ମାଟ୍ରିକ୍ ପରୀକ୍ଷା ଦେଇ ଉତ୍ତର ଖାତାକୁ ନେଇ ଘରକୁ ପଳେଇଲେ ଛାତ୍ରୀ

ବାଲେଶ୍ୱର: ମାଟ୍ରିକ୍ ପରୀକ୍ଷା ଦେଇ ଉତ୍ତର ଖାତାକୁ ନେଇ ଘରକୁ ପଳେଇଲେ ଛାତ୍ରୀ । ଖାତା ଦେଖା ବେଳକୁ ଖାତା ନପାଇ ଛାତ୍ରୀଙ୍କ ଘରେ ପହଞ୍ଚିଲେ ସ୍କୁଲ ଶିକ୍ଷକ । ଏଭଳି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ସିମୁଳିଆ ବ୍ଲକ କ୍ଷିରକୋଣା ଉପେନ୍ଦ୍ରନାଥ ସରକାରୀ ଉଚ୍ଚ ବିଦ୍ୟାଳୟରେ । ଜଣେ ଛାତ୍ରୀ ପରୀକ୍ଷା ଦେଇସାରି ନିଜର ଉତ୍ତର ଖାତା ଘରକୁ ନେଇଯାଇଥିଲେ ।

ସୂଚନା ଅନୁସାରେ ଜାମୁଝାଡ଼ିରେ ଥିବା ଦାମୋଦର ସରକାରୀ ଉଚ୍ଚ ବିଦ୍ୟାଳୟରେ ଛାତ୍ରୀ ଜଣକ ମାଟ୍ରିକ ପରୀକ୍ଷା ଦେଉଥିଲେ । ସେଠାରେ ଗଣିତ ପରୀକ୍ଷା ଦେଇସାରି ସେହି ଦିନ ଘରକୁ ଖାତା ନେଇଯାଇଥିଲେ । ଉତ୍ତର ଖାତାକୁ ନେଇ ଘରେ ରଖିଦେଇଥିଲେ । ଯେତେବେଳେ ମାଟ୍ରିକ ଖାତା ଦେଖା ଆରମ୍ଭ ହେଲା, ସେତେବେଳେ ଏହି କଥା ସାମ୍ନାକୁ ଆସିଥିଲା । ଅନ୍ୟପଟେ ଛାତ୍ରୀ ଜଣଙ୍କ ଭୁଲରେ ପ୍ରଶ୍ନ ପତ୍ର ଯାଗାରେ ଉତ୍ତର ଖାତା ନେଇ ଆସିଥିବା କହିଛନ୍ତି ।