ସମ୍ମୋହନ କରୁଥିଲେ ପ୍ରଫେସର, ସମସ୍ତେ ଜାଣିବା ପରେ କ’ଣ ହେଲା ତାଙ୍କ ଅବସ୍ଥା…..

ନୂଆଦିଲ୍ଲୀ : ସମ୍ମୋହନ, ଏକ ପ୍ରକ୍ରିୟା ଯାହା ନିଜକୁ ଶାନ୍ତି ପ୍ରଦାନ କରିଥାଏ । ଆଣିଦେଇଥାଏ ଆତ୍ମତୃପ୍ତି । ଏକଥା ଆମେ ନୁହେଁ, କହିଥାଆନ୍ତି କେତେକ ମନସ୍ତତ୍ତ୍ୱବିତ୍ ଏବଂ ପ୍ରଫେସର । ଏହି ସମ୍ମୋହନ ପ୍ରକ୍ରିୟା ଦ୍ୱାରା ପୂର୍ବ ଜନ୍ମ ସମ୍ପର୍କରେ କୁଆଡେ ଜାଣି ହୁଏ । ଏକଥା ଜଣେ ସାଇକୋଲୋଜିଷ୍ଟ ତଥା ପ୍ରଫେସର ନିଜ ଛାତ୍ରଛାତ୍ରୀଙ୍କ ଉପରେ ଗବେଷଣା କରି ମତ ରଖିଛନ୍ତି ।

ଡକ୍ଟର ବସୀମ ଆଲାଦୀନ ସମ୍ମୋହନ ପ୍ରକ୍ରିୟା କରୁ କରୁ ଜଣେ ଛାତ୍ରୀଙ୍କୁ ଏମିତି କଥା କହିଥିଲେ । ଯାହା ତାଙ୍କୁ ଅସହଜ କରିଦେଇଥିଲା । ପ୍ରଫେସର ଜଣଙ୍କ କହିଥିଲେ ଯେ, ସେହି ଛାତ୍ରୀ ଜଣଙ୍କ ଏବଂ ସେ ପୂର୍ବଜନ୍ମରେ ଦମ୍ପତି ଥିଲେ । କେବଳ ସେହି ଛାତ୍ରୀଜଣଙ୍କୁ ନୁହେଁ । ଭିନ୍ନ ଭିନ୍ନ ବ୍ୟକ୍ତିକୁ ଭିନ୍ନ ଭାବରେ ସମ୍ମୋହନ କରି ଏମିତି ଚର୍ଚ୍ଚାର ବିଷୟ ପାଲଟିଛନ୍ତି । ତାଙ୍କୁ ଯେତେବେଳେ ହେଲ୍ଥ ଆଣ୍ଡ ପ୍ରଫେସନାଲ କେୟାର ସର୍ଭିସ ପକ୍ଷରୁ ମନୋନୀତ କରାଗଲା । ସେ ସମସ୍ତଙ୍କଠାରୁ ଅଲଗା ଲାଗିଥିଲେ । କେତେଜଣ ଯୁବତୀଙ୍କ ସହ ମିଶି ପ୍ରଫେସର ଜଣଙ୍କ ତିଆରି ଥିଲେ ଏକ ଅପ୍ରେଟିସ୍ କ୍ଲବ । ପ୍ରଫେସର ଜଣଙ୍କ ଏହି ଯୁବତୀମାନଙ୍କୁ ମାନସିକ ଦୁଶ୍ଚିନ୍ତା ପାଇଁ ଆଣ୍ଟି ଡ୍ରିପେସିଭ୍ ମେଡିସିନ୍ ନେବା ପାଇଁ ବାରଣ କରିଥିଲେ । ଏହା ବଦଳରେ ସମ୍ମୋହନ ପ୍ରକ୍ରିୟା ଆପଣାଇବା ପାଇଁ କହିଥିଲେ ।

ଏହି ପ୍ରକ୍ରିୟାରେ ପ୍ରଫେସର ଜଣଙ୍କ ଆଖି ବନ୍ଦ କରିବାକୁ ଛାତ୍ରୀଙ୍କୁ କହୁଥିଲା । ଏହା ପରେ ତାଙ୍କ ଚେହେରାରେ ଫୁଲକୁ ଛୁଆଁଇ ମିଠା ମିଠା କଥା କହୁଥିଲା । ଯେମିତି କି ଗତ ଜନ୍ମରେ ସେମାନେ ଦମ୍ପତି ଥିଲେ । ପ୍ରାୟ ୬୦୦ ବର୍ଷ ଧରି ସେ ତାଙ୍କୁ ଅପେକ୍ଷା କରି ରହିଥିଲେ । ସେହିପରି ସେ ଚାହିଁଥିବା ଜିନିଷ ଯଦି ତାଙ୍କୁ ନ ମିଳେ, ତେବେ ଭଲ ହେବ ନାହିଁ । ଇଏ ଗଲା ମନସ୍ତତ୍ତ୍ୱ କଥା । ଏହି ସମ୍ମୋହନର ସମସ୍ତ ପ୍ରକ୍ରିୟାକୁ ପ୍ରଫେସର ଜଣଙ୍କ ନିଜ ମୋବାଇଲରେ ରେକର୍ଡିଂ କରି ରଖିଥିଲେ । ଏମିତି ଏକାଧିକ ଜଣଙ୍କୁ ନିଜର ସମ୍ମୋହନ ଜାଲରେ ଫସାଇଥିଲା ପ୍ରଫେସର । ତା ବିରୋଧରେ କାଳେ ଛାତ୍ରଛାତ୍ରୀମାନେ ଏକାଠି ହୋଇଯିବେ, ସେମାନଙ୍କ ବିରୋଧରେ ଫାଟ ସୃଷ୍ଟି କରିବାକୁ ଚାହିଁଥିଲା ପ୍ରଫେସର ।

ଏନେଇ ପ୍ରଫେସର ଆଲାଦୀନ ବିରୋଧରେ ଅଭିଯୋଗ ହୋଇଥିଲେ ବି, ଏହା ଯେ ସାଧାରଣ ପ୍ରକ୍ରିୟା ଥିଲା ବୋଲି ସେ ଦାବି କରିଥିଲା । ସମ୍ମୋହନ ଏକ ସାଧାରଣ ପ୍ରକ୍ରିୟା ବୋଲି ସେ ସଫେଇ ଦେଇଥିଲା । ହେଲେ ଆଲାଦୀନଙ୍କ ଏହି ସବୁ ବରକତ କାରଣରୁ ବହୁ ପିଲାଙ୍କ ମାନସିକ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପଡିଲା । ପରିଶେଷରେ ତାଙ୍କୁ ଉକ୍ତ ବିଶ୍ୱବିଦ୍ୟାଳୟରୁ ବାହାର କରି ଦିଆଗଲା ।

 

Leave a Reply