ  ସାମଗ୍ରୀ ମିଳିଛି। ଏତେ ଅସ୍ତ୍ରଶସ୍ତ୍ର, ସେଥିରେ ପୁଣି ବନ୍ଧୁକ ତିଆରି ସାମଗ୍ରୀ ମିଳିଥିବାରୁ ନକ୍ସଲମାନେ ନିଜେ ବନ୍ଧୁକ ତିଆରି କରୁଥିଲେ ବୋଲି ସନ୍ଦେହ କରାଯାଉଛି। ଏସବୁ ଧରା ପଡ଼ିବା ଦ୍ଵାରା ନକ୍ସଲମାନଙ୍କୁ ବଡ଼ ଝଟକା ଲାଗିଛି। ଏବେ ପୁଣି ଗତକାଲି ହିଁ ଓଡି଼ଶା ସୀମାନ୍ତ ଛତିଶଗଡ଼ର ଗରିଆ ବନ୍ଧରେ ବଡ଼ ଧରଣର ଅପରେସନ କରିଥିଲେ ସୁରକ୍ଷାକର୍ମୀ। ଏଥିରେ ୧୪ ଜଣ ନକ୍ସଲ ନିହତ ହୋଇଥିଲେ। ଦୁର୍ଦ୍ଦାନ୍ତ ନକ୍ସଲ ନେତା ଚଲପତି ବି ନିହତ ହୋଇଛନ୍ତି। ଗତକାଲି ଭବାନୀପାଟଣା ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି ଡିଜିପି। କାଳେ ଲାଲବାହିନୀ ପ୍ରତିଶୋଧ ପରାୟଣ ହୋଇ ହିଂସାକାଣ୍ଡ ଭିଆଇ ପାରନ୍ତି, ସେଥିପାଇଁ ଉଭୟ ଛତିଶଗଡ଼ ଏବଂ ଓଡ଼ିଶାର ପୋଲିସ ତଥା ମୁତୟନ ହୋଇଥିବା କେନ୍ଦ୍ରୀୟ ସୁରକ୍ଷା ବାହିନୀ ସଜାଗ ଅଛନ୍ତି।

ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଭିତରକନିକା ଜାତୀୟ ଉଦ୍ୟାନ

ନନ୍ଦିଘୋଷ ବ୍ୟୁରୋ: ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର। ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଭିତରକନିକା ଜାତୀୟ ଉଦ୍ୟାନ । ଭିତରକନିକାର ପ୍ରାକୃତିକ ଶୋଭାରାଜିକୁ ବୁଲି ଉପଭୋଗ କରିପାରିବେ ପର୍ଯ୍ୟଟକ । କୁମ୍ଭୀର ଗଣନା ପାଇଁ ଗତ ୧୪ ତାରିଖରୁ ୨୨ ତାରିଖ ପର୍ଯ୍ୟନ୍ତ ଦୀର୍ଘ ୯ ଦିନ ଧରି ପର୍ଯ୍ୟଟକ ମାନଙ୍କ ପାଇଁ ବନ୍ଦ ରହିଥିଲା। ନଦୀ ନାଳ ମାନଙ୍କ ରେ ବୋଟ ଚଳାଚଳ ବନ୍ଦ ହେବା ପରେ ଦିନ ଓ ରାତି ସମୟରେ କୁମ୍ଭୀର ଗଣନା କରାଯାଇଥିଲା । ପର୍ଯ୍ୟଟକ ଆସିଲେ କୁମ୍ଭୀର ଗଣନାରେ ବାଧା ସୃଷ୍ଟି ହେବା ଆଶଙ୍କା ଥିବାରୁ ଭିତରକନିକା ପର୍ଯ୍ୟଟକ ମାନଙ୍କ ପାଇଁ ବନ୍ଦ ରଖାଯାଇଥିଲା ।

ଆଜି ନେତାଜୀ ଜୟନ୍ତୀ

ନନ୍ଦିଘୋଷ ବ୍ୟୁରୋ: ଆଜି ନେତାଜୀ ଜୟନ୍ତୀ । ସାରା ଦେଶରେ ପାଳିତ ହେଉଛି ମହାନ ସ୍ବାଧୀନତା ସଂଗ୍ରାମୀ ସୁଭାଷ ଚନ୍ଦ୍ର ବୋଷଙ୍କ ପବିତ୍ର ଜନ୍ମ ଦିବସ । ଏଥିପାଇଁ ନେତାଜୀଙ୍କ ଜନ୍ମସ୍ଥାନ କଟକ ଓଡିଆ ବଜାରସ୍ଥିତ ସଂଗ୍ରହାଳୟରେ ବ୍ଯାପକ ପ୍ରସ୍ତୁତି କରାଯାଇଛି । ଭଳିକି ଭଳି ଫୁଲରେ ପୁରି ଉଠିଛି ସଂଗ୍ରହାଳୟର ଉଦ୍ୟାନ । ସମସ୍ତ ୧୨ ଟି ଗ୍ୟାଲେରୀ, ନେତାଜୀଙ୍କ ପ୍ରତିମୂର୍ତ୍ତି, ମୁଖ୍ଯ ଫାଟକ ଓ ଘୋଡାଶାଳ ସବୁକିଛି ସୁସଜ୍ଜିତ ହୋଇ ରହିଛି । ସେପଟେ ନେତାଜୀଙ୍କ ପେଣ୍ଟିଂ ପ୍ରଦର୍ଶନୀ ସହ ସତ୍ୟବ୍ରତ ଷ୍ଟାଡିୟମରେ ନେତାଜୀଙ୍କ ବାଲୁକା କଳା ଓ ହୋଡିଂ ସବୁ ଲଗାଯାଇଛି । ନେତାଜୀଙ୍କ ଜୟନ୍ତୀ ଅବସରରେ ପରାକ୍ରମ ଦିବସ ପାଳନ କରାଯାଉଛି । କଟକର ବିଭିନ୍ନ ସାହି ଓ ଅଞ୍ଚଳରୁ ଶୋଭାଯାତ୍ରାରେ ଛାତ୍ର ଛାତ୍ରୀ,  ଯୁବକ ଯୁବତୀ, ନେତାଜୀ ପ୍ରେମୀ ବାହାରି ଓଡିଆ ବଜାର ସଂଗ୍ରହାଳୟ ଆସିବେ । ପୁରାଦିନ ନେତାଜୀମୟ ହୋଇ ଉଠିବ ସଂଗ୍ରହାଳୟ ।

ଭଦ୍ରକ ଧୁଷୁରୀ ବଜାରରେ ଇଲେଟ୍ରୋନିକ୍ସ ଦୋକାନରେ ଭୟଙ୍କର ନିଆଁ

ନନ୍ଦିଘୋଷ ବ୍ୟୁରୋ: ଭଦ୍ରକ ଧୁଷୁରୀ ବଜାରରେ ଥିବା ଏକ ଇଲେଟ୍ରୋନିକ୍ସ ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ। ଏଥିରେ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଜଳି ଯାଇଛି। ଦୋକାନରେ ଥିବା ଲକ୍ଷାଧିକ ଟଙ୍କାର ଇଲେକଟ୍ରୋନିକ୍ସ ସାମଗ୍ରୀ, ଟିଭି, ଫ୍ରିଜ, ଏସି ଆଦି ଜଳିଯାଇଛି। ନିଆଁ ଲିଭାଇବା ପାଇଁ ଧାମ ନଗରରୁ ୨ଟି ଅଗ୍ନିଶମ ଗାଡ଼ି ଆସିଥିଲା। କିନ୍ତୁ ନିଆଁ ଏତେ ଭୟଙ୍କର ଥିଲା ଯେ, ଦୋକାନର ସବୁ ସାମଗ୍ରୀ ଜଳି ଯାଇଛି। ନିଆଁ କିପରି ଲାଗିଲା ସ୍ପଟ ହୋଇନାହିଁ। ସଟ ସର୍କିଟ ଯୋଗୁଁ ଦୋକାନରେ ନିଆଁ ଲାଗିଥାଇପାରେ ବୋଲି ସନ୍ଦେହ କରାଯାଉଛି।

ପ୍ରଥମ ଟି-୨୦ ଜିତିଲା ଭାରତ

ନନ୍ଦିଘୋଷ ବ୍ୟୁରୋ: ଇଂଲଣ୍ଡ ବିପକ୍ଷ ପ୍ରଥମ ଟି-୨୦ ଜିତିଲା ଭାରତ । ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚକୁ ୭ ୱିକେଟରେ ଜିତିଲା ଟିମ୍ ଇଣ୍ଡିଆ । ଅଭିଷେକ ଶର୍ମାଙ୍କ ୨୧ ବଲରେ ଧୂଆଁଧାର ଅର୍ଦ୍ଧଶତୀୟ ଇନିଂସ୍ ଏହି ପ୍ରଥମ ଟି-୨୦ରେ ଭାରତକୁ ବିଜୟ ଦେଇଛି । ୧୩୩ ରନର ଟାର୍ଗେଟକୁ ପିଛା କରି ଭାରତୀୟ ଦଳ ମାତ୍ର ୧୨.୫ ଓଭରରେ ବିଜୟ ହାସଲ କରିଛି । ଏହି ମ୍ୟାଚର ହିରୋ ବନିଛନ୍ତି ଅଭିଷେକ ଶର୍ମା, ଅର୍ଶଦୀପ ସିଂହ ଏବଂ ବରୁଣ ଚକ୍ରବର୍ତ୍ତୀ  ।

ରାଜ୍ୟରେ ସରକାର ପରିବର୍ତ୍ତନ ପରେ ଦିଗହରା ଖଣିଶିଳ୍ପ

ନନ୍ଦିଘୋଷ ବ୍ୟୁରୋ: ରାଜ୍ଯରେ ସରକାର ପରିବର୍ତ୍ତନ ହେବା ପରେ ଏକପ୍ରକାର ଦିଶାହୀନ ହୋଇପଡିଛି ଖଣି ଶିଳ୍ପ । ଫଳରେ ଓଡିଶା ଆର୍ଥିକ ଭାବେ କ୍ଷତିଗ୍ରସ୍ତ ହୋଇଥିବା ବେଳେ କୌଣସି ନୂଆ ନିବେଶକ ମଧ୍ଯ ନିବେଶ ପାଇଁ ଆଗ୍ରହ ପ୍ରକାଶ କରୁନାହାନ୍ତି । ଭୁବନେଶ୍ବରେ ଆୟୋଜିତ ଖଣି ସମ୍ପର୍କିତ ଆନ୍ତର୍ଜାତିକ ସମ୍ମିଳନୀରେ ଏନେଇ ଶିଳ୍ପ ବିଶେଷଜ୍ଞମାନେ ଗଭୀର ଅସନ୍ତୋଷ ପ୍ରକାଶ କରିଛନ୍ତି । ପୂର୍ବରୁ ଓଡିଶା ସରକାର କେବଳ ଖଣିରୁ ବାର୍ଷିକ ୭୦ ହଜାର କୋଟି ଟଙ୍କା ରାଜସ୍ବ ପାଉଥିଲେ । ହେଲେ ବର୍ତ୍ତମାନ ସ୍ଥିତିରେ ପରିବର୍ତ୍ତନ ହୋଇଛି ବୋଲି କହିଛନ୍ତି ବିଶେଷଜ୍ଞ ।

ଓଡ଼ିଶା ସରକାରଙ୍କ କାର୍ଯ୍ଯଦକ୍ଷତା ନେଇ ପୁଣି ଉଠିଲା ପ୍ରଶ୍ନ । ରାଜ୍ଯରେ ଦିଶାହୀନ ଖଣିଶିଳ୍ପ । ଆନ୍ତର୍ଜାତିକ ସମ୍ମିଳନୀରେ ଅସନ୍ତୋଷ ପ୍ରକାଶ କଲେ ଶିଳ୍ପ ବିଶେଷଜ୍ଞ । ପୂର୍ବ ସରକାରଙ୍କ ସମୟରେ ଅନ୍ତର୍ଜାତିକ ଶିଳ୍ପ ଗୋଷ୍ଠୀଙ୍କୁ ଓଡ଼ିଶାରେ ପୁଞ୍ଜି ନିବେଶ କରିବା ପାଇଁ ପ୍ରୋତ୍ସାହିତ କରାଯାଉଥିଲା । ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବ୍ଯକ୍ତିଗତ ସ୍ତରରେ ଏଥିପାଇଁ ଉଦ୍ଯମ କରୁଥିଲେ । ଦେଶ ଭିତରେ ଓ ବାହାରେ ରୋଡ ସୋ କରି ରାଜ୍ଯରେ ଅନୁକୂଳ ଭିତ୍ତିଭୂମି ଓ ଶିଳ୍ପନୀତି ସମ୍ପର୍କରେ କର୍ପୋରେଟ ହାଉସମାନଙ୍କୁ ବୁଝାଉଥିଲେ । ହେଲେ ଏଥିରେ ବିରାମ ଲାଗିଛି । ରାଜ୍ଯରେ ସରକାର ପରିବର୍ତ୍ତନ ହେବା ପରେ ଶିଳ୍ପଗୋଷ୍ଠୀ ଓଡ଼ିଶାରେ ଆଉ ନିବେଶ ପାଇଁ ଆଗଭର ହେଉ ନାହାନ୍ତି । ଯାହାକୁ ନେଇ ଭୁବନେଶ୍ବରେ ଅନୁଷ୍ଠିତ ମାଇନିଂ, ମିନେରାଲ୍ସ ,ମେଟାଲ ଓ ମେଟେରିଆଲ୍ସ ବା IC4M ସମ୍ମିଳନୀରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ପୂର୍ବ ସରକାରଙ୍କ ସମୟରେ ଯେଉଁ ଶିଳ୍ପନୀତି ଥିଲା ବର୍ତ୍ତମାନର ସରକାର କେବଳ ତାହାକୁ ନିଷ୍ଠାର ସହ ପାଳନ କରନ୍ତୁ ବୋଲି ପରାମର୍ଶ ଦେଇଛନ୍ତି ବିଶେଷଜ୍ଞ ।

ଓଡିଶାରେ ଲୁହାପଥର, କ୍ରୋମାଇଟ୍, ବକ୍ସାଇଟ୍, କୋଇଲା ଭଳି ବିପୁଳ ପରିମାଣର ଖଣିଜ ପଦାର୍ଥ ମହଜୁଦ ରହିଛି । ତେବେ ଉପଯୁକ୍ତ ଟେକ୍ନୋଲୋଜିର ବ୍ଯବହାର ହେଉ ନଥିବାରୁ ସେସବୁକୁ ଠାବ କରିବା କଷ୍ଟକର ହୋଇପଡୁଛି । ଦେଶର ଶ୍ରେଷ୍ଠ ପବ୍ଲିକ ସେକ୍ଟର ଅଣ୍ଡରଟେକିଂ କମ୍ପାନୀ ବା PSU ଗୁଡିକ ମଧ୍ଯରେ ଓଡିଶା ମାଇନିଂ କର୍ପୋରେସନକୁ ଏବେ ୩୦ରୁ ଉର୍ଦ୍ଦ୍ବ ଖଣି ଆବଣ୍ଟନ କରାଯାଇଥିବା ବେଳେ ମାତ୍ର ୧୫ଟି ଅପରେସନାଲ ଅଛି । କେନ୍ଦ୍ର ସରାକାରଙ୍କ ବିଭିନ୍ନ ମନ୍ତ୍ରଣାଳୟର କ୍ଲିୟରାନ୍ସ ମିଳିନଥିବା କାରଣରୁ ବଳକା ଖଣି ଅଚଳ ହୋଇପଡ଼ିଛି । ତେବେ ବର୍ତ୍ତମାନ କିଭଳି ମନ୍ତ୍ରାଣାଳୟ ଗୁଡିକ ମଧ୍ଯରେ ସମନ୍ବୟ ରହିବ, ସେ ଦିଗରେ କାର୍ଯ୍ଯ ଆରମ୍ଭ ହେବା ଉଚିତ ବୋଲି କହିଛନ୍ତି ଷ୍ଟିଲ ଅଥରିଟି ଅଫ ଇଣ୍ଡିଆର ପୂର୍ବତନ ଅଧ୍ଯକ୍ଷ ।

ଆସନ୍ତା ୨୮ ଓ ୨୯ ତାରିଖ ଦୁଇଦିନ ଧରି ଓଡିଶାରେ ଉତ୍କର୍ଷ ଓଡିଶା-ମେକ୍ ଇନ୍ ଓଡିଶା କନକ୍ଲେଭ ଅନୁଷ୍ଠିତ ହେବ । ଏନେଇ ଓଡ଼ିଶା ସରକାର ୧୨ ଟି ଦେଶକୁ କାର୍ଯ୍ଯକ୍ରମରେ ଅଂଶ ଗ୍ରହଣ କରୁବାକୁ ନିମନ୍ତ୍ରଣ ଦେଇଥିଲେ । ହେଲେ ଆଉ ମାତ୍ର ୭ ଦିନ ବାକିଥିବା ବେଳେ ଅନେକ ଦେଶ ଯୋଗଦେବା ନେଇ ନିଶ୍ଚିତ କରି ନାହାନ୍ତି  ।

କଣାସ ଯିବ ବିଜେଡିର ତିନି ଜଣିଆ ଟିମ୍

ନନ୍ଦିଘୋଷ ବ୍ୟୁରୋ: ସେପଟେ ସତ୍ୟବାଦୀ ନିର୍ବାଚନ ମଣ୍ଡଳୀର କଣାସ ଅଞ୍ଚଳରେ ବ୍ୟାପିଥିବା ହଇଜାର କାରଣ ଜାଣିବା ପାଇଁ ବିଜେଡି ଏକ ଟିମ୍ ଗଠନ କରିଛି। ବିଧାୟକ ଅରୁଣ ସାହୁ, ପୂର୍ବତନ ସାଂସଦ ରାଜଶ୍ରୀ ମଲ୍ଲିକ ଓ ଡକ୍ଟର ସଞ୍ଜୟ ଦାସଙ୍କୁ ନେଇ ଏକ ୩ ଜଣିଆ ଟିମ୍ ଗଠନ ହୋଇଛି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଏହି ଟିମ୍ ଗଠନ ହୋଇଛି। ଏହି ଟିମ୍ ପ୍ରଭାବିତ ଅଞ୍ଚଳକୁ ଯାଇ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିବେ। ଏବଂ ନିର୍ବାଚନ ମଣ୍ଡଳୀର ବିଭିନ୍ନ ଅଞ୍ଚଳ ବୁଲି ସ୍ଥିତି ଅନୁଧ୍ୟାନ କରିବେ। ବିଜେଡି ସମନ୍ବୟ କମିଟି ଅଧ୍ୟକ୍ଷ ଦେବୀ ମିଶ୍ର ଏନେଇ ସୂଚନା ଦେଇଛନ୍ତି।

କଣାସରେ ହଇଜା ବ୍ୟାପିବା ନେଇ ଉଦବେଗ ପ୍ରକାଶ କଲେ ସାଂସଦ ମାନସ ମଙ୍ଗରାଜ    

ନନ୍ଦିଘୋଷ ବ୍ୟୁରୋ: ପୁରୀ ଜିଲ୍ଲା କଣାସରେ ହଇଜା ବ୍ଯାପିବା ନେଇ ଉଦବେଗ ପ୍ରକାଶ କରିଛନ୍ତି ବିଜେଡି ସାଂସଦ ମାନସ ମଙ୍ଗରାଜ । ସେ ନିଜର ଏକ୍ସ ହ୍ଯାଣ୍ଡେଲରେ ହଇଜାରେ ଲୋକଙ୍କ ମୃତ୍ଯୁ ନେଇ ମଧ୍ଯ ଚିନ୍ତା ପ୍ରକଟ କରିଛନ୍ତି । ରାଜ୍ଯ ସରକାର ତୁରନ୍ତ ଏ ଦିଗରେ ଜରୁରୀ ପଦକ୍ଷେପ ନେଇ ଏହାକୁ ଅକ୍ତିଆରକୁ ଆଣିବାକୁ ସେ ଦାବି କରିଛନ୍ତି । ପ୍ରଭାବିତ ଅଞ୍ଚଳକୁ ଏକ ସ୍ବତନ୍ତ୍ର ମେଡିକାଲ ଟିମ ପଠାଇବାକୁ ସେ ଦାବି କରିଛନ୍ତି । ବର୍ଜ୍ଯବସ୍ତୁ ପରିଚାଳନାରେ ବିଫଳତା ଲାଗି ଗଙ୍ଗୁଆ ନଦୀ ଜଳ ଦୟା ନଦୀ ଦେଇ ଚିଲିକାରେ ମଧ୍ଯ ମିଶୁଥିବାରୁ ବିଜେଡି ସାଂସଦ ଚିନ୍ତା ପ୍ରକଟ କରିଛନ୍ତି । ଯଦ୍ବାରା  ରାଜୁଆ, ମକରା, ଲୁଣା, ରତ୍ନଚିରା ଓ ଭାର୍ଗବୀ ଜଳ ମଧ୍ଯ ପ୍ରଦୂଷିତ ହୋଇପଡିଛି । ତେଣୁ ସେ ରାଜ୍ଯ ସରକାର ସମସ୍ଯାରେ ତୁରନ୍ତ ହସ୍ତକ୍ଷେପ କରି ହଇଜା ରୋକିବା ଦିଗରେ କାମ କରିବାକୁ ନିବେଦନ କରିଛନ୍ତି ।

ପୁଣି ଡେଇଁବେ କି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ?

ନନ୍ଦିଘୋଷ ବ୍ୟୁରୋ: ମଣିପୁରରେ ବିଜେପି ସରକାରକୁ ବଡ଼ ଝଟକା। ସମର୍ଥନ ପ୍ରତ୍ୟାହାର କରିଛି ନୀତିଶ କୁମାରଙ୍କ ଜେଡିୟୁ। ଯଦିଓ ସେଠାକାର ବିଜେପି ସରକାର ପ୍ରତି ତୁରନ୍ତ ବିପଦ ନାହିଁ, ତେବେ ନୀତିଶ କୁମାରଙ୍କ ମନରେ କଣ ଅଛି, ତାକୁ ନେଇ ଜାତୀୟ ରାଜନୀତିରେ ଚର୍ଚ୍ଚା। ଦିଲ୍ଲୀରେ ଓ ବିହାରରେ ଏପରି ପଲଟି ମାରିବେନି ତ ନୀତିଶ କୁମାର, ସମସ୍ତଙ୍କ ମନରେ ଏହି ପ୍ରଶ୍ନ। ତେବେ ମଣିପୁରକୁ ନେଇ ଦଳ ପକ୍ଷରୁ କୁହାଯାଇଛି ସେଠାକାର ରାଜ୍ୟ ସଭାପତି ଏକାକୀ ଏହି ନିଷ୍ପତ୍ତି ନେଇଥିଲେ, ତାଙ୍କୁ ହଟା ଯାଇଛି। ଆମେ ବିଜେପି ସହିତ ଅଛୁ।

ବିଜେପି ନେତୃତ୍ଵାଧୀନ ମଣିପୁର ସରକାରରୁ ସମର୍ଥନ ପ୍ରତ୍ୟାହାର କରିଛି ଜେଡିୟୁ। ଏ ସଂପର୍କିତ ଏକ ଚିଠି ମଣିପୁର ରାଜ୍ୟପାଳଙ୍କ ନିକଟକୁ ପଠାଯାଇଛି। ମଣିପୁର ଜେଡିୟୁର ରାଜ୍ୟ ସଭାପତି କେ. ବୀରେନ ସିଂ  ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ବିଜେପି ସରକାରରୁ ଆମେ ସମର୍ଥନ ପ୍ରତ୍ୟାହାର କରିଛୁ। ଦଳର ଏକମାତ୍ର ବିଧାୟକ ମହମ୍ମଦ ଅବଦୁଲ ନାସିର ଏବେ ବିରୋଧୀ ପକ୍ଷରେ ବସିବେ। ଏହି ଚିଠିର ତଳ ପାରାଗ୍ରାଫରେ ଜେଡିୟୁ ମଣିପୁର ରାଜ୍ୟ ସଭାପତି  ସ୍ପଷ୍ଟ କରିଛନ୍ତି ଯେ, ବିଜେପି ସରକାରକୁ ଆମେ ଆଉ ସମର୍ଥନ କରୁନାହିଁ । ଜେଡିୟୁର ଏହି ନିଷ୍ପତ୍ତି ଜଣାପଡ଼ିବା ପରେ ସାରା ଦେଶରେ ହଲଚଲ୍। ମଣିପୁର ପରେ ଦିଲ୍ଲୀ ଓ ବିହାରରେ ବି ନୀତିଶ କୁମାର ସେହି ଖେଳ ଖେଳିବେ କି ବୋଲି ଚର୍ଚ୍ଚା। ଯଦି ସେ ଦିଲ୍ଲୀ ଏନଡିଏରୁ ସମର୍ଥନ ପ୍ରତ୍ୟାହାର କରନ୍ତି, ତେବେ ମୋଦି ସରକାର ଭାଙ୍ଗି ଯିବାର ଆଶଙ୍କା ଅଛି। କାରଣ ଦିଲ୍ଲୀରେ ବିଜେପିର ନିଜସ୍ଵ ତାକତ୍ ନାହିଁ। ମୋଦି ସରକାର ନୀତିଶ କୁମାରଙ୍କ ଜେଡିୟୁ ଓ ଚନ୍ଦ୍ରବାବୁ ନାଇଡୁଙ୍କ ଟିଡିପି ଉପରେ ନିର୍ଭରଶୀଳ। ନୀତିଶ କୁମାରଙ୍କ ୧୨ ଜଣ ଏମପି ଥିବା ବେଳେ ଟିଡିପିର ଅଛନ୍ତି ୧୬ ସାଂସଦ। ରାଜ୍ୟସଭାରେ ବି ଜେଡିୟୁର ୪ ସାଂସଦ ଅଛନ୍ତି। ରାଜ୍ୟସଭାର ଉପାଧ୍ୟକ୍ଷ ହରିବଂଶ ମଧ୍ୟ ଜେଡିୟୁର। ଏପରି ସ୍ଥଳେ ନୀତିଶ କୁମାର ସମର୍ଥନ ପ୍ରତ୍ୟାହାର କଲେ, ମୋଦି ସରକାର ଉପରେ ନିଶ୍ଚିତ ପ୍ରଭାବ ପଡ଼ିବ।

ଏପରି ଚର୍ଚ୍ଚାର କାରଣ ହେଲା – ପଲଟି ମାରିବାରେ ନୀତିଶ କୁମାର ମାହିର। ଏପରି ଖେଳ ଅନେକ ଥର ଖେଳିଛନ୍ତି ନୀତୀଶ। ବାଜପେୟୀ ଯୁଗରୁ ସେ ଏନଡିଏରେ ଥିଲେ। ମୋଦି ଜାତୀୟ ରାଜନୀତିକୁ ଆସିବା ପରେ ତାଙ୍କୁ ବିରୋଧ କରି ଏନଡିଏ ଛାଡ଼ି ଲାଲୁ ଯାଦବଙ୍କ ସହ ମେଣ୍ଟ କରିଥିଲେ। ୟୁପିଏକୁ ଆସିଥିଲେ। ଆରଜେଡି ସହିତ ମିଶି ବିହାର ସରକାର ଚଳାଉଥିବା ବେଳେ ମଝିରୁ ପୁଣି ଏନଡିଏ କୋଳକୁ ସେ ଫେରିଥିଲେ। ଏଥର ବି ସେ ଏନଡିଏ ଛାଡ଼ିବେ କି ବୋଲି ଜାତୀୟ ରାଜନୀତିରେ ଚର୍ଚ୍ଚା। ଆଗକୁ ପୁଣି ବିହାର ବିଧାନସଭା ନିର୍ବାଚନ ଅଛି । ଏପରି ସ୍ଥିତିରେ ମଣିପୁରର ବିଜେପି ସରକାରରୁ ନୀତିଶ କୁମାରଙ୍କ ଜେଡିୟୁ ଓହରି ଆସିବା ନିଷ୍ପତ୍ତି ଜାତୀୟ ରାଜନୀତିରେ ହଲଚଲ୍ ସୃଷ୍ଟି କରିଛି।

ସେଥିରେ ପୁଣି ଚର୍ଚ୍ଚା ହେଉଛି ଯେ, ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଜିତନ ରାମ୍ ମାଂଝୀ ମଧ୍ୟ ଏନଡିଏ ଛାଡ଼ିବେ। ଝାଡ଼ଖଣ୍ଡ  ବିଧାନସଭା ନିର୍ବାଚନରେ ମନ ମୁତାବକ ଆସନ ନ ମିଳିବାରୁ ସେ ଅସନ୍ତୁଷ୍ଟ ଅଛନ୍ତି। ଦିଲ୍ଲୀରେ ତାଙ୍କ ଦଳର ଜଣେ ସାଂସଦ ଅଛନ୍ତି। ନୀତିଶ କୁମାର ଓ ଜିତନ ରାମ ମାଂଝୀ ଏନଡିଏ ଛାଡ଼ିଲେ ନିଶ୍ଚିତ ଭାବେ ମୋଦି ସରକାର ଦୁର୍ବଳ ହୋଇଯିବ।

କିନ୍ତୁ ମଣିପୁର ଝଟକା ପରେ ଦିଲ୍ଲୀ ଜେଡିୟୁ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ମଣିପୁର ଜେଡିୟୁ ରାଜ୍ୟ ସଭାପତି ବୀରେନ ସିଂହ ସରକାରରୁ ସମର୍ଥନ ପ୍ରତ୍ୟାହାର ନେଇ ଜାତୀୟ ନେତୃତ୍ଵ ସହିତ ଆଲୋଚନା କରି ନାହାନ୍ତି। ସେ ନିଜେ ନିଜେ ଏହି ନିଷ୍ପତ୍ତି ନେଇଛନ୍ତି। ଏହି ବିଶୃଙ୍ଖଳା ପାଇଁ ମଣିପୁରର ଜେଡିୟୁ ରାଜ୍ୟ ସଭାପତିଙ୍କୁ ହଟା ଯାଇଛି। ଆମେ ଏନଡିଏ ସହିତ ଅଛୁ। ମଣିପୁର ୟୁନିଟ ବୀରେନ ସିଂହ ସରକାର ସହିତ ଅଛି।

ମଣିପୁର ସରକାରରୁ ଜେଡିୟୁ ସମର୍ଥନ ପ୍ରତ୍ୟାହାର କରିଥିଲେ ମଧ୍ୟ ତୁରନ୍ତ ସରକାର ଭାଙ୍ଗିବ ନାହିଁ। ୬୦ ଆସନ ବିଶିଷ୍ଟ ବିଧାନସଭାରେ ବିଜେପିର ୩୭ ବିଧାୟକ ଅଛନ୍ତି। ନାଗା ପିପୁଲ୍ସ ଫ୍ରଣ୍ଟର ୫ ଜଣ ସମର୍ଥନ କରୁଛନ୍ତି। ୩ ସ୍ଵାଧୀନ ବି ସମର୍ଥନ କରୁଛନ୍ତି। ତେଣୁ ସରକାର ଭାଙ୍ଗି ନ ପାରେ। କିନ୍ତୁ ପ୍ରକୃତରେ ନୀତିଶ କୁମାରଙ୍କ ମନରେ କଣ ଅଛି, ତାହା କେବଳ ସେ ହିଁ ଜାଣିଥିବେ। ଏନଡିଏ ଛାଡ଼ି ୟୁପିଏକୁ ଫେରି ଆସିବାକୁ କିଛି ଦିନ ତଳେ ନୀତିଶ କୁମାରଙ୍କୁ ଆହ୍ଵାନ ଦେଇଥିଲେ ଲାଲୁ ଯାଦବ। ନୀତିଶ କୁମାର ମନା କରିଥିଲେ ମଧ୍ୟ ତାଙ୍କ ମତି ଗତି କେବଳ ତାଙ୍କୁ ହିଁ ଜଣା। ଆଗକୁ ପୁଣି ଅଛି ବିହାର ବିଧାନସଭା ନିର୍ବାଚନ। ନିଜ ରାଜନୈତିକ ଫାଇଦା ପାଇଁ ସେ ଯେ, ପୁଣି ଥରେ ପଲଟି ମାରିବେ ନାହିଁ, ତାର କିଛି ଗ୍ୟାରେଣ୍ଟି ନାହିଁ। ଏପରି ସ୍ଥିତିରେ ଦିଲ୍ଲୀର ମୋଦି ସରକାରର ସ୍ଥାୟୀତ୍ଵର ଗ୍ୟାରେଣ୍ଟି ନାହିଁ।