ମୁଖ୍ୟମନ୍ତ୍ରୀଙ୍କ ଶୂନ୍ୟ ସହିଷ୍ଣୁତା ନୀତି: ଦୁର୍ନୀତିଗ୍ରସ୍ତ ଅଧିକାରୀ ତ୍ରିନାଥ ମିଶ୍ରଙ୍କୁ ବାଧ୍ୟତାମୂଳକ ଅବସର

1 min read

ଭୁବନେଶ୍ୱର: ଦୁର୍ନୀତି ବିରୋଧରେ ମୁଖ୍ୟମନ୍ତ୍ରୀଙ୍କ ଶୂନ୍ୟ ସହିଷ୍ଣୁତା ନୀତିରେ ବିଦା ହେଲେ ଆଉ ଜଣେ ବରିଷ୍ଠ ଅଫିସର । ଦୁର୍ନୀତିଗ୍ରସ୍ତ ଓ ଅପାରଗ ଅଭିଯୋଗରେ ଅତିରିକ୍ତ ଏସ୍.ପି ତ୍ରିନାଥ ମିଶ୍ରଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି । ଆଜିର କାର୍ଯ୍ୟାନୁଷ୍ଠାନକୁ ମିଶାଇ ଏପର୍ଯ୍ୟନ୍ତ ୧୫୨ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେଲାଣି । ତୁଳସୀପୁରସ୍ଥିତ ଅତିରିକ୍ତ ଏସ୍.ପି (ଯୋଗାଯୋଗ) ଥିବା ତ୍ରିନାଥଙ୍କୁ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଚାକିରିରୁ ବାଧ୍ୟତାମୂଳକ ଅବସର ଦିଆଯାଇଛି । ବିଭିନ୍ନ ସ୍ତରରୁ ଅଭିଯୋଗ ଆସିବା ପରେ କଟକ, ଖୋର୍ଦ୍ଧା, ଯାଜପୁର, ଜଗତସିଂହପୁର ଓ ନବରଂଗପୁର ଆଦି ଜିଲ୍ଲାର ୧୧ଟି ସ୍ଥାନରେ ରେଡ କରାଯାଇଥିଲା । ରେଡରୁ ପ୍ରାୟ ୯ କୋଟି ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଠାବ ହୋଇଥିଲା ।

ସୂଚନା ଯୋଗ୍ୟ ଯେ, ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଅତିରିକ୍ତ ଏସପି ତ୍ରିନାଥ ମିଶ୍ରଙ୍କ ସମ୍ପର୍କିତ ୧୧ଟି ସ୍ଥାନରେ ରେଡ୍ କରିଛି ଭିଜିଲାନ୍ସ । ତାଙ୍କ ଘରୁ ଦାମୀ କାର୍, ବାଇକ୍ ଜବତ ହୋଇଥିଲା । ଅୟସ ଆରମ ସହ ଜୀବନ ବଞ୍ଚୁଥିଲେ ଅତିରିକ୍ତ ଏସପି ତ୍ରିନାଥ ମିଶ୍ର । ତାଙ୍କ ଘରୁ ଦାମୀ କାର୍, ବାଇକ୍ ମଧ୍ୟ ଜବତ ହୋଇଛି । ପୋଲିସ ବାବୁ ୧.୧୧ କୋଟିର ବିଏମଡବ୍ଲ୍ୟୁ X7 କାର ଚଢ଼ୁଥିଲେ । କେବଳ ବିଏମଡବ୍ଲ୍ୟୁ କାର ନୁହେଁ ଏହା ବ୍ୟତୀତ ଆଉ ତିନୋଟି ଦାମୀ କାର ମଧ୍ୟ ଚଢ଼ୁଥିଲେ ଅତିରିକ୍ତ ଏସପି ।

ତେବେ କାର ନୁହେଁ ଦାମୀ ବାଇକ ମଧ୍ୟ ଚଢ଼ୁଥିଲେ ପୋଲିସ କମ୍ୟୁନିକେସନର ଅତିରିକ୍ତ ଏସପି ତ୍ରିନାଥ ମିଶ୍ର । ପୋଲିସ ବାବୁ ଚଢ଼ୁଥିଲେ Triumphର ରକେଟ୍ ଥ୍ରୀ ବାଇକ୍ । ଯାହାର ମୂଲ୍ୟ ପ୍ରାୟ ୨୨ ଲକ୍ଷ ଟଙ୍କା । ରକେଟ ଥ୍ରୀ ବାଇକ୍ ବ୍ୟତୀତ ରୟାଲ ଏନଫିଲ୍ଡ କ୍ଲାସିକ ଓ GTR 250 Hyosung ବାଇକ୍ ଚଢ଼ୁଥିଲେ ଅତିରିକ୍ତ ଏସପି ।
ଏଥିସହ ତ୍ରିନାଥ ମିଶ୍ର ଏବଂ ତାଙ୍କୁ ଦୁଇ ପୁଅଙ୍କୁ ପଚରାଉଚରା କରାଯାଇଛି । କଟକ, ଭୁବନେଶ୍ୱର, ନବରଙ୍ଗପୁର, ଯାଜପୁର, ଜଗତସିଂହପୁରରେ ଥିବା ଘର ଓ ଅଫିସରେ ରେଡ୍ ହୋଇଛି । ଯାଜପୁରରେ ହସ୍ପିଟାଲ ଏବଂ ମେଡିକାଲ ବ୍ୟବସାୟ ଥିବା ଜଣାପଡ଼ିଛି । ତାଙ୍କର ଶାନ୍ତିଲତା କେୟାର, ଶାନ୍ତି ଡ୍ରଗ ହାଉସ ରହିଛି । ତାଙ୍କର ଦୁଇ ପୁଅ ବ୍ୟବସାୟ ପରାଚାଳନା କରୁଥିଲେ । ଏଥିସହ ରସୁଲଗଡ଼ ମନୋରମା ଇଷ୍ଟେଟରେ ତାଙ୍କର ଏକ ଫ୍ଲାଟ ରହିଛି । ବଡ଼ଚଣାରେ ଗୋଟିଏ ଫାର୍ମ ହାଉସ ମଧ୍ୟ ରହିଛି । ଚଢାଉ ବେଳେ ସାଢେ ତିନି ଲକ୍ଷ ନଗଦ ଟଙ୍କା ଜବତ କରାଯାଇଥିଲା । ପରବର୍ତ୍ତୀ ସମୟରେ ଏହି ରାଶି ବଢ଼ିଥିଲା ।

ଏଥିସହିତ ପଢ଼ନ୍ତୁ: ୨୨ ଘଣ୍ଟାର ମାରାଥନ୍ ରେଡ୍, ବନ୍ଧାହେଲେ କୋଟିପତି ଅତିରିକ୍ତ ଏସପି ତ୍ରିନାଥ ମିଶ୍ର

Leave a Reply