ନନ୍ଦିଘୋଷ ବ୍ୟୁରୋ: ଆଜିଠାରୁ OPSC ମୁଖ୍ୟ ଲିଖିତ ପରୀକ୍ଷା । ରାଜ୍ୟରେ ୬ ଟି ଜୋନରେ ପରୀକ୍ଷା ଦେବେ ୫ ହଜାର ୫ଶହ ପରୀକ୍ଷାର୍ଥୀ । ଆଜିଠାରୁ ୫ ଦିନ ପର୍ଯ୍ୟନ୍ତ ହେବ ପରୀକ୍ଷା । ରାଜ୍ୟରେ ବନ୍ୟା ଆଉ ବାତ୍ୟା ଭଳି ସ୍ଥିତିରେ ଗଞ୍ଜାମ, ଗଜପତି ଆଉ କୋରାପୁଟ ଭଳି ଜିଲ୍ଲା ପ୍ରଭାବିତ ହୋଇଛି । ଗଞ୍ଜାମରୁ ପ୍ରାୟ ୩୨୫ ପରୀକ୍ଷାର୍ଥୀ ଅଛନ୍ତି । ବନ୍ୟା ସ୍ଥିତି ଯୋଗୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ବସ୍ ଆଉ ଟ୍ରେନ୍ ସବୁ ବାତିଲ ହୋଇଛି । ଏପରିକି କରେଣ୍ଟ ନାହିଁ କି ଇଣ୍ଟରନେଟ ବି ନାହିଁ । ଏହିଭଳି ପରିସ୍ଥିତିରେ କିଭଳି ଓ କେଉଁ ମାନସିକତାରେ ପରୀକ୍ଷାର୍ଥୀ ପରୀକ୍ଷା ଦେବେ ସେନେଇ ଉଠିଛି ପ୍ରଶ୍ନ । ତେବେ ବନ୍ୟା ପ୍ରଭାବିତ ଅଞ୍ଚଳରୁ ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ସେଣ୍ଟରକୁ ଆଣିବାକୁ ବିଡିଓ ମାନଙ୍କୁ ଦାୟିତ୍ବ ଦିଆଯାଇଥିବା ଗତକାଲି ରାଜସ୍ବ ମନ୍ତ୍ରୀ ଘୋଷଣା କରିଥିଲେ । ସ୍ଥିତିକୁ ଦେଖି ପରୀକ୍ଷା ଘୁଞ୍ଚାଇବାକୁ ଛାତ୍ରଛାତ୍ରୀ ଦାବି କରିଥିଲେ ସୁଦ୍ଧା ପୁଣି ପରୀକ୍ଷା ଘୁଞ୍ଚିଲେ ଏହାକୁ କରିବାକୁ ପାଖାପାଖି ୬ ମାସ ସମୟ ଲାଗିବ ବୋଲି କହିଥିଲେ ରାଜସ୍ବ ମନ୍ତ୍ରୀ ।
ସେପଟେ ବିଜେଡି ଏହି ନିଷ୍ବତ୍ତିକୁ ଅନ୍ୟାୟ ଏବଂ ଅମାନବୀୟ ବୋଲି କହିଛି । ବିଜୁ ଛାତ୍ର ଜନତା ଦଳର ସଭାପତି ଇପ୍ସିତା ସାହୁ କହିଥିଲେ ଯେ, ବନ୍ୟା ଯୋଗୁଁ ଶହ ଶହ ପରୀକ୍ଷାର୍ଥୀ ଫସି ରହିଥିବା ବେଳେ ରାଜ୍ୟ ସରାକରଙ୍କ ପରୀକ୍ଷା ଜାରି ରଖିବା ନିଷ୍ପତ୍ତି ଅଗ୍ରହଣୀୟ ।

