ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ଓଡ଼ିଶାକୁ ପୁଣି ଘାରିଲା ଫେରନ୍ତା ଚିନ୍ତା । ଆଜି ରାଜ୍ୟରେ ଆଉ ୫ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏବେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୯କୁ ବୃଦ୍ଧି ପାଇଛି । ଯାଜପୁରରେ ୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାଜପୁରର କଟିକଟା ଅଞ୍ଚଳରେ ୪ ଜଣଙ୍କ ଘର । ଅନ୍ୟ ଜଣଙ୍କର ଘର ମଲ୍ଲିକାପୁରରେ ପଞ୍ଚାୟତରେ । ୫ ଜଣଙ୍କ ମଧ୍ୟରୁ ପଶ୍ଚିମବଙ୍ଗରୁ ଫେରିଥିଲେ ୪ ବ୍ୟକ୍ତି ।

ଡଙ୍ଗାରେ ଚେନ୍ନାଇରୁ ଫେରିଲେ ପ୍ରବାସୀ ଓଡ଼ିଆ, କ୍ୱାରେଣ୍ଟାଇନ୍‌ରେ ରଖିବାକୁ ପ୍ରଶାସନ ପ୍ରସ୍ତୁତ

ସେମାନେ ଫେରିବା ଦିନ ଠାରୁ ହୋମ୍‌ କ୍ୱାରେଣ୍ଟାଇନ୍‌ରେ ଥିଲେ । ଗୋଟିଏ ସପ୍ତାହରୁ ଅଧିକ ଦିନ କ୍ୱାରେଣ୍ଟାଇନରେ ରହିଥିଲେ । ସ୍ୱାବ ଟେଷ୍ଟ ହେବା ପରେ ତାଙ୍କର କରୋନା ଚିହ୍ନଟ ହୋଇଥିଲା । ଏହି ୫ଜଣଙ୍କର ବୟଷ ହେଉଛି ୫୨,୨୩,୪୯,୫୭,୩୯ । ରାଜ୍ୟ ସ୍ୱାସ୍ଥ୍ୟ କଲ୍ୟାଣ ବିଭାଗ ସୂଚନା ଅନୁସାରେ ଏବେ ରାଜ୍ୟରେ ମୋଟ୍ ୬୫ ଆକ୍ଟିଭ୍ କେସ୍ ରହିଛି । ସେପଟେ ୩୪ ଜଣ ସୁସ୍ଥ ହୋଇଥିବା ବେଳେ କରୋନା ସଂକ୍ରମଣରେ ଜଣଙ୍କ ମୃତ୍ୟୁ ହୋଇଛି।

Leave a Reply