ଶ୍ରୀମନ୍ଦିର ଐତିହ୍ୟ କରିଡରକୁ ଏଏସଆଇ ଡିଜିଙ୍କ ପ୍ରଶଂସା, କାର୍ଯ୍ୟରତ ଅଧିକାରୀଙ୍କ ବିବାଦୀୟ ବୟାନ କାହିଁକି ?

ଭୁବନେଶ୍ବର: ଶ୍ରୀମନ୍ଦିର ସୁରକ୍ଷା ପାଇଁ ନିର୍ମାଣଧୀନ ଐତିହ କରିଡର କାମକୁ ନେଇ ସନ୍ତୋଷ ପ୍ରକାଶ କଲେ ଏଏସଆଇ ଡିଜି । ଗତମାସ ୨୧ ତାରିଖରେ ଶ୍ରୀକ୍ଷେତ୍ର ପରିଦର୍ଶନରେ ପୁରୀ ଆସିଥିଲେ ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗର ଡିଜି ବିଦ୍ୟାବତୀ । ୭୫ ମିଟର ସୁରକ୍ଷା କରିଡର ପାଇଁ ନିର୍ମାଣ ହେଉଥିବା ଉନ୍ନତିମୂଳକ କାର୍ଯ୍ୟକୁ ସେ ବୁଲି ଦେଖିଥିଲେ । ରାଜ୍ୟ ସରକାରଙ୍କ ଉଦ୍ଦ୍ୟେଶ ଡିଜି ଲେଖିଥିଲେ ଐତିହ କରିଡର କାମକୁ ଏଏସଆଇ ସମ୍ପୂର୍ଣ୍ଣ ସହଯୋଗ କରିବ ।

ନନ୍ଦିଘୋଷ ଟିଭି ହାତରେ ଲାଗିଛି ଡିଜି ବିଦ୍ୟାବତୀଙ୍କ ଭିଜିଟ ନୋଟର ଦସ୍ତାବିଜ । ଏଥିରେ ରାଜ୍ୟ ସରକାରଙ୍କ ଶ୍ରୀମନ୍ଦିରର ପ୍ରକଳ୍ପକୁ ସେ ପ୍ରଶଂସା କରିଛନ୍ତି । ପ୍ରକଳ୍ପ କାମରେ ସାଧରଣ ଲୋକ, ସେବାୟତ ଓ ଭକ୍ତଙ୍କ ସୁବିଧା ପାଇଁ ଯେଉଁସବୁ ବିକାଶମୂଳକ କାମ କରାଯିବା କଥା ସେଗୁଡିକୁ ଶୀଘ୍ର କିଭଳି ଶେଷ କରାଯିବ ତା ଉପରେ ଟିପ୍ପଣୀ ଦେଇଛନ୍ତି | ତେବେ କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା ଏହି ସଂସ୍ଥାର ସର୍ବୋଚ୍ଚ ଅଧିକାରୀ ଏଭଳି ମତ ଦେଇଥିବା ବେଳେ ରାଜ୍ୟରେ କାର୍ଯ୍ୟରତ ଅଧିକାରୀ ଅରୁଣ ମଲ୍ଲିକଙ୍କ ବିବାଦୀୟ ଓ ବିଭ୍ରାନ୍ତିକର ବୟାନ ଏବେ ପଦାରେ ପଡିଛି । ଶ୍ରୀକ୍ଷେତ୍ରର ବିକାଶ କାମକୁ ବାଟ ଓଗାଳୁଥିବା ଏହି ଅଧିକାରୀଙ୍କୁ ନେଇ ଏବେ ସବୁଠି ବିରୋଧ ହୋଇଛି ।