ବିଚ୍ଛିନ୍ନ ହେଉଛି ଯୋଗାଯୋଗ, ମାଲକାନଗିରିରେ ବନ୍ୟା ସ୍ଥିତି

1 min read

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ୩ଦିନର ଲଗାଣ ବର୍ଷାରେ ବେହାଲ ସ୍ଥିତି ହୋଇଛି । କାଲିମେଳା ବ୍ଲକ ଅନ୍ତର୍ଗତ ପୋଟେରୁ, କାଙ୍ଗୁରକୋଣ୍ଡା, ଏମଭି 90, ଏମଭି 96 ପୋଲ ଉପରେ ୪ ଫୁଟର ପାଣି । ଫଳରେ ମାଲକାନଗିରି, କାଲିମେଳା ଓ ମୋଟୁକୁ ଯୋଗାଯୋଗ ବିଛିନ୍ନ ହୋଇଛି । କାଲିମେଳା ଏମଭି. ୯୬ ପୋଲ ଉପରେ ପ୍ରାୟ ୪ ଫୁଟର ପାଣି ପ୍ରବାହିତ ହେଉଛି । ଫଳରେ କାଲିମେଳା ଓ ମୋଟୁକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଉଭୟ ପାର୍ଶ୍ୱରେ ଲୋକେ ଅଟକି ରହିଛନ୍ତି ।

ଗତ ୯ଘଣ୍ଟା ମଧ୍ୟରେ ୧୧୪ମିମି ବର୍ଷା ହୋଇଥିବା ରେକର୍ଡ ହୋଇଛି । କାଲିମେଳା ପଡ଼ିଆ ବ୍ଲକରେ ବନ୍ୟା ଭଳି ପରିସ୍ଥିତି ସୃଷ୍ଟି ହେଇଛି। ଜିଲାରେ ଗତ ୨୪ ଘଣ୍ଟା ଧରି ଲଗାତାର ବର୍ଷା ଜାରି ରହିଛି। ଆଜି ସକାଳୁ ମାଥିଲି ବ୍ଲକ ଅନ୍ତର୍ଗତ ପାଙ୍ଗାମା ନଦୀରେ ଜଳସ୍ତର ବୃଦ୍ଧି ପାଇଛି । ପାଙ୍ଗାମା ପୋଲ ଉପରେ ୩ ଫୁଟ ପାଣି ପ୍ରବାହିତ ହେଉଛି । ଫଳରେ ଜୟପୁର- ମାଲକାନଗିରି ଯୋଗାଯୋଗ ବିଛିନ୍ନ ହୋଇଛି । ପଙ୍ଗାମ ପୋଲର ଉଭୟ ପାର୍ଶ୍ୱରେ ଯାନବାହନ ଅଟକି ରହିଥିବାର ଦେଖିବାକୁ ମିଳିଛି।

ଜିଲ୍ଲାରେ ଥିବା ସବୁ ପୋଲ ତଳୁଆ ହୋଇଥିବାରୁ ପ୍ରତିବର୍ଷ ବର୍ଷାଦିନ ଆସିଲେ ଏହିଭଳି ସମସ୍ୟା ଦେଖାଦିଏ । ସେପଟେ କାଲିମେଳା ବ୍ଲକ ଅନ୍ତର୍ଗତ କାଙ୍ଗୁରକୋଣ୍ଡା ଠାରେ ସମ୍ପୁର୍ଣ୍ଣ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ମାଲକାନଗିରି ଓ କାଲିମେଳାକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ଏବେ ପାଣିରେ ଉବୁଟୁବୁ ହେଉଛି ।

Leave a Reply