ଜରୁରୀକାଳୀନ ବୈଠକ ଡାକିଲେ ପାକିସ୍ତାନର କାମଚଳା ପ୍ରଧାନମନ୍ତ୍ରୀ ଅନୱଲ ଉଲ୍ ହକ

ନନ୍ଦିଘୋଷ ବ୍ୟୁରୋ : ଇରାନ ଉପରେ ପାକିସ୍ତାନର ଆକ୍ରମଣ ଘଟଣାକୁ ନେଇ ଜରୁରୀକାଳୀନ ବୈଠକ ଡାକିଲେ ପାକିସ୍ତାନର କାମଚଳା ପ୍ରଧାନମନ୍ତ୍ରୀ ଅନୱଲ ଉଲ୍ ହକ । ଦେଶର ସୁରକ୍ଷା ସ୍ଥିତି ନେଇ ଜାତୀୟ ସୁରକ୍ଷା କମିଟି ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ଅନୱର ଉଲ୍ ହକ । ଆକ୍ରମଣ ଘଟଣା ପରେ ସୁରକ୍ଷା ସ୍ଥିତି ନେଇ ସେ ସମୀକ୍ଷା କରିଛନ୍ତି । ଇରାନ ଉପରେ ପାକିସ୍ତାନର ଡ୍ରୋନ ହମଲା ପରେ ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି । ଉଭୟ ଦେଶ ପଡୋଶୀ ହୋଇଥିବାବେଳେ ଆକ୍ରମଣ ପରେ ଶାନ୍ତି ବଜାୟ ରଖିବାକୁ ଆଲୋଚନା କରିଛନ୍ତି । ପ୍ରଥମେ ପାକିସ୍ତାନ ଉପରେ ଆକ୍ରମଣ କରିଥିଲା ଇରାନ । ପାକିସ୍ତାନର ବଲୁଚିସ୍ତାନରେ ଆତଙ୍କୀ ସଂଗଠନ ଅନୱର ଉଲ୍ ଅଦଲର ଠିକଣା ଉପରେ ଆକ୍ରମଣ କରିଥିଲା କହିଥିଲା ଇରାନ । ଏଥିରେ ଦୁଇ ଶିଶୁଙ୍କ ମୃତ୍ୟୁ ହୋଇଥିଲା । ଆତଙ୍କୀ ସଂଗଠନକୁ ଟାର୍ଗେଟ୍ କରି ଏହି ଆକ୍ରମଣ କରିଥିବା କହିଥିଲା ଇରାନ । ଏହାର ଦୁଇ ଦିନ ପରେ ଇରାନ ଉପରେ ପାକିସ୍ତାନ କରିଥିଲା ହମଲା ।How Will Pakistan React to Iran's Airstrikes?

ଏଥିରେ ୯ ଜଣଙ୍କର ମୃତ୍ୟୁ ଘଟିଛି। ଇରାନ ଉପରେ ପାକିସ୍ତାନ ପ୍ରିସିଜନ୍ ଷ୍ଟ୍ରାଇକ କରିଛି । କିଲର ଡ୍ରୋନ ଓ ରଟେଡ୍ ମାଡ କରିଥିଲା ପାକିସ୍ତାନ ।  ଦେଶର ସାର୍ବଭୌମତ୍ବ ସହ କେବେ ବି ସାଲିସ କରାଯିବନାହିଁ ବୋଲି କହିଛନ୍ତି ପାକିସ୍ତାନର କାମଚଳା ପ୍ରଧାନମନ୍ତ୍ରୀ ଅନୱର ଉଲ୍ ହକ । ଦୁଇ ଦେଶ ମଧ୍ୟରେ ଶାନ୍ତି ବଜାୟ ରଖିବାକୁ ତେହରାନ ଓ ଇସଲାମାବାଦ ମଧ୍ୟରେ ପଦକ୍ଷେପ ଆବଶ୍ୟକ ବୋଲି ମତପ୍ରକାଶ ପାଇଛି । ଆଲୋଚନା ମାଧ୍ୟମରେ ବିବାଦର ସମାଧାନ ହୋଇପାରିବ ବୋଲି କହିଛନ୍ତି ଉଭୟ ଦେଶର ପ୍ରତିନିଧି।