କାବୁଲ ବିସ୍ଫୋରଣ ନେଇ ଆଗୁଆ ସୂଚନା ଦେଇଥିଲା ଆଫଗାନିସ୍ତାନ NSD, କାହିଁକି ଆକ୍ରମଣ ରୋକିବାରେ ବିଫଳ ହେଲା ଆମେରିକା ?

1 min read
Afghanistan Intelligence Agency Had Informed US About Kabul Airport Blast

କାବୁଲ: ଆଫଗାନିସ୍ତାନକୁ ତାଲିବାନ କବଜା କରିବା ପରେ ସେଠାରେ ଆତଙ୍କବାଦୀ ସଂଗଠନ ଗୁଡ଼ିକ ସକ୍ରିୟ ହୋଇ ପଡ଼ିଛନ୍ତି । ଦେଶରେ ଅରାଜକତା ପରିସ୍ଥିତି ଲାଗି ରହିଛି । ଗୁରୁବାର ସନ୍ଧ୍ୟାରେ କାବୁଲ ବିମାନବନ୍ଦରରେ ହୋଇଥିବା ଆତ୍ମଘାତୀ ବିସ୍ଫୋରଣରେ ଏବେ ଯାଏଁ ୧୦୫ ଜଣରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି । ଏହାକୁ ନେଇ ଆମେରିକାର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠିଛି । ସୂଚନା ଅନୁସାରେ, ଆକ୍ରମଣ ପୂର୍ବରୁ ଆଫଗାନିସ୍ତାନର ରାଷ୍ଟ୍ରୀୟ ସୁରକ୍ଷା ନିର୍ଦ୍ଦେଶାଳୟ (NSD) ଆମେରିକାକୁ କାବୁଲ ଏୟାରପୋର୍ଟ ଦୁଇଟି ବିସ୍ଫୋରଣ ହେବା ନେଇ ସୂଚନା ଦେଇଥିଲା । ବିସ୍ଫୋରଣ ପୂର୍ବରୁ ସୂଚନା ମିଳିଥିଲେ ମଧ୍ୟ ଏହାକୁ ରୋକିବାରେ ବିଫଳ ହୋଇଛି ଆମେରିକା ।

ସୂତ୍ର ଅନୁସାରେ, ଆମେରିକାକୁ ପ୍ରଥମରୁ ସୂଚନା ଦିଆଯାଇଥିଲା ହକ୍କାନି ନେଟୱର୍କ ବିସ୍ଫୋରଣ ଘଟାଇବ । ଯେଉଁଥିପାଇଁ ଆଇଏସଆଇଏସ୍ ନିଜକୁ ଦାୟୀ କରିବ । କାବୁଲ ଏୟାରପୋର୍ଟ ଲାଗି ରହିଥିବା ଭିଡ଼ ଓ ଉପଦ୍ରବକୁ ଶେଷ କରିବା ପାଇଁ ହକ୍କାନି ନେଟୱର୍କ ଏଭଳି ବିସ୍ଫୋରଣ କରିଥିବା କୁହାଯାଉଛି ।

ଆଇଏସ୍ଆଇଏସ୍ (ଇସଲାମିକ୍ ଷ୍ଟେଟ ଅଫ୍ ଇରାକ୍ ଏଣ୍ଡ ଦ ଲେମେଣ୍ଟ) ଏହି ବିସ୍ଫୋରଣ ପାଇଁ ନିଜକୁ ଦାୟୀ କରିଛି । ବିସ୍ଫୋରଣରେ ୧୦୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୧୩୮ ଜଣ ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ଆମେରିକା ସେନାର ୧୩ ଜଣ କମାଣ୍ଡୋ ରହିଥିବା ଜଣାପଡ଼ିଛି । ବିସ୍ଫୋରଣ ପରେ ଅମରୁଲ୍ଲା ସାଲେହ ତାଲିବାନ ସହ ଖୁରାସାନ ଗ୍ରୁପ୍ ସମ୍ପର୍କ ଥିବା ଦାବି କରିଛନ୍ତି । ତେବେ ତାଲିବାନ ବିସ୍ଫୋରଣ ପାଇଁ ଆମେରିକାକୁ ଦାୟୀ କରିଛି ।

Leave a Reply