କରୋନା କଟକଣା ପାଇଁ ଦିଲ୍ଲୀର ବିଭିନ୍ନ ଜେଲରୁ ମୁକ୍ତ ହେଲେ ୩୮୦୦ କଏଦୀ

1 min read

ନୂଆଦିଲ୍ଲୀ: ଜେଲଗୁଡିକୁ ଭିଡମୁକ୍ତ କରିବା ଲାଗି ଦିଲ୍ଲୀ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ବିଭିନ୍ନ ଜେଲରୁ ୩୮୦୦ରୁ ଅଧିକ ବନ୍ଦୀଙ୍କୁ ମୁକ୍ତ କରାଯାଇଛି। ଜରୁରୀ ପାରୋଲ ଓ ଅନ୍ତରୀଣ ଜାମିନ ଜରିଆରେ ସେମାନଙ୍କୁ ମୁକ୍ତ କରାଯାଇଛି। କୋଭିଡ ସଂକ୍ରମଣରୁ ବନ୍ଦୀମାନଙ୍କୁ ନିରାପଦ ରଖିବା ଲାଗି ଜେଲ ବିଭାଗ ଏହି ପଦକ୍ଷେପ ନେଇଛି। ବର୍ତ୍ତମାନ ଦିଲ୍ଲୀର ବିଭିନ୍ନ ଜେଲରେ ୧୬ ହଜାରରୁ ଅଧିକ ବନ୍ଦୀ ରହିଛନ୍ତି। ତିହାର, ରୋହିଣୀ ଓ ମାଣ୍ଡୋଲି ଜେଲରେ ବନ୍ଦୀଙ୍କ ସଂଖ୍ୟା ନିର୍ଦ୍ଧାରିତ ସଂଖ୍ୟାଠାରୁ ଅଧିକ ଥିବାରୁ ଏହି ପଦକ୍ଷେପ ନିଆଯାଇଛି।

ଚଳିତ ବର୍ଷ ଲକଡାଉନ ବେଳେ ଜେଲରେ ବନ୍ଦୀଙ୍କ ସଂଖ୍ୟା ବୃଦ୍ଧି ପାଇଥିଲା। ତେବେ ମୁକୁଳିଥିବା ବନ୍ଦୀମାନଙ୍କୁ ଫେବ୍ରୁଆରୀ- ମାର୍ଚ୍ଚ ସୁଦ୍ଧା ଜେଲକୁ ପୁଣି ଆସିବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ଗତବର୍ଷ ପ୍ରଥମ ଲକଡାଉନ ବେଳେ ପ୍ରାୟ ୬ ହଜାର ବିଚାରାଧୀନ ଓ ଦୋଷୀ ସାବ୍ୟସ୍ତଙ୍କୁ ଜେଲରୁ ମୁକ୍ତ କରାଯାଇଥିଲା। ଚଳିତ ବର୍ଷ ଦିଲ୍ଲୀର ବିଭିନ୍ନ ଜେଲରେ ୪୦୦ରୁ ଅଧିକ ବନ୍ଦୀ ଓ ୨୧୫ କର୍ମଚାରୀ କୋଭିଡ ଆକ୍ରାନ୍ତ ହୋଇଥିଲେ। ଜେଲରେ କୋଭିଡ ସଂକ୍ରମଣକୁ ନିୟନ୍ତ୍ରଣ କରିବା ଲାଗି ଏହି ପଦକ୍ଷେପ ନିଆଯାଇଛି ବୋଲି କହିଛନ୍ତି ଦିଲ୍ଲୀ ଜେଲ ମହାନିର୍ଦ୍ଦେଶକ ସନ୍ଦୀପ ଘୋଷ ।

Leave a Reply