ଭଉଣୀ ଘରେ ପହଞ୍ଚିଲେ ଅରବାଜ, ୫୭ ବର୍ଷ ବୟସରେ କରିବେ ଦ୍ବିତୀୟ ବିବାହ

ମୁମ୍ବାଇ: ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ବଲିଉଡ ଅଭିନେତା ଅରବାଜ ଖାନ । ୫୭ ବର୍ଷ ବୟସରେ ଦ୍ବିତୀୟ ବିବାହ କରିବାକୁ ଯାଉଥିବା ସଲମାନ ଖାନଙ୍କ ବଡ଼ଭାଇ ଏବେ ତାଙ୍କ ଭଉଣୀ ଅର୍ପିତାଙ୍କ ଘରେ ପହଞ୍ଚିଛନ୍ତି । ସେଠାରେ ବିବାହ ଉତ୍ସବ ଅନୁଷ୍ଠିତ ହେବାକୁ ଥିବାବେଳେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଏହି ବିବାହରେ କେବଳ ପରିବାର ଲୋକେ ଏବଂ ଖାସ୍ ଅତିଥୀମାନେ ଯୋଗଦେବେ । ଅରବାଜ ଅର୍ପିତାଙ୍କ ଘରକୁ ଯାଉଥିବାର ଏକ ଭିଡିଓ ନଜରକୁ ଆସିଛି ।

ଅରବାଜ ମେକପ ଆର୍ଟିଷ୍ଟ ଶେରା ଖାନଙ୍କୁ ବିବାହ କରିବାକୁ ଯାଉଛନ୍ତି । ଉଭୟ ଦୀର୍ଘଦିନ ଧରି ଡେଟିଂ କରିଥିବାବେଳେ ଏବେ ବିବାହ ପାଇଁ ନିଷ୍ପତ୍ତି ନେଇଛନ୍ତି । ସେପଟେ ଅରବାଜ ପ୍ରଥମେ ଅଭିନେତ୍ରୀ ମଲାଇକାଙ୍କୁ ବିବାହ କରିଥିବାବେଳେ ତାଙ୍କର ୨୧ ବର୍ଷର ପୁଅ ଅଛନ୍ତି । ମଲାଇକା ଅର୍ଜୁନ କପୁରଙ୍କୁ ଡେଟ୍ କରୁଥିବାବେଳେ ସେମାନେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । କିନ୍ତୁ ଏବେ ଅରବାଜଙ୍କ ବିବାହକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।