ଫୋନ୍ ପେ’ରେ ପ୍ରାଇଜ୍ ଲୋଭ ଦେଖାଇ ଠକ ଖାଲି କରୁଛନ୍ତି ଆକାଉଣ୍ଟ
1 min readଭୁବନେଶ୍ୱର(ଅନୁଜ ଦାସ): ସାଇବର ଠକଙ୍କ ନୂଆ ଚାଲ । ଟଙ୍କା ଲୁଟିବା ପାଇଁ ବିଛାଇଲେ ଫୋନ ପେ’ର ଜାଲ । ପୁରସ୍କାର ଉଠିଥିବା କହି ମୋବାଇଲ ଉପଭୋକ୍ତାଙ୍କୁ ଲୁଟୁଛନ୍ତି ଠକ । ସାମାନ୍ୟ ଅସାବଧାନ ହେଲେ ଆକାଉଣ୍ଟ ଖାଲି ହୋଇଯାଉଛି । ଟଙ୍କା ନେଣ ଦେଣ ପାଇଁ ଯଦି ଆପଣ ବି ଏଭଳି ଆପ୍ଲିକେସନ ବ୍ୟବହାର କରୁଛନ୍ତି ତେବେ ଜାଣିନିଅନ୍ତୁ କେମିତି ଠକାମୀରୁ ବର୍ତ୍ତିବେ ।
ସାଇବର ଠକଙ୍କ ନୂଆ ଫର୍ମୁଲା । ଏଥର ଫୋନ ପେ’ ଜରିଆରେ ଲୁଟ୍ । ପୁରସ୍କାର ଲୋଭ ଦେଖାଉଛନ୍ତି ଠକ । କଥାରେ ଫସେଇ , ଖାଲି କରିଦେଉଛନ୍ତି ଆକାଉଣ୍ଟ । ଟଙ୍କା ନେଣ ଦେଣ ପାଇଁ ଫୋନ ପେ’ କିମ୍ବା ଗୁଗୁଲ ପେ’ ବ୍ୟବହାର କରୁଛନ୍ତି କି ? ଯଦି ଏଭଳି କିଛି ଆପ୍ ବ୍ୟବହାର କରୁଛନ୍ତି ତେବେ ହୋଇଯାନ୍ତୁ ସାବଧାନ । ସାଇବର ଲୁଟେରା ଆପଣଙ୍କ ଆକାଉଣ୍ଟ ଖାଲି କରିବା ପାଇଁ ପ୍ରତିଦିନ ନୂଆ ନୂଆ ପ୍ଲାନ କରୁଛନ୍ତି । ଟଙ୍କା ଲୁଟିବା ପାଇଁ ସାଇବର ଠକ ଫୋନ ପେ’କୁ ମାଧ୍ୟମ କରିଛି । ଭୁବନେଶ୍ୱରର ମେଘନାଙ୍କୁ ଆସିଥିଲା ଏଭଳି ଏକ ଫୋନ କଲ୍ ।
ଏହି PAY ଅପସନରେ କ୍ଲିକ କରିବା ପରେ ୟୁପିଆଇ ନମ୍ବର ଦେବା ମାତ୍ରକେ ଆପଣଙ୍କ ଆକାଉଣ୍ଟରୁ ଟଙ୍କା ଲୁଟି ନେଇଥିବେ ସାଇବର ଠକ । ସାଇବର ଠକ କଲ୍ କରିବା ସମୟରେ ଆପଣଙ୍କୁ ବ୍ୟସ୍ତ କରିବେ, ଆଉ ଏହାର ଫାଇଦା ନେଇ ଲୁଟି ଚାଲିବେ ଟଙ୍କା । ଆପଣଙ୍କ ଫୋନକୁ ବି ଏଭଳି କଲ ଆସୁଥାଇପାରେ । ଏଭଳି କଲକୁ ଗୁରୁତ୍ୱ ନଦେବାକୁ ସାଇବର ଏକ୍ସପର୍ଟ ମତ ଦେଇଛନ୍ତି ।
https://www.facebook.com/NandighoshaTV/videos/2683745565231303