ଅର୍ଥତତ୍ତ୍ବ ଚିଟଫଣ୍ଡ କମ୍ପାନୀର ସମ୍ପତ୍ତି ହେବ ବାଜ୍ୟାପ୍ତ

କଟକ: ଅର୍ଥତତ୍ତ୍ବ ଚିଟଫଣ୍ଡ କମ୍ପାନୀର ସମ୍ପତ୍ତି ହେବ ବାଜ୍ୟାପ୍ତ । ନିର୍ଦ୍ଦେଶ ଦେଲେ କଟକ ସ୍ବତନ୍ତ୍ର ଓପିଆଇଡି କୋର୍ଟ । ଉଭୟ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ବାଜ୍ୟାପ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ  । ୧୧୦ ଏକର ଭୂସମ୍ପତ୍ତି ନିଲାମ କରି ଜମାକାରୀଙ୍କ ମଧ୍ୟରେ ବାଣ୍ଟି ଦେବାକୁ ନିର୍ଦ୍ଦେଶ ଦିଆଯାଇଛି  । ଭୁବନେଶ୍ବର, ବେଗୁନିଆ, ଟାଙ୍ଗୀ, ଭଦ୍ରକ, ବାଲେଶ୍ବର, ଗଞ୍ଜାମ, ପୁରୀ, ଅନୁଗୁଳରେ ରହିଛି ଏହି ଭୂସମ୍ପତ୍ତି ।ବ୍ୟାଙ୍କ ଜମା ୨ କୋଟି ୧୭ ଲକ୍ଷ ଓ ୧୧ ଟି ଦାମୀ ଗାଡି ମଧ୍ୟ ନିଲାମ ପାଇଁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଅର୍ଥତତ୍ତ୍ବ ନାଁରେ ପ୍ରାୟ ୬୦୦ କୋଟି ଟଙ୍କାର ଠକେଇ ଅଭିଯୋଗ ହୋଇଥିଲା । ୨୦୦୯ ରୁ ୨୦୧୨ ମଧ୍ୟରେ କରିଥିଲେ ଏହି ଠକେଇ । ଏହି ମାମଲାରେ ଅର୍ଥତତ୍ତ୍ବ ପରିଚାଳନା ନିର୍ଦ୍ଦେଶକ ପ୍ରଦୀପ ସେଠୀ ଗିରଫ ହୋଇ ଜେଲରେ ରହିଥିଲେ ।