spot_img
Home Blog Page 10

ନୂଆଁଖାଇ ପାଇଁ ଚଳଚଞ୍ଚଳ କଳାହାଣ୍ଡି

ନନ୍ଦିଘୋଷ ବ୍ୟୁରୋ : ନୂଆଁଖାଇ ପାଇଁ ଚଳଚଞ୍ଚଳ କଳାହାଣ୍ଡି। କାଲି ନୂଆଁଖାଇ ପାଳିବେ ଗଡ଼ଜାତ ଅଞ୍ଚଳବାସୀ। ଏଥିପାଇଁ ଭବାନୀପାଟଣା ବଜାରରେ ଜମିଛି ତିହରୀ ହାଟ। ଭାଦ୍ରବ ଶୁକ୍ଳପକ୍ଷ ପ୍ରତିପଦାରୁ ଦଶହରା ଦଶମୀ ପର୍ଯ୍ୟନ୍ତ ଭିନ୍ନ ଭିନ୍ନ ପର୍ଯ୍ୟାୟରେ ନୂଆଁଖାଇ ପାଳନ କରାଯାଏ। ଦୁଇଟି ପର୍ଯ୍ୟାୟରେ ଜିଲ୍ଲାର ଅଧାରୁ ଅଧିକ ଲୋକ ନୂଆଁଖାଇ ସାରିଥିବା ବେଳେ, ଆସନ୍ତାକାଲି ଭାଦ୍ରବ ଶୁକ୍ଳପକ୍ଷ ଦଶମୀ ତିଥିରେ ନୂଆଁଖାଇ ପାଳନ କରିବେ ଗଡ଼ଜାତ ଅଞ୍ଚଳବାସୀ। ଏଥିପାଇଁ ସହରର ରାସ୍ତାକଡ଼ରେ ବସିଛି ନୂଆଁଖାଇ ହାଟ। ହାଟରେ ନୂଆ ଧାନ, ନୂଆ ଚାଉଳ, ସାରୁ ଶାଗ, କରଡ଼ି ସହ ବିଭିନ୍ନ ପୂଜା ସାମଗ୍ରୀ ଉପଲବ୍ଧ ରହିଛି। ଏସବୁ ସାମଗ୍ରୀ କିଣିବା ପାଇଁ ହାଟରେ ଗ୍ରାହକଙ୍କ ଭିଡ଼ ଜମିଛି।

ଭାଦ୍ରବ ଶୁକ୍ଳପକ୍ଷ ଦଶମୀ ତିଥିରେ ସକାଳ ୮ଟା ୨୦ରୁ ୯ଟା ୩୦ ମଧ୍ୟରେ କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମା’ ମାଣିକେଶ୍ୱରୀଙ୍କ ନିକଟରେ ନବାନ୍ନ ଲାଗି ହେବ। ଏହାପରେ ମା’ଙ୍କ ମନ୍ଦିରରୁ ନୂଆ ଚୂଡ଼ା ପ୍ରସାଦ ନେବା ପରେ ସକାଳ ୧୦ଟାରୁ ମଧ୍ୟାହ୍ନ ୧୨ଟା ମଧ୍ୟରେ ଘରେ ଘରେ ନୂଆଁଖାଇବେ ଲୋକେ। ଏଥିପାଇଁ ଘରେ ଘରେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ନୂଆଁଖାଇ ପାଇଁ ବାହାରେ ରହୁଥିବା ଲୋକେ ମଧ୍ୟ ନିଜ ଗାଁକୁ ବାହୁଡ଼ିଛନ୍ତି। ପର୍ବ ସରିବା ପରେ ବିଭିନ୍ନ ସ୍ଥାନରେ ଆୟୋଜିତ ହେବ ନୂଆଁଖାଇ ଭେଟଘାଟ। ଏଥିପାଇଁ ଲୋକ କଳାକାରମାନେ ମଧ୍ୟ ପ୍ରସ୍ତୁତ ହେଉଛନ୍ତି।

ମୁମ୍ବାଇ କୋଷ୍ଟାଲ ରୋଡରେ ଭୟଙ୍କର ଦୁର୍ଘଟଣା, ବ୍ରିଜରୁ ଖସିଲା BMW; ୩ ମୃତ

ନନ୍ଦିଘୋଷ ବ୍ୟୁରୋ : ମୁମ୍ବାଇ କୋଷ୍ଟାଲ ରୋଡ ବ୍ରିଜ ଉପରେ ଭୟଙ୍କର କାର ଦୁର୍ଘଟଣା। ବ୍ରିଜ ଉପରୁ ଉଡ଼ିଗଲା ଦ୍ରତୁଗାମୀ ବିଏମଡବ୍ଲୁ କାର। ଘଟଣାସ୍ଥଳରେ ୩ ଜଣ ପ୍ରାଣ ହରାଇଥିବାବେଳେ ଜଣେ ହୋଇଛନ୍ତି ଗୁରୁତର।  ରବିବାର ଭୋରରେ ଏକ କଳା ବିଏମଡବ୍ଲୁ କାର ଦ୍ରୁତ ଗତିରେ ମାରିନ ଡ୍ରାଇଭରୁ ହାଜି ଅଲି ଦିଗରେ ଯାଉଥିଲା। ତେବେ ଡ୍ରାଇଭର ଗାଡ଼ିରୁ ନିୟନ୍ତ୍ରଣ ହରାଇବା ପରେ ଗାଡି଼ଟି ପକ୍ଷୀ ପରି ଉଡିଯାଇଥିଲା। ତଳେ ପଡ଼ିଯିବା ପରେ କାରଟି ସମ୍ପୂର୍ଣ୍ଣ ଚୁରମାର ହୋଇଯାଇଛି। ଗୁରୁତର ଅବସ୍ଥାରେ ସମସ୍ତଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ନାୟର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ମାତ୍ର ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର। ସମସ୍ତଙ୍କ ବୟସ ୧୭ରୁ ୨୫ ବର୍ଷ ମଧ୍ୟରେ। ମୁମ୍ବାଇର କୋଷ୍ଟାଲ ରୋଡର ଲମ୍ବା ପ୍ରାୟ ୧୧ କିଲୋମିଟର ହୋଇଥିବାବେଳେ ଏହା ହାଇସ୍ପିଡ ୱେ ଭାବେ ପରିଗଣିତ। ଏହି ରୋଡ ଦକ୍ଷିଣ ମୁମ୍ବାଇକୁ ଓର୍ଲି ଓ ବାନ୍ଦ୍ରାକୁ ଯୋଡ଼ିଥାଏ।

ଢେଙ୍କାନାଳରେ ପେଟ୍ରୋଲ ପମ୍ପରେ ପ୍ରଶାସନର ଚଢ଼ାଉ, ୩ ପମ୍ପକୁ ସୋ-କଜ୍ ନୋଟିସ୍

ନନ୍ଦିଘୋଷ ବ୍ୟୁରୋ : ପେଟ୍ରୋଲ ପମ୍ପରେ ପ୍ରଶାସନର ଚଢ଼ାଉ । ସଠିକ ପେଟ୍ରୋଲ ଦେଉ ନଥିବା ଓ ଅପମିଶ୍ରଣ ଅଭିଯୋଗ ପରେ ଢେଙ୍କାନାଳର ବିଭିନ୍ନ ପେଟ୍ରୋଲ ପମ୍ପରେ ଯାଞ୍ଚ କରାଯାଇଛି । ଉପଜିଲ୍ଲାପାଳଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ହୋଇଛି ଯାଞ୍ଚ । କୋରିଆନ ବାଇପାସ୍ FCI ରୋଡ୍‌ର ଗଣେଶ ପ୍ରସାଦ ଅଗ୍ରୱାଲ ପେଟ୍ରୋଲ ପମ୍ପ, କୁଞ୍ଜକାନ୍ତାର କପିଳାସ ଫିଲିଂ ଷ୍ଟେସନ୍ ଏବଂ ସପ୍ତଶଯ୍ୟା ରୋଡ୍‌ର ସପ୍ତଶଯ୍ୟା ଫିଲିଂ ଷ୍ଟେସନ୍‌ରେ ଯାଞ୍ଚ କରିଛି ପ୍ରଶାସନ । ଅନିୟମିତତା ମିଳିବା ପରେ ତିନୋଟି ପମ୍ପକୁ ଜାରି ହୋଇଛି ସୋ-କଜ୍ ନୋଟିସ୍ । କୁଞ୍ଜକାନ୍ତାର କପିଳାସ ଫିଲିଂ ଷ୍ଟେସନ୍‌ରୁ ଆଦାୟ ହୋଇଛି ୫ ହଜାର ଟଙ୍କା ଜରିମାନା ।

ଗଞ୍ଜେଇ ଭର୍ତ୍ତି ଗାଡ଼ିର ତାଣ୍ଡବ, ଧକ୍କାରେ ଜଣେ ମୃତ; ଜଣେ ଗୁରୁତର

ନନ୍ଦିଘୋଷ ବ୍ୟୁରୋ : ଗଞ୍ଜେଇ ଭର୍ତ୍ତି ଗାଡ଼ି ଚାଳକର ଉନ୍ମତ୍ତ କାଣ୍ଡ । ପୋଲିସକୁ ଦେଖି ଦ୍ରୁତ ଗତିରେ ଫେରାର ବେଳେ ଗାଡ଼ି ଧକ୍କାରେ ଜଣେ ମୃତ ୧ ଗୁରୁତର । ଫୁଲବାଣୀ ପଟୁ ବୌଦ୍ଧ ଅଭିମୁଖେ ଦ୍ରୁତଗତିରେ ଆସୁଥିଲା ଗଞ୍ଜେଇ ଭର୍ତ୍ତି ଗାଡ଼ି । ପୁରୁଣାକଟକ ପୋଲିସ ପିଛା କରିବାରୁ ଆହୁରି ବଢ଼ାଇଥିଲା ଗାଡ଼ିର ବେଗ । ଲୁଣିବାହାଲରେ ଜଣଙ୍କୁ ଧକ୍କା ଦେବା ପରେ ଚମ୍ପାପୁର ଛକରେ ୩୫ ବର୍ଷୀୟ ଯୁବକଙ୍କୁ ଧକ୍କା ଦେବାରୁ ଘଟଣାସ୍ଥଳରେ ହିଁ ଯୁବକଙ୍କ ମୃତ୍ୟୁ ହୋଇଥିଲା । ଲୁଣିବାହାଲର ଆହତଙ୍କ ଅବସ୍ଥା ଗୁରୁତର ଥିବାରୁ ପୁରୁଣାକଟକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚାଲିଛି ଚିକିତ୍ସା । ଗଞ୍ଜେଇ ମାଫିଆ ବା ଅଭିଯୁକ୍ତଙ୍କୁ ଗୋଡ଼ାଇ ଧରି ଗ୍ରାମବାସୀ ଚମ୍ପାପୁର ଛକରେ ବାନ୍ଧି ରଖିବା ସହ କ୍ଷତିପୂରଣ ଦାବିରେ ଖୋର୍ଦ୍ଧା ବଲାଙ୍ଗିର ୫୭ ତମ ଜାତୀୟ ରାଜପଥ ଅବରୋଧ କରିଛନ୍ତି । କ୍ଷତିପୂରଣ ନଦେଲେ ଗଞ୍ଜେଇ ମାଫିଆ ବା ଅଭିଯୁକ୍ତଙ୍କୁ ପୋଲିସ ଜିମା ଦେବେନି ବୋଲି ଅଡ଼ି ବସିଛନ୍ତି ।

କପିଳାସରେ ପର୍ଯ୍ୟଟକଙ୍କୁ ଦାଦାଗିରି, ଯୁବକ-ଯୁବତୀଙ୍କୁ ମାଡ଼ ଓ ଅଶୋଭନୀୟ ବ୍ୟବହାର ଅଭିଯୋଗ

ନନ୍ଦିଘୋଷ ବ୍ୟୁରୋ :  ପର୍ଯ୍ୟଟନସ୍ଥଳୀରେ ଦାଦାଗିରି। ଢେଙ୍କାନାଳ କପିଳାସକୁ ବୁଲିବାକୁ ଆସିଥିବା ଜଣେ ଯୁବକ ଓ ଯୁବତୀଙ୍କୁ ରାସ୍ତାରେ ଅଟକାଇ କିଛି ସ୍ଥାନୀୟ ଯୁବକ ଗାଳିଗୁଲଜ କରିବା ସହ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏଥିସହ ଯୁବତୀଙ୍କ ସହ ଅଶୋଭନୀୟ ବ୍ୟବହାର କରିବା ଏବଂ ସମ୍ପୂର୍ଣ୍ଣ ଘଟଣାର ଭିଡିଓ ରେକର୍ଡ କରି ଧମକ ଦେଇଥିବା ମଧ୍ୟ ଅଭିଯୋଗ ହୋଇଛି।

ସୂଚନା ଅନୁସାରେ, ଦୁଇ ଯୁବକ-ଯୁବତୀ କପିଳାସକୁ ବୁଲିବାକୁ ଯାଇଥିଲେ। ରାସ୍ତାରେ କିଛି ସ୍ଥାନୀୟ ଯୁବକ ସେମାନଙ୍କୁ ଅଟକାଇ ଗାଳିଗୁଲଜ କରିବା ସହ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏପରିକି ଯୁବତୀଙ୍କ ସହ ଅଶୋଭନୀୟ ଆଚରଣ କରି ଘଟଣାର ଭିଡିଓ ରେକର୍ଡ କରାଯାଇଥିବା ଅଭିଯୋଗ ରହିଛି। ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଘୁରିବୁଲୁଛି। ତେବେ ଘଟଣା ସମ୍ପର୍କରେ ପୋଲିସ ପାଖରେ ଖବର ନଥିବା ଜଣାପଡ଼ିଛି। ଭିଡିଓ ଭାଇରାଲ ପରେ ଘଟଣାରେ ତୁରନ୍ତ ତଦନ୍ତ କରି ସମ୍ପୃକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହେଉଛି। ଏହି ଘଟଣା ପରେ କପିଳାସରେ ପର୍ଯ୍ୟଟକଙ୍କ ସୁରକ୍ଷା ନେଇ ମଧ୍ୟ ପ୍ରଶ୍ନ ଉଠିଛି।

ସ୍ତ୍ରୀକୁ ପିଟିପିଟି ହତ୍ୟା, ପରେ ଜୀବନ ହାରିଲା ସ୍ୱାମୀ

ନନ୍ଦିଘୋଷ ବ୍ୟୁରୋ : ପାରିବାରିକ କଳହରୁ ଭୟଙ୍କର ହତ୍ୟାକାଣ୍ଡ। ସ୍ତ୍ରୀଙ୍କୁ ପିଟିପିଟି ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କରିଛି ସ୍ୱାମୀ। ଏଭଳି ଘଟଣା ଘଟିଛି ପରଜଙ୍ଗ ଥାନା ଦଦରାଘାଟି ୩ ନମ୍ବର କଲୋନୀରେ। ମୃତକ ହେଲେ ରଶ୍ମିତା ନାଏକ ଓ ତାଙ୍କ ସ୍ୱାମୀ ମିଥୁନ ନାଏକ। ସୂଚନା ଅନୁସାରେ, ଗତକାଲି ରାତିରେ କୌଣସି କାରଣକୁ ନେଇ ରଶ୍ମିତା ଓ ମିଥୁନଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ମିଥୁନ ରଶ୍ମିତାଙ୍କୁ ଏକ ଘର ଭିତରେ ବନ୍ଦ କରି ବାଡ଼ିରେ ପିଟିଥିବା ଅଭିଯୋଗ ହୋଇଛି। ଫଳରେ ରଶ୍ମିତାଙ୍କ ମୃତ୍ୟୁ ହୋଇଥିଲା। ସ୍ତ୍ରୀଙ୍କ ମୃତ୍ୟୁ ପରେ ମିଥୁନ ଘର ସମ୍ମୁଖରେ ଥିବା ଏକ ଆମ୍ବଗଛରେ ଓଢ଼ଣୀ ସାହାଯ୍ୟରେ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଖବର ପାଇ ପରଜଙ୍ଗ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇଟି ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

 

ବର୍ଦ୍ଦିରେ ଫଟୋ ଭିଡିଓ ପୋଷ୍ଟ ମନା

ନନ୍ଦିଘୋଷ ବ୍ୟୁରୋ : ବର୍ଦ୍ଦିରେ ଥିବା ସମୟରେ ପୋଲିସ ଅଧିକାରୀଙ୍କୁ ସୋସିଆଲ ମିଡିଆରେ ଫଟୋ କିମ୍ବା ଭିଡିଓ ପୋଷ୍ଟ କରିବା ମନା। ବିଶେଷକରି ସମ୍ବେଦନଶୀଳ ସ୍ଥାନରେ ଡ୍ୟୁଟି କରୁଥିବା ପୋଲିସ ଅଧିକାରୀ ଫଟୋ, ଭିଡିଓ କରି ସୋସିଆଲ ମିଡିଆରେ ପୋଷ୍ଟ କରିପାରିବେ ନାହିଁ। ଏନେଇ ଟ୍ୱିନ୍ ସିଟିରେ କାର୍ଯ୍ୟରତ ପୋଲିସ ଅଧିକାରୀଙ୍କ ପାଇଁ ନୂଆ ଗାଇଡଲାଇନ ଜାରି କରିଛି କମିଶନରେଟ ପୋଲିସ।

ଡ୍ୟୁଟି ସମୟରେ ବିଭିନ୍ନ ସ୍ଥାନରେ ଫଟୋ ଓ ଭିଡିଓ କରି ସୋସିଆଲ ମିଡିଆରେ ପୋଷ୍ଟ କରାଯାଉଥିବାରୁ ସୁରକ୍ଷା ବ୍ୟବସ୍ଥା ପ୍ରତି ବିପଦ ସୃଷ୍ଟି ହେବା ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ଡ୍ୟୁଟିରେ ଥିବା ସମୟରେ ସମ୍ବେଦନଶୀଳ ସ୍ଥାନର ଫଟୋ କିମ୍ବା ଭିଡିଓ ପୋଷ୍ଟ ନକରିବାକୁ ପୋଲିସ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ମାଡ଼ି ଆସୁଛି ଏଲ୍ ନିନୋ

ନନ୍ଦିଘୋଷ ବ୍ୟୁରୋ :  ମାଡ଼ି ଆସୁଛି ଏଲ୍ ନିନୋ । ଶକ୍ତିଶାଳୀ ଏଲ୍ ନିନୋ ନେଇ ଭାରତକୁ କଡ଼ା ଚେତାବନୀ । ଚେତାବନୀ ଦେଲେ ୧୮୦ରୁ ଅଧିକ ପାଣିପାଗ ବିଜ୍ଞାନୀ । ସମୟ ପୂର୍ବରୁ ସତର୍କତା ଅବଲମ୍ବନ ପାଇଁ ପରାମର୍ଶ ଦିଆଯାଇଛି । ଆଗାମୀ କିଛି ମାସରେ ପ୍ରଳୟ ଭଳି ସ୍ଥିତି ଉପୁଜିବା ନେଇ ପାଣିପାଗ କେନ୍ଦ୍ର ଆକଳନ କରିଛି ।

ଶକ୍ତିଶାଳୀ ଏଲ ନିନୋ ପ୍ରଭାବରେ ପ୍ରବଳ ଗରମ, କମ ବର୍ଷା, ଜଙ୍ଗଲ, ଜମି, ସମୁଦ୍ର, ପ୍ରାଣୀଜଗତ ଉପରେ ଗଭୀର ପ୍ରଭାବ ପଡ଼ିବା ଆଶଂକା ଦେଖାଦେଇଛି । WMOର ଆକଳନ ଅନୁସାରେ, ଏଲ୍‌ନିନୋ ବର୍ଷା ଓ ତାପମାତ୍ରାର ଧାରାକୁ ବିଶ୍ୱର ବିଭିନ୍ନ ଅଞ୍ଚଳରେ ବଦଳାଇପାରେ । ତେବେ ଏଲ୍‌ନିନୋର ଶକ୍ତି ଯେତେ ଅଧିକ, ପ୍ରତ୍ୟେକ ଅଞ୍ଚଳରେ ପ୍ରଭାବ ସେତେ ଅଧିକ ହେବ । ଏଭଳି ସିଧାସଳଖ ସମ୍ପର୍କ ନାହିଁ ବୋଲି WMO ସ୍ପଷ୍ଟ କରିଛି । ତେଣୁ ପରିବେଶରେ ହେଉଥିବା ପରିବର୍ତ୍ତନକୁ ନଜରରେ ରଖିବା ସହ ତଥ୍ୟ ସଂଗ୍ରହ ଓ ଦସ୍ତାବିଜଭୁକ୍ତ କରିବା ଉପରେ ବୈଜ୍ଞାନିକମାନେ ଗୁରୁତ୍ୱ ଦେଇଛନ୍ତି ।….

 

ଓଡିଶା ଗସ୍ତରେ ଛତିଶଗଡ ମୁଖ୍ୟମନ୍ତ୍ରୀ

ନନ୍ଦିଘୋଷ ବ୍ୟୁରୋ :  ଓଡିଶା ଗସ୍ତରେ ଛତିଶଗଡ ମୁଖ୍ୟମନ୍ତ୍ରୀ । ଆଜିଠାରୁ ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ଛତିଶଗଡ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେଓ ସାଏ । ଓଡିଶା ଗସ୍ତରେ ଆସି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବାସଭବନକୁ ଯିବେ । ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଏକ ଘଣ୍ଟା ୧୫ ମିନିଟ ରହିବେ ଛତିଶଗଡ ମୁଖ୍ୟମନ୍ତ୍ରୀ । ଏହି ସମୟରେ ବିଭିନ୍ନ ପ୍ରସଙ୍ଗରେ ଚର୍ଚ୍ଚା ଆଲୋଚନା ହୋଇପାରେ ॥ ମହାନଦୀ ପ୍ରସଙ୍ଗରେ ଗୁରୁତ୍ୱପୁର୍ଣ ଆଲୋଚନା ହୋଇପାରେ ବୋଲି ମଧ୍ୟ କୁହାଯାଉଛି । ଏହା ପୂର୍ବରୁ ମହାନଦୀ ପ୍ରସଙ୍ଗରେ ଦୁଇ ମୁଖ୍ୟମନ୍ତ୍ରୀଙ୍କ ଦିଲ୍ଲୀରେ ହୋଇଥିଲା ଭେଟଘାଟ । ବୈଠକ ପରେ ଲିଙ୍ଗରାଜ ମନ୍ଦିର ଯାଇ ପ୍ରଭୁ ଲିଙ୍ଗରାଜଙ୍କୁ ଦର୍ଶନ କରିବେ ବିଷ୍ଣୁ ଦେଓ ସାଏ । ଏହାପରେ ସିଧାସଳଖ ପୁରୀ ଯିବେ । ସେଠାରେ ମହାପ୍ରଭୁଙ୍କୁ ଦର୍ଶନ କରିବେ ଏବଂ ରାତ୍ର ରହଣି କରିବେ ଛତିଶଗଡ ମୁଖ୍ୟମନ୍ତ୍ରୀ | ଆସନ୍ତାକାଲି ଭୁବନେଶ୍ୱର ଫେରି ବିମାନବନ୍ଦରରୁ ରାୟପୁର ବାହାରିଯିବେ ବିଷ୍ଣୁ ଦେଓ ସାଏ ।…

 

ମହିଳା ୧୦ ମିଟର ଏୟାର ରାଇଫଲ୍ ଦଳଗତ ଇଭେଣ୍ଟରେ ଭାରତ ରୌପ୍ୟ ପଦକ ଜିତି ନିଜର ଅଫିସିଆଲ୍ ପଦକ ଖାତା ଖୋଲିଛି

ନନ୍ଦିଘୋଷ ବ୍ୟୁରୋ : ମହିଳା ୧୦ ମିଟର ଏୟାର ରାଇଫଲ୍ ଦଳଗତ ଇଭେଣ୍ଟରେ ଭାରତ ଏକ ଚମତ୍କାର ରୌପ୍ୟ ପଦକ ଜିତି ନିଜର ଅଫିସିଆଲ୍ ପଦକ ଖାତା ଖୋଲିଛି । ସୋନମ୍ ଉତ୍ତମ ମସ୍କାର, ଏଲାଭେନିଲ୍ ଭାଲାରିଭାନ୍ ଏବଂ ବିଦର୍ଶା କେ. ବିନୋଦଙ୍କ ଶକ୍ତିଶାଳୀ ତ୍ରି-ସଦସ୍ୟା ବିଶିଷ୍ଟ ଦଳ ମିଳିତ ଭାବେ ୧୮୯୮ ପଏଣ୍ଟ ହାସଲ କରି ପୋଡିୟମ୍‌ରେ ଦ୍ୱିତୀୟ ସ୍ଥାନ ପକ୍କା କରିଛନ୍ତି । ସେପଟେ ଏସିଆନ ଗେମ୍ସରେ ଭାରତ ପାଇଁ ପ୍ରଥମ ଥର ପାଇଁ ମିକ୍ସଡ୍ ମାର୍ଶାଲ୍ ଆର୍ଟସ୍ ପଦକ ସୁନିଶ୍ଚିତ କରିଛନ୍ତି ସୁଚିକା ତାରିୟାଲ୍ । ୬୦ କିଲୋଗ୍ରାମ ବର୍ଗର କ୍ୱାର୍ଟର ଫାଇନାଲ୍ ମୁକାବିଲାରେ ଭାରତର ୩୬ ବର୍ଷୀୟା ଅଭିଜ୍ଞ ଲଢୁଆ ଖେଳାଳି ମଙ୍ଗୋଲିଆର ଶକ୍ତିଶାଳୀ ପ୍ରତିଦ୍ୱନ୍ଦ୍ୱୀ ଅଲଟାନଚିମେଗ୍ ବାଇଗାଲମାଙ୍କୁ ୨-୦ ନିଷ୍ପତ୍ତିରେ ପରାସ୍ତ କରିଛନ୍ତି । ସେମିଫାଇନାଲରେ ପ୍ରବେଶ କରି ତାରିୟାଲ୍ ନିଜ ପାଇଁ ଅତିକମରେ ଏକ ବ୍ରୋଞ୍ଜ ପଦକ ସୁନିଶ୍ଚିତ କରିଛନ୍ତି । ସେପଟେ ଭାରତୀୟ ମହିଳା ହକି ଟିମ୍ ଏସିଆନ ଗେମ୍ସ ୨୦୨୬ର ନିଜର ପ୍ରଥମ ମ୍ୟାଚରେ ଉଜବେକିସ୍ତାନକୁ ୧୯-୦ ବ୍ୟବଧାନରେ ପରାସ୍ତ କରି ଏକ ଐତିହାସିକ ବିଜୟ ହାସଲ କରିଛି । ଭାରତୀୟ ଫରୱାର୍ଡ ଖେଳାଳି ଦୀପିକା ଏକାକୀ ରେକର୍ଡ ସଂଖ୍ୟକ ୮ଟି ଗୋଲ୍ ସ୍କୋର କରି ଦଳର ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।….