୧୯୬୨ ପରେ ଏମିତି ସୂର୍ଯ୍ୟପରାଗ, ଜ୍ୟୋତିଷ ଶାସ୍ତ୍ରରେ ପ୍ରାକୃତିକ ବିନାଶ ଓ ଯୁଦ୍ଧର ସଙ୍କେତ
ଆଜି ହେଉଛି ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ । ଏହି ଘଟଣାକୁ ନେଇ ଜ୍ୟୋତିର୍ବିତମାନେ ବିଭିନ୍ନ ଆଶା ଆଶଙ୍କା ଦର୍ଶାଇଛନ୍ତି । ସେମାନେ କହିଛନ୍ତି ଏଭଳି ସୂର୍ଯ୍ୟ ପରାଗ ବହୁବର୍ଷ ପୂର୍ବେ ୧୯୬୨ ମସିହାରେ ହୋଇଥିଲା । ସେ ସମୟରେ ମଧ୍ୟ ଗୋଟିଏ ପରେ ଗୋଟିଏ ତିନୋଟି ଗ୍ରହଣ ଲାଗିଥିଲା । କିଛି ଏମିତି ଏଥରକ ମଧ୍ୟ ହୋଇଛି । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ସୂର୍ଯ୍ୟ ପରାଗ ସମୟରେ ଗ୍ରହ ଓ ନକ୍ଷତ୍ରର ଏପରି ଏକ ବିରଳ ସଂଯୋଗ ହେବାକୁ ଯାଉଛି ଯାହା ଗତ ୫୦୦ ବର୍ଷ ମଧ୍ୟରେ ହୋଇନଥିଲା।
ଗ୍ରହ ନକ୍ଷତ୍ରଗୁଡିକର ଏଭଳି ସଂଯୋଗ ହେତୁ ବିଶ୍ୱରେ ଏକ ବଡ଼ ଧରଣର ବିପର୍ଯ୍ୟୟ ଘଟିବ । ଏହାକାରଣରୁ ଏମିତି ଏକ ପ୍ରାକୃତିକ ବିପର୍ଯ୍ୟୟ ଆସିବ, ଯାହା ସମଗ୍ର ବିଶ୍ୱ ପାଇଁ ବିପଦ ଜନକ ହେବ ।
ସୂର୍ଯ୍ୟ ପରାଗ ସମୟରେ ଗ୍ରହ ସଂଯୋଗ ଠିକ୍ ରହିବ ନାହିଁ
ଜ୍ୟୋତିଷମାନେ ଏହା ମଧ୍ୟ କହିଛନ୍ତି ଯେ, ଗ୍ରହ ନକ୍ଷତ୍ରଗୁଡିକର ସମ୍ପୂର୍ଣ୍ଣ ଅବସ୍ଥା ଭୟାନକ ରହିବ , ଏବଂ ଏଥିପାଇଁ ହିଁ ପ୍ରାକୃତିକ ବିପର୍ଯ୍ୟୟର ଆଶଙ୍କା ରହିବ । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ସୂର୍ଯ୍ୟ ଗ୍ରହଣ ସମୟରେ ଗ୍ରହମାନଙ୍କର ସମକକ୍ଷତା ଫଳପ୍ରଦ ହେବନାହିଁ । ଏହାର ପ୍ରଭାବ ପ୍ରାକୃତିକ ବିପର୍ଯ୍ୟୟ, ଭୂକମ୍ପ, ସାମରିକ ସଂଘର୍ଷ କିମ୍ବା ଯୁଦ୍ଧର କାରଣ ହୋଇପାରେ ବୋଲି ଜ୍ୟୋତିଷମାନେ ଆଶା ଆଶଙ୍କା କରିଛନ୍ତି ।
ଜ୍ୟୋତିଷ ଶାସ୍ତ୍ରରେ କୁହାଯାଇଛି ଯେ ୧୯୬୨ ମସିହାରେ ଗ୍ରହ ନକ୍ଷତ୍ରମାନଙ୍କ ଠିକ୍ ଏଭଳି ହିଁ ସ୍ଥିତିରେ ଥିଲେ । ଏବେ ୫ ଜୁନରେ ଚନ୍ଦ୍ରଗ୍ରହଣ ହୋଇସାରିଛି । ଏବଂ ଦ୍ୱିତୀୟ ସୂର୍ଯ୍ୟ ପରାଗ ଆଜି ଲାଗିଛି । ଏହା ପରେ ଜୁଲାଇରେ ମଧ୍ୟ ଗ୍ରହଣ ଲାଗିବାକୁ ଯାଉଛି । ଏହାପୂର୍ବରୁ ୧୯୬୨ମସିହାରେ ଏମିତି ହିଁ ସଂଯୋଗ ହୋଇଥିଲା ଏବଂ କ୍ରମାଗତ ତିନିଥର ଗ୍ରହଣ ଲାଗିଥିଲା ।
୫୮ ବର୍ଷ ପରେ ୧୮୬୨ ଭଳି ଆଜି ଏହି ଗ୍ରହଣ ଲାଗିଛି
୫୮ ବର୍ଷ ପୂର୍ବେ ୧୯୬୨ ମସିହାରେ ଜୁଲାଇ ୧୭ ରେ ଚନ୍ଦ୍ର ଗ୍ରହଣ ଲାଗିଥିଲା । ଜୁଲାଇ ୩୧ରେ ସୂର୍ଯ୍ୟ ପରାଗ ଏବଂ ଅଗଷ୍ଟ୧୫ରେ ପୁଣି ମଧ୍ୟ ଚନ୍ଦ୍ରଗ୍ରହଣ ହୋଇଥିଲା ।୧୯୬୨ ହିଁ ସେହି ମସିହା ଯେତେବେଳେ ଚୀନ୍ ଧୋକାରେ ଭାରତ ଉପରେ ଆକ୍ରମଣ କରିଥିଲା ଏବଂ ଏଥର ମଧ୍ୟ ଲଦାଖର ଗଲବାନ୍ ଉପତ୍ୟକାରେ ଭାରତ ଏବଂ ଚୀନ୍ ମଧ୍ୟରେ ଯୁଦ୍ଧ ହୋଇଛି । ଜ୍ୟୋତିର୍ବିତମାନେ ଆଶଙ୍କା ଦର୍ଶାଇଛନ୍ତି ଯେ, ମଧ୍ୟ ଜୁଲାଇ ୭ ପୂର୍ବରୁ ଭାରତ ଚୀନ୍ ବିରୋଧରେ ଏକ ବଡ ପଦକ୍ଷେପ ନେବ ଏବଂ ଏହାସହ ଅଧିକ ଦେଶ ଭାରତ ସପକ୍ଷରେ ରହିବେ । ତେଣୁ ଯଦିଏ ଏହା ବଡ ଯୁଦ୍ଧ ସମ୍ଭାବନା ରଖେ ନାହିଁ କିନ୍ତୁ ଗୋଟିଏ ଛୋଟ ଯୁଦ୍ଧ ହେବାର ସମସ୍ତ ସମ୍ଭାବନା ଅଛି ।
କେବଳ ସେତିକି ନୁହେଁ ସେମାନେ ଏହା ମଧ୍ୟ କହିଛନ୍ତି ଯେ ଏହି ସୂର୍ଯ୍ୟ ପରାଗର ଫଳ ଭଲ ନୁହେଁ । ଏବଂ ଏହି ସମୟକୁ ଦେଶ ଜଗତ ପାଇଁ ରୋଗ ଏବଂ ମହାମାରୀର ଚରମ ସୀମା କୁହାଯାଇପାରେ ।