spot_img
Home Blog Page 1110

ଶବ ନେଇ ଫେରିବା ବାଟରେ ପାଲଟି ଗଲେ ଶବ

ନନ୍ଦିଘୋଷ ବ୍ୟୁରୋ: ଭଦ୍ରକ ୧୬ ନମ୍ବର ଜାତୀୟ ରାଜପଥ ମଇତାପୁର ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ଯୁ । ଗତ ବିଳମ୍ବିତ ରାତିରେ ଭାରଶ୍ୟାମ ହରାଇ ଟ୍ରଲରକୁ ଧକ୍କା ଦେଇଥିଲା ଆମ୍ଵୁଲାନ୍ସ । କଟକ ଏସସିବି ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ଭୋଗରାଇ ସାରଦାପୁର ଅଞ୍ଚଳର ଦିବାକାର ଜେନାଙ୍କ ମୃତ୍ୟୁ ହୋଇଥିଲା । ନିଜ ବାପାଙ୍କ ମୃତଦେହକୁ ନେଇ ପରିବାର ସହିତ ଘରକୁ ଫେରିବା ବାଟରେ ଏହି ଦୁର୍ଘଟଣା ଘଟିଛି । ଆମ୍ଵୁଲାନ୍ସ ଡ୍ରାଇଭର ସମେତ ମୁତକଙ୍କ ପୁଅ ବାପି ଜେନା ଓ ଭିଣୋଇ ସୁଧାଂଶୁ ଦଲାଇଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ସ୍ତ୍ରୀ ବାସନ୍ତି ଜେନାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ସ୍ଥାନୀୟ ଲୋକେ ମେଡିକାଲରେ ଭର୍ତ୍ତି କରିଛନ୍ତି ।

 

ଏନକାଉଣ୍ଟରରେ ୮ ମାଓବାଦୀ ନିହତ

ନନ୍ଦିଘୋଷ ବ୍ୟୁରୋ: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲା ଅନ୍ତର୍ଗତ ତୋଡକା ଜଙ୍ଗଲରେ ପୋଲିସ ମାଓବାଦୀ ମଧ୍ୟରେ ଗୁଳିବିନିମୟ । ପୋଲିସର ଏନକାଉଣ୍ଟରରେ ୮ରୁ ଅଧିକ ମାଓବାଦୀ ନିହତ ହୋଇଥିବା ସୂଚନା ରହିଛି । ଏବେବି ଜଙ୍ଗଲ ମଧ୍ୟରେ ଗୁଳିବିନିମୟ ଜାରି ରହିଛି । STF, DRG ଏବଂ CRPF ଜବାନ ଙ୍କ କୁମ୍ବିଙ୍ଗ ଅପରେସନ ବେଳେ ପୋଲିସ କୁ ମିଳିଛି ଏହି ବଡ଼ ସଫଳତା ।

ପୁଣି ଅଟକିଲା ଶ୍ରୀମନ୍ଦିର ଧାଡ଼ି ଦର୍ଶନ ବ୍ୟବସ୍ଥା

ନନ୍ଦିଘୋଷ ବ୍ୟୁରୋ: ପୁଣି ଅଟକିଲା ଶ୍ରୀମନ୍ଦିର ଧାଡ଼ି ଦର୍ଶନ ବ୍ୟବସ୍ଥା। ଆଜିଠାରୁ ବି ଆରମ୍ଭ ହୋଇପାରିଲାନି ନାଟମଣ୍ଡପରେ ଧାଡ଼ି ଦର୍ଶନ  । ବାରମ୍ବାର ଦିନ ଗଡାଉଛନ୍ତି ଶ୍ରୀମନ୍ଦିର ପ୍ରଶାସନ ଓ ରାଜ୍ୟ ସରକାର । ଆଇନ ମନ୍ତ୍ରୀଙ୍କ ବୟାନ ଓ ଶ୍ରୀମନ୍ଦିର ପ୍ରଶାସନ ଭିତରେ ରହୁନି ତାଳମେଳ । ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ କହିଲେ ଧାଡ଼ି ଦର୍ଶନ ପାଇଁ ଅନୁମତି ପାର୍ଟ ରହିଛି । ଅନୁମତି ମିଳିବା ପରେ ହିଁ ହୋଇପାରିବ ଦର୍ଶନ ବ୍ୟବସ୍ଥା । ହୁଣ୍ଡି ସ୍ଥାନାନ୍ତର ପାଇଁ ଅଟକିଛି ଧାଡ଼ି ଦର୍ଶନ ବ୍ୟବସ୍ଥା । ପ୍ରସ୍ତୁତ ରହିଛି ରାମ୍ପ୍, ବିଭିନ୍ନ ନିଯୋଗ ସହ ମଧ୍ୟ ଜାରି ରହିଛି ଆଲୋଚନା। ଅନୁମତି ପରେ ହିଁ ଲାଗୁ ହେବ ଧାଡ଼ି ଦର୍ଶନ ବ୍ୟବସ୍ଥା।

ବିଗବସ୍ ଓଟିଟି ୪ରେ ସଲମାନଙ୍କ ବଦଳରେ କିଏ କରିବେ ଉପସ୍ଥାପନା ?

ନନ୍ଦିଘୋଷ ବ୍ୟୁରୋ: ବିଗବସ୍ ବେଶ ଲୋକପ୍ରିୟ ଶୋ’ । ଏହାକୁ ସମସ୍ତେ ବେଶ ପସନ୍ଦ କରିଛନ୍ତି । ତେବେ ବିଗବସର ୧୮ତମ ସିଜିନ କରିବା ପରେ ଏବେ ଦର୍ଶକେ ଏହାର ଓଟିଟି ୪କୁ ଚାହିଁ ବସିଛନ୍ତି । ଓଟିଟି ଭର୍ସନରେ ସଲମାନଙ୍କ ବଦଳରେ ଅନ୍ୟ କେହି ହୋଷ୍ଟିଙ୍ଗ କରିବେ ବୋଲି ଏବେ ଚର୍ଚ୍ଚା ଚାଲିଛି । ତେବେ ଯଦି ସଲମାନ ନକରିବେ ତାହେଲେ ଆଉ କିଏ କରିବେ ତାକୁ ନେଇ ଚର୍ଚ୍ଚା ହେଉଥିବା ୨ ଜଣଙ୍କ ନାମ ସାମନାକୁ ଆସିଛି । ଓଟିଟିର ପ୍ରଥମ ଭର୍ସନକୁ କରଣ ଜୋହର ହୋଷ୍ଟ କରିଥିଲେ । ଏହାପରେ ସଲମାନ ଖାନ ଏହି ଭାର ସମ୍ଭାଳିଥିଲେ । ଏହାପରେ ଅନିଲ କପୁର ଏହି ଦାୟିତ୍ବ ତୁଲାଇଥିଲେ । ଏବେ କୁହାଯାଉଛି କି, ସୋନୁ ଶୁଦ୍ ଏବଂ ରୋହିତ ସେଟ୍ଟୀଙ୍କ ସହ କଥା ଚାଲିଥିବା କୁହାଯାଉଛି । ମାତ୍ର ଦର୍ଶକେ ସଲମାନଙ୍କୁ ଅଧିକ ପସନ୍ଦ କରୁଛନ୍ତି । ଯଦିଓ ଏନେଇ ଏଯାବତ କୌଣସି କମଫର୍ମ ହୋଇନାହିଁ । ସେପଟେ ଏନେଇ ମଧ୍ୟ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

ମହିଳା ଫ୍ୟାନ୍ସଙ୍କୁ ଚୁମ୍ବନ ଦେଲେ ଉଦିତ୍ ନାରାୟଣ, ଭାଇରାଲ ହେଉଛି ଭିଡିଓ

ନନ୍ଦିଘୋଷ ବ୍ୟୁରୋ: ବଲିଉଡର ଜଣାଶୁଣା ଗାୟକ ହେଉଛନ୍ତି ଉଦିତ ନାରାୟଣ । ତାଙ୍କ ଗୀତ ଶ୍ରୋତାଙ୍କୁ ଆଜି ମଧ୍ୟ ବାନ୍ଧି ରଖିଛି । ସଲମାନଙ୍କଠାରୁ ଆରମ୍ଭ କରି ଶାହାରୁଖ ସମସ୍ତଙ୍କ ପାଇଁ ଗୀତ ଗାଇଥିବା ଏହି ଗାୟକ ପ୍ରାୟ ଘରେ ଘରେ ପରିଚିତ । ତେବେ ଏହି ଜଣାଶୁଣା ଗାୟକଙ୍କ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ଯେଉଁ ଭିଡିଓରେ ଉଦିତ୍ ଜଣେ ମହିଳା ଫ୍ୟାନ୍ସଙ୍କୁ ଚୁମ୍ବନ ଦେଉଛନ୍ତି । ଏକ ଲାଇଭ ସୋ ସମୟର ଏହି ଦୃଶ୍ୟ । ତେବେ ପ୍ରଥମେ ସେଲଫି ଉଠାଇଛନ୍ତି ଏବଂ ପରେ ଚୁମ୍ବନ ଦେଇଛନ୍ତି । ଯାହାକୁ ନେଇ ଫ୍ୟାନ୍ସମାନେ ତାଙ୍କୁ ଟ୍ରୋଲ କରୁଛନ୍ତି ।

ତେବେ ଭାଇରାଲ ହେଉଥିବା ଭିଡିଓରୁ ଜଣା ପଡ଼ୁଛି କି, ଉଦିତ୍ ନାରାୟଣ ବେଶ ହିଟ୍ ହୋଇଥିବା ଗୀତ ଟିପଟିପ୍ ବର୍ଷା ପାଣି ଗୀତ ଗାଉଛନ୍ତି । ତେବେ ଏହି ଘଟଣାକୁ ନେଇ ଉଦିତ ନିଜର ପ୍ରତିକ୍ରିୟାରେ କହିଛନ୍ତି କି, ଫ୍ୟାନ୍ସମାନେ କଳାକାରଙ୍କ ପାଖରେ ପାଇ ବେଶ ଖୁସି ହୋଇଥାନ୍ତି । କିନ୍ତୁ ସୋସିଆଲ ମିଡିଆରେ ଯେଭଳି ଭାବେ ଭାଇରାଲ କରାଯାଉଛି ତାହା ସେମିତି କିଛି ନୁହେଁ ।

 

ଦ୍ବିତୀୟ ପାଳିରେ କୋହଲିଙ୍କୁ ମିଳିଲାନି ସୁଯୋଗ !

ନନ୍ଦିଘୋଷ ବ୍ୟୁରୋ: ରଣଜୀରେ ବିରାଟ କୋହଲି ଫ୍ଲପ୍ । ରେଲଓ୍ବ ବିପକ୍ଷ ପ୍ରଥମ ପାଳିରେ କୋହଲି ମାତ୍ର ୬ ରନ କରି ଆଉଟ୍ ହୋଇଥିଲେ । ତେବେ ସେ ଦ୍ବିତୀୟ ପାଳିରେ ଭଲ ପ୍ରଦର୍ଶନ କରିବେ ବୋଲି ଆଶା ରଖିଥିଲେ ଫ୍ୟାନ୍ସ । କିନ୍ତୁ ଦ୍ବିତୀୟ ପାଳିରେ ବିରାଟଙ୍କୁ ବ୍ୟାଟିଂ ପାଇଁ ମିଳିଲାନି ସୁଯୋଗ । ଗୋଟିଏ ପାଳିରେ ଦିଲ୍ଲୀ ୧୯ ରନରେ ବିଜୟୀ ହୋଇଛି । ୧୩ ବର୍ଷ ପରେ କୋହଲି ରଣଜୀ ଟ୍ରଫି ଖେଳିବା ପାଇଁ ମଇଦାନକୁ ଓହ୍ଲାଇଥିଲେ । ବର୍ଡର ଗାଭାସ୍କର ଟ୍ରଫିରେ ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲେ । ମାତ୍ର ଆଶା ରଖା ଯାଇଥିଲା କି ରଣଜୀରେ ଫର୍ମକୁ ଫେରିବେ । ମାତ୍ର ଏକ ସୁନ୍ଦର ଚୌକା ମାରିବା ପରେ କ୍ଲିନ୍ ବୋଲ୍ଡ ହୋଇ ପାଭିଲିୟନ ଫେରିଥିଲେ । ଯାହାକୁ ନେଇ ସୋସିଆଲ ମିଡିଆରେ କୋହଲିଙ୍କ କିଛି ୟୁଜର୍ସ ଟ୍ରୋଲ ମଧ୍ୟ କରିଥିଲେ । କେବଳ କୋହଲିଙ୍କ ଖେଳ ଦେଖିବାକୁ ଷ୍ଟାଡିୟମରେ ଖଚାଖଚ ଭିଡ଼ ହୋଇଥିଲା । ମାତ୍ର ପ୍ରଦର୍ଶନ ନୈରାଶ୍ୟଜନକ ରହିଥିଲା । ତେବେ ଦିଲ୍ଲୀ ଦ୍ବିତୀୟ ପାଳି ବୋଲିଂ ଉଚ୍ଚ କୋଟିର ଖେଳ ପ୍ରଦର୍ଶନ କରିଥିଲା । ଯାହାଦ୍ବାରା ଦଳକୁ ଗୋଟିଏ ପାଳିରେ ୧୯ରେ ବିଜୟୀ ହୋଇ ପାରିଛି ।

୨୦୨୫-୨୬ରେ ମୋଟ ବ୍ୟୟ ୫୦.୬୫ ଲକ୍ଷ କୋଟି

ନିର୍ମଳାଙ୍କ ବଜେଟ ଟପିଲା ୫୦ ଲକ୍ଷ କୋଟି । ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ କେନ୍ଦ୍ର ଅର୍ଥମନ୍ତ୍ରୀ ଆଜି ସଂସଦରେ ଉପସ୍ଥାପନ କରିଥିବା ବଜେଟର ମୋଟ ବ୍ୟୟବରାଦ ୫୦.୬୫ ଲକ୍ଷ କୋଟି । ଅର୍ଥାତ ନିର୍ମଳା ୫୦.୬୫ ଲକ୍ଷ କୋଟିର ବଜେଟ ଉପସ୍ଥାପନ କରିଛନ୍ତି । କରଜ ବିନା ମୋଟ ଆୟ ୩୪.୯୬ ଲକ୍ଷ କୋଟି ଲକ୍ଷ୍ୟ ରଖାଯାଇଥିବା ବେଳେ ମୋଟ କର ଆୟ ପରିମାଣ ୨୮.୩୭ ଲକ୍ଷ କୋଟି ଲକ୍ଷ୍ୟ ରଖାଯାଇଛି । କ୍ୟାପିଟାଲ ଏକ୍ସପେଣ୍ଡିଚର ପରିମାଣ ୧୦.୧୮ ଲକ୍ଷ କୋଟି । ରାଜସ୍ବ ନିଅଣ୍ଟ ପରିମାଣ ଜିଡିପିର ୪.୪ ପ୍ରତିଶତ ରହିଛି । କ୍ୟାପେକ୍ସ ଏକ୍ସପେଣ୍ଡିଚେର ୧୧.୨୧ ଲକ୍ଷ କୋଟି ଟଙ୍କା ରହିଛି । ଗତଥର ବଜେଟ ପରିମାଣ ଥିଲା ୪୮.୨୧ ଲକ୍ଷ କୋଟି ।

ବିହାର ଲାଗି ଅର୍ଥମନ୍ତ୍ରୀ ନିର୍ମଳା ଖୋଲିଦେଲେ ବଜେଟ୍ ପେଡ଼ି

ନୂଆଦିଲ୍ଲୀ: ବିହାର ଲାଗି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଖୋଲିଦେଲେ ବଜେଟ୍ ପେଡ଼ି। ଗତ ଲୋକସଭା ନିର୍ବାଚନ ପୂର୍ବରୁ ଆନ୍ଧ୍ରପ୍ରଦେଶକୁ ତୁଷ୍ଟ କରିବା ପରି ଏଥର ବିହାରକୁ ତୁଷ୍ଟ କରିଛନ୍ତି ସରକାର। ବିହାରରେ ପ୍ରତିଷ୍ଠା ହେବ ମଖାନା ବୋର୍ଡ। ଏହା ସହ ପ୍ରତିଷ୍ଠା ହେବ ଏକ ଜାତୀୟ ଖାଦ୍ୟ ପ୍ରଯୁକ୍ତି, ଔଦ୍ୟୋଗିକତା ଓ ପରିଚାଳନା ପ୍ରତିଷ୍ଠାନ। ଆସନ୍ତା ନଭେମ୍ବରରେ ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବା ବେଳେ ତା ପୂର୍ବରୁ ବଜେଟରେ ବିହାରକୁ ଫୋକସ କରିଛନ୍ତି ସୀତାରମଣ। ଏପରିକି ପୋଷାକରେ ବି ରାଜନୀତି କରିଛନ୍ତି ଅର୍ଥମନ୍ତ୍ରୀ।

ବିହାର ମିଥିଳା ଅଞ୍ଚଳରୁ ଉତ୍ପାଦିତ ହେଉଥିବା ମଧୁବନି ଶାଢି ପିନ୍ଧି ବଜେଟ ଉପସ୍ଥାପନା କରିଥିଲେ ନିର୍ମଳା। ଏହି ଶାଢିକୁ ବି ନିର୍ମଳାଙ୍କୁ ଉପହାର ଦେଇଥିଲେ ପଦ୍ମଶ୍ରୀ ବିଜେତା ଦୁଲାରୀ ଦେବୀ। ବିହାରର ଭିତ୍ତିଭୂମିକୁ ସୁଦୃଢ କରିବା ଲାଗି ପାଟନା ବିମାନବନ୍ଦରକୁ ସମ୍ପ୍ରସାରଣ କରାଯିବ। ଏହା ସହ ରାଜ୍ୟରେ ପ୍ରତିଷ୍ଠା ହେବ ୪ଟି ନୂଆ ଗ୍ରୀନଫିଲ୍ଡ ବିମାନ ବନ୍ଦର ଏବଂ ବିହତାରେ ଏକ ବ୍ରାଉନଫିଲ୍ଡ ବିମାନ ବନ୍ଦର। ସେହିପରି ମିଥିଳାଞ୍ଚଳରେ ଥିବା ପଶ୍ଚିମାଞ୍ଚଳ କୋସି କେନାଲ ଇଆରଏମ ପ୍ରକଳ୍ପ ଲାଗି ଆର୍ଥିକ ସହାୟତା ଘୋଷଣା ହୋଇଛି। ଗତ ୨୦୨୪ ବଜେଟରେ ବି ବିହାର ଲାଗି ୨୬ ହଜାର କୋଟି ଟଙ୍କା ପ୍ରଦାନ କରିଥିଲେ ନିର୍ମଳା।

୧୨ ଲକ୍ଷ ଆୟ ଉପରେ ଦେବାକୁ ପଡ଼ିବ ନାହିଁ କୌଣସି ଆୟକର

ନୂଆଦିଲ୍ଲୀ: ମଧ୍ୟବିତ୍ତଙ୍କ ପାଇଁ ସରକାରଙ୍କ ବଡ଼ ଘୋଷଣ । ଇନକମ୍ ଟ୍ୟାକ୍ସକୁ ନେଇ ବଡ଼ ଘୋଷଣା କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଯେଉଁଥିରେ ୧୨ ଲକ୍ଷ ଆୟ ପର୍ୟ୍ୟନ୍ତ ଟ୍ୟାକ୍ସ ଛାଡ କରିଛନ୍ତି କେନ୍ଦ୍ର ସରକାର । ଏହାସହ ୧୨ରୁ ୧୬ ଲକ୍ଷ ଆୟ ପର୍ଯ୍ୟନ୍ତ ୧୫ ପ୍ରତିଶତ ଟ୍ୟାକ୍ସ, ୨୦ରୁ ୨୪ ଲକ୍ଷ ଆୟ ପର୍ୟ୍ୟନ୍ତ ୨୫ ପ୍ରତିଶତ ଟ୍ୟାକ୍ସ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ

*୧୨ ଲକ୍ଷ ପର୍ଯ୍ୟନ୍ତ ଆୟକର ଛାଡ଼ ଘୋଷଣା

*୦-୪ଲକ୍ଷ ପର୍ଯ୍ୟନ୍ତ ଆୟକର ନାହିଁ

*୪-୮ଲକ୍ଷ ପର୍ଯ୍ୟନ୍ତ ୫ ପ୍ରତିଶତ

*୮-୧୨ଲକ୍ଷ ପର୍ଯ୍ୟନ୍ତ ୧୦ପ୍ରତିଶତ ଟିକସ

*୧୨-୧୬ ଲକ୍ଷ ପର୍ଯ୍ୟନ୍ତ ୧୫ ପ୍ରତିଶତ ଟିକସ

*୧୬-୨୦ଲକ୍ଷ ପର୍ଯ୍ୟନ୍ତ ୨୦ ପ୍ରତିଶତ ଟିକସ

*୨୦-୨୪ଲକ୍ଷ ପର୍ଯ୍ୟନ୍ତ ୨୫ ପ୍ରତିଶତ ଟିକସ

*୨୪ରୁ ଅଧିକ ହେଲେ ୩୦ପ୍ରତିଶତ ଟିକସ

ଅର୍ଥମନ୍ତ୍ରୀଙ୍କ ସୂଚନା ମୁତାବକ, ବାର୍ଷିକ ୧୨ ଲକ୍ଷ ଆୟ ପର୍ୟ୍ୟନ୍ତ ଲୋକଙ୍କୁ କୌଣସି ଇନକମ୍ ଟ୍ୟାକ୍ସ ଦେବାକୁ ପଡିବନି ନୂଆ ଟ୍ୟାକ୍ସ ସ୍ଲାବ୍ ବ୍ୟବସ୍ଥା ଅନୁସାରେ ଏହି ଘୋଷଣା କରାଯାଇଛି ଅର୍ଥନୈତିକ ଅଭିବୃଦ୍ଧି ଏବଂ ଜନସଂଖ୍ୟାର ଆବଶ୍ୟକତା ଉପରେ ନିର୍ଭର କରି ଭାରତରେ ଆୟକର ହାର ସମୟ ସହିତ ବଦଳିଛ ଏହି ହାରଗୁଡିକର ବୃଦ୍ଧି କିମ୍ବା ହ୍ରାସ ସାଧାରଣ ଜନତାଙ୍କ ଉପରେ ସିଧାସଳଖ ପ୍ରଭାବ ପକାଇଥାଏ, ଯାହା ନିଶ୍ଚିତ କରେ ଯେ ସମସ୍ତ ବିଭାଗ ପାଇଁ ଟିକସ ବ୍ୟବସ୍ଥା ସମାନ

ତେବେ ଏହା ପୂର୍ବରୁ ଲକ୍ଷ ଆୟ ପର୍ୟ୍ୟନ୍ତ କୌଣସି ଟ୍ୟାକ୍ସ ଦେବାକୁ ପଡୁନଥିଲା, ଯାହାକୁ ଏବେ ବୃଦ୍ଧି କରି ୧୨ ଲକ୍ଷ କରିଛନ୍ତି ସରକାର  ତେବେ ୨୪ ଲକ୍ଷରୁ ଅଧିକ ଆୟ ଉପରେ ଏବେ ୩୦ ପ୍ରତିଶତ ଟ୍ୟାକ୍ସ ଦେବାକୁ ପଡିବ ଏହାସହ ୧୫ରୁ ୨୦ ଲକ୍ଷ ଆୟ ଉପରେ ୨୦ ପ୍ରତିଶତ ଦେବାକୁ ପଡିବ  

୨୦୨୫-୨୬ ବଜେଟରେ ଶସ୍ତା ହେଲା ଏହି ସବୁ ଜିନିଷ

ନୂଆଦିଲ୍ଲୀ: ଲୋକସଭାରେ ଉପସ୍ଥାପିତ ହୋଇଛି ୨୦୨୫-୨୬ ବଜେଟ୍‌ । ବଜେଟ୍‌ ଉପସ୍ଥାପନ କରିଛନ୍ତି ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ । ଯେଉଁଥିରେ ବିଭିନ୍ନ କ୍ଷେତ୍ର ପାଇଁ ଆର୍ଥିକ ପ୍ୟାକେଜ୍ ଘୋଷଣା କରାଯାଇଛି । ବଜେଟ୍‌ରେ ମୋଟ ଲକ୍ଷ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । ଅନେକ ଜିନିଷ ଶସ୍ତା ହୋଇଥିବା ବେଳେ କିଛି ସାମଗ୍ରୀ ମହଙ୍ଗା ମଧ୍ୟ ହୋଇଛି । ତେବେ ଜାଣିରଖନ୍ତୁ କେଉଁ କେଉଁ ଜିନିଷ ଶସ୍ତା ହୋଇଛି।

ବଜେଟରେ କ’ଣ ଶସ୍ତା ?

ମୋବାଇଲ ଫୋନ ଶସ୍ତା ହେବ

ଜୀବନ ରକ୍ଷାକାରୀ ୩୬ ଔଷଧ ଶସ୍ତା ହେବ
LED ଟିଭି ଶସ୍ତା ହେବ
କପଡ଼ା ସାମଗ୍ରୀ ଶସ୍ତା ହେବ
ଇଭିକାର୍ ଶସ୍ତା ହେବ
ସାମୁଦ୍ରିକ ଖାଦ୍ୟ ଶସ୍ତା ହେବ
ବୈଦ୍ୟୁତିକ ସାମଗ୍ରୀ ଶସ୍ତା ହେବ
ଶସ୍ତା ହେବ ଚମଡ଼ାଜାତ ଦ୍ରବ୍ୟ, ହ୍ରାସ ହେଲା କର
ଲିଥିୟମ ବ୍ୟାଟେରୀ ମଧ୍ୟ ଶସ୍ତା