ବିଷାକ୍ତ ବାୟୁ ଯୋଗୁ ବଢୁଛି ମୃତ୍ୟୁ ସଂଖ୍ୟା, ଚିନ୍ତା ବ୍ୟକ୍ତ କଲା WHO

1 min read

ନୂଆଦିଲ୍ଲୀ: ବିଷାକ୍ତ ବାୟୁ ଯୋଗୁ ରୋଗ ବଢିବା ସହ ବଢୁଛି ମୃତ୍ୟୁସଂଖ୍ୟା। ବାୟୁର ଗୁଣାବତ୍ତା କମୁଥିବାରୁ ହାର୍ଟ ଓ ଲଙ୍ଗସଜନିତ ରୋଗ ହୁ ହୁ ହୋଇ ବଢୁଛି। ବର୍ଷକୁ ବିଶ୍ବରେ ପ୍ରାୟ ୭୦ଲକ୍ଷ ଲୋକଙ୍କ ଜୀବନ ନେଉଛି ପ୍ରଦୂଷିତ ବାୟୁ। ଯାହାକୁ ନେଇ ଚିନ୍ତା ବ୍ୟକ୍ତ କରିଛି WHO ବା ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ।

୨୦୦୫ରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ଜାରି କରାଯାଇଥିବା ଗାଇଡଲାଇନକୁ ପରିବର୍ତ୍ତନ କରି ନୂଆ ଗାଇଡଲାଇନ ଜାରି କରାଯାଇଛି। ବିଶେଷ କରି ବାୟୁ ପ୍ରଦୂଷଣର ଛଅଟି ମୁଖ୍ୟ ପ୍ରଦୂଷକର ସ୍ତର ହେଉଛି PM2.5, PM10, ଓଜୋନ୍, ନାଇଟ୍ରୋଜେନ୍ ଡାଇଅକ୍ସାଇଡ୍, ସଲଫର୍ ଡାଇଅକ୍ସାଇଡ୍, ଏବଂ କାର୍ବନ ମନୋକ୍ସାଇଡ୍ ।

ବାୟୁରେ PM ୨.୫ର ସ୍ତର 10ରୁ ୫କୁ ଖସାଇ ଦିଆଯାଇଥିବା ବେଳେ PM ୧୦ର ସ୍ତର ୧୫ ରହିଲେ ବିପଦଜନକ ବୋଲି କୁହାଯାଇଛି । ପୂର୍ବରୁ ଏହି ସ୍ତର ୨୦ ଥିଲା । ସେହିପରି ବାୟୁରେ ନାଇଟ୍ରୋଜେନ ସ୍ତର ୧୦ ହେଲେ ବିପଦଜନକ ବୋଲି ଧରାଯିବ। ପୂର୍ବରୁ ଏହା ୪୦ ରହିଥିଲା। WHOର ତଥ୍ୟ ଅନୁସାରେ ବାୟୁ ପ୍ରଦୂଷଣରେ ଯେତିକି ଲୋକଙ୍କର ମୃତ୍ୟୁ ହେଉଛି, ସେଥିରୁ ୮୦ ପ୍ରତିଶତ ମୃତ୍ୟୁ କେବଳ ପିଏମ ୨.୫ ଯୋଗୁ ହେଉଛି।

ବିଶ୍ବର ବିଭିନ୍ନ ଦେଶର ବିଶେଷଜ୍ଞଙ୍କ ପରାମର୍ଶକ୍ରମେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଏହି ନୂଆ ମାର୍ଗଦର୍ଶିକା ଜାରି କରିଛି। ସବୁଠୁ ଚିନ୍ତାଜନକ କଥା ହେଲା, ସମଗ୍ର ଭାରତ ବର୍ଷ ପ୍ରଦୂଷିତ ଅଞ୍ଚଳରେ ରହୁଛି ବୋଲି କହିଛି WHO। କେବଳ ଭାରତବର୍ଷ ନୁହେଁ ବିଶ୍ବର ୯୦ ପ୍ରତିଶତ ଲୋକ ରହୁଥିବା ଅଞ୍ଚଳ ବାୟୁ ପ୍ରଦୂଷିତ ଅଞ୍ଚଳରେ ରହିଛି ।

Climate Change Report On Earth Climate Predict Above 2 Degree Rise In Temperature By 2100

ତେଣୁ ୨୦୦୫ରେ ଜାରି କରାଯାଇଥିବା ମାର୍ଗଦର୍ଶିକାରେ ପରିବର୍ତ୍ତନ ଆଣି ବିଶ୍ବରେ ପ୍ରଦୂଷଣ କମାଇବାକୁ ପ୍ରୟାସ ଆରମ୍ଭ କରିବା କରିଛି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ।

Leave a Reply