spot_img

Latest Posts

ମୃତ୍ୟୁ ପୂର୍ବରୁ କମ୍ପାନୀକୁ ଇଞ୍ଜିନିୟରଙ୍କ ଶେଷ ଇମେଲ, କହିଲେ “ମୋ ସ୍ତ୍ରୀ ମୋ ବିନା….

ମୃତ୍ୟୁ ପୂର୍ବରୁ କମ୍ପାନୀକୁ ଇଞ୍ଜିନିୟରଙ୍କ ଶେଷ ଇମେଲ, କହିଲେ “ମୋ ସ୍ତ୍ରୀ ମୋ ବିନା….

ନନ୍ଦିଘୋଷ ବ୍ୟୁରୋ: ପ୍ରଥମେ କମ୍ପାନୀକୁ ଇମେଲ ପଠାଇଲେ ପରେ ସ୍ତ୍ରୀକୁ ତଣ୍ଟି ଚିପି ହତ୍ୟା କଲେ । ଶେଷରେ ଫାଶି ଲଗାଇ ଝୁଲି ପଡ଼ିଲେ ୩୦ ବର୍ଷୀୟ ଯୁବ ଇଞ୍ଜିନିୟର ମହମ୍ମଦ ଅସଲମ । ଗୁରୁଗ୍ରାମ ସେକ୍ଟର ୬୮ ମରିନା ସୋସାଇଟିରେ ଘଟିଛି ଏଭଳି ଏକ ଛାତିଥରା ଘଟଣା ।

ସୂଚନା ଅନୁଯାୟୀ, ସେକ୍ଟର ୬୮ ମରିନା ସୋସାଇଟିରେ କେରଳ ବାସିନ୍ଦା ମହମ୍ମଦ ଅସଲମ ନିଜ ସ୍ତ୍ରୀ ୨୮ ବର୍ଷୀୟା ଫରହାନାଙ୍କ ସହ ରହୁଥିଲେ । ସେ ସେକ୍ଟର ୫୫ ସ୍ଥିତ ଏକ ଘରୋଇ କମ୍ପାନୀରେ ଇଞ୍ଜିନିୟର ଭାବେ କାମ କରୁଥିଲେ। ପୂର୍ବରୁ ସେ ବାଙ୍ଗାଲୋରରେ ରହୁଥିଲେ। ମଙ୍ଗଳବାର ଦିନ ତାଙ୍କ ସ୍ତ୍ରୀ ଘରେ ଥିବା ବେଳେ ଅସଲମ ଅଫିସ ଯାଇଥିଲେ। ବୁଧବାର ସକାଳେ ଅସଲମ ଇମେଲ୍ ମାଧ୍ୟମରେ ଅଫିସ ନ ଯିବା ଲାଗି କମ୍ପାନୀକୁ ଜଣାଇଥିଲେ। ସେହି ଦିନ ଅସଲମ ତିନି ଥର ଇମେଲ୍ ଓ ପରେ ଫୋନ୍ ମାଧ୍ୟମରେ କମ୍ପାନୀ ସହ କଥା ହୋଇଥିଲେ। ଗୁରୁବାର ସକାଳେ, ଅସଲମ କମ୍ପାନୀକୁ ଆଉ ଏକ ଇମେଲ୍ ପଠାଇଥିଲେ। ସେଥିରେ ସେ ତାଙ୍କ ବାପା, ଘର ମାଲିକଙ୍କ ସମେତ ଚାରୋଟି ମୋବାଇଲ୍ ନମ୍ବର ଲେଖିଥିଲେ ଓ ସେମାନଙ୍କୁ ତାଙ୍କ ମୃତ୍ୟୁ ବିଷୟରେ ଜଣାଇବାକୁ କହିଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଁଞ୍ଚିଥିଲା । ଫ୍ଲାଟ୍ ଭିତରେ ଫରହାନା ମୃତ ଅବସ୍ଥାରେ ପଡ଼ି ରହିଥିବା ବେଳେ ଝୁଲନ୍ତା ଅବସ୍ଥାରେ ଥିଲା ଅସଲମଙ୍କ ମୃତଦେହ।

କୁହାଯାଉଛି ଯେ, ଅସଲମ କିଛି ଦିନ ଧରି ଡିପ୍ରେସନ୍ ରେ ରହିବା ସହ ମେଡ଼ିସିନ ଖାଉଥିଲେ। ପୋଲିସ ଘଟଣାସ୍ଥଳରୁ ଏକ ସୁଇସାଇଡ ନୋଟ ଜବତ କରିଛି, ଏଥିରେ ଅଧା ଇଂରାଜୀ ଓ ଅଧା ମାଲାୟଲମ ଭାଷାରେ ଲେଖାଯାଇଛି । ପୋଲିସର କହିବା ଅନୁଯାୟୀ, ଅସଲମ ନୋଟରେ ଲେଖିଛନ୍ତି, “ଦୁନିଆରୁ ଯାଉଛୁ, ମୋ ସ୍ତ୍ରୀ ମୋ ବିନା ରହିପାରିବେ ନାହିଁ, ତେଣୁ ମୁଁ ତାଙ୍କୁ ମଧ୍ୟ ମୋ ସହ ନେଇ ଯାଉଛି।” ତେବେ ଏନେଇ ପୋଲିସ ମୃତକଙ୍କ ପରିବାରକୁ ସୂଚନା ଦେବା ପରେ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇଛି। ତେବେ ମୁତ୍ୟୁ ପଛର କାରଣ ଜଣାପଡ଼ିନଥିବା ବେଳେ ପୋଲିସ ଏନେଇ ତଦନ୍ତ କରୁଛି ।

 

Latest Posts

Don't Miss