କଟକଣା ଭାଙ୍ଗି ମହାରଥୀଙ୍କ ଶେଷକୃତ୍ୟରେ ସାମିଲ ହୋଇଥିବାରୁ କ୍ଷମା ପ୍ରାର୍ଥନ କଲେ ବିଧାୟକ ଉମାକାନ୍ତ ସାମନ୍ତରାୟ

1 min read
BJD-MLA-UMA-SAMANTARAY

ଭୁବନେଶ୍ୱର: କରୋନା ସଂକ୍ରମଣ ସମୟରେ ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ଶବ ଶୋଭାଯାତ୍ରାରେ ସାମିଲ ହୋଇଥିବାରୁ କ୍ଷମା ପ୍ରାର୍ଥନା ସହ ଦୁଃଖ ପ୍ରକାଶ କରିଛନ୍ତି ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ । ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ମରଶରୀର ଶୋଭାଯାତ୍ରାରେ ସେ ସାମିଲ ହୋଇଥିଲେ । ମହାରଥୀଙ୍କ ମରଶରୀର ଶୋଭାଯାତ୍ରା ଭିଡ଼ରେ ସାମିଲ ହୋଇଥିବାରୁ ଦୁଃଖ ପ୍ରକାଶ କରିବା ସହ ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ସେ କ୍ଷମା ପ୍ରାର୍ଥନା କରିଛନ୍ତି । ଉମାକାନ୍ତ ସାମନ୍ତରାୟଙ୍କ ନାଁରେ ପୁରୀ ସମୁଦ୍ରକୂଳ ଥାନାରେ ଏନେଇ ଏକ ମାମଲା ରୁଜୁ ହୋଇଥିଲା ।

https://www.facebook.com/NandighoshaTV/videos/336875080923214/

ମହାରଥୀଙ୍କ ପରଲୋକ ଖବର ପାଇ ଶ୍ରୀ ସାମନ୍ତରାୟ ଅତ୍ୟନ୍ତ ଭାଙ୍ଗିପଡ଼ିଥିଲେ ଏବଂ ତାଙ୍କ ଶେଷ ଦର୍ଶନ କରିବା ପାଇଁ ଘରୁ ବାହାରିଥିଲେ । ସ୍ୱର୍ଗଦ୍ୱାରରେ ପହଞ୍ଚି ତାଙ୍କ ଶେଷକୃତ୍ୟରେ ସାମିଲ ହୋଇଥିଲେ । ସେଠାରେ ଫୁଲ ତୋଡ଼ା ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ତେବେ ଏହି ଭୁଲ ପାଇଁ ଶ୍ରୀ ସାମନ୍ତରାୟ ଆଜି କ୍ଷମା ପ୍ରାର୍ଥନା କରିଛନ୍ତି ।

Leave a Reply