spot_img
Home Blog Page 100

ଚିଲିକାରେ ବିପଦ ସଂକୁଳ ଯାତ୍ରା: ଭୟଭୀତ ଅବସ୍ଥାରେ ଯାତ୍ରୀ

ଚିଲିକାରେ ବିପଦ ସଂକୁଳ ଯାତ୍ରା । ଆସନ୍ତାକାଲି ଚନ୍ଦ୍ରଭାଗା ବୁଡ଼ ଥିବାବେଳେ ଗଞ୍ଜାମ ଓ କୃଷ୍ଣପ୍ରସାଦ ଯାତ୍ରୀମାନେ ଚନ୍ଦ୍ରଭାଗା ଯିବା ପାଇଁ ଜହ୍ନିକୁଦା ଚିଲିକା କୂଳରେ ଭିଡ଼ ଜମେଇଥିଲେ । କିନ୍ତୁ ଡଙ୍ଗାରେ ଯାତ୍ରୀ ଓ ଦୁଇଚକିଆ ଯାନ ଯିବା ବଦଳରେ ଯାଇଛି ୪ଟି ଭାରିଯାନ ଅଟୋ । ଭାରିଯାନ ଗୁଡ଼ିକୁ ଚିଲିକା ପାର କରିବା ପାଇଁ ଭସାପୋଲ ବ୍ୟବସ୍ଥା ଥିବାବେଳେ ନିୟମ ଉଲଙ୍ଘନ କରୁଛନ୍ତି ଡଙ୍ଗା ଚାଳକ । କ୍ଷମତା ଠାରୁ ଡଙ୍ଗାରେ ଅଧିକ ଭାରିଯାନ ଚାଳକ ନେଉଥିବାରୁ ଯାତ୍ରୀମାନେ ଭୟଭୀତ ଅବସ୍ଥାରେ ଜଳଯାତ୍ରା କରିଛନ୍ତି ।

ବାଂଲାଦେଶରେ ବହୁଛି ରକ୍ତ ; ୟୁନୁସ ସରକାରର ବୈଧତା ନେଇ ପ୍ରଶ୍ନ ଉଠାଇଲେ ହସିନା

ନନ୍ଦିଘୋଷ ବ୍ୟୁରୋ :  ବାଂଲାଦେଶରେ ବହୁଛି ରକ୍ତ । ବାଂଲାଦେଶର ଅନ୍ତରୀଣ ଶାସକ ମହମ୍ମଦ ୟୁନୁସ ଦେଶକୁ ସୁଶାସନ ଦେବାରେ ବିଫଳ। ଦେଶରେ ହିଂସାରାଜ ଚାଲିଛି ବୋଲି କହିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା। ନୂଆଦିଲ୍ଲୀରେ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ହସିନା। କ୍ଲବ ଅଫ ସାଉଥ ଏସିଆରେ ଉଦବୋଧନ ଦେଇ ହସିନା କହିଛନ୍ତି-ବାଂଲାଦେଶରେ ଗଣତନ୍ତ୍ର ନିର୍ବାସିତ ହୋଇଛି। ଏହା ସହ ସେ ନୋବେଲ ବିଜତା ତଥା ଅନ୍ତରଣୀ ଶାସକ ୟୁନୁସଙ୍କ ନୀତିକୁ ତୀବ୍ର ସମାଲୋଚନା କରିଛନ୍ତି। ଗତ ୨୦୨୪ ଅଗଷ୍ଟରେ ଭାରତର ଆଶ୍ରୟ ନେଇଥିବା ହସିନା ନିଜ ସମର୍ଥକଙ୍କୁ ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ ଏକାଠି ରହିବା ଲାଗି ଆହ୍ବାନ ଦେଇଛନ୍ତି। ଏହା ସହ ୟୁନୁସ ସରକାରର ବୈଧତା ନେଇ ପ୍ରଶ୍ନ ଉଠାଇଛନ୍ତି। ଦେଶରେ ଗଣତନ୍ତ୍ର ପ୍ରତି ବିପଦ ସୃଷ୍ଟି ହୋଇଛି। ଫେବ୍ରୁଆରୀ ୧୨ରେ ଦେଶରେ ସାଧାରଣ ନିର୍ବାଚନ ହେବାକୁ ଯାଉଥିବାବେଳେ ଏହାର ବୈଧତା ନେଇ ପ୍ରଶ୍ନ ଉଠାଇଛନ୍ତି ହସିନା।

ଖୁବଶୀଘ୍ର ରୁଷ-ୟୁକ୍ରେନ ଯୁଦ୍ଧରେ ଘଟିପାରେ ଅନ୍ତ ; ଆବୁଧାବିରେ ହାଇପ୍ରୋଫାଇଲ ବୈଠକ

ନନ୍ଦିଘୋଷ ବ୍ୟୁରୋ : ଖୁବ୍ ଶୀଘ୍ର ରୁଷ-ୟୁକ୍ରେନ ଯୁଦ୍ଧରେ ଘଟିପାରେ ଅନ୍ତ। ଆବୁଧାବିରେ ଆମେରିକା, ୟୁକ୍ରେନ ଓ ରୁଷର ଦୂତମାନଙ୍କ ହାଇପ୍ରୋଫାଇଲ ବୈଠକ। ପ୍ରଥମ ଥର ଲାଗି ଏହି ବୈଠକରେ ୪ ବର୍ଷର ରକ୍ତକ୍ଷୟୀ ଯୁଦ୍ଧର ଅବସାନ ନେଇ ହୋଇଛି ଆଲୋଚନା। ଶାନ୍ତି ପ୍ରତିଷ୍ଠା ନିମନ୍ତେ ଡାଭୋସରୁ କ୍ରେମଲିନ ଯାଏ ବିଭିନ୍ନ ପର୍ଯ୍ୟାୟରେ କୂଟନୈତିକ ଆଲୋଚନା ପରେ ଆବୁଧାବିରେ ଏହି ବୈଠକ ବସିଥିଲା। ଯୁଦ୍ଧର ଅନ୍ତ ଘଟାଇବା ଲାଗି ପୁଣି ଥରେ ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କ ନିଷ୍ପତ୍ତିରେ ଏହି ବୈଠକ ହୋଇଛି। ବିଶେଷ କରି ସୀମାଗତ ଅଧିକାର ପ୍ରସଙ୍ଗରେ ରୁଷ ନିଜ ଜିଦରେ ଅଟଳ ରହିଥିବାବେଳେ ୟୁକ୍ରେନ ଏହାକୁ ମାନିବାକୁ ପ୍ରସ୍ତୁତ ହେଉନାହିଁ। ସୁଇଜରଲାଣ୍ଡ ଡାଭୋସରେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି କହିଥିଲେ- ରୁଷ ସଦ ୟୁକ୍ରେନର ଶାନ୍ତି ଚୁକ୍ତି ଖୁବ୍ ଶୀଘ୍ର ହେବାକୁ ଯାଉଛି। ଦୁଇ ପକ୍ଷଙ୍କ ସହ ଆମେରିକା ପ୍ରତିନିଧିଙ୍କ ଆଲୋଚନା ସକାରାତ୍ମକ ଦିଗ ସୃଷ୍ଟି କରିଛି ବୋଲି କୁହାଯାଇଛି। ପୂର୍ବରୁ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କ୍ରେମଲିନରେ ଆମେରିକାର ସ୍ବତନ୍ତ୍ର ଦୂତ ଷ୍ଟିଭ ଉଇଟକଫଙ୍କ ସହ ଆଲୋଚନା କରିଥିଲେ।

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ ବେଳେ ପୋଲିସ ମାଡ଼ରେ ନାବାଳକ ଗୁରୁତର

ନନ୍ଦିଘୋଷ ବ୍ୟୁରୋ : ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରୁଥିବା ବେଳେ ଜଣେ ନାବାଳକ ପୁଲିସ ମାଡ଼ରେ ଗୁରୁତର ହୋଇଛି । ତାଙ୍କୁ ମନ୍ଦିର ଆମ୍ବୁଲାନ୍ସ ଯୋଗେ ସଦର ହସ୍ଟିଟାଲରେ ଭର୍ତ୍ତି କରାଯାଇଛି । ସେଠାରେ  ସିଟି ସ୍କାନ କରାଯିବା ପରେ ସେ ଗୁରୁତର ଥିବା ଜଣାଯାଇଥିଲା। ପରେ ତାଙ୍କୁ ଆଡମିଶନ କରାଯାଇ ଚିକିତ୍ସା କରାଯାଉଛି। ଶୁକ୍ରବାର ରାତିରେ ଭଦ୍ରକ ଭଣ୍ଡାରିପୋଖରୀ ଅଂଚଳର  ଅଚ୍ୟୁତାନନ୍ଦ ବିଶ୍ୱାଳ, ପତ୍ନୀ ଓ  ଦଶମ ଶ୍ରେଣୀରେ ପଢୁଥିବା ପୁଅ ସ୍ବୟଂଶୁଙ୍କ ସହ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିରକୁ ଯାଇଥିଲେ । ବାହାର କାଠ ନିକଟରେ ସେମାନେ ଦର୍ଶନ କରୁଥିବା ବେଳେ ଗହଳି ଭିତରେ ଜଣେ ପୋଲିସ ପୋଷାକଧାରୀ  ତାଙ୍କ ପୁଅକୁ ବାଡେଇଥିଲେ। ଏହାର ପ୍ରତିବାଦ କରିବାରୁ ପୁଲିସ ଜଣକ ଆଉ ଥରେ ତାଙ୍କ କାନମୁଣ୍ଡାକୁ ମାଡ଼ ମାରିଥିଲେ । ସେଥିରେ ନାବାଳକ ଜଣକ ସଂଜ୍ଞାହୀନ ହୋଇ ପଡ଼ିବା ପରେ ଶ୍ରୀମନ୍ଦିର ଆମ୍ବୁଲାନ୍ସରେ ନିଆଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ବାଘ ସହ ମଣିଷର ଲଢେଇ : ମରିଗଲା ବାଘ, ମେଡିକାଲରେ ମଣିଷ..

ବଡମ୍ବା : ବାଘ ସହ ମଣିଷର ଲଢେଇ। ଶେଷରେ ଗଲା ବାଘର ପ୍ରାଣ। ଘଟଣା ଘଟିଛି ବଡ଼ମ୍ବା ନରସିଂହପୁର ପଶ୍ଚିମ ବନାଞ୍ଚଳ ଅନନ୍ତପ୍ରସାଦ ଗାଁରେ। ଏକ କଲରା ପତାରିଆ ବାଘ ସହ ଜଣେ ବ୍ୟକ୍ତି ଲଢେଇ କରିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଶୁଭ୍ରାଂଶୁ ଭୋଳଙ୍କ ଜୟପୁର ଫାର୍ମରେ ଏକ କଲରାପତରିଆ ବାଘ ପଶିଥିଲା। ହଠାତ୍ ବାଘ ସହ ଶୁଭ୍ରାଂଶୁଙ୍କ ମୁହାଁମୁହିଁ ହୋଇଥିଲା। ତେବେ ଜୀବନ ବଞ୍ଚାଇବା ଲାଗି ଡରି ନଯାଇ ବାଘ ସହ ଲଢେଇ କରିଥିଲେ ଶୁଭ୍ରାଂଶୁ। ଶେଷରେ ଲଢେଇରେ ବାଘର ମୃତ୍ୟୁ ଘଟିଥିଲା। ଆହତ ଶୁଭ୍ରାଂଶୁଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। କଲରାପତରିଆ ବାଘର ମୃତଦେହ ଜବତ କରିଛି ବନବିଭାଗ। ଏହା ସହ ଘଟଣାର ତଦନ୍ତ ଜାରି ରହିଛି।  ସେପଟେ ଶୁଭ୍ରାଂଶୁଙ୍କ ଚିକିତ୍ସା କଟକ ଏସସିବିରେ ଚାଲିଛି। ଆଶୁ ଚିକିତ୍ସା ବିଭାଗରେ ପ୍ରାଥମିକ ଚିକିତ୍ସା ସରିବା ପରେ ଟ୍ରମା କେୟାର ସେଣ୍ଟରକୁ ସ୍ଥାନାନ୍ତର କରାଯାଇଛି। ତାଙ୍କର ଦୁଇ ହାତ ଓ ମୁହଁରେ ଆଘାତ ଲାଗିଛି।

ଇଣ୍ଡୋନେସିଆରେ ବଡ଼ ଧରଣର ଭୂସ୍ଖଳନ : ୭ ମୃତ, ୮୨ରୁ ଅଧିକ ନିଖୋଜ

ନନ୍ଦିଘୋଷ ବ୍ୟୁରୋ : ଇଣ୍ଡୋନେସିଆ ପଶ୍ଚିମ ବାନଦୁଙ୍ଗରେ ବଡ଼ ଧରଣର ଭୂସ୍ଖଳନ। ଭୂସ୍ଖଳନରେ ୭ ମୃତ, ୮୨ରୁ ଅଧିକ ନିଖୋଜ। ଅଘଟଣରେ ମୃତକଙ୍କ ସଂଖ୍ୟା ବୃଦ୍ଧି ଆଶଙ୍କା ରହିଛି। ଏନେଇ ଇଣ୍ଡୋନେସିଆ ବିପର୍ଯ୍ୟୟ ପ୍ରଶମନ ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି। ଇଣ୍ଡୋନେସିଆର ପଶ୍ଚିମ ଜାଭା ପ୍ରଜାତନ୍ତ୍ର ଅଞ୍ଚଳରେ ଏହି ଭୂସ୍ଖଳନ ଘଟିଛି। ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। କିଛିଦିନ ତଳେ ପଶ୍ଚିମ ସୁମାତ୍ରାରେ ଭୂସ୍ଖଳନ ଓ ବନ୍ୟାରେ ୧୧୭୦ ଲୋକଙ୍କ ମୃତ୍ୟୁ ଘଟିଥିଲା।

ବାଇକ ଦୁର୍ଘଟଣାରେ ୨ ଯୁବକ ମୃତ

କଳାହାଣ୍ଡି  : ବାଇକ ଦୁର୍ଘଟଣାରେ ୨ ଯୁବକ ମୃତ। କଳାହାଣ୍ଡି ଜିଲ୍ଲା କୋକସରା ଥାନା ଲଡୁଗାଁ ପଞ୍ଚାୟତ ଭାଲୁପଡା ନିକଟରେ ଘଟିଛି ଦୁର୍ଘଟଣା। ବିଳମ୍ବିତ ରାତିରେ ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣା ଘଟିଥିଛି। ବାଇକରୁ ପଡି ୨ ଯୁବକଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ମୃତକ ହେଲେ କେନ୍ଦୁଡୋଙ୍ଗରି ଗ୍ରାମ ର ବବଲୁ ନାଏକ ଓ ଅମରେନ୍ଦ୍ର ମାଝୀ। ସେମାନେ ଭଇରୀପାଳି ଗ୍ରାମରୁ ଏକ ବିବାହ କାର୍ଯ୍ୟକ୍ରମ ରେ ଯୋଗଦେଇ ଫେରିବା ବେଳେ ସୁନାମାଲ ଭାଲୁପଡା ରାସ୍ତାର ଏକ ବୁଲାଣିରେ ଭାରସାମ୍ୟ ହରାଇ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ଆଜି ସକାଳେ କିଛି ସ୍ଥାନୀୟ ଲୋକ ଘଟଣା ସମ୍ପର୍କରେ କୋକସରା ପୋଲିସ କୁ ସୂଚନା ଦେବାପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ କୋକସରା ଡାକ୍ତରଖାନାକୁ ପଠାଇଛି।

ଘନ କୁହୁଡି ସାଜିଲା କାଳ : ବସ ସହ ଧକ୍କା ହେଲା ହାଇଓ୍ବା

ଖୋର୍ଦ୍ଧା : ଘନ କୁହୁଡି ସାଜିଲା କାଳ । ଟୁରିଷ୍ଟ ବସ ସହ ହାଇଓ୍ବା ଧକ୍କା । ଡ୍ରାଇଭର ସମେତ ୪ ଜଣ ଆହତ ହୋଇଛନ୍ତି । ବାଘମାରି କଣ୍ଟିଲୋ ୪୮ ନମ୍ବର ରାଜ୍ଯ ରାଜପଥରେ ସକାଳୁ ଘନ କୁହୁଡି ପାଇଁ ଦୁର୍ଘଟଣା ଘଟିଛି । ଦୁର୍ଘଟଣା ଯୋଗୁ କ୍ଷତିଗ୍ରସ୍ତ ହୋଇଛି । ବ୍ରହ୍ମଗିରି ଅଚଂଳରୁ ଏକ ଟୁରିଷ୍ଟ ବସ ଭାପୁରସ୍ଥିତ ରାମ ମନ୍ଦିର ଦର୍ଶନ ପାଇଁ ଯାତ୍ରୀ ନେଇ ଯାଉଥିବା ବେଳେ ଗେଡିଆପଲ୍ଲୀ ଛକ ନିକଟରେ ସାମ୍ନା ପଟୁ ଆସୁଥିବା ଏକ ବାଲି ବୋଝେଇ ହାଇଓ୍ବା ବସକୁ ଧକ୍କା ଦେଇଥିଲା । ଫଳରେ ବସର ଡ୍ରାଇଭର ଓ ୩ ଜଣ ଯାତ୍ରୀ ଆହତ ହୋଇଛନ୍ତି। ଘଟଣା ସ୍ଥଳରେ ଧଳାପଥର ଫାଣ୍ଡି ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ବିଦ୍ୟାଦାତ୍ରୀଙ୍କ ପୂଜା ଚାଲିଥିବାବେଳେ ମଦ ପଇ ରାସ୍ତାରେ ଗଡ଼ିଲେ ଛାତ୍ର

ଫୁଲବାଣୀ : ବିଦ୍ୟାଦାତ୍ରୀଙ୍କ ପୂଜା ଚାଲିଥିବାବେଳେ ମଦ ପଇ ରାସ୍ତାରେ ଗଡ଼ିଲେ ଛାତ୍ର। ଏହି ଅଭାବନୀୟ ଘଟଣା ଘଟିଛି ଟିକାବାଲି ଅଞ୍ଚଳରେ। ଗତକାଲି ସରସ୍ବତୀ ପୂଜା ଲାଗି ପରିବେଶ ଥିଲା ଉତ୍ସବମୁଖର। ହେଲେ ଟିକାବାଲିର ଏକ ଉଚ୍ଚ ବିଦ୍ୟାଳୟର ଦୁଇ ନବମ ଶ୍ରେଣୀ ଛାତ୍ର ସ୍କୁଲ ୟୁନିଫର୍ମ ପିନ୍ଧି ମଦ୍ୟପାନ କରି ବଜାର ଭିତରେ ପଡ଼ିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଅଞ୍ଚଳବାସୀ ଏ ସମ୍ପର୍କରେ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ । ପରେ ଉଭୟ ଛାତ୍ରଙ୍କୁ ଡାକ୍ତରଖାନା ନିଆଯାଇଥିଲା। ଗତକାଲି ଦିନ ସାଢ଼େ ୧୨ଟାରେ ଟିକାବାଲି ପୋଷ୍ଟ ଅଫିସ ନିକଟ ବିଏସଏନଏଲ ଟାୱାର ତଳେ ସେମାନେ ନିଶାସକ୍ତ ହୋଇ ତଳେ ପଡ଼ିଥିବା ଦେଖିବାକୁ ମିଳିଥିଲା। ପରେ ସ୍କୁଲର ପ୍ରଧାନ ଶିକ୍ଷକଙ୍କୁ ଏହି ଖବର ଦେବା ପରେ ସେମାନଙ୍କୁ ଡାକ୍ତରଖାନାକୁ ନିଆଯାଇଥିଲା। ଦୁଇ ଛାତ୍ର ସରକାରୀ ହଷ୍ଟେଲରେ ରହି ପଢୁଥିବା ସୂଚନା ମିଳିଛି।

ନଦୀ ପଠାରୁ ନବଜାତ ଶିଶୁପୁତ୍ର ଉଦ୍ଧାର

ନନ୍ଦିଘୋଷ ବ୍ୟୁରୋ : ନଦୀ ପଠାରୁ ନବଜାତ ଶିଶୁପୁତ୍ର ଉଦ୍ଧାର । ମୟୂରଭଞ୍ଜ ଜିଲ୍ଲା କୁଳିଅଣା ଥାନା ଅନ୍ତର୍ଗତ କୁଳିପାଳ ଗାଁ ନିକଟସ୍ଥ ବୁଢ଼ାବଳଙ୍ଗ ନଦୀ ପଠାରୁ ନବଜାତ ଶିଶୁପୁତ୍ର ଉଦ୍ଧାର ହୋଇଛି । ଶିଶୁଟି ନଦୀ ପାଣି ଭିତରେ ବୁଡ଼ି ରହିଥିବା ବେଳେ ସ୍ଥାନୀୟ ଲୋକ ଦେଖିଥିଲେ । ତୁରନ୍ତ କୁଳିଅଣା ପୋଲିସକୁ ଖବର ଦେବା ପରେ ଘଟଣା ସ୍ଥଳରେ ପହଞ୍ଚି ଶିଶୁକୁ ଉଦ୍ଧାର କରିଥିଲା ପୋଲିସ । ତେବେ ଶିଶୁଟି ଦୀର୍ଘ ସମୟ ଧରି ପାଣିରେ ବୁଡି ରହିଥିବାରୁ ତାର ମୃତ୍ୟୁ ଘଟିଥିବା ଡାକ୍ତର ସୂଚନା ଦେଇଛନ୍ତି । ଏହା କୌଣସି ଅବୈଧ ସମ୍ପର୍କରେ ଜନ୍ମିତ ଶିଶୁ ବୋଲି ସ୍ଥାନୀୟ ଲୋକମାନେ ଚର୍ଚ୍ଚା କରୁଛନ୍ତି । ତେବେ କିଭଳି ଜଣେ ମାଆ ଏଭଳି ନବଜାତ ଶିଶୁ ପୁତ୍ରକୁ ନଦୀ ଗର୍ଭରେ ଫିଙ୍ଗି ପାରିଲେ ତାକୁ ନେଇ ପ୍ରଶ୍ନ ଉଠୁଛି ।