ନନ୍ଦିଘୋଷ ବ୍ୟୁରୋ: ଇସ୍ରାଏଲ ନିର୍ବାଚନରେ ଘଡିକେ ଛୁଟୁଛି ଘୋଡ଼ା । ନେତାନ୍ୟାହୁଙ୍କ ହାତରୁ ଖସୁଛି ଇସ୍ରାଏଲ ! ତାଙ୍କୁ ସ୍ପଷ୍ଟ ବହୁ ମତ ମିଳିନି ।
ବିରୋଧୀ ମେଣ୍ଟ କଡ଼ା ଟକ୍କର ଦେଇଛି । ତେଣୁ ମ୍ୟାଜିକ ନମ୍ବର ଗ୍ରହଣ କରିପାରନିଥିବା ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ନେତୃତ୍ୱାଧୀନ ଦଳ ଏବେ ମିଳିତ ସରକାର ଗଢିବାକୁ ଅପିଲ କରିଛି । ଗାଦି ଆଇଜେନକୋଟଙ୍କ ଦଳକୁ ମିଳିତ ଭାବେ ସରକାର ଗଢିବାକୁ ଅପିଲ କରିଛନ୍ତି ନେତାନ୍ୟାହୁ ।
ସେପଟେ ଏଭଳି ଅପିଲକୁ ନେଇ କୌଣସି ନିଷ୍ପତ୍ତି ନେଇନାହାନ୍ତି ଆଇଜେନକୋଟ । ଏଭଳି ପ୍ରସ୍ତାବ ଉପରେ ସେ ବିଚାର କରୁଥିବା ସୂଚନା ରହିଛି । ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ନେତୃତ୍ୱାଧୀନ ଦଳ ୫୩ ଟି ଆସନ ଜିତିଥିବା ବେଳେ ମୁଖ୍ୟ ବିରୋଧୀ ପୂର୍ବତନ ସାମରିକ ମୁଖ୍ୟ ଗାଦି ଆଇଜେନକୋଟ୍ଙ୍କ ମେଣ୍ଟ ୪୮ ଟି ଆସନ ଜିତିଛି । ଯାହା ଫଳରେ ଉଭୟ ଦଳ ୬୧ ଆସନ ବହୁମତ ଛୁଇଁ ପାରିନାହାନ୍ତି । ହେଲେ ଗାଦି ଆଇଜେନକୋଟ୍ଙ୍କ ମେଣ୍ଟକୁ ୧୮ ଆସନ ଅଧିକାର କରିଥିବା ଆରବ ପାର୍ଟି ସମର୍ଥନ କରିବ ବୋଲି ସୂଚନା ରହିଛି । ଆରବ ପାର୍ଟିର ସମର୍ଥନ ପରେ ଗାଦି ଆଇଜେନକୋଟ୍ଙ୍କ ମେଣ୍ଟ ମ୍ୟାଜିକ ନମ୍ବର ବା ବହୁମତ ପାର କରିବାର ସମ୍ଭାବନା ରହିଛି ।

