spot_img
Home Blog Page 107

କ୍ୟାପିଟାଲ ହସ୍ପିଟାଲ ଅଞ୍ଚଳରେ ଜବରଦଖଲ ଉଚ୍ଛେଦ ; ଘର ଓ ବ୍ୟବସାୟୀକ ପ୍ରତିଷ୍ଠାନ ଉପରେ ଚାଲିଲା ଡ୍ରୋଜର

ନନ୍ଦିଘୋଷ ବ୍ୟୁରୋ : ଭୁବନେଶ୍ୱରର କ୍ୟାପିଟାଲ ହସ୍ପିଟାଲ ଅଞ୍ଚଳରେ ଆଜି ସକାଳୁ ବଡ଼ ଧରଣର ଉଛେଦ ଅଭିଯାନ କରିଛି ବିଏମସି । BMC ପକ୍ଷରୁ ଡ୍ରେନ ଉପରେ ଅବରୋଧ କରି ଦଖଲ ରଖାଯାଇଥିବା ଘର ଓ ବ୍ୟବସାୟୀକ ପ୍ରତିଷ୍ଠାନ ଉପରେ ଡ୍ରୋଜର ଚାଲିଛି । ଭଙ୍ଗାଯାଇଛି ଘର ଓ ଦୋକାନ । ମେୟର ଓ କମିଶନରଙ୍କ ଉପସ୍ଥିତିରେ ହୋଇଛି ସଫେଇ ଓ ଉଛେଦ । ବହୁଦିନ ଧରି ଜବରଦଖଲ କରି ରଖାଯାଇଥିବା ଅବୈଧ ଗଠନକୁ ହଟାଯାଇଛି । କ୍ୟାପିଟାଲ ହସ୍ପିଟାଲ ପଛ ପଟେ ଥିବା ରାସ୍ତାକୁ ମାଡ଼ିଥିବା ଗଛ କଟାଯିବା ସହ ଡ୍ରେନ ସଫା କରାଯାଇଛି ।  ଯାତାୟାତ ସୁବିଧା ବୃଦ୍ଧି ଲକ୍ଷ୍ୟରେ ଏହି ଅଭିଯାନ କରିଛି BMC ।  ପୂର୍ବରୁ ପଡି ରହିଥିବା ଆମ୍ବୁଲାନ୍ସକୁ ଅନ୍ୟତ୍ର ଉଠାଯାଇଛି । ତେବେ କୌଣସି ସୂଚନା ନଦେଇ ହଟାତ ଉଛେଦକୁ ନେଇ ସ୍ଥାନୀୟ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଉଛେଦ ପରେ ଶୀଘ୍ର ପୁନର୍ବାସ ଓ ଘର ବ୍ୟବସ୍ଥା ପାଇଁ BMC ନିକଟରେ ଦାବି ରଖିଛନ୍ତି ପରିବାର ।  କ୍ୟାପିଟାଲ ହସ୍ପିଟାଲ ପଛ ଅଞ୍ଚଳରେ ଅନ୍ଧାରୁଆ ରହିଥିଲା ଅବୈଧ ଦୋକାନ ସହିତ ମଦପ୍ୟ ମାନଙ୍କ ସଂଖ୍ୟା ବଢ଼ୁଥିଲା । ଆଜି ଉଛେଦ ସହ କ୍ୟାପିଟାଲ ମେଡିକାଲ ପଛ ପଟେ ପଡ଼ିଥିବା ଅଳିଆ ଗଦା  BMC ପକ୍ଷରୁ ସଫା କରାଯାଇଛି ।

ବହୁ ଚର୍ଚ୍ଚିତ ଓଲିଉଡ କଳାକାର ନିକିତା ହତ୍ୟା ମାମଲା ; ସ୍ବାମୀଙ୍କୁ ଆଜୀବନ ସଜ୍ଜା

ନନ୍ଦିଘୋଷ ବ୍ୟୁରୋ : ବହୁ ଚର୍ଚ୍ଚିତ ଓଲିଉଡ କଳାକାର ନିକିତା ଓରଫ ଲକ୍ଷ୍ମୀପ୍ରିୟା ବେହେରାଙ୍କ ସନ୍ଦେହଜନକ ମୃତ୍ୟୁ ମାମଲା । ସ୍ବାମୀ ଲିପନ ସାହୁଙ୍କୁ ଆଜୀବନ ସଜ୍ଜା । କଟକ ତୃତୀୟ ଏଡିଜେ କୋର୍ଟ ଶୁଣାଇଲେ ରାୟ । ଲିପନଙ୍କୁ ଆଜୀବନ କାରାଦଣ୍ଡାଦେଶ ସହ ୨୦ ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ ଦିଆଯାଇଛି । ଏହା ବ୍ୟତୀତ ଘରୋଇ ହିଂସା ମାମଲାରେ ଲିପନଙ୍କ ମାଁ ଓ ବାପାଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି କୋର୍ଟ ।  ୪ ଜାନୁଆରୀ ୨୦୧୯ରେ କଟକ ମହାନଦୀ ବିହାରରେ ଥିବା ଆପାର୍ଟମେଣ୍ଟ ଛାତରୁ ପଡ଼ିବାରୁ ନିକିତା ଗୁରୁତର ହୋଇଥିଲେ । ଚିକିତ୍ସାଧୀନ ଅବସ୍ଥାରେ ଏକ ଘରୋଇ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଥିଲା । ସ୍ଵାମୀ ଲିପନ ତାଙ୍କୁ ଛାତରୁ ଠେଲି ହତ୍ୟା କରିଥିବା ଅଭିଯୋଗ ଆଣିଥିଲେ ନିକିତାଙ୍କ ପରିବାର । ଏହାସହ ତାଙ୍କୁ ଯୌତୁକ ଜନିତ ନିର୍ଯାତନା ଦିଆଯାଉଥିବା ଅଭିଯୋଗ ହୋଇଥିଲା।

କୂଅରେ ପଡି ହାତୀଛୁଆ ମୃତ ; ମୃତ ହାତୀଛୁଆକୁ ଉଦ୍ଧାର କଲା ବନ ବିଭାଗ

ନନ୍ଦିଘୋଷ ବ୍ୟୁରୋ : କୂଅରେ ପଡି ହାତୀଛୁଆ ମୃତ । କେନ୍ଦୁଝର ଜିଲ୍ଲା ସଦର ରେଞ୍ଜ କାଠବାଉଁଶୁଳି ଗାଁର ମୋହନ ଚରଣ ମହାନ୍ତଙ୍କ କୂଅରେ ଖସିପଡି ଏକ ହାତୀଛୁଆର ମୃତ୍ୟୁ ଘଟିଛି । ବିଳମ୍ବିତ ରାତିରେ ଏକ ୧୦ ଟିକିଆ ହାତୀପଲ ଯାଉଥିବା ସମୟରେ କୂଅରେ ଖସିପିଡ଼ିଥିଲା ହାତୀଛୁଆ । ମୃତ ହାତୀଛୁଆକୁ ଉଦ୍ଧାର କଲା ବନ ବିଭାଗ । ଗତକାଲି ରାତି ୩ଟା ସମୟରେ ଏକ ୧୦ଟିକିଆ ହାତୀପଲ କାଠବାଉଁଶୁଳି ନିକଟରେ ରାସ୍ତା ପାର୍ ହେଉଥିବା ସମୟରେ ନିକଟରେ ଏକ କୂଅ ଭିତରେ ଏହି ୧ ବର୍ଷ ବୟସର ଛୁଆ ହାତୀଟି ପଡ଼ି ଯାଇଥିଲା । ହାତୀପଲ ଛୁଆକୁ ଉଦ୍ଧାର କରିବାକୁ ଚେଷ୍ଟା କରୁଥିବା ବେଳେ, ଉପରୁ ପଥର ଖସି ଛୁଆ ହାତୀ ମୁଣ୍ଡରେ ବାଜିଥିଲା । ଫଳରେ ଛୁଅହାତୀର ମୃତ୍ୟୁ ଘଟିଥିଲା । ପରେ ବନ ବିଭାଗ, ହାତୀ ଛୁଆ ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପରେ ପଦ୍ମପୁର ନର୍ସରୀରେ ପୋତି ଦିଆଯିବ ବୋଲି ସୂଚନା ଦେଇଛନ୍ତି ।

ଜନ୍ମଦିନ ରିଲ୍ସ କରି ଗୁଣ୍ଡା ହେବା ପଡିଲା ମହଙ୍ଗା ; ମାମଲା ରୁଜୁ କରି ୩ଜଣ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ

ନନ୍ଦିଘୋଷ ବ୍ୟୁରୋ : ଜନ୍ମଦିନ ରିଲ୍ସ କରି ଗୁଣ୍ଡା ହେବା ପଡିଲା ମହଙ୍ଗା l ଭାଇରଲ ପରେ ପୋଲିସ ଏକ ମାମଲା ରୁଜୁ କରି ୩ଜଣ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି l ଏପରି ଘଟଣା ଦେଖିବାକୁ ମିଳିଛି ଅନୁଗୁଳ ଜିଲ୍ଲା ଶିଳ୍ପାଞ୍ଚଳ ଥାନା ସାନ କେରଜାଙ୍ଗ ଅଞ୍ଚଳରେ l ସୋସିଆଲ୍ ମିଡିଆ ଇନଷ୍ଟାଗ୍ରାମରେ ଗୁଣ୍ଡା ଷ୍ଟାଇଲ୍‌ରେ ୧୮ ସେକେଣ୍ଡର ଭିଡିଓ ସୁଟ କରି ଭାଇରାଲ କରିଥିଲେ l ପୋଲିସ ଜାଣିବା ପରେ ଘଟଣାକୁ ଗୁରୁତର ସହିତ ନେଇ ସାନ କେରଜାଙ୍ଗ ଗ୍ରାମର ତିନି ଯୁବକ ସୁଶାନ୍ତ ନାୟକ, ରୋହନ ନାୟକ, ସୁଧାଂଶୁ ନାୟକ ଗିରଫ କରି କୋର୍ଟ ଚାଲାଣ କରିଛି l ସାନକେରଜେଙ୍ଗ–ବଡକେରଜେଙ୍ଗ ଗ୍ରାମ ମୁଖ୍ୟ ରାସ୍ତା ପାଖରେ ଥିବା ସୁନାକେରଜେଙ୍ଗ କ୍ରିକେଟ ପଡ଼ିଆରେ କିଛି ଯୁବକ ଲମ୍ବା ଖଣ୍ଡା ଓ ଭୁଜାଲି ଦେଖାଇ କେକ୍ କାଟି ସୁଧାଂଶୁ ନାୟକ ଓ ସୁଶାନ୍ତ ନାୟକଙ୍କ ଜନ୍ମଦିନ ପାଳନ କରୁଥିଲେ । ଏହା ପରେ ସେମାନେ ଜନଗହଳି ସ୍ଥାନରେ ଖଣ୍ଡା ବୁଲାଇ ଲୋକଙ୍କୁ ଭୟଭୀତ କରିଥିଲେ। ରୋହିତ ନାୟକ ଓ ମନ୍ମଥ ନାୟକ ଖଣ୍ଡା ଧରିଥିବା ବେଳେ, ରୋହନ ନାୟକ  ଧମକମୂଳକ ଡାଇଲଗ ଦେଉଥିଲେ । ଏହାକୁ ରେକର୍ଡ କରି ଇନଷ୍ଟଗ୍ରାମ ଆଇଡିରେ ଅପଲୋଡ କରିଥିଲେ । ଭିଡିଓ ଭାଇରାଲ୍ ହେବା ପରେ ପୋଲିସ ନିଜ ଆଡୁ ମାମଲା ରୁଜୁ କରି ଅସ୍ତ୍ର ଓ ଭିଡିଓ କରିଥିବା ବ୍ୟବହୃତ ମୋବାଇଲ୍ ଫୋନ୍ ଜବତ କରି ଯୁବକ ମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି l

ବିଜେଡି ବିଧାୟକଙ୍କୁ ନବୀନ ନିବାସ ଡାକରା ; ଅପରାହ୍ନ ୫ ଟାରେ ବସିବ ବଡ଼ ବୈଠକ

ନନ୍ଦିଘୋଷ ବ୍ୟୁରୋ : ବିଜେଡି ବିଧାୟକଙ୍କୁ ନବୀନ ନିବାସ ଡାକରା । ଅପରାହ୍ନ ୫ ଟାରେ ବସିବ ବଡ଼ ବୈଠକ । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତା ବସିବ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ । ରାଜ୍ୟରେ ଚାଷୀ ସମସ୍ୟା ଠାରୁ ଆରମ୍ଭ କରି ମହିଳା ନିର୍ଯାତନା ଯାଏ ସମସ୍ୟା ଲାଗି ରହିଛି l ଏହାକୁ କିପରି ଦଳ ଶାଣିତ ଭାବେ ଉଠାଇ ସରକାରଙ୍କ ଉପରେ ଚାପ ସୁଷ୍ଟି କରିବ ସେ ନେଇ ବିଧାୟକଙ୍କୁ ନବୀନ ଦେବେ ଗୁରୁମନ୍ତ୍ର  l ବୈଠକ ରାଜ୍ୟସଭା ନିର୍ବାଚନକୁ ନେଇ ହେବ ମାନସ ମନ୍ଥନ ।

ଓଡ଼ିଶା ଗସ୍ତରେ ମହାନଦୀ ଟ୍ରିବ୍ୟୁନାଲର ୧୦ ଜଣିଆ ଟିମ୍ ; ସମ୍ବଲପୁରରୁ ଆରମ୍ଭ କରିବେ ଅନୁଧ୍ୟାନ ଅଭିଯାନ

ନନ୍ଦିଘୋଷ ବ୍ୟୁରୋ : ଓଡ଼ିଶା ଗସ୍ତରେ ମହାନଦୀ ଟ୍ରିବ୍ୟୁନାଲ୍ର ୧୦ ଜଣିଆ ଟିମ । ଆଜି ହୀରାକୁଦ ଡ୍ୟାମ୍, ଲେଫ୍ଟ ସ୍ପିଲ ଓ୍ବେ, ବୁର୍ଲା ପାଓ୍ବାର ହାଉସ୍ ବୁଲି ଦେଖିବେ। ଜଳ ବିବାଦର ତଥ୍ୟ ସଂଗ୍ରହ କରିବେ ଟ୍ରିବ୍ୟୁନାଲ କମିଟି ସଦସ୍ୟ । ସେହିପରି ଚିପିଲିମା ପାୱାର ହାଉସ୍ ଅନୁଧ୍ୟାନ କରିବା ପରେ ଡେବ୍ରୀଗଡ଼ ଅଭୟାରଣ୍ୟ ଯାଇ ସେଠାରେ ରାତ୍ରିଯାପନ କରିବେ । ୨ ତାରିଖ ପର୍ଯ୍ୟନ୍ତ ଟ୍ରିବ୍ୟୁନାଲ କମିଟି ଓଡିଶାର ସମ୍ବଲପୁର, ଝାରସୁଗୁଡ଼ାର ମହାନଦୀ କ୍ଷେତ୍ର ପରିଦର୍ଶନ କରିବେ । ୧୦ ଜଣିଆ ଦଳରେ ଅଛନ୍ତି  ଟ୍ରିବୁନାଲର ଅଧ୍ୟକ୍ଷା ଜଷ୍ଟିସ ବେଲା.ଏମ୍ ତ୍ରିବେଦୀ, ଜଷ୍ଟିସ ରବି ରଞ୍ଜନ । ୨୦୨୩ ମସିହାରେ ମଧ୍ୟ ଟ୍ରିବ୍ୟୁନାଲ ଓଡିଶା ଗସ୍ତରେ ଆସିଥିଲା ଓ ବିଭିନ୍ନ ସ୍ଥାନ ପରିଦର୍ଶନ କରିଥିଲା l ଏନେଇ ୫ କୋଟି ଟଙ୍କା ଓଡିଶା ସରକାରଙ୍କ ତହବିଲରୁ ଖର୍ଚ୍ଚ ହୋଇଥିଲା l ଯେହେତୁ ଟ୍ରିବୁନାଲରୁ ଓଡିଶାକୁ ଏବଂ ମହାନଦୀକୁ କିଛି ନ୍ୟାୟ ମିଳୁନି ତେଣୁ ଓଡିଶା ଲୋକଙ୍କ ଟିକସ ପଇସା ପୁଣି କାହିଁକି ଖର୍ଚ୍ଚ ହେବ ବୋଲି ପ୍ରଶ୍ନ କରିଛି ମହାନଦୀ ବଞ୍ଚାଅ ଆନ୍ଦୋଳନ ।

ପାକିସ୍ତାନୀ ସେନା ବିରୋଧରେ ଆଫଗାନିସ୍ତାନର ତାଲିବାନ ପ୍ରଶାସନ ପକ୍ଷରୁ ବଡ଼ଧରଣର ପ୍ରତିଶୋଧମୂଳକ ସାମରିକ ଅଭିଯାନ

ନନ୍ଦିଘୋଷ ବ୍ୟୁରୋ : ବିବାଦୀୟ ଡୁରାଣ୍ଡ ଲାଇନ୍‌ ସୀମାରେ ଆଫଗାନିସ୍ତାନର ତାଲିବାନ ପ୍ରଶାସନ ପକ୍ଷରୁ ପାକିସ୍ତାନୀ ସେନା ବିରୋଧରେ ଏକ ବଡ଼ଧରଣର ପ୍ରତିଶୋଧମୂଳକ ସାମରିକ ଅଭିଯାନ ଆରମ୍ଭ ହୋଇଛି । ଏହି ଆକ୍ରମଣ ଦୁଇ ଦେଶ ମଧ୍ୟରେ ଉତ୍ତେଜନାକୁ ଚରମ ସୀମାରେ ପହଞ୍ଚାଇଛି । ତାଲିବାନ ମୁଖପାତ୍ର ହମିଦୁଲ୍ଲା ଫିତ୍ରାତ ଏକ୍ସରେ ସୂଚନା ଦେଇଛନ୍ତି ଯେ, ଆଫଗାନିସ୍ତାନ ସେନା ପାକିସ୍ତାନର ୧୫ଟି ସୀମାନ୍ତ ପୋଷ୍ଟ୍‌କୁ ନିଜ ଦଖଲକୁ ନେଇଛି । ନିକଟରେ ପାକିସ୍ତାନର ବିମାନ ଆକ୍ରମଣର ଏହା କଡ଼ା ଜବାବ ବୋଲି ସେ କହିଛନ୍ତି । ଏହି କାର୍ଯ୍ୟାନୁଷ୍ଠାନରେ ପ୍ରାୟ ୫୫ ପାକିସ୍ତାନୀ ସୈନ୍ୟ ନିହତ ହୋଇଥିବା ବେଳେ କିଛି ସୈନ୍ୟଙ୍କୁ ବନ୍ଦୀ କରାଯାଇଛି ବୋଲି ସେ ଦାବି କରିଛନ୍ତି । ଆଫଗାନିସ୍ତାନ ସୁରକ୍ଷା ବାହିନୀଙ୍କ ଉଦ୍ଧୃତି ଦେଇ ଟୋଲୋ ନ୍ୟୁଜ୍ ଏକ ପାକିସ୍ତାନୀ JF-୧୭ ଯୁଦ୍ଧ ବିମାନକୁ ଗୁଳି କରି ଖସାଇ ଦେଇଥିବା ଦାବି କରିଛି । ଆଫଗାନିସ୍ତାନ ପ୍ରତିରକ୍ଷା ମନ୍ତ୍ରଣାଳୟ ଅନୁଯାୟୀ, ନଙ୍ଗରହାର ଏବଂ କୁନାର ପ୍ରଦେଶରେ ରାତିଅଧିଆ କାର୍ଯ୍ୟାନୁଷ୍ଠାନ ପାଇଁ  ସ୍ବତନ୍ତ୍ର ଲେଜର୍‌ ୟୁନିଟ୍  ମୁତୟନ କରାଯାଇଥିଲା । ଆଫ୍‌ଗାନ ମୁଖପାତ୍ର ଫିତ୍ରାତ କହିଛନ୍ତି, କୁନାର ପ୍ରଦେଶର ମୁନାୱାର ଜିଲ୍ଲାର ଘାସି କାଣ୍ଡୋ ଅଞ୍ଚଳର ତିନିଟି ପୋଷ୍ଟ, ନରି ଜିଲ୍ଲାର ବାରିକୋଟ ଏବଂ ଡୋକାଲାମ ଅଞ୍ଚଳରେ ଦୁଇଟି ପୋଷ୍ଟ ଦଖଲ କରାଯାଇଛି। ନଙ୍ଗରହାର ପ୍ରଦେଶର ଦୁର ବାବା ଜିଲ୍ଲାର ପାଞ୍ଚଟି ପୋଷ୍ଟ ଏବଂ ଗୋଷ୍ଟେ ଜିଲ୍ଲାର ଦୁଇଟି ପୋଷ୍ଟ ତାଲିବାନ ନିୟନ୍ତ୍ରଣକୁ ଯାଇଛି।  ଆଫଗାନିସ୍ତାନ ମୁଜାହିଦ୍ଦିନ ଦ୍ୱାରା ୧୩ଟି ମୃତଦେହ ଉଦ୍ଧାର କରାଯାଇଛି। ଫିତ୍ରାତ ଦାବି କରିଛନ୍ତି ଯେ ତାଲିବାନ ଯୋଦ୍ଧାମାନେ କୁନାର ଓ ନଙ୍ଗରହାର ପ୍ରଦେଶର ଏକାଧିକ ସୀମା ସ୍ଥାନକୁ ନିଜ ନିୟନ୍ତ୍ରଣକୁ ନେଇଛନ୍ତି ଏବଂ ବହୁ କ୍ଷୟକ୍ଷତି ଘଟାଇଛନ୍ତି, ଯଦିଓ ଏହି ସଂଖ୍ୟା ସ୍ୱାଧୀନ ଭାବରେ ଯାଞ୍ଚ କରାଯାଇ ପାରିନାହିଁ ।

ସେପଟେ ତାଲିବାନ ବିରୋଧରେ ଖୋଲା ଯୁଦ୍ଧ ଘୋଷଣା କରିଛି ପାକିସ୍ତାନ । ଏନେଇ ସୂଚନା ଦେଇଛନ୍ତି ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ର ଖ୍ବଜା ଆସିଫ । ଆଫଗାନିସ୍ତାନର ଏୟାର ଷ୍ଟ୍ରାଇକ ପରେ ପାକିସ୍ତାନ ଯୁଦ୍ଧ ଘୋଷଣା କରିଛି । ଏହାର ନାମ ଦେଇଛି ଅପରେସନ ଗଜବ ଲିଲ୍ ହକ୍ । ଘନଘନ ବୋମାମାଡ଼ କରିଛନ୍ତି ପାକ୍ ସେନା ।

 

ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ପ୍ରକିୟା ଜାରି ; ମାର୍ଚ୍ଚ ୫ ଯାଏ ପ୍ରାର୍ଥିପତ୍ର ଭରିବେ ପ୍ରାର୍ଥୀ

ନନ୍ଦିଘୋଷ ବ୍ୟୁରୋ : ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ପ୍ରକିୟା ଜାରି । ଓଡିଶାରେ ଖାଲିପଡିଥିବା ୪ଟି ଆସନ ଲାଗି ମାର୍ଚ୍ଚ ୫ ଯାଏ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଚାଲିବ। ମାର୍ଚ୍ଚ ୬ ରେ ନାମାଙ୍କନ ପତ୍ର ଯାଞ୍ଚ କରାଯିବ। ପ୍ରାର୍ଥୀ ପତ୍ର ପ୍ରତ୍ୟାହାରର ଶେଷ ତାରିଖ ମାର୍ଚ୍ଚ ୯ ରହିଛି। ମାର୍ଚ୍ଚ ୧୬ରେ ନିର୍ବାଚନ ହେବ । ତେବେ ପ୍ରାର୍ଥୀ ଚୟନ ପାଇଁ କସରତ ଆରମ୍ଭ କରି ଦେଇଛନ୍ତି ରାଜ୍ୟର ୩ ପ୍ରମୁଖ ରାଜନୈତିକ ଦଳ । ବିଜେପି ସାଂସଦ ସୁଜିତ କୁମାର ଓ ମମତା ମହାନ୍ତ ଏବଂ ବିଜେଡ଼ି ସାଂସଦ ମୁଜିବୁଲ୍ଲା ଖାଁ ଓ ନିରଞ୍ଜନ ବିଶିଙ୍କ କାର୍ଯ୍ୟକାଳ ସରିଥିବାରୁ ନିର୍ବାଚନ ହେବ। ରାଜ୍ୟସଭା ନିର୍ବାଚନ ପାଇଁ ଫର୍ମ ନେଇଛି ବିଜେଡି । ପ୍ରାର୍ଥୀ ପାଇଁ ନବୀନ ପଟ୍ଟନାୟକ ହିଁ ନିଷ୍ପତ୍ତି ନେବେ ବୋଲି କହିଛି ବିଜେଡି  । ସେପଟେ ବିଜେପି କହିଛି,  ୫ ତାରିଖ ଆଗରୁ ଘୋଷଣା ହେବ ପ୍ରାର୍ଥୀ । ରାଜ୍ୟସଭା ପ୍ରାର୍ଥୀ ପାଇଁ କେନ୍ଦ୍ରୀୟ ପାର୍ଲିଆମେଣ୍ଟ ପାର୍ଟି ଶେଷ ନିଷ୍ପତ୍ତି ନେବ । ଏପ୍ରିଲ ମାସରେ ଓଡିଶାର ୪ଟି ଆସନ ଖାଲି ପଡୁଥିବାରୁ ୨ଟି ଆସନରେ ବିଜେପି ଓ ଗୋଟିଏ ଆସନ ବିଜେଡି ହାତେଇବା ନିଶ୍ଚିତ । ଚତୁର୍ଥ ଆସନ କାହାର ହେବ ସେଥିପାଇଁ ସସପେନ୍ସ ଜାରି ରହିଥିବାବେଳେ ବିଜେଡି କିଙ୍ଗ ମେକର ଭୂମିକା ନିଭାଇ ପାରେ । ପିସିସି ସଭାପତି କହିଛନ୍ତି, ୨୮ରେ କଂଗ୍ରେସ ରାଜ୍ୟସଭା ନିର୍ବାଚନ ନେଇ ଦିଲ୍ଲୀରେ ହାଇକମାଣ୍ଡଙ୍କ ସହ ଆଲୋଚନା କରି ନିଷ୍ପତ୍ତି ନେବ । ମାର୍ଚ୍ଚ ୨୦ତାରିଖ ସୁଦ୍ଧା ସରିବ ରାଜ୍ୟସଭା ନିର୍ବାଚନ ପ୍ରକ୍ରିୟା ।

ଟି-ଟ୍ବେଣ୍ଟି ସୁପର-୮ ମୁକାବିଲାରେ ଭାରତର ଦମଦାର ବିଜୟ ; ଜିମ୍ବାଓ୍ବେକୁ ୭୨ ରନରେ ହରାଇଲା ଭାରତ

ନନ୍ଦିଘୋଷ ବ୍ୟୁରୋ : ଟି-ଟ୍ବେଣ୍ଟି ସୁପର-୮ ମୁକାବିଲାରେ ଭାରତର ଦମଦାର ବିଜୟ। ଜିମ୍ବାଓ୍ବେକୁ ୭୨ ରନରେ ହରାଇଲା ଭାରତ। ୧୮୪ ରନ କରିବାକୁ ସକ୍ଷମ ହେଲା ଜିମ୍ବାଓ୍ବେ। ଜିମ୍ବାଓ୍ବେ ଆଗରେ ୨୫୭ ରନର ଥିଲା ବିଜୟ ଲକ୍ଷ୍ୟ। ପ୍ରଥମେ ବ୍ୟାଟିଂ କରି ଭାରତ କରିଥିଲା ୨୫୬ ରନ। ଅର୍ଶଦୀପ ସିଂହ ସର୍ବାଧିକ ୩ ଓ୍ବିକେଟ୍ ହାସଲ କରିଛନ୍ତି। ବିଜୟ ସହ ଉଜ୍ଜୀବିତ ହେଲା ଭାରତର ସେମି ଆଶା। ମାର୍ଚ୍ଚ ୧ ତାରିଖରେ ଓ୍ବେଷ୍ଟଇଣ୍ଡିଜକୁ ଭେଟିବ ଭାରତ। ଓ୍ବେଷ୍ଟଇଣ୍ଡିଜକୁ ହରାଇଲେ ସେମିରେ ପ୍ରବେଶ କରିବ ଭାରତ। ଚେନ୍ନାଇରେ ମୁହାଁମୁହିଁ ହୋଇଥିଲେ ଭାରତ ଓ ଜିମ୍ବାୱେ । ପ୍ରଥମେ ଟସ ଜିତି ଭାରତକୁ ବ୍ଯାଟିଂ ପାଇଁ ଆମନ୍ତ୍ରଣ କରିଥିଲା ଜିମ୍ବାଓ୍ବେ। ପଡ଼ିଆକୁ ଓହ୍ଲାଇଥିଲେ ଅଭିଷେକ ଶର୍ମା ଓ ସଞ୍ଜୁ ସାମସନ । ପ୍ରଥମରୁ ଧୂଆଁଧାର ବ୍ଯାଟିଂ ଆରମ୍ଭ କରିଥିଲେ ସୁଦ୍ଧା ପ୍ରଥମେ ସଞ୍ଜୁ ସାମସନ ୨୪ ରନ କରି ମୁଜାରବାନୀଙ୍କ ବଲର ଶିକାର ହୋଇଥିଲେ । ଏହାପରେ ଅଭିଷେକଙ୍କ ସାଥ ଦେଇଥିଲେ ଇଶାନ କିଷନ । ଇଶାନ ୨୪ ବଲରେ ୩୮ ରନ କରି ଅଧିନାୟକ ସିକନ୍ଦର ରାଜଙ୍କ ବଲରେ ଆଉଟ ହୋଇଥିଲେ । ତେବେ ଅଭିଷେକ ଶର୍ମା ୩୦ ବଲରେ ୫୫ ରନ କରିବାରେ ସକ୍ଷମ ହୋଇଥିଲେ । ସେ ୪ଟି ଚୌକା ଓ ୪ଟି ଛକା ମାରିଥିଲେ । ଅଧିନାୟକ ସୂର୍ଯ୍ୟକୁମାର ଯାଦବ ୧୩ ବଲରେ ୩୩ ରନ କରିଥିଲେ । ହାର୍ଦ୍ଦିକ ପାଣ୍ଡ୍ୟା ୪ଟି ଛକା ଓ ଦୁଇଟି ଚୌକା ସହାୟତାରେ ୨୩ ବଲରେ ୫୦ ରନ କରିଥିଲେ । ସେହିପରି ତୀଳକ ବର୍ମା ୪ଟି ଛକା ଓ ୩ଟି ଚୌକା ସହାୟତାରେ ୧୬ ବଲରେ ୪୪ ରନ କରିଥିଲେ ।

ପ୍ରଥମଥର ପାଇଁ ମୁହଁ ଖୋଲିଛନ୍ତି ପୂର୍ବତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼

ନନ୍ଦିଘୋଷ ବ୍ୟୁରୋ : ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେବାପରେ ପ୍ରଥମଥର ପାଇଁ ମୁହଁ ଖୋଲିଛନ୍ତି ପୂର୍ବତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼। ରାଜସ୍ଥାନର ଚୁରୁ ଜିଲ୍ଲାରେ ଏକ କାର୍ଯ୍ଯକ୍ରମରେ ଯୋଗ ଦେଇ ପୂର୍ବତନ ରାଷ୍ଟ୍ରପତି ଜଗଦୀପ ଧନଖଡ଼ ଥଟ୍ଟା ମଜାରେ ଅନେକ କଥା କହିବାକୁ ଉଦ୍ଯମ କରିଛନ୍ତି। ଯାହାକୁ ନେଇ ସାରା ଦେଶରେ ଚର୍ଚ୍ଚା। ସେ ଆୟୋଜିତ ସଭାରେ କହିଥିଲେ ଯେ,  ସ୍ବାସ୍ଥ୍ଯଗତ କାରଣରୁ ସେ ଇସ୍ତଫା ଦେଇନଥିଲେ। ସେ ଅସୁସ୍ଥ ବୋଲି କେବେ ବି କହିନଥିଲେ।  ମୁଁ କେବେ ବି ମୋ ସ୍ୱାସ୍ଥ୍ୟକୁ ଅବହେଳା କରିନାହିଁ । ସେହିଭଳି ସ୍ବାଗତ ସମ୍ବର୍ଦ୍ଧନା ବେଳେ ସେ କଥା ଛଳରେ କହିଛନ୍ତି ଯେ, ସେ ଦାଢ଼ିଥିବା ଲୋକଙ୍କୁ ଦେଖି ଡରିଯାଆନ୍ତି। ଧନଖଡ଼ଙ୍କ ଏଭଳି ପ୍ରତିକ୍ରିୟାକୁ ନେଇ ଏବେ ବିଭିନ୍ନ ମହଲରେ ଚର୍ଚ୍ଚା ଲାଗି ରହିଛି।  ୨୦୨୫ ଜୁଲାଇ ୨୧ରେ ଜଗଦୀପ ଧନଖଡ଼ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇଥିଲେ। ତାଙ୍କ ଇସ୍ତଫା  ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା । ମୌସୁମୀ ଅଧିବେଶନ ଆରମ୍ଭ ହେବାର ଗୋଟିଏ ଦିନ ପୂର୍ବରୁ ସେ ରାଷ୍ଟ୍ରପତିଙ୍କୁ ତାଙ୍କ ଇସ୍ତଫାପତ୍ର ପ୍ରଦାନ କରିଥିଲେ । ଧନଖଡ଼ଙ୍କ ହଠାତ୍ ଇସ୍ତଫା ରାଜନୈତିକ ମହଲରେ ବ୍ୟାପକ ଆଲୋଚନାର ବିଷୟ ପାଲଟିଥିଲା ।