spot_img

Latest Posts

ଜଙ୍ଗଲରେ ସ୍ତ୍ରୀକୁ ବାନ୍ଧି ପଳାଇଥିଲା ସ୍ବାମୀ ! ଜଙ୍ଗଲରୁ ବିଦେଶୀ ମହିଳା  ଉଦ୍ଧାର

ନନ୍ଦିଘୋଷ ବ୍ୟୁରୋ: ମହାରାଷ୍ଟ୍ର ସିନ୍ଧୁଦୁର୍ଗ ଜିଲ୍ଲାର ଏକ ଜଙ୍ଗଲରୁ ଅସହାୟ ଅବସ୍ଥାରେ ଜଣେ ମହିଳାଙ୍କୁ ଉଦ୍ଧାର କରିଛି ପୋଲିସ। ମହିଳାଙ୍କୁ ଲୁହା ଚେନରେ ଏକ  ଗଛ ସହିତ ବନ୍ଧା ଯାଇଥିଲା। ବେଶ୍ କିଛି ଦିନ ହେଲା ସେ ଭୋକ ଉପାସରେ ଥିବାରୁ ଉଭୟ ମାନସିକ ଓ ଶାରୀରିକ ଭାବେ ଦୁର୍ବଳ ହୋଇ ଯାଇଛନ୍ତି। ପୋଲିସ ତାଙ୍କୁ ଉଦ୍ଧାର କରି ହସପିଟାଲରେ ଭର୍ତ୍ତି କରିଛି। ମହିଳାଙ୍କ ନାଁ ଲଳିତା କାଇ ବୋଲି ଜଣାପଡ଼ିଛି। ମହିଳାଙ୍କ ପାଖରୁ ମିଳିଛି ଆମେରିକାର ପାସପୋର୍ଟ। ଯାହା ଜଣାପଡୁଛି ସେ ଆମେରିକାର। ତାଙ୍କର ଭିସା ଅବଧି କିନ୍ତୁ ୧୦ ବର୍ଷ ତଳୁ ସରିଯାଇଛି। ଯାହା ଜଣାପଡୁଛି, ତାମିଲନାଡୁର ଜଣେ ବ୍ଯକ୍ତିଙ୍କୁ ବାହା ହୋଇଥିଲେ ସେହି ମହିଳା। ଆଶଙ୍କା କରାଯାଉଛି-ସ୍ବାମୀ ସେହି ମହିଳାଙ୍କୁ ଜଙ୍ଗଲରେ ବାନ୍ଧି କରି ଛାଡ଼ି ପଳାଇଛନ୍ତି। କିଛି ଗାଈଆଳ ମହିଳାଙ୍କୁ ଅସହାୟ ଅବସ୍ଥାରେ ଦେଖି  ପୋଲିସକୁ ଖବର ଦେଇଥିଲେ। ଏହା ପରେ ପୋଲିସ ଆସି ତାଙ୍କୁ ଉଦ୍ଧାର କରିଥିଲା। ମହିଳାଙ୍କ ସ୍ବାମୀ ଜଣକ ତାମିଲନାଡୁର ହୋଇଥିବା ଜଣାପଡିଛି। ଲଲିତାଙ୍କୁ ଏପରି ଅବସ୍ଥାରେ ଛାଡ଼ି ପଳାଇଥିବାରୁ ସ୍ବାମୀଙ୍କ ନାଁରେ ହତ୍ଯା ଉଦ୍ଯମ ମାମଲା ରୁଜୁ କରି ପୋଲିସ ତାଙ୍କୁ ଖୋଜୁଛି। ମହାରାଷ୍ଟ୍ରର ଦୁଇଟି ପୋଲିସ ଟିମ୍ ତାମିଲନାଡୁ ଓ ଗୋଆ ଯାଇଛନ୍ତି। ମହିଳା ଜଣକ ସ୍କ୍ରିଜୋଫେନିଆ ରୋଗରେ ପୀଡ଼ିତ ଥିବା ମଧ୍ଯ ଆଶଙ୍କା କରାଯାଉଛି।

Latest Posts

Don't Miss