ଦେଶର ୪ ଶହ ଜିଲ୍ଲାକୁ ଛୁଇଁନି କରୋନା, ଆଗାମୀ ୩ ସପ୍ତାହ ଗୁରୁତ୍ୱପୂର୍ଣ୍ଣ: ହର୍ଷ ବର୍ଦ୍ଧନ

1 min read

ନୂଆଦିଲ୍ଲୀ: ବୁଧବାର ସନ୍ଧ୍ୟା ୫ଟା ସୁଦ୍ଧା ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦ ହଜାର ୧୯୭ରେ ପହଞ୍ଚିଛି । ୩୯୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୩୪୩ ଜଣ ଆରୋଗ୍ୟ ଲାଭ କରିଛନ୍ତି । କରୋନା ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ଆଗାମୀ ୨ରୁ ୩ ସପ୍ତାହ ଗୁରୁତ୍ୱପୂର୍ଣ୍ଣ । ଏହି ମହାମାରୀକୁ ରୋକିବା ପାଇଁ ଆଗାମୀ ସପ୍ତାହ ଚ୍ୟାଲେଞ୍ଜିଂ ହେବ ବୋଲି କହିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ହର୍ଷ୍ ବର୍ଦ୍ଧନ ।

ଏଥିସହ ଦେଶରେ ପାଖାପାଖି ୪୦୦ ଜିଲ୍ଲା କରୋନା କବଳରୁ ମୁକ୍ତ ରହିଛି । ଏହି ସବୁ ଜିଲ୍ଲାରେ ସଂକ୍ରମଣ ପ୍ରତିହତ କରିବା ଏବଂ କୋଭିଡ୍ ଭୂତାଣୁକୁ ପୂରେଇ ନଦେବା ପାଇଁ ପଦକ୍ଷେପ ନିଆଯାଉଥିବା ସ୍ୱାସ୍ଥ୍ୟ ମନ୍ତ୍ରୀ ସୂଚନା ଦେଇଛନ୍ତି ।

ଅନ୍ୟପଟେ ଦେଶର ୧୭୦ଟି ଜିଲ୍ଲାରେ କରୋନା ହଟସ୍ପଟ୍ ଠାବ ହୋଇଥିବା ସୂଚନା ଦେଇଛି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ । ୨୦୭ଟି ଜିଲ୍ଲା ନନ୍ ହଟସ୍ପଟ୍ ଭାବେ ଚିହ୍ନଟ ହୋଇଥିବା ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ ଅଗ୍ରୱାଲ୍ କହିଛନ୍ତି ।

କେନ୍ଦ୍ର କରୋନା ହଟସ୍ପଟ ଲିଷ୍ଟରେ ଖୋର୍ଦ୍ଧା, ଗ୍ରୀନ୍ ଜୋନରେ ୨୧ ଜିଲ୍ଲା

Leave a Reply