Boycott ଚାଇନା କହିବାରୁ ଅମୁଲ୍କୁ ଡିଆକ୍ଟିଭ୍ କଲା ଟ୍ୱିଟର୍…! ପରେ ଦେଲା ସଫେଇ…
1 min readନୂଆଦିଲ୍ଲୀ: ଭାରତ-ଚୀନ୍ ମଧ୍ୟରେ ଚାଲିଥିବା ସୀମା ବିବାଦକୁ ନେଇ କମାଣ୍ଡର ସ୍ତରୀୟ ଆଲୋଚନା ଚାଲିଛି । ହେଲେ ଦୁଗ୍ଧଜାତ ଦ୍ରବ୍ୟ ପ୍ରସ୍ତୁତ କରିବାରେ ସାରା ବିଶ୍ୱରେ ନିଜକୁ ପରିଚିତ କରିଥିବା ଅମୁଲର ଟ୍ୱିଟର ହ୍ୟାଣ୍ଡେଲକୁ ପ୍ରଥମେ ଡିଆକ୍ଟିଭ ଓ ପରେ ପୁଣି ଆକ୍ଟିଭ କରି ବିବାଦ ଭିତରକୁ ଆସିଛି ଟ୍ୱିଟର । ଅମୁଲ ପକ୍ଷରୁ ଏକ ପୋଷ୍ଟ କରାଯାଇଥିଲା ଯେଉଁଥିରେ ଲେଖାଥିଲା, ‘ଏକ୍ଜିଟ୍ ଡ୍ରାଗନ୍’ ବା ଡ୍ରାଗନ୍ ଛାଡ଼ । ଏହି ପୋଷ୍ଟ କରିବା ପରେ ଟ୍ୱିଟର୍ ପକ୍ଷରୁ ଅମୁଲ କମ୍ପାନୀର ଆକାଉଣ୍ଟକୁ ବ୍ଲକ୍ କରି ଦିଆଯାଇଥିଲା ।
ତେବେ ଅମୁଲର ଟ୍ୱିଟର ହ୍ୟାଣ୍ଡେଲକୁ ବ୍ଲକ୍ କରାଯିବା ପରେ ଲୋକମାନେ ଏହାର ଘୋର ବିରୋଧ କରିଥିଲେ । ସୋସିଆଲ ସାଇଟ୍ରେ ଲୋକମାନେ ଅନେକ ପ୍ରକାରର ଫଟୋ, ଭିଡିଓ ଏବଂ ମେସେଜ୍ ଲେଖି ଆକାଉଣ୍ଟକୁ ଆକ୍ଟିଭ୍ କରିବା ପାଇଁ ଦାବି କରିଥିଲେ ।
ଅମୁଲ ପକ୍ଷରୁ ଏହି ପୋଷ୍ଟ କରାଯାଇଥିଲା…
ଅମୁଲ ପାକ୍ଷରୁ ଚୀନ୍ର ଡ୍ରାଗନ୍କୁ ଛାଡ଼ (ଏକ୍ଜିଟ୍ ଦ ଡ୍ରାଗନ୍) ବୋଲି ଏକ ପୋଷ୍ଟ କରାଯାଇଥିଲା । ଯାହା ଉଦ୍ଦେଶ୍ୟ ଥିଳା ଚାଇନା ପ୍ରଡକ୍ଟକୁ ବର୍ଜନ କରନ୍ତୁ । ଏହା ସହ ଇଂରାଜୀରେ ମଧ୍ୟ ଏକ କ୍ୟାପ୍ସନ୍ ଲେଖିଥିଲା ଯେ, ବୟ କଟ୍ ଦ ଚାଇଟା ପ୍ରଡକ୍ଟ….
Regarding controversy on Twitter on Amul's Buttergirl topic 'Exit the Dragon'… Our account was blocked on June 4. Following some protocols, it was reactivated. We've asked Twitter why account was blocked, but haven't received formal reply yet: RS Sodhi, Managing Director, Amul pic.twitter.com/CL0xcu9WrR
— ANI (@ANI) June 6, 2020
ଚୀନ୍ ବିରୋଧରେ ଆମୁଲ ପ୍ରଚାର କରିଥିଲା
ଅମୁଲ୍ର ପୋଷ୍ଟରେ, ଆଇକନିକ ଅମୁଲ ଗାର୍ଲ ଏକ ଡ୍ରାଗନ୍ ସହିତ ଯୁଦ୍ଧ କରି ନିଜ ଦେଶକୁ ବଞ୍ଚାଇବା ପାଇଁ ଚାଷ୍ଟା କରୁଥିବା ଦେଖାଯାଇଛି । ଖାଲି ସେତିକି ନୁହେଁ ଏହି ପୋଷ୍ଟରେ ଚାଇନାର ଭିଡିଓ ସେୟାରିଂ ଆପ୍ ଟିକ୍ଟକ୍ର ଲୋଗୋ ମଧ୍ୟ ରହିଥିବା ଦେଖାଯାଇଛି । ସବୁଠାରୁ ବଡ଼ କଥା ହେଲା ଏହି ପୋଷ୍ଟରେ ବଡ ଅକ୍ଷରରେ ଲେଖାଯାଇଛି, ଅମୁଲ ହେଉଛି ‘ମେଡ୍ ଇନ୍ ଇଣ୍ଡିଆ’ ।
ଏଥି ସହିତ, ଏହି ପ୍ରସଙ୍ଗରେ କମ୍ପାନୀର ପରିଚାଳନା ନିର୍ଦ୍ଦେଶକ ଆର.ଏସ୍ ସୋଡି କହିଛନ୍ତି ଯେ, ଆମୁଲ ଆକାଉଣ୍ଟକୁ ଜୁନ୍ ୪ରେ ବ୍ଲକ୍ କରାଯାଇଥିଲା । କିଛି ପ୍ରୋଟୋକଲ୍କୁ ଅନୁସରଣ କରିବା ପରେ, ଏହା ପୁନଃ ଆକ୍ଟିଭ୍ କରାଯାଇଛି ।
ଟୁଇଟର ଇଣ୍ଡିଆର ଏମ୍ଡି ମନୀଷ ମହେଶ୍ୱରୀଙ୍କ ଅନୁଯାୟୀ, ଅମୁଲ ଆକାଉଣ୍ଟ ଟେକ୍ନିକାଲ କାରଣ ଯୋଗୁଁ ଡିଆକ୍ଟିଭ୍ ହୋଇଥିଲା, ନାଁ କି କୌଣସି ପ୍ରକାର ଟ୍ୱିଟ କାରଣରୁ ।
#Twitter blocked Amul for few mins for doing this and the Chinese do not even allow twitter in the mainland. How Shameful are Commies of California. pic.twitter.com/WjwZzenWvi
— Archie (@ADenzing) June 6, 2020
ତେବେ ଏହାକୁ ନେଇ ନେଟିଜନ ଟ୍ୱିଟରକୁ ଟାର୍ଗେଟ୍ କରିଛନ୍ତି । ଉପରେ ଦିଆଯାଇଥିବା ଫଟୋରେ ଜଣେ ଟ୍ୱିଟର ୟୁଜର ଲେଖିଛନ୍ତି ଯେ, ଚୀନରେ ଟ୍ୱିଟରକୁ ଅନୁମତି ନାହିଁ କିନ୍ତୁ ଟ୍ୱିଟର ଏହି ପୋଷ୍ଟ୍ ପାଇଁ ଅମୁଲକୁ ବ୍ଲକ୍ କରୁଛି,କାଲିଫର୍ଣ୍ଣିଆର କମ୍ୟୁନିଷ୍ଟ୍ କେତେ ବେଲଜ୍ୟା !