spot_img
Home Blog Page 1140

ହେଜବୁଲ୍ଲା ନେତା ଶେଖ୍ ମହମ୍ମଦ ଅଲ୍ଲୀ ହମାଦିଙ୍କୁ ଗୁଳି କରି ହତ୍ୟା

ନନ୍ଦିଘୋଷ ବ୍ୟୁରୋ: ବରିଷ୍ଠ ହେଜବୁଲ୍ଲା ନେତା ଶେଖ୍ ମହମ୍ମଦ ଅଲ୍ଲୀ ହମାଦିଙ୍କୁ ଗୁଳି କରି ହତ୍ୟା । ପୂର୍ବାଞ୍ଚଳ ଲେବାନନସ୍ଥିତ ନିଜ ଘର ଆଗରେ ତାଙ୍କୁ ଗୁଳି କରି ହତ୍ଯା କରାଯାଇଛି । ସେ ଏଫବିଆଇ ଦ୍ବାରା ଓ୍ବାଣ୍ଟେଡ ଥିଲେ । ଦୁଇଟି ଗାଡ଼ିରେ ଆସି ହମାଦିଙ୍କୁ ଗୁଳି କରିଥିଲେ ଦୁର୍ବୃତ୍ତ । ସେ ହେଜବୁଲ୍ଲାର ପଶ୍ଚିମାଞ୍ଚଳ ବାକାର କମାଣ୍ଡର ଥିଲେ । ଇସ୍ରାଏଲ ସହ ହେଜବୁଲ୍ଲାର ତିକ୍ତ ସମ୍ପର୍କ ମଧ୍ଯରେ ଏହି ହତ୍ଯା ଅଧିକ ସମସ୍ଯା ସୃଷ୍ଟି କରିଛି । ଦୀର୍ଘ ଦଶନ୍ଧି ଧରି ଏଫବିଆଇ ତାଲିକାରେ ସେ ପଳାତକ ଘୋଷିତ ହୋଇଥିଲେ । ଏକ ହାଇପ୍ରୋଫାଇଲ ଆତଙ୍କୀ ହମଲା ଘଟଣାରେ ସେ ସାମିଲ ଥିଲେ । ୧୯୮୫ରେ ଓ୍ବେଷ୍ଟ ଜର୍ମାନ ଏୟାର ଲାଇନରର ଲୁଫଥାନ୍ସା ଫ୍ଲାଇ- 847କୁ ଅପହରଣ ଘଟଣାରେ ସେ ସାମିଲ ଥିଲେ । ଏହି ଘଟଣାରେ ଜଣେ ଆମେରିକୀୟଙ୍କୁ ହତ୍ଯା କରାଯାଇଥିଲା । ସେପଟେ ଆସନ୍ତା ଜାନୁଆରୀ ୨୫ରେ ୯୦ରୁ ଅଧିକ ଇସ୍ରାଏଲୀ ପଣବନ୍ଦୀଙ୍କୁ ଖଲାସ କରାଯିବ ବୋଲି ସୂଚନା ଦେଇଛି ହମାସ । ଗତ ୧୯ ତାରିଖରେ ୩ ଇସ୍ରାଏଲୀ ମହିଳା ପଣବନ୍ଦୀଙ୍କୁ ହମାସ ଖଲାସ କରିବା ପରେ ଇସ୍ରାଏଲ ୯୦ ପାଲେଷ୍ଟିନୀୟ ବନ୍ଦୀଙ୍କୁ ଖଲାସ କରିଥିଲା ।

ବିକଟାଳ ଶବ୍ଦ କରୁଥିବା ବସ୍ ର ହର୍ଣ୍ଣ କାଢ଼ି ଦେଲେ..

ନନ୍ଦିଘୋଷ ବ୍ୟୁରୋ: ବସରେ ବିକଟାଳ ହର୍ନ ଲଗାଉଥିଲେ ସାବଧାନ। ଗାଡ଼ିରୁ ହର୍ନ କାଢ଼ିବା ସହ ଫାଇନ କାଟୁଛି ଟ୍ରାଫିକ ପୋଲିସ। RTO ସହଯୋଗରେ ଚେକିଂ ଚଳାଇଛି ଟ୍ରାଫିକ ପୋଲିସ। ଭୁବନେଶ୍ଵରର ବାଣୀ ବିହାର ଛକରେ ଚାଲିଛି ଆଜି ଚେକିଂ ଚାଲିଛି। ଟ୍ରାଫିକ ନିୟମ ମାନୁ ନ ଥିବା ବସ୍ ବିରୋଧରେ କାର୍ଯ୍ୟାନୁଷ୍ଠାନ ସହ ଫାଇନ କରାଯାଉଛି। ଦିନକ ଆଗରୁ ଭୁବନେଶ୍ଵରରେ ବାଇକ୍ ର ସାଇଲେନସର୍ ଚେକିଂ ବି ହୋଇଥିଲା। ବିଟଟାଳ ଶବ୍ଦ କରୁଥିବା ବାଇକରୁ ଏପରି ସାଇଲେନସର୍ କୁ କାଢ଼ି ନିଆଯାଉଥିଲା। ଫାଇନ ବି କଟାଯାଇଥିଲା । ସାଇଲେନସର୍ ପରେ ଏବେ ହର୍ନ ର ପାଳି। ଜୋରରେ ଓ ବିକଟାଳ ଶବ୍ଦ କରୁଥିବା ହର୍ନ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି।

ସ୍ତ୍ରୀର ନାଟକ, ସ୍ବାମୀଙ୍କୁ ମାରି ପକେଟରେ ରଖିଦେଲା ଶକ୍ତିବର୍ଦ୍ଧକ ବଟିକା

ନନ୍ଦିଘୋଷ ବ୍ୟୁରୋ: ସ୍ବାମୀଙ୍କୁ ମାରିଲା, ଲୋକଙ୍କ ଆଗରେ ଭଲେଇ ହେଲା । ଏମିତି କାନ୍ଦର ଅଭିନୟ କଲା କି କେହି ବି ବିଶ୍ବାସ କରିବେନି କି ସେ ଦୋଷୀ । କେବଳ ଲୋକ ନୁହଁନ୍ତି ପୋଲିସକୁ ମଧ୍ୟ ଚକମା ଦେଉଥିଲେ । କିନ୍ତୁ ଶେଷରେ ନିଜ ଭାଇ ଧରା ପକାଇ ଦେଲେ । ପ୍ରେମିକ ସହ ମିଶି ସ୍ବାମୀଙ୍କୁ ହତ୍ୟା କରିବା ପରେ ପକେଟରେ ୮ଟି ଶକ୍ତି ବର୍ଦ୍ଧକ ମେଡିସିନ ରଖି ନାଟକ ରଚିଥିଲେ ସ୍ତ୍ରୀ । ଓଭର ଡୋଜରୁ ମୃତ୍ୟୁ ହୋଇଥିବା କହି ମିଛ କାନ୍ଦ ଦେଖାଇ ହେଉଥିଲେ । କିନ୍ତୁ ଯେତେବେଳେ ପୋଷ୍ଟମର୍ଟମ ରିପୋର୍ଟ ଆସିଥିଲା ଏଥିରୁ ସନ୍ଦେହ ବଢ଼ିଥିଲା । କାନପୁରରୁ ଆସିଛି ଏଭଳି ଖବର ।

ପ୍ରଥମେ ସ୍ବାମୀଙ୍କୁ ହତ୍ୟା କରି ପୋଲିସକୁ ଖବର ଦେଇଥିଲେ ସ୍ତ୍ରୀ । କହିଥିଲେ କି ଓଭର ଡୋଜରୁ ସ୍ବାମୀଙ୍କ ମୃତ୍ୟୁ ହୋଇଛି । ମାତ୍ର ପୋଷ୍ଟ ମର୍ଟମ ରିପୋର୍ଟ ଆସିବା ପରେ ମହିଳାଙ୍କ ଭାଇଙ୍କ ସନ୍ଦେହ ହୋଇଥିଲା । ସେ ପୋଲିସକୁ ଖବର ଦେଇଥିବାବେଳେ ଏହି ଘଟଣାରେ ଅନ୍ୟ ଜଣଙ୍କ ସମ୍ପୃକ୍ତି ମଧ୍ୟ ରହିଥିବା ଜାଣିବାକୁ ପାଇଥିଲେ । ତଦନ୍ତରୁ ଜଣା ପଡ଼ିଛି କି, ସୋସିଆଲ ମିଡିଆରୁ ପ୍ରେମରେ ପଡ଼ିଥିବା ମହିଳା ନିଜ ସ୍ବାମୀଙ୍କୁ ଶେଷରେ ମାରିବାକୁ ମଧ୍ୟ ପଛାଇ ନଥିଲେ । ପୋଲିସର ପଚରା ଉଚରା ବେଳେ ହତ୍ୟା କରିଥିବାବେଳେ ନେଇ ସତ ମାନିଛନ୍ତି । ତେବେ ସେମାନଙ୍କର ଗୋଟିଏ ଛୁଆ ରହିଛି ।

ସ୍ତ୍ରୀଙ୍କ ପ୍ରେମ ସମ୍ପର୍କ ବିଷୟ ଜାଣିବା ପରେ ସ୍ବାମୀ ବାରଣ କରିଥିଲେ । ଯାହାକୁ ନେଇ ଝଗଡ଼ା ହୋଇଥିଲା । ରାଗ ଏତେ ହୋଇଥିଲା କି, ମହିଳା ଜଣକ ସ୍ବାମୀଙ୍କୁ ରାସ୍ତାରୁ ହଟାଇବା ପାଇଁ ଯୋଜନା କରିଥିଲେ । ଶେଷ ପ୍ରେମିକ ଏବଂ ତାଙ୍କ ସାଙ୍ଗ ସହ ମିଶି ହତ୍ୟା କରିଥିଲେ । ମାତ୍ର ନିଜର ଦୋଷ ଲୁଚାଇବାକୁ ଯାଇ କରିଥିଲେ ସାଙ୍ଘାତିକ ଯୋଜନା । କିନ୍ତୁ ସତ ଶେଷରେ ଜଣା ପଡିଛି ।

ସ୍ତ୍ରୀକୁ ହତ୍ୟା ପରେ ଖଣ୍ଡ ଖଣ୍ଡ କରି ପ୍ରେସର କୁକରରେ ସିଝାଇଲା ଅଭିଯୁକ୍ତ

ନନ୍ଦିଘୋଷ ବ୍ୟୁରୋ: ସଇତାନ ସ୍ଵାମୀର ଅମାନୁସିକ କାଣ୍ଡ  । ପତ୍ନୀଙ୍କୁ ହତ୍ୟା ପରେ ଶରୀରକୁ ଖଣ୍ଡ ଖଣ୍ଡ କାଟି ପ୍ରେସର କୁକରରେ ରାନ୍ଧିଲା । ଏଭଳି ଏକ ଲୋମଟାଙ୍କୁରା ଘଟଣା ସାମ୍ନାକୁ ଆସିଛି ତେଲଙ୍ଗାନାରର ପ୍ରକାଶମ ଜିଲ୍ଲାର ଜେପି ଚେରୁଭୁର ଅଞ୍ଚଳରୁ । ପତ୍ନୀ ନିଖୋଜ ମାମଲରା ତଦନ୍ତ ପରେ ସାମନାକୁ ଆସିଲା ସତ । ମୃତକ ୩୫ ବର୍ଷୀୟ ଭେଙ୍କଟ ମାଧବୀ ।  ତେଲଙ୍ଗାନାର ପ୍ରକାଶମ ଜିଲ୍ଲାର ଜେପି ଚେରୁଭୁର ବାସିନ୍ଦା ଅଭିଯୁକ୍ତ ଗୁରୁମୂର୍ତ୍ତି, ଡିଆରଡିଓରେ ଆଉଟସୋର୍ସିଂ ସୁରକ୍ଷା କର୍ମୀ ଭାବରେ କାମ କରୁଥିଲେ।  କିଛି ଦିନ ତଳେ ପତ୍ନୀ ଭେଙ୍କଟ ମାଧବୀ ନିଖୋଜ ହୋଇଯାଇଥିଲେ । ଭେଙ୍କଟ ମାଧବୀଙ୍କ ବାପା ମାଆ ଚଳିତ ମାସ ଜାନୁଆରୀ ୧୩ ତାରିଖରେ ମିରପେଟ ପୋଲିସ ଷ୍ଟେସନରେ ନିଖୋଜ ଅଭିଯୋଗ କରିଥିଲେ। ମାମଲାର ତଦନ୍ତ ଆରମ୍ଭ କରିଥିଲା ପୋଲିସ । ପ୍ରଥମେ ଅଭିଯୁକ୍ତ ଗୁରୁମୂର୍ତ୍ତି ଘଟଣା ବିଷୟରେ ଜାଣିନଥିବାର ଅଭିନୟ କରିଥିଲା । ପୋଲିସର ତଦନ୍ତ ମଧ୍ୟରେ ଅପରାଧ ସହିତ ଜଡିତ ଚାଞ୍ଚଲ୍ୟକର ସୂଚନା ସାମ୍ନାକୁ ଆସିଛି । ଗୁରୁମୂର୍ତ୍ତି ତାଙ୍କ ପତ୍ନୀ ୩୫ ବର୍ଷୀୟ ଭେଙ୍କଟ ମାଧବୀଙ୍କୁ ହତ୍ୟା କରି ତାଙ୍କ ଶରୀରକୁ ଖଣ୍ଡ ଖଣ୍ଡ କରି କାଟିଦେଇଥିଲେ । ପ୍ରମାଣ ନଷ୍ଟ କରିବାକୁ ଚେଷ୍ଟା କରି, ସେ ଶରୀରର କିଛି ଅଂଶକୁ ପ୍ରେସର କୁକରରେ ସିଝାଇ ଦେଇଥିବା ଘଟଣା ସାମନାକୁ ଆସିଛି। ଏହା ସହିତ ଜିଲ୍ଲାଲଗୁଡ଼ାର ଚନ୍ଦନ ହ୍ରଦ ଅଞ୍ଚଳରେ ଫିଙ୍ଗାଯାଇଥିବା ଶରୀରର କିଛି ଅଂଶକୁ ମଧ୍ୟ ପୋଲିସ ଜବତ କରିଛି । ଗୋପନୀୟତା ବଜାୟ ରଖି ଏହି ମାମଲାରେ ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।

ଟ୍ରେନରୁ ଡେଇଁବା ଘଟଣା : ଚା’ ବାଲା ପାଇଁ ଚାଲିଗଲା ଜୀବନ

ନନ୍ଦିଘୋଷ ବ୍ୟୁରୋ: ବୁଧବାର ମହାରାଷ୍ଟ୍ର ଟ୍ରେନ ଦୁର୍ଘଟଣାରେ ୧୩ ଜଣଙ୍କ ଜୀବନ ଯିବା ଘଟଣାର ନୂଆ ସତ୍ୟ ସାମନାକୁ ଆସିଛି । ଗୁଜବ ପାଇଁ ଅକାଳରେ ୧୩ ଜଣଙ୍କ ଜୀବନ ଯାଇଥିବାବେଳେ ବହୁ ଯାତ୍ରୀ ଆହତ ହୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ତେବେ ଏହି ଟ୍ରେନରେ ନିଆଁ ଲାଗିବା ଗୁଜବ କିଏ କରିଥିଲା । ଏହାକୁ ନେଇ ବହୁ ଚର୍ଚ୍ଚା ହେଉଥିବାବେଳେ ଜଣେ ପ୍ରତ୍ୟକ୍ଷଦର୍ଶୀ ଗଣମାଧ୍ୟମ ଆଗରେ ଗତକାଲିର କଥା କହିଛନ୍ତି । ସେ କହିଛନ୍ତି କି, ଟ୍ରେନରେ ଚା ବିକୁଥିବା ଜଣେ ବ୍ୟକ୍ତି ଏଭଳି ଗୁଜବ ପ୍ରଚାର କରିଥିଲେ । ଯେତେବେଳେ ଟ୍ରେନ ମନ୍ଥର ଗତି ହୋଇଥିଲା ଯାତ୍ରୀମାନେ ଡେଇଁ ପଡ଼ିଥିଲେ । ଯେଉଁ କାରଣରୁ ବିପରୀତ ଦିଗରେ ଆସୁଥିବା ଟ୍ରେନ ଲୋକଙ୍କ ଉପରେ ଚଢ଼ି ଯାଇଥିଲା । ଭାଗ୍ୟ ଭଲ ବହୁ ଲୋକ ଟ୍ରାକର ଅନ୍ୟ ଦିଗରେ ଡେଇଁ ପଡ଼ିଛନ୍ତି । ଯେଉଁ କାରଣରୁ ସେମାନେ ଆହତ ହୋଇ ମଧ୍ୟ ବଞ୍ଚି ଯାଇଛନ୍ତି ।ଅନ୍ୟ ଜଣେ ମହିଳା କହିଛନ୍ତି କି, ମୁଁ ଶୋଇଥିବାବେଳେ ମୋ ମା ନିଆଁ ଲାଗିବା କଥା କହିଥିଲେ । ମାତ୍ର ସେ ଧର୍ଯ୍ୟ ଧରିବା ପରିବର୍ତ୍ତେ ଡେଇଁ ପଡ଼ିଥିଲେ । ମୋ ଆଖି ସାମନାରେ ଜୀବନ ଚାଲି ଯାଇଥିବାବେଳେ ବହୁତ ଦୁଃଖ ଅନୁଭବ କରିଛି ।

ସୂଚନା ଥାଉକି, ମହାରାଷ୍ଟ୍ର ଟ୍ରେନ୍ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୧୩କୁ ବୃଦ୍ଧି। ମହାରାଷ୍ଟ୍ରର ଜଲଗାଓଁର ପରାଣ୍ଡା ରେଳ ଷ୍ଟେସନରେ ଗତକାଲି ଘଟିଥିଲା ବଡ଼ ଧରଣର ଦୁର୍ଘଟଣା । ପୁଷ୍ପକ ଏକ୍ସପ୍ରେସରେ ନିଆଁଲାଗିବାକୁ ନେଇ ଗୁଜବ ପ୍ରଚାର ହୋଇଥିଲା । ଭୟରେ ଟ୍ରନରୁ ଡେଇଁପଡ଼ିଥିଲେ ଯାତ୍ରୀ । ଡେଉଁଥିବା ଯାତ୍ରୀଙ୍କ ଉପରେ ମାଡ଼ିଯାଇଥିଲା ଦ୍ଵିତୀୟ ଟ୍ରାକରେ ବୀପରିତ ଦିଗରୁ ଆସୁଥିବା ଟ୍ରେନ। କର୍ଣ୍ଣାଟକ ଏକ୍ସପ୍ରେସ ଟ୍ରେନ ଯାତ୍ରୀଙ୍କୁ ଚାପି ଦେଇଥିଲା । ଏହି ଭୟଙ୍କର ଦୁର୍ଘଟଣାରେ ଏଯାଏଁ ୧୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଯାତ୍ରୀ ଆହତ ହୋଇଛନ୍ତି । ପାଚୋରା ହସ୍ପିଟାଲରେ ଆହତଙ୍କ ଚିକିତ୍ସା ଚାଲିଛି।

ରାଜଧାନୀ ଭୁବନେଶ୍ଵରରେ ସିରିଜ୍ ଦୁର୍ଘଟଣା

ନନ୍ଦିଘୋଷ ବ୍ୟୁରୋ: ରାଜଧାନୀ ଭୁବନେଶ୍ଵରରେ ସିରିଜ୍ ଦୁର୍ଘଟଣା । ୨ଟି ମୋ ବସ ଓ ୨ଟି କାର ଦୁର୍ଘଟଣା ଗ୍ରସ୍ତ । ମୋ ବସକୁ ପଛପଟୁ ଧକ୍କାଦେଇଥିଲା ଆଉ ଏକ ମୋ ବସ୍ । ଏହି ସମୟରେ ପଛପଟୁ ଆସୁଥିବା ୨ଟି କାର ବସ ପଛରେ ଧକ୍କା ହୋଇଥିଲା । ମୋ ବସ ଭିତରେ ସାଇଡ୍ ମାରୁଥିବା ବେଳେ ଦୁର୍ଘଟଣା ଘଟିଛି । ଆହତ ଯାତ୍ରୀଙ୍କୁ କ୍ୟାପିଟାଲ ହସ୍ପିଟାଲ ଭର୍ତ୍ତି କରାଯାଇଛି । ରାଜମହଲ ଛକ ଏବଂ ମାଷ୍ଟରକ୍ୟାଣ୍ଟିନ୍ ଛକ ମଝିରେ ଏହି ଦୁର୍ଘଟଣା ଘଟିଛି ।

ରଣଜୀ ଟ୍ରଫିରେ ବି ଫେଲ୍ ମାରିଲା ରୋହିତଙ୍କ ବ୍ୟାଟ୍

ନନ୍ଦିଘୋଷ ବ୍ୟୁରୋ: ଭାରତୀୟ ଦିନିକିଆ ଏବଂ ଟେଷ୍ଟ ଦଳର ଅଧିନାୟକ ରୋହିତ ଶର୍ମା ଅଷ୍ଟ୍ରେଲିଆ ବିପକ୍ଷରେ ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲେ । କୁହାଯାଉଥିଲା କି, ରଣଜୀ ଟ୍ରଫିରେ ପୁଣି ଫର୍ମକୁ ଫେରିବେ ହିଟମ୍ୟାନ୍ । କିନ୍ତୁ ରଣଜୀ ମଧ୍ୟ ଫ୍ଲପ ହୋଇଛନ୍ତି । ମୁମ୍ବାଇ ପକ୍ଷରୁ ରଣଜୀ ଖେଳୁଥିବା ରୋହିତ ଶର୍ମା ୧୯ ବଲରୁ ମାତ୍ର ୩ ରନ ସଂଗ୍ରହ କରିବାରେ ସକ୍ଷମ ହୋଇଛନ୍ତି । ସେପଟେ ମୁମ୍ବାଇ ପକ୍ଷରୁ ୭ ଜଣ ତାରକା ଖେଳାଳି ଦଳରେ ସ୍ଥାନ ପାଇଥିବାବେଳେ ଜୟସ୍ବାଲ ଏବଂ ରାହାଣେ ମଧ୍ୟ ଫ୍ଲପ ହୋଇଛନ୍ତି । ଜୟସ୍ବାଲ ୪ ରନ କରିଥିବାବେଳେ ରାହାଣେ ମାତ୍ର ୧୨ ରନ କରିଛନ୍ତି । ତେବେ ବଡ଼ ବଡ଼ ଖେଳାଳି ଫ୍ଲପ ହୋଇଥିବାବେଳେ ରୋହିତଙ୍କ ବ୍ୟାଟିଂକୁ ନେଇ ପୁଣିଥରେ ଚର୍ଚ୍ଚା ଆରମ୍ଭ ହୋଇଛି । କୁହାଯାଉଛି କି, ରୋହିତଙ୍କ ଅବସର ନେବା ସମୟ ଆସିଛି । ମାତ୍ର ପୂର୍ବରୁ ସେ ଏହି ଗୁଜବର ଜବାବ ରଖିଛନ୍ତି । ୯ ବର୍ଷ ପରେ ରଣଜୀ ଟ୍ରଫି ଖେଳୁଥିବା ରୋହିତ ଭଲ ପ୍ରଦର୍ଶନ କରିବେ ବୋଲି ଆଶା ରଖିଥିଲେ କ୍ରୀଡ଼ାପ୍ରେମୀ । ମାତ୍ର ସେ ପୁଣିଥରେ ନିରାଶ କରିଛନ୍ତି ।

କଣାସ ସ୍ଥିତିରେ ସାମାନ୍ୟ ସୁଧାର:ପୁରୀ ଜିଲ୍ଲାପାଳ

ନନ୍ଦିଘୋଷ ବ୍ୟୁରୋ: ପୁରୀ ଜିଲ୍ଲାପାଳ କହିଛନ୍ତି, କଣାସ ସ୍ଥିତିରେ ସାମାନ୍ୟ ସୁଧାର ଆସିଥିଲେ ବି ଆକ୍ରାନ୍ତ ସଂଖ୍ୟା ନିୟନ୍ତ୍ରଣକୁ ଆସିପାରିନି। ୧୦ ଦିନ ଭିତରେ ଶତାଧିକ ଆକ୍ରାନ୍ତ ବିଭିନ୍ନ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ କିଛି ଲୋକ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସଂକ୍ରମିତ ଗାଁଗୁଡ଼ିକର ସ୍ଥିତି ପରଖା ଯାଇଛି । ଗ୍ରାମବାସୀ ଓ ଡାକ୍ତରୀ ଦଳ ସହ ସ୍ବାସ୍ଥ୍ୟବସ୍ଥା ସଂପର୍କରେ ପଚାରି ବୁଝାଯାଇଛି । ପାନୀୟ ଜଳ ଓ ଅନ୍ୟାନ୍ୟ ସହାୟତା ନେଇ ନିୟୋଜିତ ଅଧିକାରୀଙ୍କ ସହ ବି ଆଲୋଚନା କରାଯାଇଛି । ପାନୀୟ ଜଳ ଯୋଗାଣ ପାଇଁ ଜିଲ୍ଲା ବାହାରୁ ଦୁଇ ଜଣ ଯନ୍ତ୍ରୀଙ୍କୁ ସ୍ବତନ୍ତ୍ର ଭାବେ ସଂକ୍ରମିତ ଅଞ୍ଚଳରେ ନିୟୋଜିତ କରାଯାଇଛି  ।  କଣାସ ବ୍ଲକ୍‌ରେ  ୪୨ଟି ନଈ କୂଳିଆ ଗାଁ ରହିଛି। ଏମାନେ ଦୟା, ମକରା, ଲୁଣା ଆଦି ନଈ ପାଣି ଉପରେ ନିର୍ଭର କରନ୍ତି । ଜାଗୁଳାଇପଦର, ନୂଆଗାଁ, ନଇକୂଳ ପାଟଣା, ନୂଆ ଦୋକନ୍ଦା, ପାଇକ ମରା, ଗୋପୀନାଥପୁର ଏଭଳି ୬ଟି ଗାଁ ଝାଡ଼ାବାନ୍ତି ବ୍ୟାପିଛି।  କଣାସ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ୧୨ଜଣ ଚିକିତ୍ସିତ ହେଉଛନ୍ତି । ଯେଉଁ ଗାଁର ଲୋକେ ଦୟା ନଦୀର ପାଣି ବ୍ୟବହାର କରୁଥିଲେ ସେମାନଙ୍କ ପାଇଁ ଯଥେଷ୍ଟ ମାତ୍ରାରେ ପାଣି ଟ୍ୟାଙ୍କର ରଖାଯାଇଛି । ଦୟାନଦୀରେ ନୂଆଗାଁଠାରେ ଥିବା ତୁଠକୁ ବାଉଁଶବାଡ଼ ଦିଆଯାଇ ନାଲିପିତା ବନ୍ଧା ଯାଇଛି। ମୁଣ୍ଡୁଳିରୁ ଛଡା ଯାଇଥିବା ପାଣିକୁ ବିଶୋଧନ କରିବା ପାଇଁ ଦୋକନ୍ଦା ଓ ନୂଆଦୋକନ୍ଦାଠାରେ ଦୟା ନଦୀ ଉପରେ ବାଉଁଶ ବନ୍ଧା ଯାଇ ବ୍ଲିଚିଂ ଅଖା ନଦୀରେ ଝୁଲାଯାଇଛି।

ବଲିଉଡର ୪ ସେଲିବ୍ରିଟିଙ୍କୁ ହତ୍ୟା ଧମକ

ନନ୍ଦିଘୋଷ ବ୍ୟୁରୋ: ବଲିଉଡର ୪ ସେଲିବ୍ରିଟିଙ୍କୁ ହତ୍ଯା ଧମକ। ସେମାନେ ହେଲେ କପିଲ ଶର୍ମା, ରାଜପାଲ ଯାଦବ, ସୁଗନ୍ଧା ମିଶ୍ର ଓ ରେମୋ ଡିସୁଜା। ଇମେଲରେ ଏମାନଙ୍କୁ ଧମକ ଦିଆଯାଇଛି। ଆମ୍ଵୋଲି ଥାନାରେ ଏତଲା ପରେ ପୋଲିସ କରୁଛି ତଦନ୍ତ। ପାକିସ୍ତାନରୁ ଇମେଲ ଆସିଥିବା ଜଣାପଡ଼ିଛି । ସେହି ଇମେଲର ତଳେ ଲେଖା ହୋଇଛି ବିଷ୍ମୁ। କିଛି ମାସ ତଳେ ଏନସିପି ନେତା ବାବା ସିଦ୍ଦିକିଙ୍କୁ ହତ୍ୟା କରାଯାଇଥିଲା । ଲରେନସ ବିଷ୍ଣୋଇ ଗ୍ୟାଙ୍ଗ ହତ୍ୟା କରିଥିବା କୁହାଯାଉଥିଲେ ମଧ୍ୟ ପୋଲିସ ପାଖରେ ପକ୍କା କିଛି ମିଳିନାହିଁ। ପୁଣି ଗତ ୧୫ ତାରିଖରେ ସୈଫ୍ ଅଲ୍ଲୀ ଖାନଙ୍କ ଘରେ ପଶି ଜଣେ ଦୁର୍ବୃତ୍ତ ତାଙ୍କୁ ଆକ୍ରମଣ କରିଥିଲା। ଏସବୁ ଘଟଣା ନେଇ ବଲିଉଡରେ ଭୟର ବାତାବରଣ ସୃଷ୍ଟି ହୋଇଛି।

ଶୀତ କମିଥିଲେ ବି କଲବଲ କରୁଛି କୁହୁଡ଼ି

ନନ୍ଦିଘଷାଷ ବ୍ୟୁରୋ: ଶୀତ କମିଥିଲେ ବି କଲବଲ କରୁଛି କୁହୁଡ଼ି । ତାପମାତ୍ରାରେ ପରିବର୍ତ୍ତନ ହୋଇଛି। ଏହା ଆଗାମୀ ଦୁଇଦିନ ପର୍ଯ୍ଯନ୍ତ ଜାରି ରହିବ । ଫଳରେ ଶୀତ କମିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର । ତେବେ ଘନ କୁହୁଡ଼ି ଜାରି ରହିଛି। ଏଥିପାଇଁ ୪ଟି ଜିଲ୍ଲାକୁ ସତର୍କତା ଜାରି କରାଯାଇଛି । ଯାତ୍ରୀଙ୍କୁ କଲବଲ  କରୁଛି। ଦୃଶ୍ଯମାନ କ୍ଷମତା ୫୦ ମିଟର ରହିଛି। କେତେକ ସ୍ଥାନରେ ୧୦ରୁ ୨୦ ମିଟର ବି ଦେଖି ହେଉ ନାହିଁ। ପାହାଡ଼ିଆ ଅଞ୍ଚଳରେ ଜିରୋ ଭିଜିବିଲିଟି ଯୋଗୁଁ ଯାତାୟାତବେଳେ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।