ହିଂସାର ବାଟ ଛାଡ଼ୁନି ବିଜେପି: ବୁଥ୍‌ ଭଙ୍ଗାରୁଜା ସହ ପୋଲିଂ କର୍ମଚାରୀଙ୍କୁ କଲା ଆକ୍ରମଣ

ଭୁବନେଶ୍ୱର: ହିଂସା ବାଟ ଛାଡ଼ୁନି ବିଜେପି । ଆଜି ହୋଇଥିବା ଦ୍ୱିତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନରେ ବି ନେତା ଓ କର୍ମୀଙ୍କ ଗୁଣ୍ଡାଗର୍ଦ୍ଦି ଦେଖବାକୁ ମିଳିଛି । ଏଥର ବି ଭୋଟ ବାକ୍ସ ରିଗିଂ କରିଛନ୍ତି କର୍ମୀ । କେତେକ ସ୍ଥାନରେ ବୁଥ ଭଙ୍ଗାରୁଜା ସହ ମତଦାତା ଏବଂ ପୋଲିଂ କର୍ମଚାରୀଙ୍କୁ ଆକ୍ରମଣ କରିଛନ୍ତି । ଏଭଳି ଭାବେ ଆତଙ୍କ ଘଟାଇ ବିଜୟ ଆଶାରେ ରହିଛି ବିଜେପି ।

ହିଂସାକୁ ଅସ୍ତ୍ର କରିଛି ବିଜେପି । ଦ୍ୱିତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନରେ ବି ନେତା ଓ କର୍ମୀଙ୍କ ଗୁଣ୍ଡାଗର୍ଦ୍ଦି । ଆତଙ୍କ ଘଟାଇ ବିଜୟ ଆଶାରେ ବିଜେପି । କେଉଁଠି ଭୋଟବାକ୍ସ ରିଗିଂ କଲେ ତ ଆଉ କେଉଁଠି ବୁଥରେ କରିଛନ୍ତି ଭଙ୍ଗାରୁଜା । ମତଦାତା ଓ ପୋଲିଂ କର୍ମଚାରୀଙ୍କୁ ବି ଆକ୍ରମଣ କରିବାକୁ ପଛାଇ ନାହାନ୍ତି ବିଜେପି ଗୁଣ୍ଡା । ଜଗତସିଂହପୁରରେ ପଟସରା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୨ନମ୍ବର ବୁଥରେ ଭୋଟ ବାକ୍ସ ଭଙ୍ଗାରୁଜା କରିଛନ୍ତି ୪୦ ରୁ ୫୦ ବିଜେପି କର୍ମୀ । ମତଦାତାଙ୍କୁ ଠେଲି ବାହାରକୁ ବିଦା କରିଦେଇଥିଲେ । ସେପଟେ ଡିହପଟସରା ପ୍ରାଥମିକ ବିଦ୍ୟାଳୟର ବୁଥରେ ଭଙ୍ଗାରୁଜା କରିଛନ୍ତି କର୍ମୀ । ବାଲେଶ୍ଵର ରେମୁଣା ବ୍ଲକ ବଡ଼ପାଳ ପଞ୍ଚାୟତର ଲକ୍ଷ୍ମୀଧର ମହାନ୍ତିଙ୍କୁ ବିଜେପି କର୍ମୀମାନେ ଆକ୍ରମଣ କରିଛନ୍ତି । କାରଣ ସେ ବିଜେପି ଛାଡ଼ି ବିଜେଡିରେ ଯୋଗ ଦେଇଥିଲେ । କେନ୍ଦ୍ରାପଡାରେ ବି ବିଜେପି କର୍ମୀଙ୍କ ଆତଙ୍କରାଜ ଦେଖିବାକୁ ମିଳିଛି । କରିଲୋପାଟଣା ନାରଣପୁର ୧୪ନମ୍ବର ବୁଥରେ ବିଜେଡି ଏଜେଣ୍ଟଙ୍କୁ ଆକ୍ରମଣ ଅଭିଯୋଗ ହୋଇଛି ।

ପାରାଦୀପରେ ରକ୍ତମୁଖା ବିଜେପି । ବିଜେଡି ସମର୍ଥିତ ସରପଞ୍ଚ ପ୍ରାର୍ଥୀଙ୍କ ରାଲିରେ ବିଜେପି କର୍ମୀ କରିଥିଲେ ଲଙ୍କାକାଣ୍ଡ । କଟକ ବାରଙ୍ଗ ବ୍ଲକରେ ଅଭାବନୀୟ ପରିସ୍ଥିତି । ବାଇକରେ ବାଲାଟ ବାକ୍ସ ନେଇ ଅଧିକାରୀ ପଳାଇଯିବା ବେଳେ ପୋଲିସ ଉଦ୍ଧାର କରିଛି । ଅଧିକାରୀଙ୍କୁ ଅଟକ ରଖି ତଦନ୍ତ ଚଳାଇଛି ପୋଲିସ ।

କୁଆଡେ ଗଲେ ଗଞ୍ଜାମ ସୁବଳୟା ପଞ୍ଚାୟତରେ ନିର୍ଦ୍ୱନ୍ଦ୍ୱରେ ବିଜୟୀ ସମିତି ସଭ୍ୟା ଓ ତାଙ୍କ ସ୍ୱାମୀ । ଉଭୟଙ୍କୁ ଗଞ୍ଜାମ ବ୍ଲକ ଅଧ୍ୟକ୍ଷ ପ୍ରଶାନ୍ତ ନାହାକ ଅପହରଣ କରିଥିବା ଅଭିଯୋଗ ହୋଇଛି । ଅପହରଣ ନେଇ ଥାନାରେ ଅଭିଯୋଗ ସତ୍ତ୍ୱେ ମିଳୁନି ପତ୍ତା । ଉଭୟଙ୍କୁ ମୁକୁଳାଇବା ଦାବିରେ ଗଞ୍ଜାମ ବ୍ଲକ ଅଧ୍ୟକ୍ଷକଙ୍କ କରପଡ଼ା ପଞ୍ଚାୟତରେ ସୁବଳୟା ପଞ୍ଚାୟତବାସୀ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

ଏଥିସହିତ ପଢ଼ନ୍ତୁ: ଶାନ୍ତି ଶୃଙ୍ଖଳାର ସହ ସରିଲା ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ: ମୋଟ ୭୧ ପ୍ରତିଶତ ମତଦାନ

Leave a Reply