ପ୍ଲାଜମା ଦାନ କଲେ ବିଜେପି ମୁଖପାତ୍ର ସମ୍ବିତ ପାତ୍ର
1 min readନୂଆଦିଲ୍ଲୀ: ବିଜେପି ମୁଖପାତ୍ର ସମ୍ବିତ ପାତ୍ର ରକ୍ତ ପ୍ଲାଜମା ଦାନ କରିଛନ୍ତି । କୋଭିଡ୍ ପୀଡିତଙ୍କ ଚିକିତ୍ସା ପାଇଁ ସମ୍ବିଦ ପ୍ଲାଜମା ଦାନ କରିଛନ୍ତି । ଏନେଇ ସମ୍ବିତ ପାତ୍ର ନିଜେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ସେବା ଭାବ’ ମନ୍ତ୍ରରେ ଅନୁପ୍ରାଣିତ ହୋଇ ସେ ପ୍ଲାଜମା ଦେଇଥିବା କହିଛନ୍ତି । ପ୍ଲାଜମା ଦେବା ପୂର୍ବରୁ ସେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଭେଟି ଆଶୀର୍ବାଦ ନେଇଥିଲେ । କରୋନାରୁ ସୁସ୍ଥ ହୋଇଥିବା ଅନ୍ୟମାନଙ୍କୁ ମଧ୍ୟ ପ୍ଲାଜମା ଦାନ କରିବାକୁ ସେ ଅନୁରୋଧ କରିଛନ୍ତି ।
କେବେ ହେଲା କରୋନା ?
ମେ ୨୭ ପର୍ଯ୍ୟନ୍ତ ବିଭିନ୍ନ ଟିଭି ଡିବେଟରେ ସମ୍ବିତ ପାତ୍ର ଅଂଶଗ୍ରହଣ କରୁଥିଲେ । ମେ ୨୮ରେ ତାଙ୍କ ଠାରେ କରୋନାର ଲକ୍ଷଣ ଦେଖାଯାଇଥିଲା । ତାଙ୍କୁ ଗୁରୁଗ୍ରାମସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ, ସମ୍ବିତ ପାତ୍ରଙ୍କୁ କରୋନା ହୋଇଛି କି ନାହିଁ ସେତେବେଳେ କିଛି କୁହାଯାଇ ନଥିଲା । ଜୁନ୍ ୮ ତାରିଖରେ ସେ ମେଡିକାଲରୁ ଡିସଚାର୍ଜ ହେବା ପରେ ୯ ତାରିଖରେ ଏକ ଟ୍ୱିଟ୍ କରିଥିଲେ । ଯେଉଁଥିରେ ସେ ଲେଖିଥିଲେ ମୋ ଦେହ ଖରାପ ଥିବାବେଳେ ବିଜେପି ମାଆ ଭଳି ମୋର ଚିନ୍ତା କରୁଛି । ଏଥିପାଇଁ ସେ ଦଳର କାର୍ଯ୍ୟକର୍ତ୍ତାଙ୍କୁ ଧନ୍ୟବାଦ ଜଣାଇଥିଲେ ।
मेरे बीमारी में मेरी पार्टी @BJP4India ने जिस प्रकार से एक “माँ” के रूप में मेरी चिंता की ..पार्टी का नेतृत्व परछाईं बन सदैव मेरे साथ खडा रहा ..मैं आज निसंकोच भाजपा के समस्त कार्यकर्ताओं को कहना चाहूँगा #पार्टी_ही_मेरा_परिवार है।@BJP4India को कोटिशः प्रणाम?
— Sambit Patra (Modi Ka Parivar) (@sambitswaraj) June 9, 2020
କିଏ ଦେଇପାରିବେ ପ୍ଲାଜମା ?
ଏବେ ଦେଶର ବିଭିନ୍ନ ରାଜ୍ୟ ପ୍ଲାଜମା ଥେରାପିକୁ ଆପଣାଇଛନ୍ତି । କୋଭିଡରୁ ସୁସ୍ଥ ବ୍ୟକ୍ତିଙ୍କ ଠାରୁ ପ୍ଲାଜମା ନେଇ କରୋନାରେ ଗମ୍ଭୀର ଭାବେ ପୀଡ଼ିତଙ୍କୁ ଦିଆଯାଇଥାଏ । ରକ୍ତରେ ଥିବା ଏକ ଉପାଦାନକୁ ପ୍ଲାଜମା କୁହାଯାଏ । ଯେଉଁଥିରେ ଆଣ୍ଟିବଡିଜ୍ ମହଜୁଦ୍ ଥାଏ ।
କରୋନା ଲକ୍ଷଣ ପରେ ହସ୍ପିଟାଲରେ ଭର୍ତ୍ତି ହେଲେ ବିଜେପି ମୁଖପାତ୍ର ସମ୍ବିତ ପାତ୍ର