LoudSpeaker Row:  ଉତ୍ତେଜନା ଜାରି ରହିଥିବାବେଳେ ବିଭିନ୍ନ ଧର୍ମାନୁଷ୍ଠାନରୁ ୪୫ ହଜାର ଲାଉଡସ୍ପିକର ବାହାର କଲେ ୟୁପି ସରକାର

ଲକ୍ଷ୍ନୌ: ଲାଉଡସ୍ପିକରକୁ ନେଇ ସୃଷ୍ଟି ହୋଇଥିବା ବିବାଦଯେ କେତେ ଉଗ୍ରରୂପ ନେଇଛି ତାହା ସମସ୍ତେ ଜାଣନ୍ତି । ଏହା ମଧ୍ୟରେ ଶନିବାର ଉତ୍ତରପ୍ରଦେଶ ପୋଲିସ୍‌ ଦେଇଥିବା ସୂଚନା ଅନୁସାରେ, ବିଭିନ୍ନ ଧର୍ମାନୁଷ୍ଠାନରୁ ୪୫ ହଜାର ୭୭୩ଟି  ଲାଉଡସ୍ପିକରକୁ ବାହାର କରିଦିଆଯାଇଛି ।

ଉତ୍ତରପ୍ରଦେଶର  ଅତିରିକ୍ତ ପୁଲିସ୍‌ ନିର୍ଦ୍ଦେଶକ ପ୍ରଶାନ୍ତ କୁମାର କହିଛନ୍ତିଯେ,  ୫୮ ହଜାର ୮୬୧ଟି ଲାଉଡସ୍ପିକରର ଶବ୍ଦକୁ କ୍ଷୀଣ କରାଯାଇଥିବାବେଳେ ରାଜ୍ୟରେ ୪୫ ହଜାର ୭ ଶହ ୭୩ଟି ଲାଉଡସ୍ପିକରକୁ ସମ୍ପୂର୍ଣ୍ଣ ଭାବରେ ବାହାର କରିଦିଆଯାଇଛି ।

ସୂଚନାଯୋଗ୍ୟ ଉତ୍ତରପ୍ରଦେଶ ସରକାର ଗତକାଲି ବିଭିନ୍ନ ଧର୍ମାନୁଷ୍ଠାନରେ ଆଇନ୍‌ ଭଙ୍ଗ କରୁଥିବା ଲାଉଡସ୍ପିକରକୁ ବାହାର କରିବାକୁ ନିର୍ଦ୍ଦେଶ ଦେଇଥିଲେ ।  ଏହାକୁ କୁରୁତ୍ୱ ଦେଇ ଉତ୍ତରପ୍ରଦେଶ ସରକାର ଯୋଗୀ ଆଦିତ୍ୟନାଥ ରାଜ୍ୟରେ ସମସ୍ତ ଧର୍ମାନୁଷ୍ଠାନରୁ ଲାଉଡସ୍ପିକର ବାହାର କରିବାକୁ ତତ୍ପର ହୋଇଥିଲେ । ତେବେ ଏହାକୁ ନେଇ ପୁଲିସ୍‌ ଧାର୍ମିକ ନେତୃବୃନ୍ଦଙ୍କ ସହ ଆଲୋଚନା କରିଥିଲା ।  ଏହା ସହ ସହଯୋଗ କରିବାକୁ କହିଥିଲା ।

ସୂଚନା ଅନୁସାରେ ଏପ୍ରିଲ ୧୩ ତାରିଖରେ ମହାରାଷ୍ଟ୍ର ନବନିର୍ବାଣ ସେନା ମୁଖ୍ୟ ରାଜ୍‌ ଠାକରେ ଲାଉଡସ୍ପିକର ବାହାର କରିବାକୁ ଏକ ବିକଳ୍ପ ପରାମର୍ଶ ଦେଇଥିଲେ ।