ଦେଶରେ ଉପରମୁହାଁ କରୋନା ଗ୍ରାଫ୍‌: ୨୪ ଘଣ୍ଟା ମଧ୍ୟରେ ୧୦ ହଜାର ନୂଆ ମାମଲା, ୨୯୪ ମୃତ

ନୂଆଦିଲ୍ଲୀ: ଭାରତରେ ପୁଣି ବଢିଲା କରୋନା ଗ୍ରାଫ୍‌ । କରୋନା ସଂକ୍ରମଣରେ ବିଶ୍ୱରେ ସ୍ପେନ୍‌କୁ ପଛରେ ପକାଇ ପଞ୍ଚମ ସ୍ଥାନରେ ରହିଛି ଭାରତ । ଗତ ୨୪ ଘଣ୍ଟାରେ ସର୍ବାଧିକ ପ୍ରାୟ ୧୦ ହଜାର ନୂଆ କେସ୍‌ ସାମ୍ନାକୁ ଆସିଛି । ଦେଶରେ ୨୪ ଘଣ୍ଟା ମଧ୍ୟରେ୨୯୪ ଜଣଙ୍କ ସଂକ୍ରମଣରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ବର୍ତ୍ତମାନ ଦେଶରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୨ଲକ୍ଷ ୪୬ହଜାର ୫୪୯କୁ ବୃଦ୍ଧି ପାଇଛି ।

ସେପଟେ ଦେଶରେ ମୃତ୍ୟୁ ସଂଖ୍ୟା ୬ ହଜାର ୬୪୨ରେ ପହଞ୍ଚିଛି । ରାଜଧାନୀ ଦିଲ୍ଲୀରେ ସଂକ୍ରମଣଙ୍କ ସଂଖ୍ୟା ଧୀରେ ଧୀରେ ବଢିବାରେ ଲାଗିଛି, ଯାହା ବର୍ତ୍ତମାନ ଚିନ୍ତାର କାରଣ ପାଲଟିଛି । ରାଜଧାନୀରେ ସଂକ୍ରମଣରେ ମୃତ୍ୟୁ ସଂଖ୍ୟା ଅଧିକ ରହିଥିବା ବେଳେ ବର୍ତ୍ତମାନ ୭ଶହ ୬୧ ଜଣଙ୍କ ମୁଣ୍ଡ ନେଲାଣି କରୋନା ।

ଦେଶର ୪ ମହାନଗର ଦିଲ୍ଲୀ, ମୁମ୍ବାଇ, କୋଲକତା, ଓ ଚେନ୍ନାଇରୁ ଆକ୍ରାନ୍ତଙ୍କ ମାମଲା ଅଧିକ ରହିଛି । ସେପଟେ ବିଶ୍ୱ କରୋନା ଗ୍ରାଫ୍‌ରେ ଆମେରିକା, ବ୍ରାଜିଲ୍‌, ଋଷ ଓ ବ୍ରିଟେନ୍‌ ଭାରତ ଆଗରେ ରହିଛନ୍ତି । ସ୍ପେନ୍‌ରେ ସଂକ୍ରମିତଙ୍କ ସଂଖ୍ୟା ୨ଲକ୍ଷ ୪୧ ହଜାର ୩୧୦ ରହିଥିବା ବେଳେ ଭାରତ ସ୍ପେନ୍‌ ଆଗରେ ରହିଛି ।

Leave a Reply