ଅଭିନବଙ୍କ ଅଭିଯୋଗ : Being Human ଫାଉଣ୍ଡେସନ୍ ନାମରେ ଚାଲିଛି ହାୱାଲା କାରବାର

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ପରଠାରୁ ବଲିଉଡ୍ ଭାଇଜାନ୍ ସଲମାନ୍ ଖାନଙ୍କୁ ଟ୍ରୋଲ କରାଯାଉଛି । ତାଙ୍କ ନାମରେ ବିହାରରେ ଏତଲା ମଧ୍ୟ ଦାଏର ହୋଇଛି । ଏହାରି ଭିତରେ ସଲମାନଙ୍କ ବିରୋଧରେ ମୁହଁ ଖୋଲିଥିଲେ ଦବଲ ଫିଲ୍ମ ସିରିଜର୍ ପ୍ରଥମ ଫିଲ୍ମର ନିର୍ଦ୍ଦେଶକ ଅଭିନବ କାଶ୍ୟପ । ଅଭିନବ ସଲମାନ ଓ ତାଙ୍କ ପରିବାରକୁ ପରିବାରବାଦରେ ବିଷଧର ସାପ ବୋଲି କହିଥିଲେ । ସଲମାନ ଓ ତାଙ୍କ ଭାଇମାନେ ମୋ’ କ୍ୟାରିୟର ନଷ୍ଟ କରିଛନ୍ତି ବୋଲି ଅଭିନବ ଅଭିଯୋଗ କରିଥିଲେ । ସୁଶାନ୍ତ ସିଂହଙ୍କୁ ବ୍ୟାନ୍ କରିବାରେ ସଲମାନଙ୍କ ହାତ ଥିଲା ବୋଲି ଅଭିଯୋଗ ଆସିବା ପରେ ଅଭିନବଙ୍କ ଫେସବୁକ୍ ପୋଷ୍ଟ୍ ନୂଆ ବିବାଦ ସୃଷ୍ଟି କରିଥିଲା ।

ଏବା ଅଭିନବ ପୁଣିଥରେ ସଲମାନଙ୍କୁ ଟାର୍ଗେଟ୍ କରିଛନ୍ତି । କହିଛନ୍ତି ଯେ,ସଲମାନଙ୍କ ବିଙ୍ଗ୍ ହ୍ୟୁମେନ୍ ଫାଉଣ୍ଡେସନ୍ ଚ୍ୟାରିଟି ନାଁରେ ହାୱାଲା କାରବାର କରୁଛି । ସଲମାନଙ୍କ ବିରୋଧରେ ହାୱାଲା କାରବାର ଅଭିଯୋଗ ଆଣି ଅଭିନବ କହିଛନ୍ତି ଯେ, ଭାରତ ସରକାର ବିଙ୍ଗ୍ ହ୍ୟୁମେନ୍ ଫାଉଣ୍ଡେସନ୍ ବିରୋଧରେ ତଦନ୍ତ କରନ୍ତୁ ।

ସଲମାନଙ୍କ ପରିବାର ଅଭିନବଙ୍କ ବିରୋଧରେ ମାନହାନୀ ମକଦ୍ଦମା କରିବା ପରେ ଏହା ହେଉଛି ତାଙ୍କର ଦ୍ୱିତୀୟ ଅଭିଯୋଗ । ଗୋଟିଏ ଫେସବୁକ୍ ପୋଷ୍ଟରେ ସେ ଏହି ଅଭିଯୋଗ ଆଣିଛନ୍ତି । ପୋଷ୍ଟରେ ଅଭିନବ ଲେଖିଛନ୍ତି ଯେ, ‘ସଲମାନ୍ ଖାନ୍ ମହାଶୟଙ୍କ ସବୁଠୁ ବଡ ଆଇଡିଆ ହେଉଛି ବିଙ୍ଗ୍ ହ୍ୟୁମେନ୍ । ଏହାର ଚ୍ୟାରିଟି କେବଳେ ଲୋକ ଦେଖାଣିଆ । ଦବଙ୍ଗର ସୁଟିଂ କାଳରେ ମୋ ଆଖି ଆଗରେ ସେ ୫ ସାଇକେଲ ବାଣ୍ଟିଥିଲେ,ତା’ପରଦିନ ଖବରକାଗଜରେ ବାହାରିଲା ଦାନବୀର ସଲମାନ୍ ୫ ଶହ ସାଇକେଲ ବାଣ୍ଟିଛନ୍ତି । ସଲମାନଙ୍କ ଗୁଣ୍ଡା ଛବି ସୁଧାରିବା ପାଇଁ ଏସବୁ ଚେଷ୍ଟାଥିଲା,ଯେମିତିକି ମିଡିଆ ଓ ଅଦାଲତ କିଛି ରିହାତି ଦେବେ’’

ଅଭିନବ କହିଛନ୍ତି ଯେ, ‘‘ ବିଙ୍ଗ୍ ହ୍ୟୁମେନ୍ ବର୍ତ୍ତମାନ ୫୦୦ ଟଙ୍କାର ଜିନ୍ସ ୫୦୦୦ ହଜାର ଟଙ୍କାରେ ବିକୁଛି । ଆହୁରି କେତେ ଉପାୟରେ ଚ୍ୟାରିଟି ନାମରେ ହାୱାଲା କାରବାର ଚାଲିଛି ତାର କିଛି ଖବର ନାହିଁ । ସରଳ ଲୋକଙ୍କୁ ଠକି ସେମାନଙ୍କଠାରୁ ଟଙ୍କା ଆଦାୟ କରାଯାଉଛି । କାହାକୁ କିଛି ଦେବା ଏମାନଙ୍କ ଉଦ୍ଦେଶ୍ୟ ନୁହେଁ,କେବଳ ନେବା ଲକ୍ଷ୍ୟ । ସରକାର ଏହାର ତଦନ୍ତ କରିବା ଆବଶ୍ୟକ । ମୁଁ ଏଥିରେ ସରକାରଙ୍କୁ ସାହାଯ୍ୟ କରିବି ।

Leave a Reply