spot_img
Home Blog Page 11

ସାରସକଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଶିଶୁ କନ୍ୟା ମୃତ୍ୟୁ ଅଭିଯୋଗରେ ଉତ୍ତେଜନା

ନନ୍ଦିଘୋଷ ବ୍ୟୁରୋ :  ସାରସକଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଉତ୍ତେଜନା । ଶିଶୁ କନ୍ୟା ମୃତ୍ୟୁ ଅଭିଯୋଗରେ ବ୍ୟାପକ ଭଙ୍ଗାରୁଜା ସହ ଔଷଧ ଓ ମେଡିକାଲ୍ ସାମଗ୍ରୀ ପୋଡ଼ିଲେ ଉତ୍ତ୍ୟକ୍ତ ଲୋକେ । ଘଟଣା ସ୍ଥଳରେ ବ୍ୟାପକ ପୋଲିସ ମୁତୟନ । ହସ୍ପିଟାଲରେ ଡାକ୍ତର ଅନୁପସ୍ଥିତ ଥିବା ଦେଖି କ୍ରୋଧିତ ସ୍ଥାନୀୟ ବାସିନ୍ଦା ଏବଂ ମୃତକଙ୍କ ସମ୍ପର୍କୀୟମାନେ ପରିସର ଭିତରକୁ ଧସେଇ ପଶି ବ୍ୟାପକ ଭଙ୍ଗାରୁଜା ଚଳାଇଛନ୍ତି । କେବଳ ସେତିକି ନୁହେଁ, ଉତ୍ତ୍ୟକ୍ତ ଲୋକେ ଔଷଧ ଭଣ୍ଡାର ଓ ଚିକିତ୍ସା କକ୍ଷରୁ ମୂଲ୍ୟବାନ ଜୀବନରକ୍ଷାକାରୀ ଔଷଧ, ବ୍ୟାଣ୍ଡେଜ୍, ସାଲାଇନ୍ ସମେତ ବିଭିନ୍ନ ଅତ୍ୟାବଶ୍ୟକୀୟ ମେଡିକାଲ୍ ସାମଗ୍ରୀ ବାହାରକୁ ଟାଣି ଆଣି ନିଆଁ ଲଗାଇ ଦେଇଛନ୍ତି । ଝାରପୋଖରିଆ ଥାନା ପୋଲିସ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ସ୍ଥିତିକୁ ଆୟତ୍ତ କରିଛି । ଗତକାଲି ସାରସକଣା ବ୍ଲକ ଅନ୍ତର୍ଗତ ମୁଣ୍ଢାକଟା ଗ୍ରାମର ବେହେରା ସାହି ବାସିନ୍ଦା ରାଜା ବେହେରାଙ୍କ କୁନି ଝିଅ ଚୁଲବୁଲ ଘରେ ଖେଳୁଥିବା ସମୟରେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଗୁରୁତର ହୋଇପଡ଼ିଥିଲା। ପରିବାର ଲୋକେ ତୁରନ୍ତ ଉଦ୍ଧାର କରି ଏହି ସାରସକଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ । ହେଲେ ସେଠାରେ କୌଣସି ଡାକ୍ତର ଉପସ୍ଥିତ ନଥିଲେ । ଫଳରେ ଶିଶୁଟିକୁ ଶିର୍ଷା, ଝାରପୋଖରିଆ ଏବଂ ପରେ ବାରିପଦାସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡ଼ିକାଲ କଲେଜ ନେବାକୁ ପଡ଼ିଥିଲା ଏବଂ ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ । ଦୀର୍ଘଦିନ ଧରି ସାରସକଣା ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର ଅନୁପସ୍ଥିତ ରହୁଥିବା ନେଇ ବାରମ୍ବାର ଅଭିଯୋଗ ସତ୍ତ୍ୱେ ପ୍ରଶାସନର ଉଦାସୀନତା ଏବଂ ଠିକ୍ ସମୟରେ ପ୍ରାଥମିକ ଚିକିତ୍ସା ନମିଳିବାରୁ ଶିଶୁଟିର ପ୍ରାଣହାନି ଘଟିଥିବା ଦାବି କରି ଲୋକଙ୍କ ଆକ୍ରୋଶ ସୀମା ଟପିଥିଲା ।….

 

ବନ୍ୟା ଛାଡିବା ପରେ କୂଳ ଖାଉଛି ବୈତରଣୀ

ନନ୍ଦିଘୋଷ ବ୍ୟୁରୋ : ବନ୍ୟା ଛାଡିବା ପରେ କୂଳ ଖାଉଛି ବୈତରଣୀ । ଓଳଗ ଅମୃତମଣୀ ଓ ଷାଠିବାଙ୍କୁଡା ନିକଟ ୨ଟି ସ୍ଥାନରେ ୭ଶହ ଫୁଟ ନଦୀବନ୍ଧ ଧସିଲା । ଆତଙ୍କିତ ୪ଟି ପଞ୍ଚାୟତର ନଦୀକୂଳିଆ ଲୋକେ । ଗତ ଦୁଇମାସ ମଧ୍ୟରେ ବୈତରଣୀ ନଦୀର ଆସିଥିବା ୫ ପାଞ୍ଚ ଥର ବନ୍ୟାରେ ବିଶେଷଭାବେ କ୍ଷତିଗ୍ରସ୍ତ ହୋଇଥିଲା ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକର ଆରଡି, ସୁନ୍ଦରପୁର, ଓଳଗ, ନାନ୍ଦପୁର ଭଳି ୪ଟି ପଞ୍ଚାୟତ । ଏବେ ବନ୍ୟା ଛାଡିଥିବା ବେଳେ କୂଳ ଖାଉଛି ବୈତରଣୀ । ଓଳଗ ନିକଟସ୍ଥ ଅମୃତମଣୀ ଗାଁ ନୀକଟରେ ଦୁଇଶହ ଫୁଟର ନଦୀବନ୍ଧ ବୈତରଣୀ ନଦୀଗର୍ଭକୁ ଚାଲିଯାଇଥିବା ବେଳେ ଅନେକ ସ୍ଥାନରେ ବଡବଡ ଫାଟ ସୃଷ୍ଟି ହୋଇଛି । ସେହିପରି ଷାଠିବାଙ୍କୁଡା ଗାଁ ଠାରୁ କିଛି ଦୂର ବୈତରଣୀ ନଦୀ କୂଳ ଲଙ୍ଘିବାରୁ ପାଖାପାଖି ୫ଶହ ଫୁଟ ଲମ୍ବର  ନଦୀପଠାରୁ ବଡବଡ ମାଟି ଅତଡ଼ାଖଣ୍ଡ ନଦୀ ମଧ୍ୟକୁ ଚାଲିଯାଇଛି । ଏହାସହ ସେହି ସ୍ଥାନ ଦେଇ ଆଖଣ୍ଡଳମଣି- କୁଆଖିଆ ୨୦ ନମ୍ଵର ଜାତୀୟ ରାଜପଥ ଯାଇଥିବାରୁ ରାସ୍ତା ପ୍ରତି ବିପଦ ସୃଷ୍ଟି ହେବା ସହ ୪ଟି ପଞ୍ଚାୟତର ନଦୀକୂଳିଆ ଏବେ ଆତଙ୍କିତ ହୋଇ ପଡିଛନ୍ତି । ବନ୍ୟାରେ ବୈତରଣୀନଦୀ କୂଳ ଲଙ୍ଘିଵାରୁ ଜାତୀୟ ରାଜପଥର ଦେଢ଼ କିଲୋମିଟର କଂକ୍ରିଟ ରାସ୍ତାକୁ ଧୋଇନେବା ସହ ୩ଶହ ଫୁଟର ଘାଇ ସୃଷ୍ଟି ହୋଇ ଆରଡି ସମେତ ୨୪ ଗାଁର ବହୁ କ୍ଷତି ଘଟାଇଥିଲା । ବନ୍ୟା ଛାଡିବା ପରେ କଟକ ଅଧିନ NHAI ବିଭାଗ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ନଦୀ କଡ଼ରେ ବଲା ଓ ବାଲିବସ୍ତା ଦିଆଯାଇ ଘାଇ ମରାମତି କରାଯାଇଥିଲା । ହେଲେ ଧୋଇଯାଇଥିବା ରାସ୍ତାର ଅସ୍ଥାୟୀ ମରାମତି ହୋଇଥିଲେ ମଧ୍ୟ ଏବେବି ବିପଦପୂର୍ଣ୍ଣ ଭାବେ ଯାତାୟତ କରୁଛନ୍ତି ସ୍ଥାନୀୟ ଅଞ୍ଚଳବାସୀ । ଅନ୍ୟପଟେ ପାଣିପାଗ ବିଭାଗର ଆକଳନ ଅନୁଯାୟୀ ଆଜି ଠାରୁ ଲଘୁଚାପ ପ୍ରଭାବରେ ବର୍ଷା ହେବ । ତେଣୁ ଦୁର୍ବଳ ନଦୀବନ୍ଧର ଯଥାଶୀଘ୍ର ମରାମତି ପାଇଁ ସ୍ଥାନୀୟ ଲୋକ ଦାବି କରିଛନ୍ତି। ନଦୀବନ୍ଧ ଧସିବା ଘଟଣା ସମ୍ପର୍କରେ ଧାମନଗର ଜଳସମ୍ପଦ ବିଭାଗର କନିଷ୍ଠଯନ୍ତ୍ରୀ ବିମଳ ପ୍ରସାଦ ବେହେରାଙ୍କୁ ପଚାରିବାରୁ ଆମର ଏକ ଟିମ୍ ଘଟଣାସ୍ଥଳକୁ ଯାଇ ଅନୁଧ୍ୟାନ କରିଛନ୍ତି, ସେହି ସ୍ଥାନରେ ଆଗକୁ କାମ ହେବ ବୋଲି କ‌ହିଛନ୍ତି ।….

ଭିଜିଲାନ୍ସ ହାତରେ ଧରାପଡିଲେ ହିଞ୍ଜିଳିକାଟୁ ସମନ୍ୱିତ ଶିଶୁ ବିକାଶ ବିଭାଗ ସୁପରଭାଇଜର ଓ କର୍ମଚାରୀ

ନନ୍ଦିଘୋଷ ବ୍ୟୁରୋ : ଲାଞ୍ଚ ନେଲା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ହିଞ୍ଜିଳିକାଟୁ ସମନ୍ୱିତ ଶିଶୁ ବିକାଶ ବିଭାଗ ସୁପରଭାଇଜର ଓ କର୍ମଚାରୀ । ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ଅଞ୍ଚଳରେ ଜଣେ ‎ଅଙ୍ଗନବାଡି କର୍ମୀଙ୍କ ଠାରୁ ୩୦ ହଜାର ଟଙ୍କା ଲାଞ୍ଜ ନେଲା ବେଳେ ଦୁଇଜଣକୁ ମାଡ଼ି ବସିଲା ଭିଜିଲାନ୍ସ  l ‎‎ହିଞ୍ଜିଳିକାଟୁ ସିଡିପିଓ ଅଫିସର ଆଇସିଡିଏସ ସୁପର ଭାଇଜର ବି. ଉମା ପାତ୍ର ଓ କନିଷ୍ଠ ରାଜସ୍ୱ ସହାୟକ ନରସିଂହ ବେହେରାକୁ ବାନ୍ଧିଲା ଓଡ଼ିଶା ଭିଜିଲାନ୍ସ I ‎‎୧୧ ମାସର ଘରଭଡ଼ା ବିଲ କରାଇଦେବା ପାଇଁ ୩୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ l ଲାଞ୍ଜ ନଦେଲେ ଘରଭଡ଼ା ଟଙ୍କା ବିଲ୍ ଅଟକାଇ ଦେବାକୁ ଧମକ ଦେଇଥିଲେ l ‎କୌଣସି ଉପାୟ ନପାଇ ଅଙ୍ଗନବାଡ଼ି କର୍ମୀ ଜଣଙ୍କ ଭିଜିଲାନ୍ସ ଦ୍ୱାରସ୍ଥ ହେଇଥିଲେ l ‎ଅଙ୍ଗନବାଡ଼ି କର୍ମୀ ଠାରୁ ୩୦ ହଜାର ଟଙ୍କା ଲାଞ୍ଜବେଳେ ଉଭୟ ସୁଭରଭାଇଜର ଓ କନିଷ୍ଠ ରାଜସ୍ୱ ସହାୟକଙ୍କୁ ଗିରଫ କରିଛି ବ୍ରହ୍ମପୁର ଭିଜିଲାନ୍ସ ବିଭାଗ l….

ପୁରୀ ବଡ଼ଶଙ୍ଖରେ ଦୁର୍ବୃତ୍ତଙ୍କ ଆତଙ୍କରାଜ

ନନ୍ଦିଘୋଷ ବ୍ୟୁରୋ : ପୁରୀ ବଡ଼ଶଙ୍ଖରେ ଦୁର୍ବୃତ୍ତଙ୍କ ଆତଙ୍କରାଜ । ଦୁଇଜଣ ବ୍ୟକ୍ତିଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ । ବିଚ୍ ବଜାରରେ ଦୁଇଜଣଙ୍କୁ ଆକ୍ରମଣ କରି ଲହୁଲୁହାଣ କଲେ। ଗୁରୁତର ଅବସ୍ଥାରେ ଉଭୟଙ୍କୁ ପୁରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଗୁରୁତର ଦୁଇ ବ୍ୟକ୍ତି ହେଉଛନ୍ତି ପୁରୀ ଦରଜୀ ପୋଖରୀ ଅଞ୍ଚଳର ଗିଲଟି କାଳୁ ଓରଫ ସୁବାସ ଚନ୍ଦ୍ର ମହାନ୍ତି ଏବଂ ନାରାୟଣ ମହାନ୍ତି । ସୁବାସଙ୍କ ମୁଣ୍ଡ ଓ ହାତରେ ଗଭୀର ଆଘାତ ଲାଗିଥିବା ବେଳେ ନାରାୟଣଙ୍କ ହାତରେ ଗଭୀର ଆଘାତ ଲାଗିଛି । କୁମ୍ଭାରପଡ଼ା ଥାନା ପୋଲିସ ହସ୍ପିଟାଲରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ୪ଜଣ ଦୁର୍ବୃତ୍ତ ହାତରେ ମାରଣାସ୍ତ୍ର ଧରି ଗାଳିଗୁଲଜ କରିବା ସହ ମାରଣାସ୍ତ୍ରରେ ଆକ୍ରମଣ କରି ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି । ଗୁରୁତର ଗିଲଟି କାଳୁ ଓରଫ ସୁବାସ ମହାନ୍ତି ନାଁରେ ଅନେକ ଅପରାଧିକ ମାମଲା ରହିଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଏଭଳି ଘଟଣା ଘଟିଥିବା ସନ୍ଦେହ କରାଯାଉଛି । ଗୁରୁତର ଅବସ୍ଥାରେ ଗିଲଟି କାଳୁକୁ ଡାକ୍ତର କଟକ ସ୍ଥାନାନ୍ତର କରିଛନ୍ତି । ତେବେ ଘଟଣାସ୍ଥଳରେ ମାରଣାସ୍ତ୍ର ସହ ସ୍କୁଟି ପଡିଥିବା ଦେଖିବାକୁ ମିଳିଛି ।.

କନ୍ଧମାଳର ସାରଙ୍ଗଡ ଥାନା ପୋଲିସ କବଜାର ନକଲି MVI

ନନ୍ଦିଘୋଷ ବ୍ୟୁରୋ : କନ୍ଧମାଳର ସାରଙ୍ଗଡ ଥାନା ପୋଲିସ କବଜାର ନକଲି MVI । ଗିରଫ ଅଭିଯୁକ୍ତ ଧର୍ମେନ୍ଦ୍ର କୁମାର ବେହେରା ଓରଫ ନିଖିଲ କୁମାର ପଟ୍ଟନାୟକ । ନିଜକୁ କେବେ ଗଞ୍ଜାମ RTO ବିଭାଗର MVI ତ ଆଉ କେତେବେଳେ କନ୍ଧମାଳ MVI ର ବୋଲି ପରିଚୟ ଦେଇ ବହୁ ମହିଳା ଓ ଯୁବତୀଙ୍କୁ ଠକିଥିବା ଅଭିଯୋଗ ହୋଇଛି । ଗଞ୍ଜାମ ଜିଲ୍ଲାରେ କନ୍ଧମାଳର MVI ଏବଂ କନ୍ଧମାଳରେ ଗଞ୍ଜାମର MVI କହି RTO ଚେକିଙ୍ଗ ସହ ଯୁବତୀ ମହିଳା ଏପରିକି ପୋଲିସଙ୍କୁ ମଧ୍ୟ ଛାଡ଼ି ନି ଏହି କରିତକର୍ମା । ସରକାରୀ ଚାକିରି କରାଇଦେବା ଏବଂ ବିବାହର ପ୍ରତିଶ୍ରୁତି ଦେଇ ଜଣେ ଯୁବତୀଙ୍କଠାରୁ ୭ ଲକ୍ଷ ୧୮ ହଜାର ୮୫୧ ଟଙ୍କା ନେଇଥିବା ଅଭିଯୋଗ ହୋଇଛି । ଅଭିଯୋଗ ପରେ ପାବୁରିଆ ଛକରୁ ଅଭିଯୁକ୍ତଙ୍କୁ ଧରିବା ସହ ତାଙ୍କ ନିକଟରୁ OMVD ୟୁନିଫର୍ମ, ନାମ ଫଳକ, ଦୁଇଟି କାର୍, ଷ୍ଟେଟ ବ୍ୟାଙ୍କ ପାସ୍ ବୁକ୍, କମଳା ରଙ୍ଗର ଲାଇଟ୍ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ ହୋଇଛି । ଏହି ଘଟଣାରେ ସାରଙ୍ଗଡ ଥାନାରେ ମାମଲା ରୁଜୁ କରି ତଦନ୍ତ କରୁଛି ପୋଲିସ । ତେବେ ପ୍ରାଥମିକ ତଦନ୍ତରୁ ବହୁ ଯୁବତୀ ଓ ମହିଳା ମାନଙ୍କୁ ଠକି ଥିବା ସୂଚନା ରହିଛି l….

ସମ୍ବଲପୁରରେ ପୁଣି ଗର୍ଜିଲା ପୋଲିସର ବନ୍ଧୁକ

ନନ୍ଦିଘୋଷ ବ୍ୟୁରୋ : ସମ୍ବଲପୁରରେ ପୁଣି ଗର୍ଜିଲା ପୋଲିସର ବନ୍ଧୁକ । କଫ ସିରପ ଚାଲାଣକାରୀକୁ ପୋଲିସର ଏନକାଉଣ୍ଟର । ପ୍ରୀତମ ବିଶ୍ୱାଳକୁ ଜଙ୍ଗଲା ଫରେଷ୍ଟ ନିକଟରେ ଏନକାଉଣ୍ଟର କଲା ସମ୍ବଲପୁର ପୋଲିସ । ବେଆଇନ ଭାବେ କଫ ସିରପ୍ ଚାଲାଣ ସମୟରେ ପ୍ରଥମ ଗାଡ଼ିରେ ବସିଥିବା ନିଶା ବେପାରୀ ଖସି ଯାଇଥିଲା । ତେବେ ଦ୍ୱିତୀୟ କାରରେ ବସିଥିବା ପ୍ରୀତମ ବିଶ୍ୱାଳ ପୋଲିସକୁ ପ୍ରଥମେ ଗୁଳି ଚଳାଇଥିଲା । ଆତ୍ମରକ୍ଷା ପାଇଁ ପୋଲିସ ଏନ୍ କାଉଣ୍ଟର କରିଥିବା ସୂଚନା ଦେଇଛନ୍ତି ସମ୍ବଲପୁର ଅତିରିକ୍ତ ଏସପି ଅଜୟ ମିଶ୍ର । ପ୍ରୀତମ ବିଶ୍ୱାଳର ଡାହାଣ ଗୋଡ଼ରେ ବାଜିଛି ଗୁଳି । ତାକୁ ରେଙ୍ଗାଲି ମେଡିକାଲରେ ଭର୍ତ୍ତି କରାଯାଇଛି । ଦୁଇଟି କାର ରେ ବେଆଇନ ଭାବେ କଫ ସିରପ୍ ଚାଲାଣ ସମୟରେ ହୋଇଛି ଏନକାଉଣ୍ଟର । ଘଟଣା ସ୍ଥଳରୁ ୨୦ ପେଟି କଫ ସିରପ, ଗୋଟିଏ କାର ସହ ଏକ ଦେଶୀ ପିସ୍ତଲ ଜବତ କରିଛି ପୋଲିସ ।…..

ଆଜିଠୁ ଆରମ୍ଭ ହେବ ଓଡ଼ିଶା ଟି-2୦ ଲିଗ୍ – ସିଏମ୍ ଟ୍ରଫି ୨୦୨୬

ନନ୍ଦିଘୋଷ ବ୍ୟୁରୋ : ଆଜିଠୁ ଆରମ୍ଭ ହେବ ଓଡ଼ିଶା ଟି-2୦ ଲିଗ୍ – ସିଏମ୍ ଟ୍ରଫି ୨୦୨୬ । ୨୯ ସେପ୍ଟେମ୍ବର ୨୦୨୬ ପର୍ଯ୍ୟନ୍ତ ଚାଲିବ ଏହି ଫଟାଫଟ କ୍ରିକେଟ । ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ (OCA) ଦ୍ୱାରା ଆୟୋଜିତ ଏହି ରାଜ୍ୟସ୍ତରୀୟ ଫ୍ରାଞ୍ଚାଇଜ୍ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ସଂସ୍କରଣରେ ୬ଟି ଆଞ୍ଚଳିକ ଦଳ ଅଂଶଗ୍ରହଣ କରୁଛନ୍ତି । ଦଳ ଗୁଡ଼ିକ ହେଲେ କଟକ ପାନ୍ଥର୍ସ,ଭୁବନେଶ୍ୱର ଟାଇଗର୍ସ,ରାଉରକେଲା ସୁପରଷ୍ଟାର୍ସ,ପୁରୀ ଟାଇଟନ୍ସ,ସମ୍ବଲପୁର ୱାରିୟର୍ସ,କେନ୍ଦୁଝର ମାଇନର୍ସ । ଏଥିରେ ବିଜେତା ଦଳ ପାଇଁ ୫୦ ଲକ୍ଷ ଟଙ୍କା ଏବଂ ରନର୍ସ-ଅପ୍ ଦଳ ପାଇଁ ୨୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ରହିଛି।ସମସ୍ତ ମ୍ୟାଚ୍ ଐତିହାସିକ ବାରବାଟୀ ଷ୍ଟାଡିୟମରେ ଫ୍ଲଡଲାଇଟରେ ଖେଳାଯିବ। ସମୁଦାୟ ଟୁର୍ଣ୍ଣାମେଣ୍ଟରେ ୧୦ ଦିନ ମଧ୍ୟରେ ୧୭ଟି ମ୍ୟାଚ୍ ଖେଳାଯିବ । ଲିଗ୍ ପର୍ଯ୍ୟାୟରେ ପ୍ରତିଦିନ ଦୁଇଟି ଲେଖାଏଁ ମ୍ୟାଚ୍ ଅନୁଷ୍ଠିତ ହେବ ଏବଂ ସେପ୍ଟେମ୍ବର ୨୯ ତାରିଖରେ ଚୂଡ଼ାନ୍ତ ଫାଇନାଲ ଖେଳାଯିବ।ଟୁର୍ଣ୍ଣାମେଣ୍ଟର ଉଦ୍ଘାଟନୀ ମ୍ୟାଚ୍‌ରେ ସମ୍ବଲପୁର ୱାରିୟର୍ସ ଓ କଟକ ପାନ୍ଥର୍ସ ମୁହାଁମୁହିଁ ହେବେ । ଆଜି ସଂଧ୍ୟାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାକୁ ଉଦଘାଟନ କରିବେ। ଏହି ଉତ୍ସବ ରେ ପୂର୍ବତନ ଅନ୍ତର୍ଜାତିକ କ୍ରିକେଟର ସୁରେଶ ରୈନା ଓ ଦେବାଶିଷ ମହାନ୍ତି ବ୍ରାଣ୍ଡ ଆମ୍ବାସଡ଼ର ଭାବେ ଯୋଗ ଦେବେ ।….

ମଧ୍ୟପ୍ରଦେଶର ଅଗର ମାଲୱା ଜିଲ୍ଲାରେ ଦୁର୍ଘଟଣା ଘଟଣା

ନନ୍ଦିଘୋଷ ବ୍ୟୁରୋ : ମଧ୍ୟପ୍ରଦେଶର ଅଗର ମାଲୱା ଜିଲ୍ଲା ନାଳଖେଡାରେ ଘଟିଥିବା ଭୟାବହ କାର ଦୁର୍ଘଟଣା ଦେଇଛି ଅସରନ୍ତି ଦୁଃଖ। ଦୁର୍ଘଟଣାରେ ଓଡ଼ିଶାର ୭ ଜଣଙ୍କ ଜୀବନ ଚାଲିଯାଇଥିବା ବେଳେ, ସେମାନଙ୍କ ମଧ୍ଯରେ ଅଛନ୍ତି ବଡମ୍ବା ବ୍ଲକ ଅନ୍ତର୍ଗତ ଇଚ୍ଛାପୁର ଗ୍ରାମର ଜ୍ଞାନେନ୍ଦ୍ର କୁମାର ବେହେରା, ପତ୍ନୀ ରିତାରାଣୀ ବେହେରା ଓ ପୁଅ ବି. ସାଇ ସ୍ୱାତିକ। ଗୋଟିଏ ପରିବାରର ୩ ତିନିଟି ଜୀବନ ଏକାଠି ଲିଭିଯିବା ଘଟଣା ଇଚ୍ଛାପୁରବାସୀଙ୍କ ହୃଦୟକୁ ଦୋହଲାଇ ଦେଇଛି । କେହି ଭାବିନଥିଲେ, ଯାତ୍ରା ଶେଷରେ ଘରକୁ ଫେରିବା ବଦଳରେ ୩ଜଣଙ୍କ ଜୀବନଯାତ୍ରା ଏମିତି ଅଧାବାଟରେ ଥମିଯିବ। ଯାହାକୁ ଗ୍ରହଣ କରିପାରୁନାହାନ୍ତି ପରିବାର ଓ ପରିଜନ। ଖବର ପହଞ୍ଚିବା ପରେ ଇଚ୍ଛାପୁର ଗ୍ରାମରେ ଖେଳିଯାଇଛି ଗଭୀର ଶୋକର ଛାୟା । ମୃତକମାନଙ୍କ ଆତ୍ମାର ସଦ୍‌ଗତି ପାଇଁ ସମଗ୍ର ଇଚ୍ଛାପୁରବାସୀ ପ୍ରାର୍ଥନା କରିବା ସହ ଶୋକସନ୍ତପ୍ତ ପରିବାରକୁ ଈଶ୍ୱର ଶକ୍ତି ପ୍ରଦାନ କରନ୍ତୁ ବୋଲି କାମନା କରିଛନ୍ତି ।

ଜାପାନ ଗସ୍ତରେ ଟିମ୍ ଇଣ୍ଡିଆ କ୍ରିକେଟ ଟିମ୍

ନନ୍ଦିଘୋଷ ବ୍ୟୁରୋ : ଜାପାନ ଗସ୍ତରେ ଟିମ୍ ଇଣ୍ଡିଆ କ୍ରିକେଟ ଟିମ୍ । ଆସନ୍ତା ୨୨ ସେପ୍ଟେମ୍ବରରେ ଜାପାନ ବିପକ୍ଷରେ ଏକ ଐତିହାସିକ ଟି-୨୦ ମ୍ୟାଚ୍ ଖେଳିବ ଭାରତ । ପ୍ରଥମ ଥର ପାଇଁ ଦୁଇ ଦେଶର ଜାତୀୟ ଦଳ ଟି-୨୦ ଫର୍ମାଟ୍ରେ ମୁହାଁମୁହିଁ ହେବେ । ଭାରତୀୟ ସମୟ ଅନୁସାରେ ସକାଳ ୯ଟା ୩୦ରୁ ଆରମ୍ଭ ହେବ ଏହି ମ୍ୟାଚ୍ । ଭାରତ-ଜାପାନ କୂଟନୈତିକ ସମ୍ପର୍କର ୭୫ ବର୍ଷ ପୂର୍ତ୍ତି ଅବସରରେ ଏହି ମୁକାବିଲା ଆୟୋଜନ କରାଯାଉଛି । ସ୍ପୋର୍ଟ ୭୫ ପଦକ୍ଷେପର ଅଂଶ ଭାବେ ହେଉଥିବା ଏହି ମ୍ୟାଚ୍କୁ ସୁଜୁକି କପ୍ ନାମ ଦିଆଯାଇଛି । ଜାପାନର ତୋଚିଗି ପ୍ରିଫେକ୍ଚର୍ସ୍ଥିତ ସାନୋ ଇଣ୍ଟରନ୍ୟାସନାଲ୍ କ୍ରିକେଟ୍ ଗ୍ରାଉଣ୍ଡରେ ମ୍ୟାଚ୍ ଖେଳାଯିବ। ଜାପାନ ବିପକ୍ଷ ଏହି ମ୍ୟାଚ୍ରେ ଭାରତୀୟ ଦଳର ନେତୃତ୍ୱ ନେବେ ଶ୍ରେୟସ ଅୟର । ଅନ୍ୟପଟେ ଜାପାନ ଦଳର କମାଣ୍ଡ ସମ୍ଭାଳିବେ କେଣ୍ଡଲ୍ କାଡୋୱାକି-ଫ୍ଲେମିଂ । ଜାପାନ ପାଇଁ ଟି-୨୦ରେ ସର୍ବାଧିକ ରନ୍ ସଂଗ୍ରହ କରିଥିବା ବ୍ୟାଟର୍ ଭାବେ କେଣ୍ଡଲ୍ଙ୍କ ନାଁ ରହିଛି । ଆଗାମୀ ଏସିଆନ୍ ଗେମ୍ସକୁ ଦୃଷ୍ଟିରେ ରଖି ମଧ୍ୟ ଏହି ମ୍ୟାଚ୍ ଉଭୟ ଦଳ ପାଇଁ ଗୁରୁତ୍ୱ ବହନ କରୁଛି । ମ୍ଯାଚ ପାଇଁ ଆଜି ଜାପାନ ଗସ୍ତ କରିଛି ଟିମ୍ ଇଣ୍ଡିଆ ।…

ଉଜ୍ଜୟିନୀରୁ ଫେରୁଥିବା ମାଲୱା ଅଞ୍ଚଳରେ ନାଳରେ ଭାସିଗଲା କାର

ନନ୍ଦିଘୋଷ ବ୍ୟୁରୋ : ସରିଥିଲା ନିର୍ବନ୍ଧ । ଦଶହରା ପରେ ବାଜିଥାନ୍ତା ସାହାନାଇ । କୋଳାହଳରେ କମ୍ପିଥାନ୍ତା ଘର ଅଗଣା, ବାରଣ୍ଡା । ଏବେ କାନ୍ଦ ବୋବାଳିରେ ଫାଟି ପଡୁଛି ପରିବେଶ । ନାନା ଆଶା, ସ୍ବପ୍ନ ନେଇ ବାହାଘର ପୂର୍ବରୁ ଉଜ୍ଜୟିନୀ ବଗଳାମୁଖି ମାଆଙ୍କ ଆର୍ଶୀବାଦ ନେବାକୁ ଯାଇଥିଲେ ଯୁବତୀଙ୍କ ସହ ପୂରା ପରିବାର  । ହେଲେ ବାଟରେ ଛକିଥିଲା ଯମ ।  ଶାଶୂଘରକୁ ଗୋଡ କାଢିବା ପୂର୍ବରୁ ସମସ୍ତେ ପାଲଟି ଯାଇଛନ୍ତି ଶବ । ପରିବାର ଆତ୍ମୀୟସ୍ବଜନ ଏବେ ଆଖିରୁ ଲୁହ ଝରାଇ ମୃତଦେହକୁ ଅପେକ୍ଷା କରିଛନ୍ତି  । ଏହି ଦୁଃଖଦ ଖବର ସମସ୍ତଙ୍କୁ ମର୍ମାହତ କରିଛି । ଗତ ବୁଧବାର ହସଖୁସିରେ ଘରୁ ଗୋଡ କାଢିଥିଲେ ଭୁବନେଶ୍ବର ଜୟଦେବ ବିହାର ବାନାମ୍ବରଙ୍କ ପୁଅ, ଝିଅ, ଜ୍ବାଇଁଙ୍କ ସମତେ ପରିବାରର ୭ ଜଣ । ସୋମବାର ଫେରିଥାନ୍ତେ । ଉଜ୍ଜୟିନୀରେ ପହଞ୍ଚି ସେଠାରୁ ଏକ କାର ଯୋଗେ ଯାଇଥିଲେ ବଗଳାମୁଖି ମନ୍ଦିର । ମାଆଙ୍କ ମନ୍ଦିରରୁ ଫେରିବା ବେଳେ ମଧ୍ୟପ୍ରଦେଶର ମାଲୱା ଅଞ୍ଚଳରେ ଘଟିଥିଲା ଦୁର୍ଘଟଣା । ଡ୍ରାଇଭରଙ୍କ ଦୁଃସାହାସ ଓ ଅବହେଳା କାରଣରୁ ନାଳରେ ଭାସି ଯାଇଥିଲା କାର । ଫଳରେ ଡାଇଭରଙ୍କ ସମେତ ୮ ଜଣଙ୍କ ଅକାଳରେ ଉଡିଯାଇଛି ପ୍ରାଣବାୟୁ । ଏସ୍‌ପି ଦିଲ୍ଲୀପ ସୋନିଙ୍କ ସୂଚନା ଅନୁଯାୟୀ, ମୃତକଙ୍କ ମଧ୍ୟରେ ୩ ଜଣ ଶିଶୁ, ୨ ମହିଳା ଓ ୩ ପୁରୁଷ ରହିଛନ୍ତି । …

ସମସ୍ତଙ୍କ ମୃତକଙ୍କୁ ପାଣିରୁ ଉଦ୍ଧାର କରି ଚିହ୍ନଟ କରିଛି ମଧ୍ୟପ୍ରଦେଶ ପ୍ରଶାସନ । ଏନେଇ ଓଡ଼ିଶା ସରକାରଙ୍କୁ ଖବର ଦେବାପରେ ଶବ ଫେରାଇ ଆଣିବାକୁ ପ୍ରୟାସ କରାଯାଉଛି । ସେପଟେ ମଧ୍ୟପ୍ରଦେଶ ସରକାର ସମସ୍ତ ମୃତକଙ୍କ ପାଇଁ ୪ ଲକ୍ଷ ଟଙ୍କା ଲେଖାଏଁ ସହୟତା ରାଶି ଘୋଷଣା କରିଛନ୍ତି । …

ଏବେ ଅପେକ୍ଷା ମୃତଦେହକୁ । ପରିବାରର ସମସ୍ତଙ୍କୁ ହରାଇ ବାପ ବାନାମ୍ବର ସମ୍ପୂର୍ଣ୍ଣ ଭାଙ୍ଗିପଡିଥିବା ବେଳେ ସାରା ରାଜ୍ୟରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ଗତବର୍ଷ ମେ ୨୯ ତାରିଖରେ ତିସ୍ତା ଠାରେ ଅନୁରୂପ ହୃଦୟ ବିଦାରକ ଘଟଣା ଘଟିଥିଲା । ଟୁରିଷ୍ଟ ବସ ଓଲଟି ଯାଜପୁର ଅଞ୍ଚଳର ୯ ଜଣଙ୍କ ମୃତ୍ୟୁ ହୋଇଥିଲା । …