ବ୍ୟାଙ୍କରୁ ବ୍ୟାଙ୍କ ଡେଉଁଥିଲା କରୋନା, ଏବେ ଜିଲ୍ଲାପାଳ ନେଲେ ଏମିତି ପଦକ୍ଷେପ

bank is closed for a week

ଫୁଲବାଣୀ: ଆଜିଠୁ ସପ୍ତାହେ ପଯ୍ୟନ୍ତ କନ୍ଧମାଳ ଜିଲ୍ଲାର ସମସ୍ତ ବ୍ୟାଙ୍କ୍ ବନ୍ଦ । ଜିଲ୍ଲାର ବିଭିନ୍ନ ବ୍ୟାଙ୍କ୍ କର୍ମଚାରୀ ପଜିଟିଭ୍ ଚିହ୍ନଟ ପରେ ପ୍ରଶାସନ ପଦକ୍ଷେପ ଏମିତି ନେଇଛି । ଏବଂ ବ୍ୟାଙ୍କର ସମସ୍ତ କର୍ମଚାରୀଙ୍କୁ ହୋମ୍ କ୍ୱାରେଣ୍ଟାଇନରେ ରହିବାକୁ ନିର୍ଦ୍ଦେଶ ହୋଇଛି । କିଛି ଲକ୍ଷଣ ଜଣାପଡ଼ିଲେ ସ୍ୱାସ୍ଥ୍ୟ ବିଭାଗକୁ ଜଣାଇବାକୁ ପରାମର୍ଶ ଦିଆଯାଇଛି । ତେବେ ସୁରକ୍ଷାକୁ ଦୃଷ୍ଟିରେ ରଖି ବ୍ୟାଙ୍କ୍ ବନ୍ଦ ରଖିବା ସହ ସାନିଟାଇଜ୍ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହାସହ ସମସ୍ତ ଏଟିଏମରେ ପର୍ଯ୍ୟାପ୍ତ ପରିମାଣର ଟଙ୍କା ରଖିବାକୁ ବ୍ୟାଙ୍କ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସପ୍ତାହେ ପରେ ଜିଲ୍ଲାର ସମସ୍ତ ବ୍ୟାଙ୍କ୍ ରେ ୫୦% କର୍ମଚାରୀଙ୍କୁ ନେଇ କାମ କରିବାକୁ ନିର୍ଦ୍ଦେଶ ।

ସୂଚନା ଅନୁସାରେ ୭ଦିନ ପୂର୍ବରୁ ଜଣେ ବ୍ୟାଙ୍କ କର୍ମଚାରୀ ପ୍ରଥମ ଥର ପାଇଁ କରୋନା ସଂକ୍ରମିତ ହୋଇ ଥିବା ଜଣାପଡ଼ିଥିଲା । ଏହାପରେ ଜଣଙ୍କ ପରେ ଜଣେ ବିଭିନ୍ନ ବ୍ୟାଙ୍କର କର୍ମଚାରୀ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଏହାପରେ ପ୍ରଶାସନ ଚିନ୍ତା ବଢିଥିଲା ଏବଂ ସଂକ୍ରମଣଙ୍କୁ ନିୟନ୍ତ୍ରଣକୁ ଆଣିବାକୁ ଏମିତି ପଦକ୍ଷପ ନେଇଥିବା ଜଣାପଡ଼ଛି । ଏହି ସଂକ୍ରମଣର ଚେନ୍  ଭାଂଗିବାକୁ ଏଭଳି ଦୃଢ ପଦକ୍ଷେପ ଜରୁରୀ ବୋଲି ଜିଲ୍ଲାପଳ ସୂଚନା ଦେଇଛନ୍ତି ।

ଆପଣଙ୍କୁ କହି ରଖୁଛୁ ଯେ, କନ୍ଧମାଳରେ ସମୁଦାୟ ୨୫୫ଜଣ କରୋନା ଆକ୍ରାନ୍ତ ଚିଙ୍ନଟ ହୋଇଥିବା ବେଳେ ୧୯୯ଜଣ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବଂ ଅନ୍ୟ ୫୬ଜଣ କରୋନା ଆକ୍ରାନ୍ତ ବିଭିନ୍ନ କୋଭିଡ଼ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।

( ଫୁଲବାଣୀରୁ ପ୍ରଶାନ୍ତ କୁମାର ଜେନା )

Leave a Reply