ନୌସେନାର ସଫଳତା: INS କୋରାରୁ ଆଣ୍ଟି ସିପ୍ ମିଶାଇଲ ଟେଷ୍ଟ, ଟାର୍ଗେଟ୍ ଧ୍ୱଂସ ବିଧ୍ୱଂସ
1 min readନୂଆଦିଲ୍ଲୀ: ଭାରତୀୟ ନୌସେନା ସଫଳତାର ଆଉ ଏକ ପାହାଚ ଚଢ଼ିଛି । ନିଜ ଶକ୍ତିରେ ଆଉ ଏକ ଫର୍ଦ୍ଦ ଯୋଡ଼ିଛି । ଭାରତୀୟ ନୌସେନା ପକ୍ଷରୁ ଶୁକ୍ରବାର ଆଇଏନ୍ଏସ୍ କୋରା ଯୁଦ୍ଧ ଯାହାଜରୁ ଏକ ଆଣ୍ଟି ସିପ୍ ମିଶାଇଲ୍କୁ ପରୀକ୍ଷାମୂଳକ ଭାବେ ଉତ୍କ୍ଷେପଣ କରାଯାଇଥିଲା । ଯାହାକି ସଫଳତାର ସହ ଲକ୍ଷ ସ୍ଥଳକୁ ଭେଦ କରି ଧ୍ୱଂସ ବିଧ୍ୱଂସ କରିଛି ।
ପଶ୍ଚିମବଙ୍ଗର ଖାଡ଼ିରେ ଆଇଏନ୍ଏସ୍ କୋରାରୁ ଏହି ଆଣ୍ଟି ସିପ୍ ମିଶାଇଲ୍ର ପରୀକ୍ଷଣ କରାଯାଇଥିଲା । ସୂଚନାନୁଯାୟୀ ଏହି ମିଶାଇଲ୍ ଉତ୍କ୍ଷେପଣ କରାଯିବା ପରେ ଏହାର ଲକ୍ଷ ଏତେ ନିର୍ଦ୍ଧିଷ୍ଟ ଥିଲା ଯେ, ଯେଉଁ ଯାହାଜକୁ ଲକ୍ଷ କରାଯାଇଥିଲା ତାହା ପୁରା ଧ୍ୱଂସ ବିଧ୍ୱଂସ ହୋଇଯାଇଛି । ଭାରତୀୟ ନୌସେନା ପକ୍ଷରୁ କୁହାଯାଇଛି ଯେ, ମିଶାଇଲର ସବୁଠାରୁ ଅଧିକ ରେଞ୍ଜକୁ ପରୀକ୍ଷଣରେ ବ୍ୟବହାର କରାଯାଇଥିଲା ।
ସୂଚନାଯୋଗ୍ୟ, ଆଇଏନ୍ଏସ୍ କୋରା ହେଉଛି ଏକ କୋରା-କ୍ଲାସ ଯୁଦ୍ଧ ଯାହାଜ, ଯାହାକୁ ବିଭିନ୍ନ ସମୟରେ ଏଭଳି କ୍ଷେପଣାସ୍ତ୍ର ମାଡ଼ କରିବା ପାଇଁ ବ୍ୟବହାର କରାଯାଏ । ଏହାକୁ ୧୯୯୮ରେ ଭାରତୀୟ ନୌସେନାରେ ସାମିଲ କରାଯାଇଥିଲା ।
ଏହି ଯାହାଜର ଡିଜାଇନ୍ ଭାରତୀୟ ନୌସେନାର ପ୍ରୋଜେକ୍ଟ 25-A ଅନୁଯାୟୀ ପ୍ରସ୍ତୁତ କରାଯାଇଥିଲା । ଏହି ଯୁଦ୍ଧ ଯାହାଜରେ KH-35 ଆଣ୍ଟି ସିପ୍ ମିଶାଇଲ୍ ମଧ୍ୟ ମୁତୟନ କରାଯାଇଛି । ଭାରତୀୟ ନୌସେନା ପାଖରେ ଏଭଳି ପ୍ରାୟ ୩ଟି ଯୁଦ୍ଧ ଯାହାଜ ରହିଛି । ଯେଉଁଥିରେ ଆଇଏନ୍ଏସ୍ କିର୍ଚ, ଆଇଏନ୍ଏସ୍ କୁଲିଶ ଓ ଆଇଏନ୍ଏସ୍ କୁରମୁକ୍ ସାମିଲ ରହିଛି ।
#AShM fired by #IndianNavy's Guided Missile Corvette #INSKora hits the target at max range with precise accuracy in #BayofBengal.
Target ship severely damaged & in flames.#IndianNavy #MissionDeployed & #CombatReady.#StrikeFirst #StrikeHard #StrikeSure#हरकामदेशकेनाम pic.twitter.com/EJwlAcN781— SpokespersonNavy (@indiannavy) October 30, 2020
#WATCH: Anti-Ship missile (AShM) fired by Indian Navy's Guided Missile Corvette INS Kora hits the target at max range with precise accuracy in the Bay of Bengal.
Target ship severely damaged and in flames. pic.twitter.com/2mMt7JZoPi
— ANI (@ANI) October 30, 2020