ପୁରୀ: କରୋନା କଟକଣାରେ ରହିଛି ରଥଯାତ୍ରା । ଆଉ ମାତ୍ର କିଛି ଦିନ ରଥଯାତ୍ରା ଥିବା ବେଳେ ରଥ ଟଣା ହେବ କି ନାହିଁ ସେନେଇ ଦ୍ୱନ୍ଦ୍ୱ ଛିଡ଼ୁନି । ସେପଟେ ରଥ ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚିଲାଣି । ଯଦି ରଥ ଟଣା ହେବ ତେବେ କିଏ ରଥ ଠାଣିବା କେଉଁ ମାନେ ରଥ ଟାଣିବେ ସେନେଇ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରି ନାହିଁ ।
ସେପଟେ ରଥଯାତ୍ରା ନେଇ ହାଇକୋର୍ଟଙ୍କ ରାୟ ପରେ ଶୁଦ୍ଧ ସୁଆର ନିଯୋଗ ଶ୍ରୀମନ୍ଦିର ପ୍ରଶାସନକୁ ରଥ ଟାଣିବା ପାଇଁ ସେବାୟତଙ୍କ ତାଲିକା ଦେଇଛି । ୫୦ ଜଣ ଶୁଦ୍ଧ ସୁଆର ନିଯୋଗ ସଦସ୍ୟ ରଥଟଣାରେ ନିୟୋଜିତ ହେବେ । ୬୦ବର୍ଷରୁ ଅଧିକ ଓ ୧୮ବର୍ଷରୁ କମ୍ ସଦସ୍ୟଙ୍କୁ ତାଲିକାରୁ ବାଦ୍ ଦିଆଯାଇଛି। ରଥକୁ ମେସିନ୍ ଟାଣିବା ପ୍ରସଙ୍ଗକୁ ବିରୋଧ କରାଯିବା ସହ ରଥକୁ ହାତୀ ଟାଣିବାକୁ ପ୍ରସ୍ତାବ ଦେଇଛି ନିଯୋଗ।
ରଥଯାତ୍ରା ନେଇ ମତ ରଖିଲେ ରାଜନୈତିକ ଦଳ, ସରକାରଙ୍କ ନିଷ୍ପତ୍ତିକୁ ଅପେକ୍ଷା
ନୀତିକାନ୍ତି ନେଇ ନୀତି ପ୍ରଶାସକଙ୍କ ସହ ନିଯୋଗ ଆଲୋଚନା କରିଛି । ଭୋର ୪ଟା କିମ୍ବା ୭ଟାରେ ପହଣ୍ଡି ହେବ । ସେଦିନ ଆଡ଼ପ ମଣ୍ଡପ ବିଜେ ନୀତି ହୋଇପାରିବ ନାହିଁ ବୋଲି ନିଯୋଗ ସମ୍ପାଦକ ପ୍ରେମାନନ୍ଦ ଦାସମହାପାତ୍ର କହିଛନ୍ତି। ଶୁଦ୍ଧ ସୁଆର ନିଯୋଗ ପରି ନିଜ ପକ୍ଷରୁ ରଥଯାତ୍ରାରେ ଯୋଗଦାନ ପାଇଁ ଅନ୍ୟ ନିଯୋଗ ମଧ୍ୟ ପ୍ରସ୍ତାବ ଦେବେ ।

