ପାରାଦୀପ : ପାରାଦୀପରେ ମଣିଷକୁ କାମୁଡ଼ିଲା ବିଷାକ୍ତ ଚନ୍ଦନ ବୋଡ଼ା । ମଣିଷ ଚାଲୁଛି କିନ୍ତୁ ମରିଗଲା ବିଷାକ୍ତ ସାପ । ପାରାଦ୍ଵୀପ ଗଡ଼ ବଜାରରେ ଦେଖିବାକୁ ମିଳିଛି ଏଭଳି ଆଶ୍ଚର୍ଯ୍ୟ ଜନକ ଘଟଣା । ବ୍ୟକ୍ତି ଜଣଙ୍କ ଜଣେ ମାନସିକ ବିକୃତ ବୋଲି ଜଣାପଡ଼ିଛି । ବ୍ୟକ୍ତି ଜଣଙ୍କ ସାପକୁ ଧରି ଖେଳୁଥିବା ବେଳେ ତାଙ୍କ ହାତକୁ କାମୁଡ଼ିଦେଇତିଲା ବିଷାକ୍ତ ଚନ୍ଦନ ବୋଡ଼ା । କାମୁଡ଼ିବା ପରେ ସାପଟି ଧିରେ ଧିରେ ନିସ୍ତେଜ ହୋଇ ମରିଯାଇଥିଲା। ସାପର ସତ୍କାର କରିଛନ୍ତି ସେହି ବ୍ୟକ୍ତି।
ତୃତୀୟ ଶ୍ରେଣୀ ଛାତ୍ରଙ୍କୁ ଶିକ୍ଷୟିତ୍ରୀଙ୍କ ମାଡ଼ ଅଭିଯୋଗ
ପାରାଦୀପ: ଗଣିତ ଖାତା ନଦେବାରୁ ତୃତୀୟ ଶ୍ରେଣୀ ଛାତ୍ରଙ୍କୁ ଶିକ୍ଷୟିତ୍ରୀଙ୍କ ମାଡ଼ ଅଭିଯୋଗ। ଏଭଳି ଘଟଣା ଦେଖିବାକୁ ମିଳଛି ପାରାଦୀପର ଏକ ଘରୋଇ ସ୍କୁଲରେ । ଛାତ୍ର ଜଣଙ୍କ ଗଣିତ ପାଠ କରିନଥିବାରୁ ଶିକ୍ଷୟତ୍ରୀ ତାଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଛାତ୍ର ଜଣଙ୍କ ଘରେ ପହଞ୍ଚି ବସି ଉଠି ପାରୁନଥିବାରୁ ପରିବାର ସଦସ୍ୟ ଘଟଣା ସମ୍ପର୍କରେ ଜାଣିବାକୁ ପାଇଥିଲେ। ଏ ସମ୍ପର୍କରେ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ଭେଟି ଅଭିଯୋଗ କରିଥିଲେ ଅଭିଭାବକ। ମାତ୍ର ପ୍ରଧାନ ଶିକ୍ଷୟିତ୍ରୀ ଛାତ୍ରଙ୍କ ବାପାଙ୍କୁ ଗେଟ ବାହାରକୁ ଯିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।
ଦଣ୍ଡମୁକ୍ତ ଅଞ୍ଚଳରେ ଛାତ୍ରଙ୍କୁ ନିର୍ମମ ଭାବେ ବାଡେଇବା ଘଟଣାକୁ ନେଇ ଛାତ୍ରଙ୍କ ବାପା ପାରାଦୀପ ଆଦର୍ଶ ଥାନାରେ ଏତଲା ଦେଇଛନ୍ତି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।
ଆଜି ଅର୍ଥନୈତିକ ସର୍ଭେ ରିପୋର୍ଟ, ସଂସଦରେ ଉପସ୍ଥାପନ କରିବେ ନିର୍ମଳା ସୀତାରମଣ
ନୂଆଦିଲ୍ଲୀ: ଆସନ୍ତାକାଲି ବଜେଟ ଉପସ୍ଥାପନ ହେବା ପୂର୍ବରୁ ଆଜି ସଂସଦରେ ଇକୋନୋମିକ ସର୍ଭେ ରିପୋର୍ଟ ଉପସ୍ଥାପନ ହେବ। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ଲୋକସଭାରେ ଏହି ରିପୋର୍ଟ ଉପସ୍ଥାପନ କରିବେ। ଗତ ଆର୍ଥିକ ବର୍ଷରେ ଦେଶର ଅର୍ଥନୀତି କେମିତି ଥିଲା, ତାହା ଏହି ରିପୋର୍ଟରୁ ଜଣାପଡ଼ିଥାଏ। ଆସନ୍ତା ଆର୍ଥିକ ବର୍ଷ କେମିତି ରହିବ, ତାହା ଅର୍ଥନୈତିକ ସର୍ଭେ ରିପୋର୍ଟରୁ ସୂଚନା ମିଳିଥାଏ।
ଅର୍ଥନୈତିକ ସର୍ଭେ ରିପୋର୍ଟରୁ ମଧ୍ୟ ଆଭାସ ମିଳିଥାଏ, କେମିତି ହୋଇପାରେ କେନ୍ଦ୍ର ବଜେଟ। କେନ୍ଦ୍ର ସରକାରଙ୍କ ମୁଖ୍ୟ ଆର୍ଥିକ ପରାମର୍ଶଦାତା ଭି. ଅନନ୍ତ ନାଗେଶ୍ଵରଙ୍କ ପ୍ରତ୍ଯକ୍ଷ ତତ୍ତ୍ଵାବଧାନରେ ଏହି ରିପୋର୍ଟ ପ୍ରସ୍ତୁତ ହୋଇଛି।
ଆପଣଙ୍କ ମୃତ୍ୟୁରେ ପୃଥିବୀର ବୋଝ କମ ହୁଏକି ?
ନନ୍ଦିଘୋଷ ବ୍ୟୁରୋ: ଦୁନିଆରେ ଜନ୍ମ ମରଣ ସତ୍ୟ। ଅନେକ ସମୟରେ ଆଖପାଖ ଲୋକଙ୍କଠାରୁ ଶୁଣିବାକୁ ମିଳିଥାଏ ଯେ, ମଣିଷର ମୃତ୍ୟୁରେ ପୃଥିବୀର ଓଜନ କମ୍ ହୁଏ। ଏଠାରେ ପ୍ରଶ୍ନ ଉଠୁଛି ଯେ, ମରଣ ପରେ କଣ ସତରେ ପୃଥିବୀର ଓଜନ କମିଯାଏ । ଏହାକୁ ନେଇ ଅନେକ ଥର ଗବେଷଣା ହୋଇଛି । ତେବେ ଚାଲନ୍ତୁ ଜାଣିବା ଲୋକମାନେ କହୁଥିବା କଥା କେତେ ଦୂର ଠିକ୍ ଅବା ଭୁଲ୍ ଅଟେ।
ପୃଥିବୀପୃଷ୍ଠରେ ଜନସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ପୃଥିବୀରେ ବର୍ତ୍ତମାନ ୮୦୦ କୋଟିରୁ ଅଧିକ ଲୋକ ବସବାସ କରୁଛନ୍ତି। ରିପୋର୍ଟ ଅନୁଯାୟୀ, ଆଗାମୀ ୨୦ ବର୍ଷରେ ଜନସଂଖ୍ୟା ବୃଦ୍ଧି ହୋଇ ୯୦୦ କୋଟିରେ ପହଞ୍ଚିବ । ତେବେ ଏଠାରେ ପ୍ରଶ୍ନ ଉଠୁଛି କି ପୃଥିବୀର ଯେତିକି ଓଜନ କ୍ଷମତା ରହିଛି ତାଠାରୁ ଅଧିକ ଲୋକ ବସବାସ କରିପାରିବେ କି ନାହିଁ? ଲୋକଙ୍କ ମୃତ୍ୟୁ ପରେ ପୃଥିବାର ବୋଝ କମିଯାଉଛି କି ନାହିଁ… ଚାଲନ୍ତୁ ଜାଣିବା ।
ଅନେକ ଥର ଆପଣ ନିଶ୍ଚୟ ଶୁଣିଥିବେ ଯେ ମଣିଷ ମରିବା ପରେ ପୃଥିବୀର ଭାର ହ୍ରାସ ହୋଇଥାଏ । କିମ୍ବା କିଛି ଲୋକ କୁହନ୍ତି ଯେ, ମଣିଷ ପୃଥିବୀ ଉପରେ ବୋଝ ଅଟେ । କିନ୍ତୁ ବୈଜ୍ଞାନିକଙ୍କ ମତ ଅନୁଯାୟୀ, ଏହି ସବୁ କଥା ଗୁଡିକରେ କୌଣସି ସତ୍ୟତା ନାହିଁ । ଏହା ଲୋକ କଥା ବୋଲି ବୈଜ୍ଞାନିକ କହିଛନ୍ତି । ବାସ୍ତବରେ, ମୃତ୍ୟୁ କିମ୍ବା ଲୋକଙ୍କ ଜନ୍ମ ପୃଥିବୀର ଓଜନ ଉପରେ ଅଧିକ ପରିବର୍ତ୍ତନ କରେ ନାହିଁ। କାରଣ ମାଧ୍ୟାକର୍ଷଣ ଶକ୍ତି ଯୋଗୁଁ ପୃଥିବୀର ଓଜନ ବୃଦ୍ଧି ଏବଂ ହ୍ରାସ ଉପରେ ନିର୍ଭର କରିଥାଏ । ଲୋକଙ୍କ ମୃତ୍ୟୁ ସହିତ ଏହାର କୌଣସି ସମ୍ପର୍କ ନାହିଁ । କିମ୍ୱା ଏହା ଦ୍ୱାର ପୃଥିବୀର ଓଜନ ହ୍ରାସ ହୁଏ ନାହିଁ ।
ଏବେ ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବ ଯେ, ପୃଥିବୀର ଓଜନ କେତେ? ପୃଥିବୀର ଓଜନ ସମ୍ବନ୍ଧରେ ବୈଜ୍ଞାନିକମାନେ ଭିନ୍ନ ଭିନ୍ନ ମତ ଦେଇଛନ୍ତି । ବାସ୍ତବରେ ପୃଥିବୀର ଓଜନ ଏହାର ମାଧ୍ୟାକର୍ଷଣ ଶକ୍ତି ଉପରେ ନିର୍ଭର କରେ । ଏହାକୁ ସରଳ ଭାଷାରେ କହିବାକୁ ଗଲେ ପୃଥିବୀର ଓଜନ ଲକ୍ଷ ଲକ୍ଷ କୋଟି ଅଟେ । ନାସା ଅନୁଯାୟୀ ପୃଥିବୀର ଓଜନ ୫.୯୭୨୨x୧୦୨୪କିଲୋଗ୍ରାମ ଅଟେ। ଏହାକୁ ୧୩.୧ ସେପ୍ଟିଲିୟନ୍ ପାଉଣ୍ଡରେ ମଧ୍ୟ ମାପ କରାଯାଏ। ତେବେ ମାଧ୍ୟାକର୍ଷଣ ଶକ୍ତି ହିସାବରେ ପୃଥିବୀର ଓଜନ କମ ବେଶି ହୋଇଥାଏ ।
ବୈଜ୍ଞାନିକଙ୍କ ଅନୁଯାୟୀ, ପୂର୍ବରୁ ପୃଥିବୀରେ ଅଧିକ ଜନସଂଖ୍ୟା ନଥିଲା । ପୂର୍ବରୁ ପୃଥିବୀରେ ମାନବ ଜନସଂଖ୍ୟା ବହୁତ କମ୍ ଥିଲା । ବୈଜ୍ଞାନିକଙ୍କ ଅନୁଯାୟୀ, ଦଶ ହଜାର ବର୍ଷ ପୂର୍ବେ ପୃଥିବୀରେ କେବଳ ଅଳ୍ପ ଲକ୍ଷ ଲୋକ ଥିଲ । ଅଷ୍ଟାଦଶ ଶତାବ୍ଦୀର ଶେଷ ଭାଗରେ, ପୃଥିବୀର ଜନସଂଖ୍ୟା ୧୦୦ କୋଟି ସଂଖ୍ୟାକୁ ଛୁଇଁଥିଲା । ୧୯୨୦ରେ, ପୃଥିବୀରେ ଦୁଇଶହ କୋଟି ଲୋକ ଥିଲେ । ବର୍ତ୍ତମାନ ଦିନକୁ ଦିନ ଲୋକଙ୍କ ସଂଖ୍ୟା ପୃଥିବୀରେ ବୃଦ୍ଧି ହେବାରେ ଲାଗିଛି ।

