ସୁରୁଖୁରୁରେ ଶେଷ ହେଲା ଉପନିର୍ବାଚନ, କଡ଼ା ସୁରକ୍ଷା ବଳୟରେ EVM

1 min read
EVM

ତିର୍ତ୍ତୋଲ/ ବାଲେଶ୍ୱର: ଶାନ୍ତି ଶୃଙ୍ଖଳାର ସହ ବାଲେଶ୍ୱର ସଦର- ତିର୍ତ୍ତୋଲ ବିଧାନସଭା ଉପନିର୍ବାଚନ ଶେଷ ହୋଇଛି । ତିର୍ତ୍ତୋଲ ବିଧାନସଭା ନିର୍ବାଚନ ମଣ୍ଡଳୀରେ ୩୭୩ଟି ବୁଥ୍‌ରେ ୧ ଲକ୍ଷ ୬୧ ହଜାର ୨୯୬ ଜଣ ଭୋଟର ମତଦାନ କରିଛନ୍ତି । ଭୋଟ୍‌ ହାର ୬୭.୯୭ ପ୍ରତିଶତ ରହିଛି । ମତଦାନ ପରେ କେନ୍ଦ୍ରର ପ୍ରିଜାଇଡିଂ ଅଧିକାରୀ, ପୁଲିଂ ପାର୍ଟି ଇଭିଏମ୍‌ ମେସିନ୍‌ ବନ୍ଦ କରି ସିଲ କରିଥିଲେ । ପରେ ପୋଲିସ କର୍ଡନ ଭିତରେ ଜଗତସିଂହପୁର ଏସ୍‌ଭିଏମ୍‌ କଲେଜରେ ପହଞ୍ଚିଥିଲେ । ଆସନ୍ତା ୧୦ ତାରିଖ ଦିନ ଭୋଟ ଗଣତି କରାଯିବ । ତିର୍ତ୍ତୋଲ ବିଧାନସଭା ନିର୍ବାଚନ ମଣ୍ଡଳୀର ୯ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ୍‌ ମେସିନ୍‌ରେ ସିଲ୍‌ ରହିଛି ।

EVM

ସେହିଭଳି ବାଲେଶ୍ୱର ସଦର ନିର୍ବାଚନ ମଣ୍ଡଳୀରେ ମତଦାନ ପରେ ଫେରିଛି ପୋଲିଂ ପାର୍ଟି । ଜିଲ୍ଲା ପ୍ରଶାସନ ପକ୍ଷରୁ ଖ୍ରୀଷ୍ଟିୟାନ ପଡିଆରେ ହୋଇଥିବା ଟେଣ୍ଟରେ ନିଜ ନିଜର ଇଭିଏମ୍‌ ଏବଂ ଭିଭିପ୍ୟାଟ୍‌ ମେସିନ୍‌ ଦାଖଲ କରିଛନ୍ତି ପୋଲିଂ ଅଧିକାରୀମାନେ । ପରେ ମେସିନ୍‌ ଗୁଡିକ କଡ଼ା ସୁରକ୍ଷା ମଧ୍ୟରେ ସିଲ କରାଯାଇଛି । ସବୁ ମେସିନ୍‌ ହସ୍ତଗତ ହେବା ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ଷ୍ଟ୍ରଙ୍ଗରୁମ୍‌ରେ ରଖାଯାଇଛି। ଯାହାକୁ ସଶସ୍ତ୍ର ପୋଲିସ ବାହିନୀ ଜଗିରହିଛନ୍ତି ।

Leave a Reply