୩୦ ତାରିଖ ପର୍ଯ୍ୟନ୍ତ ସ୍କୁଲ ଛୁଟି, ଗ୍ରୀଷ୍ମ ପ୍ରବାହକୁ ଦେଖି ସରକାରଙ୍କ ନିଷ୍ପତ୍ତି

ଭୁବନେଶ୍ୱର: ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ଫଳରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ବଡ଼ ଘୋଷଣା  । କାଲିଠୁ ୫ଦିନ ପାଇଁ ସ୍କୁଲ ଛୁଟି ଘୋଷଣା କଲେ ସରକାର ।
ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ଛୁଟି ରହିବ  । ରାଜ୍ୟରେ ଲଗାତାର ବୃଦ୍ଧି ଘଟୁଥିବା ତାପମାତ୍ରା ଏବଂ  ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି  ।

ଏପ୍ରିଲ ୨୬ ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ ଛୁଟି ଘୋଷଣା କରାଯାଇଛି  । ଲଗାତାର ୩ ଦିନ ଧରି ରାଜଧାନୀ ଭୁବନେଶ୍ୱର ରାଜ୍ୟର ଉତ୍ତପ୍ତ ସହର ଭାବେ ରେକର୍ଡ ହୋଇଛି  । ସେପଟେ ଅନେକ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଛି  । ତେଣୁ ଛାତ୍ରଛାତ୍ରୀ ସ୍କୁଲ ଯିବା ସମ୍ଭବପର ହେଉ ନାହିଁ  । ରୌଦ୍ର ତାପରୁ କିପରି ଛାତ୍ରଛାତ୍ରୀ ସୁରକ୍ଷିତ ରହିବେ ଅର୍ଥାତ ଯେପରି କୌଣସି ଅଘଟଣ ନଘଟେ ସେନେଇ ସରକାର ବେଶ ପ୍ରଯତ୍ନ ଅଛନ୍ତି  ।

ସେପଟେ ଗଣଶିକ୍ଷା ବିଭାଗର ନିଷ୍ପତ୍ତି ମୁତାବକ ସ୍କୁଲ ଛୁଟି ରହିବ  । ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟ ବନ୍ଦ ରହିବା ସ୍ୱତେ ଯୁକ୍ତ ୨ ଓ ମାଟ୍ରିକ ପରୀକ୍ଷା ଜାରି ରହିବ  । ପରୀକ୍ଷାରେ କୌଣସି ବାଧା ସୃଷ୍ଟି ହେବ ନାହିଁ  । ପରୀକ୍ଷା ପାଇଁ ସଠିକ ବ୍ୟବସ୍ଥାମାନ  ଗ୍ରାହଣ କରାଯାଇଥିବା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି  ।