ପୌର ନିର୍ବାଚନରେ ବିଳମ୍ୱ ନେଇ ଅଭିଯୋଗ କରୁଥିଲେ, ଏବେ ଘୁଞ୍ଚାଇବାକୁ ଦାବି କରୁଛନ୍ତି

ଭୁବନେଶ୍ୱର:  ପୁଣି ପଦାରେ ପଡ଼ିଲା ବିଜେପିର ଦୋମୁହାଁ ନୀତି । ପୌର ନିର୍ବାଚନ ପାଇଁ ଆଇନଗତ ବାଧ୍ୟବାଧକତା ଯୋଗୁଁ ବିଳମ୍ବିତ ହେଉଥିଲା ନିର୍ବାଚନ । ଏବେ ରାଜ୍ୟ ସରକାର ପୌର ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ କରିବା ପରେ ଏବେ ନିର୍ବାଚନ ଘୁଞ୍ଚାଇବାକୁ ଫନ୍ଦିଫିକର ଆରମ୍ଭ କରିଦେଇଛି ବିଜେପି । ଗୋଟେ ସମୟରେ ରାଜ୍ୟ ବିଜେପି ପୌର ନିର୍ବାଚନ କାହିଁକି ବିଳମ୍ବିତ ହେଉଛି ସେନେଇ ହାଇକୋର୍ଟରେ ପିଟିସନ ଦାଖଲ କରିଥିଲା । ଏପରିକି ରାଜ୍ୟପାଳଙ୍କ ନିକଟରେ ମଧ୍ୟ ଫେରାଦ ହେଉଥିଲା । ଏବେ କିନ୍ତୁ ଭୋଟର ଲିଷ୍ଟ ଆଳରେ ନିର୍ବାଚନ ଘୁଞ୍ଚାଇବାକୁ ଦାବି କରୁଛି ବିଜେପି ।

ବିଜେପିର ଏଭଳି ଦୋମୁହାଁ ନୀତି ନେଇ ବର୍ଷିଛନ୍ତି ବିଜେଡି, କଂଗ୍ରେସ ଓ ଅନ୍ୟ ରାଜନୈତିକ ଦଳର ନେତା । ପଞ୍ଚାୟତ ନିର୍ବାଚନରେ ବିଜେପି ନିଜର ସ୍ଥିତି ହରେଇବା ସ୍ଥିତି ଆସିଛି । ଏହାର ପ୍ରଭାବ ପୌର ନିର୍ବାଚନକୁ ମଧ୍ୟ ପ୍ରଭାବିତ କରିବାର ଭୟ ଘାରିଛି ବିଜେପି ନେତାଙ୍କୁ । ଏଥିସହିତ ପୌରାଞ୍ଚଳରେ ବିଜେପିର ସଂଗଠନ ନାହିଁ । ପ୍ରାର୍ଥୀ ମଧ୍ୟ ଯୋଗା କରିପାରୁନି ବିଜେପି । ଯେଉଁଥିପାଇଁ ବିଜେପି ନିର୍ବାଚନ ଘଞ୍ଚାଇବାକୁ ଚାହୁଁଛି ବୋଲି ଅଭିଯୋଗ କରିଛନ୍ତି ବିଜେଡି ନେତାମାନେ । କଂଗ୍ରେସ ମଧ୍ୟ ବିଜେପିର ଏଭଳି ନୀତିକୁ ସମାଲୋଚନା କରିଛି ।

ଏଥିସହିତ ପଢ଼ନ୍ତୁ: ଶେଷ ହେଲା ସର୍ବଦଳୀୟ ବୈଠକ, ୨୪ରେ ପ୍ରକାଶ ପାଇବ ଚୂଡାନ୍ତ ଭୋଟର ତାଲିକା

Leave a Reply