ଚିକେନ୍ ବିରିୟାନୀରେ ଲେଗ୍ ପିସ୍ ନଥିବାରୁ ମନ୍ତ୍ରୀଙ୍କୁ କଲେ ଟ୍ୱିଟ୍

ହାଇଦ୍ରାବାଦ: ବିରିୟାନୀ ପ୍ରେମୀଙ୍କ ଆଶ୍ଚର୍ଯ୍ୟ ଜନକ ବ୍ୟବହାର। ଆଉ ଏହି ବିରିୟାନୀ ପ୍ରେମିଙ୍କ କାର୍ଯ୍ୟକଳାପ ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ ମଧ୍ୟ କରିଛି । ଜୋମାଟୋରୁ ବିରିୟାନୀ ଅର୍ଡର କରିବା ପରେ ଯେତେବେଳେ ବିରିୟାନୀରେ ଲେଗ୍ ପିସ କମ ଆସିଥିଲା ସେତେବେଳେ ବ୍ୟକ୍ତି ଜଣଙ୍କ ସିଧାସଳଖ ମନ୍ତ୍ରୀଙ୍କୁ ଟ୍ୱିଟ୍ କରିଥିଲେ । ଆଉ ଏହି ଟ୍ୱିଟ୍ ପରେ ବିରିୟାନୀ ଉପରେ ଚର୍ଚ୍ଚା ଆରମ୍ଭ ହୋଇଯାଇଥିଲା । ଆଉ ଏହି ଘଟଣା ସାଂସଦ ଅସଦୁଦ୍ଦିନ ଓବେସିଙ୍କ ନିକଟରେ ପହଞ୍ଚିଥିଲା । ତାପରେ ସେଠାରୁ ମଧ୍ୟ  ଉତ୍ତର ସଙ୍ଗେ ସଙ୍ଗେ ଆସିଥିଲା ।

ସୂଚନା ଅନୁସାରେ, ଶିଳ୍ପ ମନ୍ତ୍ରୀ କେଟି ରାମା ରାଓଙ୍କ ଦ୍ୱାରା କରୋନା ମହାମାରୀକୁ ନେଇ ବ୍ୟବସ୍ଥା ସୁଧାରିବା ଏବଂ ଲୋକଙ୍କୁ ନିରନ୍ତର ସାହାଯ୍ୟ କରିବା ପାଇଁ କାର୍ଯ୍ୟ କରୁଥିବାବେଳେ ହାଇଦ୍ରାବାଦର ବିରାୟାନୀ ପ୍ରେମୀଙ୍କ ଟ୍ୱିଟ ତାଙ୍କୁ ଆଶ୍ଚର୍ଯ୍ୟ କରିଛି । ଥୋଟାକୁରୀ ରଘୁପତି ନାମକ ଜଣେ ଟ୍ୱିଟର ବ୍ୟବହାରକାରୀ ହାଇଦ୍ରାବାଦ ବିରିୟାନୀକୁ ନେଇ ଜୋମାଟୋ ଏବଂ କେଟି ରାମା ରାଓଙ୍କୁ ଦୁଃଖର ସହ ତାଙ୍କ ସମସ୍ୟା ବିଷୟରେ ଟ୍ୱିଟ୍ କରିଛନ୍ତି।

ଜୋମାଟୋ ଏବଂ କେଟି ରାମା ରାଓଙ୍କୁ ଟ୍ୟାଗ୍ କରି ରଘୁପତି ଟ୍ୱିଟ୍ କରି ଲେଖିଛନ୍ତି ଯେ, ‘ମୁଁ ଅଧିକ ମସାଲା ଏବଂ ଲେଗ ପିସ୍ ସହ ଚିକେନ୍ ବିରିୟାନି ଅର୍ଡର କରିଥିଲି, କିନ୍ତୁ ମୋତେ ଏଥିରୁ କିଛି ବି ମିଳିଲା ନାହିଁ, କଣ ଏ ହେଉଛି ଲୋକଙ୍କ ସେବା କରିବାର ଉପାୟ।’ ତେବେ ଏହି ଟ୍ୱିଟ ସେତେବେଳେ ଚର୍ଚ୍ଚାକୁ ଆସିଲା ଯେତେବେଳେ ମନ୍ତ୍ରୀ ରିଟ୍ୱିଟ କରି ଏହାର ଉତ୍ତର ଦେଇ ପଚାରିଥିଲେ ‘ମୁଁ କାହିଁକି ଏହି ଟୁଇଟରେ ଟ୍ୟାଗ୍ ହୋଇଛି, ଏଥିରେ ଆପଣ ମୋତେ  କଣ କରିବାକୁ ଆଶା କରୁଛନ୍ତି ?’

ତେବେ ମନ୍ତ୍ରୀଙ୍କ ଏହି ରିଟ୍ୱିଟ ପରେ ଲୋକମାନେ ରିଟ୍ୱିଟ କରି ଏହି ପ୍ରସଙ୍ଗରେ ଥଟ୍ଟା କରୁଥିବାର ମଧ୍ୟ ନଜର ଆସିଛି । ଜଣେ ଟ୍ୱିଟର ବ୍ୟବହାରକାରୀ ଲେଖିଛନ୍ତି ଯେ ‘ଭଲ ବିରିୟାନି ପାଇବା ପ୍ରକୃତରେ ଜାତୀୟ ଗୁରୁତ୍ୱପୂର୍ଣ୍ଣ ବିଷୟ’ । ଅନ୍ୟ ଜଣେ ଟ୍ୱିଟର ବ୍ୟବହାରକାରୀ ଜାଭେଦ୍ ଲେଖିଛନ୍ତି ଯେ ‘ହାଇଦ୍ରାବାଦରେ ଆମର ବିରିୟାନି ବିଷୟରେ ଆମେ ଗମ୍ଭୀର’ ।

Leave a Reply