ସୁନ୍ଦର ଚୁଟି ରଖିଥିବା ଆଦିତ୍ୟ ମରିବା ପୂର୍ବରୁ କାହିଁକି ଲଣ୍ଡା ହୋଇଥିଲେ, ଜାଣନ୍ତୁ…

1 min read
Social Worker Aditya Das's Mysterious Death.

ସମାଜସେବୀ ଆଦିତ୍ୟ ଦାଶଙ୍କ ଶବ ରେଳ ଷ୍ଟେସନରେ ମିଳିବା ପରଠୁ ତାଙ୍କ ମୃତ୍ୟୁକୁ ନେଇ ଅନେକ କଳ୍ପନାଜଳ୍ପନା ଆରମ୍ଭ ହୋଇଛି । ଆତ୍ମହତ୍ୟା ନା’ ହତ୍ୟା ସେନେଇ ଭିନ୍ନ ଭିନ୍ନ କାହାଣୀ ସୋସିଆଲ ମିଡିଆରେ ଘୂରି ବୁଲିଲାଣି । ତେବେ ବାସ୍ତବ କଥା କ’ଣ? ଯିଏ ଭିଡିଓ ବାର୍ତ୍ତା ଦେଇ ସାଧାରଣ ଲୋକଙ୍କ ପାଇଁ ପ୍ରୋତ୍ସାହନର ଉତ୍ସ ବନିଥିଲେ ସେ ହଠାତ୍ ଏମିତି ଅସ୍ୱାଭାବିକ ବ୍ୟବହାର କରିବା ପଛର ରହସ୍ୟ କ’ଣ? ତାଙ୍କ ସ୍ତ୍ରୀଙ୍କ କହିବା ଅନୁଯାୟୀ ସେ ଗତ କିଛି ଦିନ ହେବ ଏକା ରହିବାକୁ ଡରୁଥିଲେ । ଏପରିକି ଏକେଲା ବାଥୁରୁମ୍ ଯିବା ପାଇଁ ମଧ୍ୟ ସାହାସ କରୁନଥିଲେ । ମାନସିକ ସ୍ତରରେ ବିଶୃଙ୍ଖଳିତ ଥିବା ତାଙ୍କ ସ୍ତ୍ରୀ କହିଛନ୍ତି । କିଛି ଦିନ ପୂର୍ବରୁ ସେ ଲଣ୍ଡା ହୋଇ ଘରକୁ ଫେରିଥିଲେ ।

ସ୍ତ୍ରୀଙ୍କର କହିବା କଥା ଯେ ଲଣ୍ଡା ହେବାର କାରଣ ଦର୍ଶାଇ ସେ କହିଥିଲେ ଯେ ସେ ନିଜ ନୂଆ ଭିଡିଓ ପାଇଁ ଏକ ନୂଆ ଏକ୍ସପିରିମେଣ୍ଟ କରୁଛନ୍ତି । ମାତ୍ର ଏସବୁ ସତ ନଥିଲା । ମାନସିକ ସ୍ତରରେ ଏତେ ବିଶୃଙ୍ଖଳିତ ଥିଲେ ଯେ ସେ କରୁଥିବା କାର୍ଯ୍ୟ ପ୍ରତି ତାଙ୍କର ନିଜସ୍ୱ ଚେତନା ମଧ୍ୟ ନଥିଲା । ଏବେ ତାଙ୍କ ମୃତ୍ୟୁ ପରେ ଘଟଣା ନେଇ ଉଚ୍ଚସ୍ତରୀୟ ତଦନ୍ତ ଦାବି କରାଯାଇଛି । ଜିଆରପି ଥାନା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି l ଗତ ଜୁନ ୯ରେ କଟକ ଖପୁରିଆରେ ବିବାହ କରିଥିଲେ ଆଦିତ୍ୟ । ବିଦ୍ୟାଶ୍ରୀଙ୍କ ସହ ତାଙ୍କର ପ୍ରେମ ବିବାହ ହୋଇଥିଲା l

ତେବେ ବିବାହର ଗୋଟିଏ ମାସ ନ ପୁରୁଣୁ କାହିଁକି ଏବଂ କେଉଁ ପରିସ୍ଥିତିରେ ତାଙ୍କର ମୃତ୍ୟୁ ହେଲା ତାକୁ ନେଇ ଲାଗି ରହିଛି ସସପେନ୍ସ l ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଟ୍ରେନ୍ ଟ୍ରାକରୁ ମୃତଦେହ ମିଳିଥିବା ବେଳେ ଖଣ୍ଡବିଖଣ୍ଡିତ ହୋଇନଥିବାରୁ ସନ୍ଦେହ ବଢିଛି । ଲୁଟ ଉଦେଶ୍ୟରେ ତାଙ୍କୁ ହତ୍ୟା କରାଯାଇଛି କି ? ନିଶା ବିରୋଧୀ ସଂଗଠନ ଓ ବୃଦ୍ଧାଶ୍ରମ ଖୋଲିଥିବାରୁ ଥିଲା କି ଶତ୍ରୁତା ?

Leave a Reply

ନଜର ପକାନ୍ତୁ