ଆପଲ୍ ପରେ ସାମସଙ୍ଗ୍ ଋଷକୁ ଦେଲା ବଡ଼ ଝଟକା

କିଭ୍: ଋଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି । ଆପଲ୍ ପରେ ସାମସଙ୍ଗ କମ୍ପାନୀ ଏକ ବଡ ନିଷ୍ପତ୍ତି ନେଇଛି । ସାମସଙ୍ଗ ତାର ସମସ୍ତ ଉତ୍ପାଦର ପରିବହନକୁ ସ୍ଥଗିତ ରଖିଛି । ଅର୍ଥାତ୍, ବର୍ତ୍ତମାନ ଋଷରେ ସାମସଙ୍ଗ ଉତ୍ପାଦଗୁଡିକର ପ୍ରବେଶ ବନ୍ଦ ହୋଇଯାଇଛି । ସାମସଙ୍ଗର ପିଆର ଇମେଲରେ ଏହା ମଧ୍ୟ କୁହାଯାଇଛି ଯେ ସେମାନେ ନିରନ୍ତର ପରିସ୍ଥିତି ଉପରେ ନଜର ରଖିବେ ଏବଂ ପଦକ୍ଷେପ ନେବେ  । ସାମସଙ୍ଗ ତାର କେବଳ ସ୍ମାର୍ଟଫୋନ୍ ଯୋଗାଣ ବନ୍ଦ କରୁନାହିଁ ବରଂ ମେମୋରି ଚିପ, ଇଲେକ୍ଟ୍ରୋନିକ୍ସ ଜିନିଷ ଭଳି ଅନ୍ୟାନ୍ୟ ଉତ୍ପାଦକୁ ମଧ୍ୟ ବନ୍ଦ କରୁଛି ।

ସୂଚନା ଅନୁସାରେ ସାମସଙ୍ଗର ଏହି ପଦକ୍ଷେପ ଋଷକୁ ଏକ ବଡ଼ ଝଟକା ଦେଇଛି। ଏବେ ଋଷରେ ସବୁଠୁ ବଡ଼ ଇଲେକ୍ଟ୍ରୋନିକ୍ସ ଉତ୍ପାଦ ଉପଲବ୍ଧ ହେବ ନାହିଁ  । କମ୍ପାନୀ କହିଛି ଯେ, ଯିଏ ବି ଯୁଦ୍ଧରେ ପ୍ରଭାବିତ ହୋଇଛନ୍ତି କମ୍ପାନୀ ସେମାନଙ୍କ ସହ ଅଛି । କମ୍ପାନୀର ପ୍ରାଥମିକତା ହେଉଛି ସେମାନଙ୍କର ସମସ୍ତ କର୍ମଚାରୀ ଏବଂ ସେମାନଙ୍କ ପରିବାରକୁ ସୁରକ୍ଷା ଦେବା । ମାନବିକତାକୁ ସାହାଯ୍ୟ କରିବା ପାଇଁ ସେମାନେ ସକ୍ରିୟ ଭାବରେ କାର୍ଯ୍ୟ କରୁଛନ୍ତି ବୋଲି କମ୍ପାନୀ କହିଛି ।

ଯଦିଓ ସାମସଙ୍ଗର ଏହି ପଦକ୍ଷେପ ନୂଆ ନୁହେଁ । ଏହାପୂର୍ବରୁ ମଧ୍ୟ ଅନେକ ବୈଷୟିକ କମ୍ପାନୀ ଋଷରେ ସେମାନଙ୍କର ସେବା ବନ୍ଦ କରି ଦେଇଛନ୍ତି । ଆପଲ୍ କମ୍ପାନୀ କିଛି ସମୟ ପୂର୍ବରୁ ଋଷରେ ଏହାର ବିକ୍ରି ବନ୍ଦ କରୁଥିବା ଘୋଷଣା କରିଥିଲା । ଏହା ବ୍ୟତୀତ ସେ ଅନେକ ସେବା ବନ୍ଦ କରିବାକୁ ମଧ୍ୟ ଘୋଷଣା କରିଥିଲେ।

Leave a Reply