spot_img

Latest Posts

‘ଆସନ୍ତା  ମାର୍ଚ୍ଚ ୨୫ ସୁଦ୍ଧା ସବୁ ରାଜସ୍ବ ଗାଁକୁ ବିଜୁଳି ସଂଯୋଗ କରାଯିବ’

ଭୁବନେଶ୍ୱର: ବିଧାନସଭା ପ୍ରଶ୍ନକାଳରେ ରାଜ୍ୟରେ ବିଜୁଳି ସଂକଟ ନେଇ ସରକାରଙ୍କୁ ଘେରିଲେ ବିରୋଧୀ । ସମସ୍ତ ରାଜସ୍ଵ ଗାଁକୁ କେବେ ବିଜୁଳି ସଂଯୋଗ ନେଇ କରିଥିଲେ ପ୍ରଶ୍ନ। ତେବେ ଆସନ୍ତା  ମାର୍ଚ୍ଚ ୨୫ ସୁଦ୍ଧା ସବୁ ରାଜସ୍ବ ଗାଁକୁ ବିଜୁଳି ସଂଯୋଗ କରାଯିବ। ବିଧାନସଭାରେ ଏହି ଘୋଷଣା କଲେ ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ।

ପ୍ରଶ୍ନକାଳରେ ବିଜୁଳି ସଂଯୋଗ ନେଇ ଜୋରଦାର ଆଲୋଚନା ହୋଇଥିଲା। ଅପହଞ୍ଚ ଅଂଚଳରେ କିପରି ବିଜୁଳି ସଂଯୋଗ ଦିଆଯିବ ତାହା ଉପରେ ଶାସକ ଓ ବିରୋଧୀ ବିଧାୟକ ଶକ୍ତି ମନ୍ତ୍ରୀକୁ ବାରମ୍ବାର ପ୍ରଶ୍ନ କରିଥିଲେ। ସ୍ମାର୍ଟ ମିଟର ଅବ୍ୟବସ୍ଥା ନେଇ କଂଗ୍ରେସ ବିଧାୟକ ଅଶୋକ ଦାସଙ୍କ ପ୍ରଶ୍ନର ଉତ୍ତର ଦେଇ ବିଧାନସଭାରେ ଉତ୍ତର ରଖିଥିଲେ ଶକ୍ତିମନ୍ତ୍ରୀ। କହିଲେ, ଶକ୍ତି ସଂରକ୍ଷଣ ଶିଖ, ମାଗଣାରେ ବିଜୁଳି ପାଇବା ଆଶା ରଖନାହିଁ। କୌଣସି ସେବା ମାଗଣାରେ ମିଳିବ ଆଶା ରଖନାହିଁ। ଉପଭୋକ୍ତାଙ୍କୁ ସଚେତନତା ପାଇଁ ଭିଡିଓ ଏବଂ ମେସେଜ ଦିଆଯାଉଛି। ଅନେକ ସମୟରେ ସ୍ଵିଚ୍ ଅଫ୍ କେହି କରୁନାହାଁନ୍ତି।

ଗୃହରେ ଶକ୍ତିମନ୍ତ୍ରୀ ଉଦାହରଣ ଦେଇ କହିଥିଲେ ମୋବାଇଲ ଚାର୍ଜର ସ୍ଵିଚ୍ କେହି ବନ୍ଦ କରୁନାହାଁନ୍ତି। ଏହାଦ୍ୱାରା ଅଧିକ ବିଲ୍ ଆସିଥାଏ। ସବୁ ବିଧାୟକ ଉପଭୋକ୍ତାମାନଙ୍କୁ ସଚେତନ କରନ୍ତୁ ବୋଲି ନିବେଦନ କଲେ। ମିଟର ଅସୁବିଧା ଥିଲେ କମ୍ପାନୀ କର୍ତ୍ତୃପକ୍ଷ ପହଞ୍ଚି ସମସ୍ୟା ଦୂର କରିବେ। ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ଯୋଜନାରେ ଆବେଦନ କଲେ ୩୦୦ ୟୁନିଟ୍ ମାଗଣା ମିଳିବ ବୋଲି କହିଛନ୍ତି କନକ ବର୍ଦ୍ଧନ ସିଂହଦେଓ ।

Latest Posts

Don't Miss