କରୋନାର କରୁଣ ଚିତ୍ର: ବାପାଙ୍କୁ ଭାଇରସ ମାରିଲା, ଭୂତାଣୁ ଭୟ ଭିତରେ ଘରେ ଏକାକୀ ୧୦ଦିନ କାଟିଲା ୧୧ ବର୍ଷର ପୁଅ

ମୁମ୍ବାଇ: ଭୂତାଣୁର ଭୟ ଦୁନିଆକୁ ଭୟଭୀତ କରିରଖିଛି । କରୋନା ପାଇଁ ଛଟପଟ ହୋଇସାରିଲାଣି ଧନଜୀବନ । କରୋନା କେତେବେଳେ ମା’ଠାରୁ ଛୁଆକୁ ଦୂର କରୁଛି ତ କେତେବେଳେ ସ୍ୱାମୀଠୁ ସ୍ତ୍ରୀକୁ । କରୋନା ଏବେ ଛାରଖାର କରୁଛି ପରିବାରକୁ । ଏଭଳି ସ୍ଥିତି କାହା ଘରେ ଜଣକୁ ଛାଡି ସମସ୍ତଙ୍କ ପ୍ରାଣ ନେଉଛି ତ କେଉଁଠି ସମ୍ପୂର୍ଣ୍ଣ ପରିବାରକୁ କରିଦେଉଛି ମୁଳପୋଛ । ଏଭଳି ସ୍ଥିତିରେ ମହାରାଷ୍ଟ୍ରର ଗୋରେଗାଓଁକୁ ଆସିଛି ଏମିତି ଏକ ଚିତ୍ର । ଯେଉଁଠି ବାପାଙ୍କ ପ୍ରାଣ ନେଇଛି କରୋନା ଏବଂ ମାଠୁ ଦୂର କରିଛି ୧୧ବର୍ଷର ପୁଅକୁ ।

ସୂଚନା ଅନୁସାରେ, ୧୧ ବର୍ଷର ହର୍ଷିଲ ସିଂହଙ୍କ ବାପା ଏପ୍ରିଲ ୧୩ରେ କରୋନା ସଂକ୍ରମିତ ହୋଇ ମୃତ୍ୟୁ ବରଣ କରିଥିଲେ । ଏହି ଦଃଖଦ ସମୟରେ ମାଆଙ୍କ ରିପୋର୍ଟ ବି କରୋନା ପଜିଟିଭ୍ ଆସିଥିଲା  । ତାପରେ ତାଙ୍କୁ ଆସୋଲେସନ ପାଇଁ ନିଆଗଲା କିନ୍ତୁ ପରିବାରରେ ରହିଯାଇଥିଲା ୧୧ବର୍ଷର ପୁଅ । ଆଉ ବାପାମାଆ ବିନା କାଟିଥିଲା ୧୦ଦିନ ୧୦ ରାତି ।

ସାହାରା ହୋଇଥିଲେ ପଡ଼ୋଶୀ

ପିଲାଟିର ଏମିତି ଅବସ୍ଥା ଦେଖି ଆଗେଇ ଆସିଥିଲେ ପଡ଼ୋଶୀ । ତାଙ୍କ ଉପର ଫ୍ଲାଟରେ ରହୁଥିବା ପାଣ୍ଡୁରାମ ଜଣେ ପୂର୍ବତନ ନୌସେନା ଅଧିକାରୀ ଯିଏ ଏବେ ଏୟାରପୋର୍ଟରେ କାମ କରନ୍ତି । ସେ କହିଛନ୍ତି ଯେ, ତାଙ୍କ ସ୍ତ୍ରୀ ହର୍ଷିଲ ପାଇଁ ସବୁ ବେଳେ ଖାଇବା ପଠାନ୍ତି । ହର୍ଷିଲ ଫ୍ଲାଟ ବାହାରେ ସେ ଖାଇବା ଥୋଇ ଦେଇ ଆସନ୍ତି । ଏହା ସହ ଯେମିତି ରାତିରେ ନ ଡରିବେ ସେଥି ପାଇଁ ରାତିରେ ତାଙ୍କୁ ଭିଡ଼ିଓ କଲ ମଧ୍ୟ କରନ୍ତି ।

ଏଭଳି ୧୦ଦିନ ଏକା ରହିବା ପରେ ମାଆ ସୁସ୍ଥ ହୋଇ ଘରକୁ ଫେରିଥିଲେ । କିନ୍ତୁ ଘରର ମୁରବୀଙ୍କ ଅନୁପସ୍ଥିତ ସେମାନଙ୍କୁ ଏବେ ଦୁଃଖ ଦେଉଛି । ଆପଣଙ୍କୁ କହି ରଖୁଛୁ କରୋନା ଏବେ ମହାରାଷ୍ଟରେ ତାଣ୍ଡବ ସୃଷ୍ଟି କରିଛି । ମହାରାଷ୍ଟ୍ରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୫ହଜାର ଟପିଛି ।

Leave a Reply