ଜାମ୍ମୁ ଓ କାଶ୍ମୀରରେ ସକ୍ରିୟ ଆତଙ୍କବାଦୀ, ଉରି ସେକ୍ଟରରେ ଜଣେ ପାକିସ୍ତାନୀ ଉଗ୍ରବାଦୀ ଗିରଫ, ଜଣେ ମୃତ

1 min read

ନୂଆଦିଲ୍ଲୀ: ଜାମ୍ମୁ ଓ କାଶ୍ମୀରରେ ସକ୍ରିୟ ଆତଙ୍କବାଦୀ । ଉରି ସେକ୍ଟରରେ ଜଣେ ପାକିସ୍ତାନୀ ଉଗ୍ରବାଦୀକୁ ଧରାଯାଇଥିବାବେଳେ ଅନ୍ୟଜଣେ ଏନକାଉଣ୍ଟରରେ ପ୍ରାଣ ହରାଇଛନ୍ତି । ଧରାପଡିଥିବା ଆତଙ୍କବାଦୀର ଘର ପାକିସ୍ତାନର ପଞ୍ଜାବରେ । ତା’ ନାଁ ଅଲି ବାବର ପାଟ୍ରା । ତା ନିକଟରୁ ଏକେ-୪୭, ଗ୍ରେନେଡ ଓ ପିସ୍ତଲ ଜବତ ହୋଇଛି । ଉରି ସେକ୍ଟରରେ ଆତଙ୍କବାଦୀ ପ୍ରବେଶ କରିବା ଲାଗି ବାରମ୍ବାର ଉଦ୍ୟମ କରିଆସୁଛନ୍ତି ବୋଲି କିଛି ଦିନ ତଳେ ଗୁଇନ୍ଦା ରିପୋର୍ଟ ପ୍ରକାଶ ପାଇବା ପରେ ସେନା ସତର୍କ ହୋଇଥିଲା ।

ଉରି ଅଞ୍ଚଳରେ ଆତଙ୍କବାଦୀ ଲୁଚି ରହିଛନ୍ତି ବୋଲି ଖବର ପ୍ରକାଶ ପାଇବା ପରେ ବିଭିନ୍ନ ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଥିଲା । ଗତ ଦୁଇ ସପ୍ତାହ ତଳୁ ଆତଙ୍କବାଦୀମାନେ ବିପୁଳ ଅସ୍ତ୍ରଶସ୍ତ୍ର ସହ ପ୍ରବେଶ କରିଥିଲେ ବୋଲି ସୂଚନା ମିଳିଛି । ଗତ କିଛିଦିନ ତଳେ ଉରି ସେକ୍ଟର ଅନ୍ତର୍ଗତ ସୀମାରେଖାରେ ଆତଙ୍କବାଦୀ ଓ ସୈନ୍ୟଙ୍କ ମଧ୍ୟରେ ଗୁଳିକାଣ୍ଡ ଘଟିବାରୁ ୪ଜଣ ଯବାନ ଆହତ ହୋଇଥିଲେ । ଗତ ଶନିବାରୁ ଠାରୁ ଆତଙ୍କବାଦୀଙ୍କୁ ଧରିବା ଲାଗି ସୈନ୍ୟବାହିନୀ ପକ୍ଷରୁ ଅପରେସନ ଜାରି ରହିଥିଲା । ଗତ ସପ୍ତାହରେ ଜାମ୍ମୁ ଓ କାଶ୍ମୀରର ବାରମୁଲା ଜିଲ୍ଲାରେ ଆତଙ୍କବାଦୀମାନେ ଅନୁପ୍ରବେଶ କରୁଥିବାବେଳେ ସେମାନଙ୍କ ଉଦ୍ୟମକୁ ଯବାନମାନେ ବିଫଳ ହୋଇଥିଲେ ।

Leave a Reply